spot_img
Home Blog Page 3611

ଜେଲେନସ୍କିଙ୍କ ଆମେରିକା ଗସ୍ତର ଦିନକ ପରେ ଋଷର ବଡ ନିଷ୍ପତ୍ତି, ଶେଷ ହେବ ଯୁଦ୍ଧ

ମସ୍କୋ: ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ । ୧୦ ମାସରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ମହାଯୁଦ୍ଧର ହେବ ପରିସମାପ୍ତି । କୁଟନୈତିକ ଆଲୋଚନାରେ ସଂଘର୍ଷ ଶେଷ କରିବାକୁ ଋଷ ଚାହେଁ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି । ଋଷ ଗଣମାଧ୍ୟମକୁ ସମ୍ବୋଧନ କରି ଯୁଦ୍ଧ ଶେଷ କରିବା ନେଇ ସଙ୍କେତ ଦେଇଛନ୍ତି ପୁଟିନ ।

ରକ୍ତପାତ ବନ୍ଦ କରିବାକୁ ଋଷ ଚାହେଁ । ଏଥିପାଇଁ ପୂର୍ବରୁ ପ୍ରୟାସ ଜାରି ରହିଥିବା ବେଳେ ଏବେ ବି ଋଷ ଚେଷ୍ଟା କରୁଛି ବୋଲି ପୁଟିନ କହିଛନ୍ତି । ଏହାସହ ୟୁକ୍ରେନକୁ ଆମେରିକା ଯୋଗାଉଥିବା ପେଟ୍ରିୟଟ ଏୟାର ଡିଫେନ୍ସ ସିଷ୍ଟମର ମୁକାବିଲା ଲାଗି ଋଷ ସକ୍ଷମ ବୋଲି ପୁଟିନ କହିଛନ୍ତି । ସେପଟେ ଋଷ-ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୟୁକ୍ରେନକୁ ସହଯୋଗ ଜାରି ରଖିବା ଆବଶ୍ୟକ ବୋଲି ନାଟୋ ମହାସଚିବ କହିଥିଲେ ।

ଋଷ ୟୁକ୍ରେନର ବିଭିନ୍ନ ଶକ୍ତି କ୍ଷେତ୍ର ଉପରେ ଆକ୍ରମଣ କରୁଥିବାରୁ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଗତକାଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆମେରିକା ଗସ୍ତ କରି ବାଇଡେନଙ୍କୁ ଭେଟିଥିଲେ । ତେବେ ୟୁକ୍ରେନକୁ ସବୁ ପ୍ରକାର ସହଯୋଗ ଜାରି କରିବାକୁ ଆମେରିକା ପ୍ରସ୍ତୁତ ବୋଲି ବାଇଡେନ ପ୍ରତିଶ୍ରୁତି ଦେଇଛନ୍ତି ।

ଆସନ୍ତା ସପ୍ତାହରୁ ବୟସ୍କ ନେଇପାରିବେ ନାଜାଲ ଭାକସିନ, ବୁଷ୍ଟର ଭାବେ ନେବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ବୟସ୍କଙ୍କୁ ବୁଷ୍ଟର ଡୋଜ ଭାବେ ନାଜାଲ ଭାକ୍ସିନ ଦେବା ଲାଗି ପରାମର୍ଶ ଦେଇଛି ବିଶେଷଜ୍ଞ କମିଟି । ଭାରତ ବାୟୋଟେକର ଇନୋକୋଭାକକୁ ମଞ୍ଜୁରୀ ଦିଆଯାଇଥିବାବେଳେ ଏହାକୁ କୋଭିଡ ମୁକାବିଲା ଲାଗି ବ୍ୟବହାର କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ଆସନ୍ତା ସପ୍ତାହରେ ଇନକୋଭାକ ଟିକାକୁ ବୟସ୍କଙ୍କ କ୍ଷେତ୍ରରେ ପ୍ରୟୋଗ କରାଯିବ ବୋଲି ଗତକାଲି କହିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । କୋ-ଓ୍ବିନ ଆପରେ ଏହି ନାଜାଲ ଭାକସିନକୁ ସାମିଲ କରାଯିବ । ଇନକୋଭାକକୁ ଔଷଧ ମହାନିୟନ୍ତ୍ରକ ମଞ୍ଜୁରୀ ଦେଇଥିବାବେଳେ ଏହା ପ୍ରୟୋଗ କରିବା ସହଜ ହୋଇଥାଏ । ଏହା ସହ କୋଭିଡ ସଂକ୍ରମଣ ରୋକିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଗତକାଲି ମାଣ୍ଡଭିୟ କହିଥିଲେ- ଦେଶରେ କରୋନା ମୁକାବିଲା ଲାଗି ଅନେକ ପ୍ରକାର ଟିକା ରହିଛି । ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ ନାଜାଲ ଭାକ୍ସିନ ।

ବିଦେଶରେ ବଢୁଛି ସଂକ୍ରମଣ, ଉଚ୍ଚସ୍ତରୀୟ ବୈଠକ ଡାକିଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର: ବିଦେଶରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦେଖି ଆଲର୍ଟରେ ଓଡ଼ିଶା । ସମ୍ଭାବ୍ୟ କରୋନା ମୁକାବିଲା ପାଇଁ ଆଜି ବସିବ ଉଚ୍ଚସ୍ତରୀୟ ବୈଠକ । ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ RMRC, ILS, ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତୃପକ୍ଷ ସାମିଲ ହେବେ । ଦିନ ସାଢେ ୧୨ଟାରେ ସଚିବାଳୟରେ ବୈଠକ ବସି ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ସମ୍ପର୍କରେ ଆଲୋଚନା କରାଯିବ । କୋଭିଡ ସଂକ୍ରମଣ ରୋକିବାକୁ ଟିକାକରଣ ଜରୁରୀ ।

ଦେଶ ତୁଳନାରେ ଓଡ଼ିଶାରେ ସଫଳ ଟିକାକରଣ ହୋଇଛି । ପ୍ରଥମ ଓ ଦ୍ବିତୀୟ ଡୋଜ ଟିକାକରଣ ପ୍ରାୟ ଶତ ପ୍ରତିଶତ ସରିଛି । ତୃତୀୟ ଡୋଜ ଟିକାକରଣ ୪୧ ପ୍ରତିଶତ ହୋଇଥିବା ବେଳେ ଅବଶିଷ୍ଟ ଲୋକଙ୍କୁ ତୁରନ୍ତ ଟିକା ଦେବାକୁ ଗୁରୁତ୍ବ ଦିଆଯାଇଛି । ସେପଟେ ତୃତୀୟ ଡୋଜ ଟିକାକରଣକୁ ୬ ମାସ ବିତିଥିବାରୁ ରାଜ୍ୟରେ ଚତୁର୍ଥ ଡୋଜ୍ ଟିକାକରଣ ଆରମ୍ଭ କରିବାକୁ ଯୋଜନା କରୁଛି ସ୍ବାସ୍ଥ୍ୟ ବିଭାଗ ।

ରାଜ୍ୟରେ ମାତ୍ର ୬ଟି ଜିଲ୍ଲା ଓ ୧୧ଟି ଘରୋଇ ହସ୍ପିଟାଲରେ ମହଜୁଦ ଥିବା ଟିକା ଯଥେଷ୍ଟ ନୁହେଁ । ଆଜି ବୈଠକର ନିଷ୍ପତ୍ତି ପରେ ଟିକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯିବ।

ସତର୍କ ହେଲାଣି ଦେଶ, ସବୁ ରାଜ୍ୟ ସହ ଆଲୋଚନା କରିବେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଏଥିପାଇଁ ସତର୍କ ହେଲାଣି ଦେଶ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ । ଏବେ ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି କଣ ଅଛି, ତାହା ବୁଝିବେ ।

ଏହା ସହ କରୋନା ମୁକାବିଲା ପାଇଁ କଣ ପଦକ୍ଷେପ ନିଆଯାଇପାରିବ ସେନେଇ ଆଲୋଚନା ହେବ । ଅପରାହ୍ନ ୩ଟାରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବୈଠକ ଅନୁଷ୍ଠିତ ହେବ । ଗତକାଲି କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ବୈଠକ କରିଥିଲେ । ସୁରକ୍ଷା ଓ ସଂକ୍ରମଣ ଜନିତ ବିପଦକୁ ଏଡ଼ାଇବା ପାଇଁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ।

ଏଥିସହ ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଏହାବାଦ ରାଜ୍ୟ ସରକାରଙ୍କୁ ସର୍ଭେଲାନ୍ସକୁ ଜୋରଦାର କରିବା ସହ କରୋନା ଟେଷ୍ଟିଂ ବୃଦ୍ଧି କରିବାକୁ କହିଥିଲେ । ଅନ୍ୟପଟେ ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ମଧ୍ୟ ଅଣାଯାଇଛି ।

ଚୀନକୁ କନ୍ଦାଇଲାଣି କୋରୋନା, ବିଶ୍ବର ସବୁଠାରୁ ଭୟାନକ ଆକ୍ରମଣ ଆଶଙ୍କା

ବେଜିଂ: ଚୀନରେ କରୋନା ଉତ୍ପାତ । ଆସନ୍ତା ଦିନରେ ଗୁରୁତର ହୋଇପାରେ ସଂକ୍ରମଣ । ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେବା ସହ ୫ ହଜାର ଲୋକ ପ୍ରାଣ ହରାଇବା ଆଶଙ୍କା ରହିଛି । ଏହି ସଂକ୍ରମଣ ବିଶ୍ବର ସବୁଠାରୁ ଭୟାନକ ଆକ୍ରମଣ ହେବ ବୋଲି ସୂଚନା ମିଳିଛି । ଯଦି ବାସ୍ତବରେ ଏହି ଧାରାରେ ସଂକ୍ରମଣ ଜାରି ରୁହେ ତେବେ ଆସନ୍ତା ଜାନୁଆରୀରେ ଦୈନିକ ୩୭ ଲକ୍ଷ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ଏୟାଫିନିଟି ଲିମିଟେଡ ନାମକ ଲଣ୍ଡନଭିତ୍ତିକ ରିସର୍ଚ୍ଚ ଫାର୍ମ କହିଛି ।

ମାର୍ଚ୍ଚ ବେଳକୁ ଏହି ସଂଖ୍ୟା ଦୈନିକ ୪୨ ଲକ୍ଷ ହେବ ବୋଲି ସଂସ୍ଥା କହିଛି । ଗତକାଲି ଚୀନରେ ୨ ହଜାର ୯୬୬ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ତେଣେ ଚୀନକୁ ଆଇବୁପ୍ରୋଫେନ ଓ ପାରାସିଟାମଲ ଟାବଲେଟ ପଠାଇବା ଲାଗି ଭାରତ ନିଷ୍ପତ୍ତି ନେଇଛି ।

ଚୀନରେ ଏହି ଦୁଇଟି ମେଡିସିନର ବ୍ୟାପକ ଅଭାବ ଯୋଗୁ ଭାରତ ଏହି ସହାୟତା ଦେବା ଲାଗି ଘୋଷଣା କରିଛି । ଏନେଇ ସୂଚନା ଦେଇଛି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା ବା ସିଡିଏସସିଓ ।

ଫଟାଫଟ୍ କ୍ରିକେଟ ପାଇଁ ଆଜି ହେବ ଖେଳାଳି ନିଲାମ ପ୍ରକ୍ରିୟା, 10ଟି ଟିମ୍ ଅଂଶଗ୍ରହଣ କରିବେ

କୋଚି: ଆଇପିଏଲର ୨୦୨୩ ସଂସ୍କରଣ କାଉଣ୍ଟଡାଉନ୍ । ଫଟାଫଟ୍ କ୍ରିକେଟ ପାଇଁ ଆଜି ହେବ ଖେଳାଳି ନିଲାମ ପ୍ରକ୍ରିୟା । କୋଚିରେ IPL-2023 ପାଇଁ ନିଲାମି ପ୍ରକ୍ରିୟା କରାଯିବ । ଏଥିପାଇଁ କୋଚିରେ ପହଞ୍ଚିସାରିଛନ୍ତି IPL ଓ BCCI ଅଧିକାରୀ । 10ଟି ଟିମ୍ ନିଲାମୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ । ତାଲିକାରେ ଅଛନ୍ତି ମୁମ୍ବାଇ, କୋଲକାତା, ଚେନ୍ନାଇ, ବାଙ୍ଗାଲୋର, ଦିଲ୍ଲୀ, ରାଜସ୍ଥାନ, ହାଇଦ୍ରାବାଦ, ଗୁଜରାଟ,ପଞ୍ଜାବ ଓ ଲକ୍ଷ୍ନୌ ଟିମ୍ ।

ଗୋଟିଏ ଫ୍ରାଞ୍ଚାଇଜି ସର୍ବାଧିକ 25 ଖେଳାଳିଙ୍କୁ ରଖିପାରିବେ । ନିଲାମି ପ୍ରକ୍ରିୟାରେ ମୋଟ ୨୭୩ ଭାରତୀୟ ଖେଳାଳି ଓ ୧୩୨ ବିଦେଶୀ ଖେଳାଳି ସାମିଲ ହୋଇଛନ୍ତି । 991 ଖେଳାଳିଙ୍କ ନାଁ ପୁଲକୁ ଯାଇଥିବାବେଳେ ଅଧିକ 5 କୋଟି ଖର୍ଚ୍ଚ କରିପାରିବେ ଟିମ୍ । ଆସନ୍ତା ସିଜିନରେ ସବୁ ଟିମରେ କିଛି ନୂଆ ମୁହଁ ସାମିଲ ହୋଇପାରନ୍ତି । 2022ରେ 83 ମିଲିୟନ୍ ଡଲାର ସହ ମୁମ୍ବାଇ ଥିଲା ସବୁଠାରୁ ଦାମୀ ଟିମ୍ ।

ପୁଣି ଫେରିଛି ଶୀତ, ଗାଁ ଠୁ ସହର ଜାଡ ମାଡରେ ଘାଇଲା

ଭୁବନେଶ୍ବର: ଖସୁଛି ପାରଦ ବଢୁଛି ଶୀତ । କିଛି ଦିନ ବ୍ୟବଧାନ ପରେ ଜିଲ୍ଲାକୁ ପୁଣି ଫେରିଛି ଶୀତ । ଗାଁଠୁ ସହର ଥରୁଛି ସାରା ଜିଲ୍ଲା । ସନ୍ଧ୍ୟା ଓ ସକାଳ ସମୟରେ ଶୀତ ବଢିବାରେ ଲାଗିଛି । ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ଭୋରରୁ ନିଆଁ ପୁଆଁଉଥିବାର ଦେଖିବାକୁ ମିଳିଥିବା ବେଳେ ଆଉ ଅନେକ ଲୋକ ଶୀତୁଆ ସକାଳରେ ସ୍ୱାସ୍ଥ୍ୟକୁ ସତେଜ ସୁନ୍ଦର ରଖିବା ମର୍ଣ୍ଣିଂ ୱାର୍କ ଓ ବ୍ୟାୟାମ କରିବାରେ ଲାଗିଛନ୍ତି ।

ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଉଛି । ଦୃଶ୍ୟମାନ ଦୂରତା କମିବା ସହ ପ୍ରଭାବିତ ହେଉଛି ଯାତାୟତ । ଅନୁଗୁଳ, ଫୁଲବାଣୀ ଓ ଭବାନୀପାଟଣାକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି । ଯାତାୟତ ସମୟରେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଆସନ୍ତା ୫ଦିନ ଯାଏଁ ସମାନ ପାଗ ଜାରି ରହିବ ।

ରାଜଧାନୀରେ ପାଟ୍ରୋଲିଂ କଡାକଡି, ସ୍କାନରରେ ନିଶାଡି ଓ ଅପରାଧୀ

0

ଭୁବନେଶ୍ବର: ବଡ଼ଦିନ ଓ ହକି ବିଶ୍ୱକପକୁ ନଜରରେ ରଖି କମିଶନରେଟ ପୋଲିସର ରଣନୀତି। ଯୋନ 6 ଏସିପିଙ୍କ ନେତୃତ୍ୱରେ ଇନଫୋସିଟି ଓ ଚନ୍ଦ୍ରଶେଖପୁର ଅଞ୍ଚଳରେ ମିଳିତ ପାଟ୍ରୋଲିଂ ଚାଲିଛି। ଆଇଆଇସି ଓ ସ୍ପେଶାଲ ଟିମ ରାସ୍ତା କଡରେ ଥିବା ଦୋକାନ ଓ ହୋଟେଲ ଗୁଡିକରେ ଚେକିଂ କରିବା ସହ ରାତି ସାଢ଼େ 10ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଳମ୍ବିତ ରାତି ପଯ୍ୟନ୍ତ ଦୋକାନ ଖୋଲିବା ଦ୍ୱାରା ନିଶାଡୀ ଓ ଅପରାଧୀ ମାନେ ଏକାଠି ହେଉଛନ୍ତି। ଏହା ସହିତ ଅପରାଧ ଓ ଅପରାଧୀଙ୍କୁ ଚେକ୍‌ ଦେବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଆଗାମୀ ଦିନରେ ଅଭିଯାନକୁ ଜୋରଦାର କରାଯିବା ବୋଲି ଏସିପି କହିଛନ୍ତି ।

ଓମଫେଡ ଦୋକାନରେ ଗୁଟଖା ସିଗାରେଟ୍‌ ବିକୁଥିଲେ ସାବଧାନ ! କଠୋର ହେବ ବିଏମସି

ଭୁବନେଶ୍ବର: ଏଣିକି କଠୋର ହେବ ବିଏମସି । ଅନୁମତି ବାହାରେ ଯାଇ ବ୍ୟବସାୟ କଲେ ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଓମଫେଡ ଷ୍ଟଲ୍ ନାମରେ ଦୋକାନ ନେଇ ଅନ୍ୟାନ୍ୟ ବ୍ୟବସାୟ ହେଉଥିବା ଅଭିଯୋଗ ହେଉଛି । କ୍ଷୀର ଓ ଚା’ ଦୋକାନରେ ଗୁଟଖା ଓ ସିଗାରେଟ୍ ଭଳି ନିଷିଦ୍ଧ ତମ୍ବାଖୁ କାରବାର ଚାଲିଛି ।

ଏପରିକି ନିର୍ଦ୍ଧାରିତ ଅଞ୍ଚଳକୁ ଛାଡ଼ି ସଂଲଗ୍ନ ଅଞ୍ଚଳକୁ ଅକ୍ତିଆର କରି ସମ୍ପ୍ରସାରଣ ହୋଇଛି ବହୁ ଦୋକାନ । ତେଣୁ ଏନେଇ ବିଏମସି ପକ୍ଷରୁ ଖିଲାପକାରୀଙ୍କୁ ସଚେତନ କରାଯାଇଛି । ଏଥିପାଇଁ ଅନେକ ଓମଫେଡ଼ ଓ ଓପଲଫେଡ ଦୋକାନ ସିଲ ସହ ଉଛେଦ ହେଲାଣି । ନସୁଧୁରିଲେ ଆଗକୁ ବଡ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

କ୍ୟାନସର ଡାଇବେଟିସ ଔଷଧ ଶସ୍ତା, ୪୦ ପ୍ରତିଶତ କମିଛି ମେଡିସିନ ଦାମ୍‌

ନନ୍ଦିଘୋଷ ବ୍ୟୁରୋ: ଶସ୍ତାହେଲା ଅତ୍ୟାବଶ୍ୟକ ଔଷଧ । କ୍ୟାନସର, ଡାଇବେଟିସ୍, ଜ୍ବର ଓ ହେପାଟାଇଟିସ୍ ସହିତ ଅନେକ ଗମ୍ଭୀର ରୋଗର ମେଡିସିନ୍ ଶସ୍ତା ହୋଇଛି । ପୂର୍ବ ଅପେକ୍ଷା ୪୦ ପ୍ରତିଶତ କମିଛି ଦାମ୍ । ପାରାସିଟାମୋଲ ମେଡିସିନ୍ ଦର ୧୨ ପ୍ରତିଶତ କମ୍ ହୋଇଛି । ଫଳରେ ଏବେ ୨ଟଙ୍କା ତଳକୁ ଖସିଛି ପାରାସିଟାମଲ ଔଷଧ ଦର ।

ମ୍ୟାଲେରିଆ ଔଷଧ ଦର ମଧ୍ୟ ହ୍ରାସ ପାଇଛି । ଆବଶ୍ୟକୀୟ ଔଷଧ ସୂଚୀରେ ସାମିଲ ପରେ ଔଷଧର ନୂଆ ମୂଲ୍ୟ ଧାର୍ଯ୍ୟ ହୋଇଛି । ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥୋରିଟି ୧୧୯ ପ୍ରକାର ମେଡିସିନର ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକା ଜାରି କରିଥାଏ ।

ଚଳିତବର୍ଷ ସେପ୍ଟେମ୍ବର ମାସରେ ଏହି ତାଲିକା ଜାରି କରାଯାଇଥିଲା । ଏଥିରେ ୨୭ଟି ଶ୍ରେଣୀରେ ୩୮୪ ମେଡିସିନ୍ ସାମିଲ ଥିଲା । ତେବେ ଚଳିତଥର ଏହି ଲିଷ୍ଟରେ ୩୪ ନୂଆ ମେଡିସିନ୍ ସାମିଲ ହେବା ସହିତ ୨୬ଟି ମେଡିସିନକୁ ଅତ୍ୟାବଶ୍ୟକ ମେଡିସିନ୍ ଲିଷ୍ଟରୁ ହଟେଇ ଦିଆଯାଇଛି ।