ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ, ବିକାଶର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ବିକାଶର ପୁରୁଷକୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ରାଜ୍ୟ । ପିଲାଟି ଦିନରୁ ତୁଳସୀ ଦୁଇ ପତ୍ରରୁ ବାସିବା ପରି ବିଜୁ ବାବୁ ସାରା ବିଶ୍ବରେ ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦେଶର ସ୍ୱାଧୀନତା ସଂଗ୍ରାମରେ ବି ଯୋଗ ଦେଇଥିଲେ । ଛୁଆ ବେଳୁ ମାଆ ଓ ମାଟି ପାଇଁ କାମ କରିବାର ଆଗ୍ରହ ତାଙ୍କୁ ରାଷ୍ଟ୍ରନେତା ବା ଷ୍ଟେଟ୍ସମ୍ୟାନ ଆଖ୍ୟା ଦେଇଛି । କଟକ ଆନନ୍ଦ ଭବନରୁ ଇଣ୍ଡୋନେସିଆ ଯାଏଁ ଏହି ଟଲ୍ ମ୍ୟାନ ଛାଡ଼ିଯାଇଛନ୍ତି ନିଜ ସାହାସିକତା, ବୁଦ୍ଧିମତା ଓ ଜନନେତାର ଅଲିଭା ପଦଚିହ୍ନ ।

ବିଜୁଙ୍କ ସ୍ୱପ୍ନର ଓଡ଼ିଶା ଗଠନ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ନବୀନ ଓଡ଼ିଶା ଗଠନର ପଡ଼ିବ ମୂଳଦୁଆ । ଏକ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଢ଼ିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାକୁ ଆଜି ସଂକଳ୍ପ ନେବେ ବିଜେଡି ନେତା ଓ କର୍ମୀ । ୧୪୭ ନିର୍ବାଚନୀ ମଣ୍ଡଳୀରେ ଏହି ସଂକଳ୍ପ ସମାବେଶ କରାଯାଇ ଦଳୀୟ ବିଜେଡି ନେତା ଓ କର୍ମୀ ଶପଥ ନେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ଓଡ଼ିଶା ଗଢ଼ିବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ନବୀନ ଓଡ଼ିଶା ଗଢ଼ିବାର ମୂଳ ଲକ୍ଷ୍ୟ ବୋଲି ବିଜେଡି ନେତା କହିଛନ୍ତି ।