spot_img
Home Blog Page 3581

ମେଡିକାଲ ଏମରଜେନ୍ସି ଲାଗି ନ୍ୟୁୟର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଲଣ୍ଡନ ଡାଇଭର୍ଟ

ନୂଆଦିଲ୍ଲୀ: ନ୍ୟୁୟର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ମେଡିକାଲ ଏମର୍ଜେନସି ଲାଗି ଲଣ୍ଡନ ଗଲା ବିମାନ । ଲଣ୍ଡନର ହେଥ୍ରୋ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି । ଲଣ୍ଡନରେ ନନଷ୍ଟପ ଫ୍ଲାଇଟର ଜରୁରୁୀ ଅବତରଣ । ନରଓ୍ବେ ଆକାଶରୁ ଲଣ୍ଡନ ଗଲା ବିମାନ । ବିମାନରେ ୩୫୦ ଯାତ୍ରୀ ଥିବା ସୂଚନା ।

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦେଲେ ପକ୍ସୋ କୋର୍ଟ

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଲେ ଫୁଲବାଣୀ ପକ୍ସୋ କୋର୍ଟ । କାରାଦଣ୍ଡାଦେଶ ସହ ୪୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ । ଜୋରିମାନା ଅନାଦେୟ ଅଧିକ ଏକବର୍ଷ ୬ ମାସ ଅଧିକ ଜେଲ ନେଇ ଉଲ୍ଲେଖ କରାଯାଇଛି । ଏହାସହ ପୀଡିତାଙ୍କୁ 6 ଲକ୍ଷ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ସଞ୍ଜିତ କୁମାର ବେହେରା ।

୨୦୧୯ରେ ଘଟିଥିଲା ଘଟଣା । ଅଭିଯୁକ୍ତ ସୁନୀଲ ଦିଗାଲ୍ ନାବାଳିକାଙ୍କୁ ନିଜ ଗାଡ଼ିରେ ବୁଲାଇ ନେବାକୁ କହି ଘରେ ୧୦ ଦିନ ରଖି ଦୁଷ୍କର୍ମ କରିଥିଲେ l ପୀଡିତା କୌଶଳକ୍ରମେ ଖସି ଆସି ନିଜ ପରିବାରକୁ ଜଣାଇବା ପରେ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ l ରାଇକିଆ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ନବ ଦାସ ହତ୍ୟା ମାମଲା; ଗୋପାଳର ମେଡିକାଲ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନକୁ ଖାରଜ କଲେ କୋର୍ଟ

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ମାମଲା । ଅଭିଯୁକ୍ତ ଗୋପାଳ ଦାସର ପୁଣି ମେଡିକାଲ ଟେଷ୍ଟ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଝାରସୁଗୁଡା ଜେଏମଏଫସି କୋର୍ଟ । କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ କୁହାଯାଇଥିଲା ଗୋପାଳକୃଷ୍ଣର ମାନସିକ ରୋଗ ଥିବା ନେଇ ଇତିହାସ ରହିଛି । ପୂର୍ବରୁ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ନେଇ ଚାରି ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥିଲା ସ୍ବତନ୍ତ୍ର ମେଡିକାଲ ବୋର୍ଡ ।

ଏଥିରେ ଜଣେ ମନସ୍ତତ୍ତ୍ବବିତ, ମାନସିକସ୍ଥିତି ମୂଲ୍ୟାୟନ ବିଶେଷଜ୍ଞ ପ୍ରମୁଖ ସଦସ୍ୟ ଥିଲେ । ଏହି ବୋର୍ଡ ଝାରସୁଗୁଡା଼ରେ ଗୋପାଳର ଯାଞ୍ଚ କରିଥିଲା । ବୋର୍ଡ ମତ ଦେଇଥିଲା- ଗୋପାଳର ମାନସିକ ଅବସ୍ଥା ବିଷୟରେ ଜାଣିବା ପାଇଁ ଅଭିଯୁକ୍ତର ବିସ୍ତୃତ ପରୀକ୍ଷା ବାଙ୍ଗାଲୋର ନିମହାନ୍ସରେ କରିବାର ଆବଶ୍ୟକତା ରହିଛି । ତେବେ ତେବେ କ୍ରାଇମବ୍ରାଞ୍ଚର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

ସ୍ବାମୀ ଓ ଶାଶୂଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ସ୍ତ୍ରୀ

ଗୌଆହାଟୀ: ପୁଣି ଥରେ ଲୋମହର୍ଷକ ହତ୍ୟାକାଣ୍ଡ । ସ୍ବାମୀ ଓ ଶାଶୂଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ସ୍ତ୍ରୀ । ପରେ ଶରୀର ଖଣ୍ଡକୁ ଫ୍ରିଜରେ କଲା ପ୍ୟାକ । ଆସାମର ଗୁଆହାଟି ନୁନମାତିରେ ଘଟିଛି ବୀଭତ୍ସ ଘଟଣା । ପରକୀୟା ପ୍ରୀତି କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ବନ୍ଦନା କାଲିତା ନାମ୍ନୀ ଜଣେ ମହିଳା ତାଙ୍କ ସ୍ବାମୀ ଅମରଜ୍ୟୋତି ଦେ ଓ ଶାଶୂ ଶଙ୍କରୀ ଦେଙ୍କୁ ହତ୍ୟା କରିଥିବା କହିଛି ପୋଲିସ । ଏକ୍ଷେତ୍ରରେ ତାଙ୍କୁ ସହାୟତା କରିଥିଲା ପ୍ରେମିକ । ହତ୍ୟା ପରେ ସେମାନଙ୍କୁ ଖଣ୍ଡଖଣ୍ଡ କରିଦିଆଯାଇ ଖଣ୍ଡଗୁଡିକୁ ଫ୍ରିଜରେ ସେମାନେ ରଖିଦେଇଥିଲେ ।

ପରେ ଶରୀର ଅଂଶଗୁଡିକୁ ପଡୋଶୀ ମେଘାଳୟର ଚେରାପୁଞ୍ଜି ନିଆଯାଇ ସେଠାରେ ଫୋପଡା ଯାଇଥିଲା । ବଡ଼କଥା ହେଉଛି ଗତବର୍ଷ ଜୁଲାଇ ୨୬ରେ ପ୍ରେମିକ ସହ ମିଶି ବନ୍ଦନା ତାଙ୍କ ଶାଶୂଙ୍କୁ ହତ୍ୟା କରିଥିଲା । ପରେ ଅଗଷ୍ଟ ୧୭ରେ ସ୍ବାମୀ ଅମରଜ୍ୟୋତିଙ୍କୁ ହତ୍ୟା କରିଥିଲା । ହତ୍ୟା ପରେ ନିଜେ ବନ୍ଦନା ସେମାନଙ୍କ ନିଖୋଜ ସମ୍ପର୍କରେ ଏତଲା ଦେଇ ବାରମ୍ବାର ତଦନ୍ତ ସମ୍ପର୍କରେ ଦାବି କରିଥିଲା । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଶରୀର ଖଣ୍ଡ ଜବତ କରିଛି ।

ନୀତି ଆୟୋଗର ନୂତନ ସିଇଓ ହେଲେ ବିଭିଆର୍ ଶୁବ୍ରମଣ୍ୟମ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ବିଭିଆର୍ ଶୁବ୍ରମଣ୍ୟମଙ୍କୁ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ବର୍ତ୍ତମାନର ସିଇଓ ପରମେଶ୍ୱରନ ଆୟରଙ୍କ ସ୍ଥାନ ନେବେ ଶୁବ୍ରମଣ୍ୟମ । ସେହିପରି ଶୁବ୍ରମଣ୍ୟମଙ୍କୁ ବିଶ୍ୱ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି । ବିଶ୍ୱବ୍ୟାଙ୍କରେ ତାଙ୍କର କାର୍ଯ୍ୟକାଳ ୩ବର୍ଷ ରହିବ । ୧୯୮୮ ବ୍ୟାଚ୍ ଆଇଏଏସ୍ ଅଧିକାରୀ ବିଭିଆର୍ ଶୁବ୍ରମଣ୍ୟମ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ବିଭିଆର୍ ସୁବ୍ରମଣ୍ୟମ ମନମୋହନ ସିଂଙ୍କ ସରକାରରେ ପିଏମଓରେ ଜଏଣ୍ଟ ସେକ୍ରେଟାରୀ ମଧ୍ୟ ରହି ସାରିଛନ୍ତି । କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଶୁବ୍ରମଣ୍ୟମଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବାଠୁ ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିବ । ସୂଚନାଥାଉକି ପରମେଶ୍ୱରନ ଆୟର ୨୦୨୨ ଜୁଲାଇରେ ନିତି ଆୟୋଗର ସିଇଓ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସ୍ୱଚ୍ଛ ଭାରତ ମିଶନ ଆଧାରରେ ୨୦ ମିଲିୟନ ଡଲାରର କାର୍ଯ୍ୟକାରୀ କରିଥିଲେ । ଆୟର ଏବେ ବିଶ୍ୱବ୍ୟାଙ୍କର ଏଗଜିକ୍ୟୁଟିଭ ଡାଇରେକ୍ଟର କାର୍ଯ୍ୟଭାର ସମ୍ଭାଳିବେ । ରାଜେଶ କୁଲାରଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି । ରାଜେଶଙ୍କୁ ଏବେ ତାଙ୍କ କ୍ୟାଡର ରାଜ୍ୟ ହରିୟାଣାକୁ ପ୍ରତ୍ୟାବର୍ତ୍ତନ କରାଯାଇଛି ।

ଶାହଙ୍କୁ ଖାଲିସ୍ତାନୀ ନେତାଙ୍କ ଧମକ; ‘ଯାହା ଇନ୍ଦିରାଙ୍କ ସହ ହୋଇଥିଲା ତାହା କରିବୁ’

ଅମୃତସର: ଖାଲିସ୍ତାନ ନେତା ଏବଂ ୱାରିସ ପଞ୍ଜିବ ଦେ’ର ମୁଖିଆ ଅମୃତପାଳ ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ କହିଛନ୍ତି, ଯାହା ଇନ୍ଦିରାଙ୍କ ସହ ହୋଇଥିଲା ତାହା କରିବୁ । ପଞ୍ଜାବୀ ଫିଲ୍ମର ଅଭିନେତା ଏବଂ ଆକ୍ଟିଭିଷ୍ଟ ସିନ୍ଦୀପ ସିଂହ ଓରଫ ଦୀପ ସିଦ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ଖାଲିସ୍ତାନୀ ନେତା ଅମୃତପାଳ ଲୋକମାନଙ୍କୁ ସମ୍ବୋଧିତ କରି ଅତ୍ୟନ୍ତ ଉତ୍ତେଜିତ କଲାଭଳି ଭାଷଣ ଦେଇଥିଲେ । ଏହି ସମୟରେ ସେ କହିଥିଲେ, ପଞ୍ଜାବର ପିଲାଠୁ ବଡ଼ ଖାଲିସ୍ତାନର ବିଚାରଧାରାରେ ଅନୁପ୍ରାଣିତ ।

ଯାହାକୁ ଯାହା କରିବାର ଅଛି କର । ଆମେ ଆମର ହକ୍ ମାଗିଥାଉ, ଆମେ ଏହି ମାଟିରେ ରାଜ କରିଛୁ । ଏହି ମାଟିର ହକଦାର ହେଉଛୁ ଆମେ । ଏଥିରୁ ଆମକୁ କେହି ବି ପଛକୁ ହଟାଇ ପାରିବେନାହିଁ । ଶାହ, ମୋଦୀ ଏବଂ ଭଗୱନ୍ତ ମାନ ଆମକୁ ଅଟକାଇ ପାରିବେ ନାହିଁ । ସାରା ବିଶ୍ୱର ସୈନ୍ୟ ବି ଯଦି ଆସନ୍ତି ତେବେ ବି ଆମେ ଆମର ଦାବିରୁ ପଛକୁ ହଟିବୁ ନାହିଁ । ଅମୃତପାଳ ସରକାରଙ୍କ ଉପରେ ଆରୋପ ଲଗାଇଥିଲେ ଯେ, ଏଠାରେ ଆୟୋଜିତ ଅମୃତ ସଞ୍ଚାର ସାମଗମକୁ ରୋକିବା ପାଇଁ ସରକାର ଅନେକ ପ୍ରୟାସ କରିଥିଲେ ହେଲେ ସଫଳ ହୋଇ ପାରିନାହାନ୍ତି ।

ପୂର୍ବ ସରକାର ମଧ୍ୟ ଆମ ସମାଗମକୁ ରୋକିବାକୁ ପ୍ରୟାସ କରିଥିଲେ । ଆମ ସମାଗମକୁ ରୋକିବା ପାଇଁ ସରକାର ସବୁ ପ୍ରକାର ପ୍ରୟାସ କରିଥିଲେ ହେଲେ ସିଖମାନେ ତାଙ୍କର ମୁକାବିଲା କରିଥିଲେ । ସରକାର ଆମକୁ ଗିରଫ କରିବା ପାଇଁ କହୁଛନ୍ତି । ଆମେ ଜେଲରେ ମଧ୍ୟ ଅମୃତ ସଞ୍ଚାର କରିନେବୁ । ଯଦି ଆମକୁ ଜେଲ ଯାଇ ଧର୍ମର ପ୍ରଚାର କରିବାକୁ ପଡ଼େ ତେବେ ଆମେ ସେଥିପାଇଁ ପ୍ରସ୍ତୁତ ଅଛୁ କିନ୍ତୁ ସରକାର ଅଧିକ ଚାଲାକ ହେବାକୁ ଚେଷ୍ଟା ନକରନ୍ତୁ ବୋଲି ଚେତାବନୀ ଦେଇଛନ୍ତି ଅମୃତପାଳ ।

୧୦୫ ବର୍ଷୀୟ ବାପାଙ୍କୁ ଗୀତ ଗାଇ ଶୁଣାଇଲେ ୭୫ ବର୍ଷୀୟ ପୁଅ

ନୂଆଦିଲ୍ଲୀ: ବାପା ପୁଅଙ୍କ ଭିତରେ ସମ୍ପର୍କ ନିଆରା ହୋଇଥାଏ । ବାପା, ପୁଅ କିମ୍ବା ଝିଅମାନଙ୍କୁ ସିଧାସଳଖ ପ୍ରେମ ନ ଦେଖାଇଲେ ବି ମନ ଭତରେ ସବୁବେଳେ ଅଗାଢ ପ୍ରେମ ଭରିକି ଥାଏ । ବେଳେବେଳେ ବାପା ପୁଅଙ୍କ ବଣ୍ଡିଂର ଭିଡିଓ ଭାଇରାଲ ବି ହୁଏ ।

ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ବାପାଙ୍କ ପାଇଁ ପୁଅ ଗୀତ ଗାଉଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରରେ ଭାଇରାଲ ହେଉଥିବା ଭିଡିଓରେ ଯେଉଁ ବାପା ଏବଂ ପୁଅ ଅଛନ୍ତି ସେମାନଙ୍କ ବୟସ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ଭିଡିଓରେ ପୁଅଙ୍କ ବୟସ ହେଉଛି ୭୫ ବର୍ଷରୁ ଅଧିକ ଏବଂ ବାପାଙ୍କ ବୟସ ହେଉଛି ୧୦୫ ବର୍ଷରୁ ଅଧିକ । ବାପା ବେଡରେ ଶୋଇଥିଲାବେଳେ ପୁଅ ଗୀତ ଗାଇ ଶୁଣାଉଛନ୍ତି । ପ୍ରଥମେ ପୁଅ ବାପାଙ୍କ ପାଖରେ କିଛି ଗୋଟେ କହୁଛନ୍ତି, ତା ପରେ ସିଟି ବଜାଇ ଗୀତ ଗାଉଛନ୍ତି । କିଛି ସମୟ ପରେ ବାପା ମଧ୍ୟ କିଛି ଗୁଣୁଗୁଣୁ ହୋଇ କହୁଛନ୍ତି ।

୧୬ ଫେବୃଆରୀରେ ଟ୍ବିଟ ହୋଇଥିବା ଏହି ଭିଡିଓକୁ ବହୁ ୟୁଜର ରିଟ୍ବିଟ କରୁଛନ୍ତି । ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆଦିବାସୀ ମେଳା ଉଦଘାଟିତ; ଆଦିବାସୀଙ୍କ ଜୀବନଶୈଳୀ ଦେଖିବେ ରାଜଧାନୀବାସୀ

ଭୁବନେଶ୍ୱର: ଭୁବନେଶ୍ବର ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମହିଳାଙ୍କ ସହ ଫଟୋ ଉଠାଇଥିଲେ । ଷ୍ଟଲ୍ ବୁଲି ଆଦିବାସୀ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏହି ମେଳା ୧୫ ଦିନ ଧରି ଚାଲିବ । ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତି କରାଯାଇଛି । ଚଳିତ ଥର ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲରେ ଜନଜାତି ମାନେ ସେମାନଙ୍କ କଳା ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ ଆଦି ବିକ୍ରି କରିବେ । ମେଳା ପରିସରରେ ଥିବା ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଅପରାହ୍ଣ ସାଢ଼େ ୨ଟାରୁ ରାତି ୯ଟା ଯାଏ ମେଳା ଖୋଲା ରହିବ ।

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ କିଭକୁ ଆମେରିକା ରାଷ୍ଟ୍ରପତିଙ୍କ ସରପ୍ରାଇଜ୍ ଭିଜିଟ୍

କିଭ: ବିଶ୍ବକୁ ସରପ୍ରାଇଜ ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୟୁକ୍ରେନ ରାଜଧାନୀ କିବ୍କୁ ସୁପରପାଓ୍ବାର ପ୍ରେସିଡେଣ୍ଟଙ୍କ ଅଚାନକ ଭିଜିଟ୍ । ଗସ୍ତକାଳରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ବାଇଡେନ ହେଲେ କୋଳାକୋଳି । ଆସନ୍ତା ୨୪ରେ ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ବାଇଡେନଙ୍କ ଗସ୍ତକୁ ନେଇ ସସପେନ୍ସ । ଖୁବ ଶୀଘ୍ର ୟୁକ୍ରେନକୁ ଆମେରିକା ହାଇପ୍ରୋଫାଇଲ ଅସ୍ତ୍ର ଯୋଗାଇବା ଲାଗି ବାଇଡେନ ଦେଇଛନ୍ତି ପ୍ରତିଶ୍ରୁତି । ପୋଲାଣ୍ଡକୁ ତିନିଦିନିଆ ଗସ୍ତରେ ଯିବା ଅବସରରେ କିବରେ ଅବତରଣ କରିଥିଲେ ବାଇଡେନ । ହ୍ବାଇଟହାଉସ ପକ୍ଷରୁ କୁହାଯାଇଛି- ୟୁକ୍ରେନର ଗଣତନ୍ତ୍ର, ସାର୍ବଭୌମ ଓ ସୀମାଗତ ସଂହତି ପ୍ରସଙ୍ଗରେ ଆମେରିକା ସମ୍ପୂର୍ଣ୍ଣ ସମର୍ଥନ କରିବ ।

ୟୁକ୍ରେନ ଆକ୍ରମଣ ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାବିଥିଲେ ୟୁକ୍ରେନ ହେଉଛି ଏକ ଦୁର୍ବଳ ରାଷ୍ଟ୍ର ଓ ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ୟରେ ବିଭେଦ ରହିଛି । ମାତ୍ର ଏହା ଭୁଲ ପ୍ରମାଣିତ ହୋଇଛି । ବାଇଡେନ କହିଛନ୍ତି- ୟୁକ୍ରେନବାସୀଙ୍କୁ ସୁରକ୍ଷା ଦେବାଲାଗି ସେ ଅତ୍ଯାଧୁନିକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଆଣ୍ଟିଆର୍ମର ସିଷ୍ଟମ, ଏୟାର ସର୍ଭେଲାନ୍ସ ରାଡାର ଯୋଗାଣ ନେଇ ଘୋଷଣା କରିବେ । ୟୁକ୍ରେନକୁ ରକ୍ଷା କରିବା ଲାଗି ଆଟଲାଣ୍ଟିକରୁ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଯାଏ ବିଭିନ୍ନ ରାଷ୍ଟ୍ରଙ୍କୁ ଏକାଠି କରାଯାଉଛି । ପୋଲାଣ୍ଡ ଗସ୍ତରେ ଯାଇ ରାଷ୍ଟ୍ରପତି ଆନ୍ଦ୍ରେଜ ଡୁଡାଙ୍କ ସହ ଆଲୋଚନା କରିବେ ବାଇଡେନ ।

ତେଣେ ଜେଲେନସ୍କି କହିଛନ୍ତି- ଏହି ଯୁଦ୍ଧରେ ଋଷର ବିଜୟର କୌଣସି ସମ୍ଭାବନା ନାହିଁ । ଗତବର୍ଷ ଡିସେମ୍ବରରେ ଜେଲେନସ୍କି ଆମେରିକା ଗସ୍ତରେ ଯାଇଥିବାବେଳେ ଗତ ଜାନୁଆରୀରେ କିବରେ ଜେଲେନସ୍କିଙ୍କୁ ଭେଟିଥିଲେ କିଛି ଆମେରକୀୟ ସିନେଟର । ବର୍ଷେ ଧରି ଯୁଦ୍ଧରେ ୟୁକ୍ରେନର ୬ସହର ତଥା ୧୮ପ୍ରତିଶତ ଅଞ୍ଚଳ ନିଜ ଅକ୍ତିଆରକୁ ନେଇଛି ଋଷ । ଜାପୋରିଜିଆ, ମାରିୟୁପୋଲ, ମେଲିଟୋପୋଲ, ଲୁହାନସ୍କ ଆଦି ୬ସହରକୁ କବଜା କରିଛି ଋଷ ।

ସେପଟେ ଆସନ୍ତାକାଲି ଅନୁଷ୍ଠିତ ବେଲଜିୟମ ବ୍ରସଲେସରେ ଅନୁଷ୍ଠିତ ହେବ ୟୁରୋପୀୟ ରାଷ୍ଟ୍ରସଂଘ ଓ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ ବୈଠକ । ପ୍ରଥମ ଥର ଲାଗି ଏହି ବୈଠକରେ ସାମିଲ ହେବ ୟୁକ୍ରେନ । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ଏନେଇ ଇୟୁ ବୈଦେଶିକ ଓ ନିରାପତ୍ତା ନୀତି ମୁଖ୍ୟ ଯୋଶେପ ବୋରେଲ ଓ ନାଟୋ ମହାସଚିବ ଜେନସ୍ ଷ୍ଟଲଟନବର୍ଗଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି କୁଲେବା । ବୈଠକରେ ଇୟୁ ଓ ନାଟୋରେ ୟୁକ୍ରେନର ସଦସ୍ୟତା ପ୍ରସଙ୍ଗରେ ହେବ ଆଲୋଚନା ।

ଭାରତରେ ନିର୍ବାଚନ କମିଶନଙ୍କୁ ଭାଙ୍ଗି ଦିଆଯାଉ: ଉଦ୍ଧବ ଠାକରେ

ମୁମ୍ବାଇ:  ଭାରତର ନିର୍ବାଚନ କମିଶନଙ୍କୁ ଭାଙ୍ଗି ଦିଆଯାଉ । ଲୋକଙ୍କ ଦ୍ବାରା ଇସିଙ୍କୁ ନିର୍ବାଚିତ କରାଯାଉ ବୋଲି ଦାବି କରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ଉଦ୍ଧବ ଠାକରେ । ଏକନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନା ଦଳ ମାନ୍ୟତା ସହ ଧନୁ ଓ ତୀର ଚିହ୍ନ ମିଳିବା ମାମଲାରେ ଏହା କହିଛନ୍ତି ଉଦ୍ଧବ । ଏହି ମାମଲାରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିବା ଉଦ୍ଧବ କହିଛନ୍ତି- କୌଣସି ଏକ ଦଳର ଗୋଟିଏ ଗୋଷ୍ଠୀକୁ ଦଳର ନାମ ଓ ସଙ୍କେତ ସିଧାସଳଖ ଦେବା ଉଦାହରଣ ପୂର୍ବରୁ ବି ଘଟିଛି ।ଗଣତାନ୍ତ୍ରିକ ପ୍ରତିଷ୍ଠାନ ଜରିଆରେ ଗଣତନ୍ତ୍ରକୁ ଧ୍ବଂସ କରିବାରେ ବିଜେପି ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି ଉଦ୍ଧବ ।

ଆଜି ଯାହା ତାଙ୍କ କ୍ଷେତ୍ରରେ ଘଟିଳା ତାହା ଅନ୍ୟ କ୍ଷେତ୍ରରେ ବି ଘଟିବ । ଯଦି ସେହି ପ୍ରକ୍ରିୟା ଜାରି ରହିବ ତେବେ ୨୦୨୪ପରେ ଦେଶରେ କୌଣସି ଗଣତନ୍ତ୍ର ବା ନିର୍ବାଚନ ବ୍ୟବସ୍ଥା ରହିବ ନାହିଁ ବୋଲି ସେ କହିଛନ୍ତି । ନିଜର ପିଟିସନରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିବା ଲାଗି ପ୍ରାର୍ଥନା କରିଛନ୍ତି ଉଦ୍ଧବ । ପୂର୍ବରୁ ସୁପ୍ରିମକୋର୍ଟରେ ବି ଏହି ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସ୍ପଷ୍ଟ ଶୁଣାଣି କରିବା ଲାଗି ଏକ କାଭିଟ ଦାୟର କରିଥିଲେ ଏକନାଥ ସିନ୍ଦେ ।