spot_img
Home Blog Page 3586

କେବଳ ଓଡ଼ିଶାରେ ଦେଖା ଯାଇଥାନ୍ତି ଏହି ପ୍ରଜାତିର ମଇଁଷି, ମିଳିଲା ଜାତୀୟ ସ୍ବୀକୃତି

ନୂଆଦିଲ୍ଲୀ: ମଣ୍ଡା ମଇଁଷି । କେବଳ ଓଡ଼ିଶାରେ ହିଁ ଦେଖାଯାଇଥାନ୍ତି ଏହି ପ୍ରଜାତୀର ମଇଁଷି । ଏଥିପାଇଁ ମିଳିଛି ଜାତୀୟ ସ୍ତରରେ ସ୍ବୀକୃତି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଡିଶା କୃଷି ବିଶ୍ବବିଦ୍ୟାଳୟର ପ୍ରାଣୀ ପ୍ରଜନନ ଏବଂ ଜେନେଟିକ୍ସ ବିଭାଗର ପ୍ରଫେସର ସୁଶାନ୍ତ କୁମାର ଦାଶଙ୍କୁ ମଣ୍ଡା ମଇଁଷି ପ୍ରଜାତିର ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

ଓଡିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏହି ମଇଁଷି ପ୍ରଜାତି ସମ୍ପର୍କରେ ପ୍ରଥମେ ଚିହ୍ନଟ କରି ଅନୁଧ୍ୟାନ ଓ ସବିଶେଷ ସର୍ବେକ୍ଷଣ କରାଯାଇଥିଲା । ଏହି ପ୍ରକଳ୍ପର ଫଳାଫଳ ସଂକ୍ରାନ୍ତୀୟ ତଥ୍ୟ ରାଷ୍ଟ୍ରୀୟ ପଶୁ ଅନୁବଂଶିକ ସଂସାଧନ ବ୍ୟୁରୋଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ଏହି ମଇଁଷି କେବଳ ଓଡିଶାରେ ଦେଖାଯାଉଥିବାରୁ ଏହାକୁ ଜାତୀୟ ସ୍ତରରେ ସ୍ବୀକୃତି ଦେବାକୁ ଦାବି କରାଯାଇଥିଲା ।

ଏହି ମଇଁଷିକୁ ସମଗ୍ର ଦେଶରେ ୧୯ ତମ ପ୍ରଜାତି ଭାବେ ଘୋଷଣା କରାଯାଇଛି । ମଣ୍ଡା ମଇଁଷି ଆକାରରେ ଛୋଟ ହେଲେ ମଧ୍ୟ ବେଶ୍ ହୃଷ୍ଟପୃଷ୍ଟ । ଉଭୟ ଅଣ୍ଡିରା ଓ ମାଈ ମଇଁଷିକୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ଚାଷ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଏହି ପ୍ରଜାତି ମଇଁଷିର ଧୂସର ପାଉଁଶିଆ ଓ ଧୂସର ରଙ୍ଗ ଦେହରେ ତମ୍ବାଳିଆ ରଙ୍ଗର ଲୋମ ଦେଖାଯାଏ । ସେମାନଙ୍କୁ କୌଣସି ସଂକ୍ରମଣ ହୋଇନଥାଏ ଓ ଏମାନଙ୍କ କ୍ଷେତ୍ରରେ ବିଶେଷ ରୋଗରେ ଆକ୍ରାନ୍ତ ହେବାର ଦେଖାଯାଏ ନାହିଁ । ଏମାନେ ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ରହିବା ସହିତ ପ୍ରଜନନ କ୍ଷେତ୍ରରେ ମଧ୍ୟ ସଫଳ ଥାନ୍ତି ।

ଆଜି ସିବିଆଇ ଆଗରେ ହାଜର ହେବେ ସିସୋଦିଆ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ହାଜର ହେବେ ଆପ୍ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗତକାଲି ସମନ ଜାରି କରିଥିଲା  ସିବିଆଇ । ଆଜି ସିବିଆଇରେ ହାଜର ହେବା ଲାଗି ଦିଆଯାଇଥିଲା ନିର୍ଦ୍ଦେଶ ।

ମଦ ଦୁର୍ନୀତି ମାମଲାରେ ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପୂର୍ଣ୍ଣ କ୍ଷମତା ପ୍ରୟୋଗ କରିବାରେ ଲାଗିଛନ୍ତି । ପୂର୍ବରୁ ତାଙ୍କ ଘରେ ରେଡ ହୋଇଥିଲା, ବ୍ୟାଙ୍କ ଲକର ସର୍ଚ୍ଚ କରାଯାଇଥିଲା । ମାତ୍ର କିଛି ପାଇ ନଥିଲା ବୋଲି କହିଛନ୍ତି ମନୀଷ । ଦିଲ୍ଲୀ ପିଲାଙ୍କ ଭଲ ପଢିବା ଲାଗି ସେ ସମସ୍ତ ବ୍ୟବସ୍ଥା କରୁଛନ୍ତି । ମାତ୍ର ଏହା ନ କରିବା ଲାଗି ସିବିଆଇ ଓ ଇଡି ଚାହୁଁଛନ୍ତି । ସବୁ ପ୍ରକାର ତଦନ୍ତ ଲାଗି ସେ ପ୍ରସ୍ତୁତ ବୋଲି କହିଛନ୍ତି ସିସୋଦିଆ ।

ଗତବର୍ଷ ଅଗଷ୍ଟରେ ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆ ଓ ଅନ୍ୟ ୧୪ ଜଣଙ୍କ ବିରୋଧରେ ଆଇପିସିର ଧାରା ୪୭୭, ୧୨୦ ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁସାରେ ମାମଲା ରୁଜୁ କରିଥିଲା । ମାମଲାର ସିବିଆଇ ତଦନ୍ତ ଲାଗି ଲେଫଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା ସୁପାରିସ କରିଥିଲେ ।

ଆଜି ପଦମପୁର ଯିବେ ମୁଖ୍ୟମନ୍ତ୍ରୀ, କହିବେ ଥ୍ୟାଙ୍କ ୟୁ

ଭୁବନେଶ୍ବର: ଆଜି ପଦମପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଜିତାଇ ଥିବାରୁ ପଦମପୁରବାସୀଙ୍କୁ ଜଣାଇବେ ଧନ୍ୟବାଦ । ଝାରବନ୍ଧ, ପାଇକମାଳ ଓ ପଦମପୁରରେ କରିବେ ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ । ଏଥିସହ ମିଶନ ଶକ୍ତି ଏସଏଚଜି ଗ୍ରୁପଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ।

ଦିନ ୧୧ଟାରେ ବରଗଡ଼ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ସାଢେ ୧୧ଟାରେ ଝାରବନ୍ଧ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । ସାଢେ ୧୨ ଟାରେ ପାଇକମାଳ ଓ ଅପରାହ୍ନ ୩ ଟା ୫୫ରେ ପଦମପୁର କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । ସେଠାରେ ସମାବେଶରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ପଦମପୁରବାସୀଙ୍କୁ ଜଣାଇବେ ଧନ୍ୟବାଦ । ଝାରବନ୍ଧ ବ୍ଲକର ଶକ୍ତି ଛକ ପଡିଆ, ପାଇକମାଳ ହାଇସ୍କୁଲ ପଡିଆ ଓ ପଦମପୁର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ପଦମପୁର ବାସୀଙ୍କୁ ଧନ୍ୟବାଦ ଦେବେ  । ପଦମପୁର ବାସୀ ପୁଣି ଥରେ ନବୀନଙ୍କ ବିକାଶରଧାରା ସାମିଲ ହୋଇ ବର୍ଷା ସିଂ ବରିହାଙ୍କୁ ବିଜୟୀ କରିଥିବାରୁ ଧନ୍ୟବାଦ ଜଣାଇବେ ମୁଖ୍ୟମନ୍ତ୍ରୀ । ଉପନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦମପୁର ଅଞ୍ଚଳ ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ  । ଆଜି ଦେଇଥିବା କଥା ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ  ।

ଶାନ୍ତି ଶୃଙ୍ଖଳାର ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମ ଶେଷ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି । ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ, ୫ ଜଣ ଆଡିସନାଲ ଏସପି, ୧୬ ଜଣ ଡିଏସପି ମୁତୟନ ହୋଇଛନ୍ତି ।

ଉଠିଲା ମହାଦୀପ, ହରିବୋଲରେ କମ୍ପିଲା ଲିଙ୍ଗରାଜ ପୀଠ

ଭୁବନେଶ୍ୱର: ହଜାର ହଜାର ଭକ୍ତଙ୍କ ଶିବ ନାମ ଭିତରେ ଉଠିଛି ବାବା ଲିଙ୍ଗରାଜଙ୍କ ମହାଦୀପ  । ହରିବୋଲ-ହୁଳହୁଳିରେ କମ୍ପିଛି ଲିଙ୍ଗରାଜ ପୀଠ  । ବାବାଙ୍କ ମହାଦୀପର ସାନିଧ୍ୟ ପାଇବାକୁ ବ୍ୟାକୁଳ ରହିଥିଲେ ଲକ୍ଷାଧିକ ଭକ୍ତ-ଶ୍ରଦ୍ଧାଳୁ  । ହାତରେ ଦୀପ-ତୁଣ୍ଡରେ ଶିବନାମକୁ ଉଚ୍ଚାରଣ କରୁଥାନ୍ତି ଅସଂଖ୍ୟ ଭକ୍ତ  । ମନର ଦେବତାକୁ ହଦୃୟରେ ପୁଜୁଥାନ୍ତି ସଭିଏ  । ଭକ୍ତିମୟ ପରିବେଶ ଆକୃଷ୍ଟ କରୁଥିଲା  । ଦିବ୍ୟ ଉପାସନାରେ ଆକୃଷ୍ଟ ଭକ୍ତ  ।

ଦୀର୍ଘ ସମୟର ଅପେରକ୍ଷା ପରେ ଉଠିଛି ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ  । ପ୍ରଥମେ ମନ୍ଦିର ବେଢା ପରିକ୍ରିମା କରିବା ପରେ ମହାଦୀପ ଉଠିଛି  । ଅସଂଖ୍ୟ ଭକ୍ତଙ୍କ ହରିବୋଲ ହୁଳହୁଳିରେ ମନ୍ଦିର ଉପରକୁ ଉଠିଛି ମହାଦୀପ  । ଚଳିତବର୍ଷ ବିଳମ୍ବରେ ଉଠିଛି ମହାଦୀପ  । ରାତି ୧.୫ ମିନିଟରେ ମହାଦୀପ ଉପରକୁ ଉଠିଥିଲା  ।

ମନ୍ଦିରରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ଶାନ୍ତି ଶୃଙ୍ଖଳାର ସହ ଭଗବାନଙ୍କ ଦିବ୍ୟ ଦର୍ଶନ ଲାଭ କରିବା ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି  । ମନ୍ଦିରର ବେଢାରେ ଭକ୍ତଙ୍କ ଗହଳି ଅତ୍ୟନ୍ତ ହୃଦୟସ୍ପର୍ଶୀ  । ସମସ୍ତେ ମାନସିକର ଦୀପକୁ ପ୍ରଭୁଙ୍କ ପାଖରେ ସମର୍ପି ଦେଇଛନ୍ତି  । ପୋଲିସ-ଅଗ୍ନିଶମ ଏବଂ ମନ୍ଦିର ପ୍ରଶାସନର ଟିମ୍ ନିୟୋଜିତ ରହିଛନ୍ତି  ।

 

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଣ୍ଠଶିଳ୍ପୀ ଅନୁରାଧା ପଡଓ୍ୱାଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବିଶିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପଡଓ୍ବାଲ । ନବୀନ ନିବାସରେ ଏହି ସାକ୍ଷାତକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଭୟଙ୍କ ମଧ୍ୟରେ ଅନେକ ବିଷୟକୁ ନେଇ ଆଲାଚନା ହୋଇଥିଲା । ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ବୁଲି ଦେଖିବାକୁ ଅନୁରାଧାଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶିବରାତ୍ରୀ ଉପଲକ୍ଷେ ଲିଙ୍ଗରାଜଙ୍କ ମନ୍ଦିରରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଅନୁରାଧା ପଡଓ୍ବାଲ । ପ୍ରତିବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ଭଜନ ମଞ୍ଚରେ ଭଜନ ପରିବେଷଣ କରିଥାନ୍ତି ଅନୁରାଧା  । ଓଡିଆରେ ଅନେକ ଭଜନ ଗାଇ ଲୋକପ୍ରିୟତା ସାଉଁଟିଛନ୍ତି ଅନୁରାଧା ପଡଓ୍ବାଲ ।

ସୁନ୍ଦରଗଡ଼ ଜିଲ୍ଲାରେ ‘ମିଶନ ଶକ୍ତି କାଫେ’: ଏସଏଚଜି ମା’ଙ୍କୁ ଜୀବିକା, ଲୋକଙ୍କୁ ମିଳୁଛି ଖାଦ୍ୟ

ସୁନ୍ଦରଗଡ଼: ସଦରମହକୁମା ଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ୱାରା ପରିଚାଳିତ ଏହି କାଫେରେ ସ୍ୱାସ୍ଥ୍ୟକର ପରିବେଶ ଭିତରେ ଉଚିତ ମୂଲ୍ୟରେ ସକାଳ ଓ ସନ୍ଧ୍ୟା ଜଳଖିଆ ସହିତ ମଧ୍ୟାହ୍ନ ଭୋଜନ ମିଳୁଛି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କାର୍ଯ୍ୟ ପରିଚାଳନା କରାଯାଉଛି। ଏଭଳି ଅଣପାରମ୍ପରିକ କାମରେ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତକରି ସେମାନଙ୍କ କାର୍ଯ୍ୟ ପରିସରକୁ ବ୍ୟାପକ କରିବା ସହ ଜୀବିକାକୁ ସୁନିଶ୍ଚିତ କରାଯାଉଛି। ଏହି ‘କାଫେ’ ପରିଚାଳନା କରି ଏସଏଚଜି ମା’ମାନେ ଭଲ ଦି’ ପଇସା ରୋଜଗାର କରୁଛନ୍ତି।

‘‘ଆଗରୁ ଆମେ ପାରମ୍ପରିକ କାମରେ ନିୟୋଜିତ ଥିଲୁ। କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ସହଯୋଗରେ ମିଶନ ଶକ୍ତି କାଫେ ଚଲାଉଛୁ। ଲୋକମାନଙ୍କ ଚାହିଦା ଅନୁଯାୟୀ ଏଠାରେ ଆମେ ଖାଦ୍ୟ ପ୍ରସ୍ତୁତ କରୁଛୁ। ଘରୋଇ ପରିବେଶ ଭିତରେ ଲୋକମାନେ ଯେମିତି ଭଲ ଖାଦ୍ୟ ପାଇପାରିବେ ତା’ ଉପରେ ଆମେ ଧ୍ୟାନ ଦେଉଛୁ’’, କହନ୍ତି କୁତ୍ରା ବ୍ଲକର ଜଣେ ଏସଏଚଜି ମା’ ନିଲିମା କୁଲ୍ଲୁ। ‘‘ମିଶନ ଶକ୍ତି କାଫେ ପରିଚାଳନା ପାଇଁ ଆମକୁ ଚୟନ କରାଯିବା ପରେ ସୁନ୍ଦରଗଡ଼ଠାରେ ତାଲିମ ଦିଆଯାଇଥିଲା। ‘କାଫେ’କୁ ସଫା ସୁତୁରା ରଖିବା ସହ କିପରି ଖାଦ୍ୟ ପ୍ରସ୍ତୁତ କରାଯିବ ସେନେଇ ଆମେ ପ୍ରଶିକ୍ଷଣ ନେଇଥିଲୁ। ଏବେ ଏହି କାଫେ ପରିଚାଳନା କରି ଆମେ ଭଲ ରୋଜଗାର କରିପାରୁଛୁ’’, କହନ୍ତି ବିଶ୍ରା ବ୍ଲକର ଆଉ ଜଣେ ଏସଏଚଜି ମହିଳା ମମିନା କୁଜୁର।

ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା ବ୍ଲକରେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ୨୦୨୧ରେ ‘ଉତ୍କଳ କିଚେନ’ ଖୋଲାଯାଇଥିଲା। ଉତ୍କଳ କିଚେନ ପାଇଁ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି। ପରବର୍ତ୍ତି ସମୟରେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକରେ ‘ମିଶନ ଶକ୍ତି କାଫେ’ ଖୋଲାଯାଇଛି। ଏହାର ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ମିଶନ ଶକ୍ତି କାଫେରେ ସକାଳ ଓ ଅପରାହ୍ଣ ଜଳଖିଆ ସହିତ ଦିପହରେ ମଧ୍ୟାହ୍ନ ଭୋଜନ ମିଳୁଛି। ସପ୍ତାହରେ ୬ ଦିନ (ରବିବାରକୁ ଛାଡ଼ି) ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କାଫେ ଖୋଲାରହୁଛି।

ଏଠାରେ ଜଳଖିଆରେ ବରା, ଆଳୁଚପ, ଇଡଲି ଆଦି ମିଳୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରି, ଚିପ୍ସ, ଭଜା, ଶାଗ ସହିତ ଆମିଷ ମଧ୍ୟରେ ମାଛ, ଚିକେନ ଓ ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମିଳୁଛି। ଅପରାହ୍ନରେ ଚା’, କଫି, ପକଡ଼ି ଓ ସିଙ୍ଗଡ଼ା ଆଦି ତିଆରି କରାଯାଉଛି। ‘‘ଆଗରୁ ମୁଁ ବିଭିନ୍ନ ହୋଟେଲରେ ଖାଉଥିଲି। ହେଲେ ସେଠାରେ ତେଲ ମସଲା ଅଧିକ ବ୍ୟବହାର ହେଉଥିବାରୁ ଦେହ ଖରାପ ହେଉଥିଲା। ଯେବେଠୁ ମିଶନ ଶକ୍ତି କାଫେ ଖୋଲିଲାଣି ସେବେଠୁ ମୁଁ ଏଠାରେ ନିୟମିତ ଖାଉଛି। ଖାଇବା ଭଲ ଲାଗୁଛି’’, କହନ୍ତି ବିଶ୍ରା ବ୍ଲକର ଜଣେ ଯୁବକ ବିଶ୍ୱରଞ୍ଜନ ଦାସ। ‘‘କାଫେ ପରିଚାଳନା କରୁଥିବା ମହିଳାମାନେ ପରିବେଶକୁ ସଫା ସୁତୁରା ରଖୁଛନ୍ତି। ଫଳରେ ଏଠାରେ ବସି ଖାଇବାକୁ ଭଲ ଲାଗୁଛି। ସେମାନଙ୍କ ବ୍ୟବହାର ଭଲ ହୋଇଥିବାରୁ ଘରେ ବସି ଖାଇବା ଭଳି ଲାଗୁଛି’’, କହନ୍ତି କୁତ୍ରା ବ୍ଲକର ଜଣେ ଗ୍ରାହକ ମନ୍ଦାକିନୀ ପଟେଲ।

ଏହି କାଫେ ପରିଚାଳନା ଲାଗି ମିଶନ ଶକ୍ତିର ମା’ମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି। ଖାଦ୍ୟ ପ୍ରସ୍ତୁତି ସହିତ ଗ୍ରାହକମାନଙ୍କୁ କିପରି ସେବା ଯୋଗାଇଦେବେ ସେ ବାବଦରେ ମଧ୍ୟ ପ୍ରଶିକ୍ଷଣ ବେଳେ ଗୁରୁତ୍ୱ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରିବାରେ ‘ମିଶନ ଶକ୍ତି କାଫେ’ ବଡ଼ ମାଧ୍ୟମ ପାଲଟିଛି।

ବିଜେପି କହିଥିଲା, କିନ୍ତୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାକୁ ଅର୍ଥମନ୍ତ୍ରୀ ମନା କରିଦେଲେ..

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିକ୍ରିୟା  । ବିଜେପିକୁ ଟାର୍ଗେଟ କଲେ ପ୍ରଣବ ପ୍ରକାଶ ଦାସ  । ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କଥା ଦଳ ଲେଖିଥିଲା   । ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଥିଲେ  । କିନ୍ତୁ କେନ୍ଦ୍ର ଅର୍ଥମନ୍ତ୍ରୀ ଓଡିଶା ମାଟିରେ ଏ ଦାବିକୁ ମନା କରିଦେଲେ  । ଯାହା ଓଡ଼ିଶାବାସୀଙ୍କୁ କ୍ଷୁବ୍ଧ କରିଥିବା କହିଛନ୍ତି ପ୍ରଣବ  ।
ପ୍ରଣବ କହିଛନ୍ତି, ବିଜେପି ନିର୍ବାଚନୀ ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ବୋଲି ଆପଣ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଡ଼ମ୍ବନା ହେଲା, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ରୋକଠୋକ୍ ମନା କରିଦେଲେ । ଏହା ଓଡ଼ିଶାବାସୀଙ୍କୁ ଚକିତ ଏବଂ କ୍ଷୁବ୍ଧ କରିଛି।
ଓଡ଼ିଶା ବିଜେପିକୁ ମୁଁ ଆହ୍ଵାନ ଦେବାକୁ ଚାହେଁ, ରାଜ୍ୟବାସୀ ଆପଣଙ୍କୁ ଆଠ ଜଣ ସାଂସଦ ଦେଇଛନ୍ତି। ଓଡ଼ିଶାରୁ ତିନିଜଣ କେନ୍ଦ୍ରମନ୍ତ୍ରୀ ବି ଅଛନ୍ତି। ତେଣୁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ମାଟି ପାଇଁ ପାର୍ଟି ଆଗରେ ମୁଣ୍ଡ ନ ନୁଆଁଇ ଓଡ଼ିଶାର ହକ୍ ପାଇଁ ଲଢ଼ନ୍ତୁ । ପ୍ରତିଶ୍ରୁତି ଦେଇ ଧୋକା ଦେଲେ, ଓଡ଼ିଶାବାସୀ ଆପଣଙ୍କୁ କେବେ କ୍ଷମା ଦେବେ ନାହିଁ।
କେନ୍ଦ୍ର ସରକାର ଭଲ ଭାବରେ ଜାଣନ୍ତି- ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତ୍ରିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ସାଜିଥିବାରୁ ପ୍ରତିବର୍ଷ ଓଡ଼ିଶାବାସୀ ପ୍ରଭୂତ କ୍ଷତି ସହି ଆସୁଛନ୍ତି। ସେ ଦୃଷ୍ଟିରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଆମର ହକ୍ । ଏହା ହାସଲ କରିବା ଲାଗି ବିଜୁ ଜନତା ଦଳ ଯେଉଁ ସଂଗ୍ରାମ ଜାରି ରଖିଛି, ଆଗାମୀ ଦିନରେ ତାକୁ ଆହୁରି ଶାଣିତ କରିବ ବୋଲି ଟ୍ୱିଟ କରି କହିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ  ।

କେତେଥର ଓ କାହିଁକି ବଦଳିଛି ଶିବସେନାର ଚିହ୍ନ, ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ: ୧୯୬୬ ମସିହାରେ ଶିବସେନାର ମୂଳଦୁଆ ପକାଇଥିଲେ ବାଲାସାହେବ ଠାକେର  । ଦଳର କାର୍ଯ୍ୟକର୍ତ୍ତାଙ୍କୁ ଶିବ ସୈନିକ କୁହାଯାଇଥାଏ  । ବାଲାସାହେବଙ୍କ ଦଳ ଆଜି ପରିବାର ହାତରେ ନାହିଁ  । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଦଳ ଏବେ ପରିବାରରୁ ବାହାରେ  । ଅର୍ଥାତ ଏକନାଥ ସିନ୍ଦେଙ୍କୁ ମିଳିଛି ଶିବସେନାର ଚିହ୍ନ  । ବାଲାସାହେବ ଠାକେରଙ୍କ ପୁଅ ଉଦ୍ଧବ ଠାକେରଙ୍କୁ ମିଳିଛି ମଶାଲ ଚିହ୍ନ  । ଅର୍ଥାତ ବିଧାନସଭା ଉପନିର୍ବାଚନ ପର୍ଯ୍ୟନ୍ତ ମଶାଲ ଚିହ୍ନରେ ଲଢିବେ ଉଦ୍ଧବ ଗୋଷ୍ଠୀ  । ଶିବସେନାର ଚିହ୍ନ ପରିବର୍ତ୍ତନ ଆଗରୁ ମଧ ଅନେକ ଥର ହୋଇଛି  ।  ଆସନ୍ତୁ ଜାଣିବା…

ଢାଲ-ତଲବାର

ଶିବସେନାର ପ୍ରଥମ ଚିହ୍ନ ସେତେବେଳେ ଦଉଡୁଥିବା ଘୋଡ଼ା ରହିଥିଲା  । କିନ୍ତୁ ନିର୍ବାଚନୀ ପକ୍ରିୟାଆରେ ଜାରି ଚିହ୍ନଦରେ ଏହା ନଥିଲା  । ତେଣୁ ଚିହ୍ନ୍ ପରିବର୍ତ୍ତନ ହୋଇଥିଲା  । ଠାଣେ ମହାନଗର ପାଳିକା ନିର୍ବାଚନରେ ଢାଲ-ତଲବାର ଚିହ୍ନକୁ ବ୍ୟବହାର କରିବାକୁ ପଡିଥିଲା  । ଠିକ୍ ସେହି ବର୍ଷ ହିଁ ମୁମ୍ବାଇ ମହାନଗର ପାଳିକା ନିର୍ବାଚନରେ ଢାଲ ଏବଂ ତଲବାରକୁ ବ୍ୟବହାର କରିଥିଲା ଶିବସେନା  ।

ସକାଳର ସୂର୍ଯ୍ୟ

କମ୍ୟୁନିଷ୍ଟ ବିଧାୟକ କୃଷ୍ଣା ଦେଶାଇଙ୍କ ହତ୍ୟା ପରେ ପରେଲରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା  । ଏଥିରେ ବାମନରାବ ମହାଡିକ ଉଁଇଥିବା ସକାଳର ସୂର୍ଯ୍ୟ ଚିହ୍ନରେ ନିର୍ବାଚନ ଲଢିଥିଲେ  । ପ୍ରଥମ ଶିବସେନା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  ।

ରେଳ ଇଞ୍ଜିନ

1978  ମସିହା  ବିଧାନସଭା ନିର୍ବାଚନରେ ଶିବସେନା ରେଳ ଇଞ୍ଜିନକୁ ନେଇ ନିର୍ବାଚନକୁ ଓହ୍ଲାଇଥିଲା  । ଜନତା ଦଳ ମହାରାଷ୍ଟ୍ରର ସମସ୍ତ ଆସନରେ ବିଜୟ ହୋଇ ଶିବସେନାକୁ ସଫା କରିଦେଇଥିଲା  । ଦଳ ପାଇଁ ଏହି ଚିହ୍ନ କିଛି ବର୍ଷ ରହିଥିଲେ ମଧ୍ୟ ସେତେଟା ସଫଳତା ମିଳିନଥିଲା  ।

ପଦ୍ମପୁଲ

୧୯୮୪ ମସିହାରେ ଶିବସେନା ଭାରତୀୟ ଜନତା ପାର୍ଟି ସହ ମିଶି ନିର୍ବାଚନ ଲଢୁଥାଏ  । ସେତେବେଳେ କୌଣସି ଅଧିକୃତ ଚିହ୍ନ ଶିବସେନାକୁ ମିଳିନଥାଏ  । ସେଥିପାଇଁ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବାମନରାୟ ମହାଡିକ  ଏବଂ ମନୋହର ଯୋଶୀ ବିଜେପିର ସିମ୍ବଲ ବା ଚିହ୍ନକୁ ନେଇ ନିର୍ବାଚନ ଲଢିଥିଲା  ।

ଧନୁ-ତୀର

୧୯୮୮ ମସିହାରେ ମୁମ୍ବାଇ ଏବଂ ଠାଣେ ନିର୍ବାଚନର ବହୁଳ ବିଜୟ ପରେ ଔରଙ୍ଗାବାଦ ମହାନଗର ନିଗମରେ ଶିବସେନାକୁ ମିଳିଥିଲା ଅଦ୍ଭୁତପୂର୍ବ ସଫଳତା  । ଏହାପରେ ତିନିବର୍ଷ ଧରି ଦଳ ପାଖରେ ରହିଥିଲା ଧନୁ-ତୀର ଚିହ୍ନ  ।

 ମଶାଲ

ଏବେ ପୁଣି ଶିବସେନାକୁ ମିଳିଛି ମଶାଲ  । ଅର୍ଥାତ ବାଲାସାହେବ ଠାକେରଙ୍କ ପୁଅକୁ ମିଳିଛି ଏହି ଚିହ୍ନ  । ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକେରଙ୍କ ଭିତରେ ଦଳକୁ ନେଇ ସୃଷ୍ଟି ହୋଇଥିଲା ବିବାଦ  । ଦଳକୁ ନେଇ ମାମଲା ପହଁଚିଥିଲା ନିର୍ବାଚନ ଆୟୋଗଙ୍କ ପାଖରେ  । ଦଳର ଅଧିକାଂଶ ବିଧାୟକଙ୍କ ସମର୍ଥନ ସିନ୍ଦେଙ୍କ ପ୍ରତି ରହିଥିଲା  । ଯାହାକୁ ନେଇ ଉଦ୍ଧବ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିଥିଲା  । ବିଜେପି ସହ ମିଶି ସରକାର ଗଢିଥିଲେ ସିନ୍ଦେ  । ଆଉ ନିକଟରେ ସିନ୍ଦେଙ୍କୁ ମିଳିଛି ଧନୁତୀର ଅର୍ଥାତ ଅସଲ ଶିବସେନାର ପ୍ରତୀକ   ।

ବିଶ୍ୱରେ ଭାରତୀୟଙ୍କ ଦବଦବା, ଜାଣନ୍ତୁ କେଉଁ ଦେଶର ନେତା ଭାରତୀୟ ବଂଶୋଦ୍ଭବ

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱରେ ଭାରତୀୟଙ୍କ ଦବଦବା  । ଭାରତୀୟ ବଂଶୋଦ୍ଭବଙ୍କ ହାତରେ ବିଶ୍ୱ ନେତୃତ୍ୱ  ।  ଋଷି ସୁନକ,କମଲା ହରିଷ ଙ୍କ  ଭଳି ଅନେକ ରାଜନେତା ବିଭିନ୍ନ ଦେଶର ଗୁରୁତ୍ୱପୂର୍ଣ୍ଣ ପଦବୀରେ  । ବିଶ୍ୱରେ ଶାସନ କରୁଛନ୍ତି ଭାରତୀୟ  । ୨୦୦ରୁ ଅଧିକ ରାଜନେତା ଅନେକ ଦେଶରେ ନେତତ୍ୱ ନେଉଛନ୍ତି   ।  ୧୫ ଦେଶର ପ୍ରମୁଖ ଦାୟିତ୍ୱରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ  । ୬୦ ରୁ ଅଧିକ  ଭାରତୀୟ ବଂଶୋଦ୍ଭବ  ବିଭିନ୍ନ ଦେଶର କ୍ୟାବିନେଟରେ ରହିଛନ୍ତି  ।  ଆସନ୍ତୁ ଜାଣିବା କେଉଁ ଦେଶର ଭାଗ୍ୟ ଭାରତୀୟଙ୍କ ହାତରେ…

ନିକି ହେଲୀ

ରିପବ୍ଲିକାନ ପାର୍ଟି ନେତ୍ରୀ ନିକି ହାଲି  । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ  । ଆମେରିକା ରାଜନୀତିରେ ଜଣେ ଚର୍ଚ୍ଚିତ ରାଜନେତା  । ଭାରତୀୟ ବଂଶୋଦ୍ଭବ ନିକି ଦୀର୍ଘ ଦିନ ଧରି ବିଶ୍ୱ ରାଜନିତୀରେ ନିଜର ନେତ୍ୃତ୍ୱ ଜାହିର କରିପାରିଛନ୍ତି  ।

କମଲା ହରିଷ

ଆମେରିକାରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ମହିଳା ଉପରାଷ୍ଟ୍ରପତି  । ଗୋରା ଦେଶରେ କଳା ମହିଳାଙ୍କ  ହାତରେ ଦେଶର ନେତୃତ୍ୱ  । କମଳା ଭାରତୀୟ ହୋଇଥିବା ବେଳେ ପିତିମାତା ଏବେ ମଧ୍ୟ ଭାରତରେ ରହୁଛନ୍ତି  ।

ଋଷି ସୁନକ୍

ବ୍ରିଟେନରେ ଭାରତୀୟଙ୍କ ରାଜ୍ । ଭାରତକୁ ୟୁକେରୁ ଦିଓ୍ୱାଲୀ ଭେଟି ।  ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଭାରତୀୟ ବଂଶୋଦ୍ଭବ ।  ପଞ୍ଜାବର ମୂଳ ବାସିନ୍ଦା ସୁନକ୍ ପରିବାର, ବିଗତ ତିନି ପିଢ଼ି ଧରି ବ୍ରିଟେନରେ ରହି ଆସୁଛନ୍ତି ।  ସାଉଥମ୍ପଟନରେ ରିଷିଙ୍କ ଜନ୍ମ। ଓ୍ୱିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ, ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଦର୍ଶନ ଓ ଅର୍ଥନୀତି ଶିକ୍ଷା ଏବଂ ଷ୍ଟାଣ୍ଡଫର୍ଡ଼  ୟୁନିଭର୍ସିଟିରୁ ଏମ୍ବିଏ ଶିକ୍ଷା ଅଧ୍ୟୟନ କରିଛନ୍ତି ସେ। ଇନ୍‌ଫୋସିସି ପ୍ରତିଷ୍ଠାତା ଏନ୍. ଆର୍. ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ସୁନକ।  ସୁନକଙ୍କୁ ଫେବୃଆରୀ ୨୦୨୦ରେ ଚାନ୍ସେଲର ଅଫ୍ ଦି ଏକ୍ସଚେକର୍ ଭାବେ ନିଯୁକ୍ତ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍।   ଏହା ତାଙ୍କର ପ୍ରଥମ ପୂର୍ଣ୍ଣ କ୍ୟାବିନେଟ୍ ପଦ ଥିଲା । ପରେ ସୁନକଙ୍କ ଲୋକପ୍ରିୟତା ଆଶାତୀତ ବୃଦ୍ଧି ପାଇଥିଲା । କରୋନା ଲକଡାଉନ ସମୟରେ ବିଚକ୍ଷଣ ଦୂରଦୃଷ୍ଟିସଂପନ୍ନ ଆର୍ଥିକ ପ୍ୟାକେଜ୍ ଘୋଷଣା କରି ସେ ସବୁ ବର୍ଗର ଆଦୃତି ସାଉଁଟି ପାରିଥିଲେ।\

ସୁଏଲା ବ୍ରାଭେରମାନ

ଗୋଆର ଝିଅ ସୁଏଲା ଆମେରିକାର ଉଚ୍ଚ ପଦରେ  । ସୁଏଲା ବ୍ରାବେରମାନ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଗୃହ ସଚିବ  । ଅର୍ଥାତ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରାଭେରମାନ୍  ।

ଲିଓ ଏରିକ୍ ଭରାଦକାର

ପୁଣି ଏକ ଦେଶର ମୁଖ୍ୟ ଭାରତୀୟ ବଂଶୋଦ୍ଭବ  । ଆୟରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଲିଓ ଏରିକ୍ ଭରାଦକାଦକାର ମଧ୍ୟ ବାରତୀୟ ବଂଶୋଦ୍ଭବ ଅଟନ୍ତି  । ତାଙ୍କ ପିତା ମୁମ୍ବାଇରେ ଜ୍ନମ ଗ୍ରହଣ କରିଥିବାବେଳେ ୧୯୬୦ ମସିହାରେ ସଂଯୁକ୍ତ ରାଷ୍ଟ୍ରକୁ ପଲାଇଥିଲେ  ।

ଆଣ୍ଟୋନିଓ କୋଷ୍ଟା

ପର୍ତ୍ତୁଗାଲର ପୂର୍ବତନ ପ୍ରଧାନମନ୍ତ୍ରୀ  ଆଣ୍ଟୋନିଓ କୋଷ୍ଟା । ୨୦୧୫ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିଲେ ଆଣ୍ଟୋନିଓ କୋଷ୍ଟା  । ଅଧା ବାରତୀୟ ଓ ଅଧା ପର୍ତ୍ତୁଗୀଜ ବୋଲି ଆଣ୍ଟୋନିଓ କୋଷ୍ଟାଙ୍କୁ କୁହାଯାଏ  । କାରଣ ଜୀବନର ଅର୍ଦ୍ଧାଧିକ ସମୟ ଭାରତରେ ଅତିବାହିତ କରିଛନ୍ତି ଆଣ୍ଟୋନିଓ  ।

ଅନିତା ଆନନ୍ଦ

କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଅନିତା ଆନନ୍ଦ  । ଅନିତାଙ୍କ ପିତା ମାତା ଭାରତର ଅଟନ୍ତି  । ପିତା ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିବାବେଲେ ମାଆଙ୍କ ରାଜ୍ୟ ପଞ୍ଜାବ  ।

 

ପ୍ରିୟଙ୍କା ରାଧାକ୍ରିଷ୍ଣନ୍

ପ୍ରିୟଙ୍କା ରାଧାକ୍ରିଷ୍ଣନ୍ ପ୍ରଥମ ଭାରତୀୟ ବଂଶୋଦ୍ଭବ ଯିଏ ନିଉଜଲ୍ୟାଣ୍ଡରେ କ୍ୟାବିନେଟ ମନ୍ତ୍ରୀ ରହିଥିଲେ । ବର୍ତ୍ତମାନ ସାମାଜିକ ଏବଂ ଭଲ୍ୟୁଣ୍ଟାରୀ ବିଭାଗରେ ରହିଛନ୍ତି  । ଚେନ୍ନାଇରେ ଜନ୍ମିତ ପ୍ରିୟଙ୍କାଙ୍କ ପିତାମାତା ମଲାୟାପାଲିରେ ରହି ଆସନ୍ତି

 

 

 

 

 

ଜୟନାରାୟଣଙ୍କୁ ସସ୍ମିତଙ୍କ ଜବାବ, ପୂର୍ବରୁ ତାହାଲେ ମ୍ୟାନେଜ ହେଉଥିଲେ..

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣଙ୍କ ମ୍ୟାନେଜ ମନ୍ତବ୍ୟକୁ ନେଇ ବର୍ଷିଛି ଶାସକ ଦଳ । ସାଂସଦ ସସ୍ମିତ ପାତ୍ର କହିଛନ୍ତି- ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜୟନାରାୟଣ ମାନିଛନ୍ତି ତାଙ୍କ ପୂର୍ବର ବିରୋଧୀଦଳ ନେତାମାନେ ଶାସକ ଦଳ ଦ୍ବାରା ମ୍ୟାନେଜ ହେଉଥିଲେ । କିନ୍ତୁ ସେ ମ୍ୟାନେଜ ହୋଇ ପାରୁନାହାନ୍ତି। ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପ ନେତା ବିଷ୍ଣୁ ସେଠୀ, ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଉଦାହରଣ ଦେଇ ସେ ସମାଲୋଚନା କରିଛନ୍ତି।

ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବର୍ତ୍ତମାନର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଚପଲ ମାଡ଼ କରାଇଥିଲେ ଜୟ ନାରାୟଣ। କିନ୍ତୁ ଆଜି ସମୀର ମହାନ୍ତି ନିରବ କାହିଁକି ବୋଲି କହିଛନ୍ତି ସସ୍ମିତ । ଯେତେବେଳେ ଦଳୀୟ ନେତା ତାଙ୍କ ନେତାଙ୍କ ବିରୋଧରେ ମିଡିଆ ଆଗରେ କହୁଛନ୍ତି ଏ ବାବଦରେ ସମୀର ମହାନ୍ତି ସ୍ପଷ୍ଟୀକରଣ ରଖନ୍ତୁ ଓ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ସସ୍ମିତ ।