ଜୟନାରାୟଣଙ୍କୁ ଅରୁଣଙ୍କ କଡ଼ା ଜବାବ, କହିଲେ ’5T ଏକ ପ୍ରଗତିଶୀଳ ଆନ୍ଦୋଳନ’

1 min read

ଭୁବନେଶ୍ୱର: 5T ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ ବିଜେଡିର କଡ଼ା ଜବାବ। 5T କ’ଣ, ସେକଥା ବୁଝି ଜୟନାରାୟଣ ଅବୁଝା ହେଉଥିବା କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ରାଜ୍ୟର ଯେକୌଣସି ଗାଁକୁ ଯିବେ ସେଠି ପ୍ରଗତିର ଲକ୍ଷଣ ଦେଖିବେ, ସେଇଟା ହିଁ 5T। ବିରୋଧୀ ଦଳ ନେତା 5Tକୁ ନେଇ ପାକିସ୍ତାନରେ ପହଞ୍ଚିଲେଣି । ଜାତୀୟ ପତାକାରେ ସବୁଜ ରଙ୍ଗ ରହିଛି । ବିରୋଧୀ ଦଳ ନେତା ସ୍କୁଲରେ ଲାଗିଥିବା ସବୁଜ ରଙ୍ଗ କଥା କେମିତି କହୁଛନ୍ତି ବୋଲି ଅରୁଣ ସାହୁ ପ୍ରଶ୍ନ କରିଛନ୍ତି ।

5Tକୁ ନେଇ ବିରୋଧୀ ଦଳ ନେତା ଯାହା କହୁଛନ୍ତି ସେଥିରେ ତାଳମେଳ ନାହିଁ । ବିଜେପି ଶାସିତ ରାଜ୍ୟର ଲୋକ ବି ଆସି 5Tକୁ ଅନୁକରଣ କରୁଛନ୍ତି । ଜୟନାରାୟଣଙ୍କୁ 5T ଭୂତ ଲାଗିଛି । 5T ଏକ ବିଚାରଧାରା । ସବୁ ନିର୍ବାଚନ ମଣ୍ଡଳୀରେ 5T ଜରିଆରେ ସ୍କୁଲ ରୂପାନ୍ତରଣ ହେଉଛି । 5T ଭୂତ ଛାଡ଼ନ୍ତୁ । ସବୁଜ ରଙ୍ଗ ଅଡ଼ୁଆ ଲାଗୁଥିଲେ ପରିବା ଖାଇବା ଛାଡ଼ି ଦିଅନ୍ତୁ ବୋଲି ଅରୁଣ ସାହୁ କହିଛନ୍ତି । 5T ଏକ ପ୍ରଗତିଶୀଳ ଆନ୍ଦୋଳନ ।