ଇମ୍ରାନଙ୍କୁ ଅନ୍ତରୀଣ ସୁରକ୍ଷା ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା; ଆସନ୍ତାକାଲି ପର୍ଯ୍ୟନ୍ତ ଗିରଫ କରିପାରିବନି ପୋଲିସ

1 min read

ଇସଲାମାବାଦ: ଇମ୍ରାନଙ୍କୁ ସାମାନ୍ୟ ଆଶ୍ବସ୍ତି । ମୁଣ୍ଡ ଉପରେ ଗିରଫଦାରୀ ଖଣ୍ଡା ଝୁଲୁଥିବା ବେଳେ କୋର୍ଟରୁ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ସୁପ୍ରିମୋ ଇମ୍ରାନ ଖାନ୍ । ପ୍ରାୟ ୨୪ ଘଣ୍ଟା ଧରି ହାଇଡ୍ରାମା ପରେ ଆସନ୍ତାକାଲି ଦିନ ୧୦ଟା ଯାଏଁ ଇମ୍ରାନଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ଲାହୋର ହାଇକୋର୍ଟ । ୧୬ ମାର୍ଚ୍ଚ ସକାଳ ୧୦ଟା ପର୍ଯ୍ୟନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ କୋର୍ଟ ରୋକ ଲଗାଇଛନ୍ତି । ପୋଲିସର ଗିରଫ ପରଓ୍ବାନାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ପାକିସ୍ତାନ-ତେହରିକ-ଏ-ଇନସାଫ ନେତା ।

ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ଗିରଫ କରିବାକୁ ତାଙ୍କ ଜମାନ ପାର୍କସ୍ଥିତ ବାସଭବନରେ ପହଞ୍ଚିଥିଲା ପୋଲିସ । ପିଟିଆଇ ସମର୍ଥକଙ୍କ ବିକ୍ଷୋଭ ଯୋଗୁ ପୋଲିସ ଲାଠି ଚାର୍ଜ କରିବା ସହ ଓ୍ବାଟର କ୍ୟାନନ ଓ ଲୁହ ବୁହା ଗ୍ୟାସ ମାଡ କରିଥିଲା । ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ବେଳେ ସରକାରୀ ତୋଷଖାନାରୁ ଅନେକ ଦାମୀ ଗିଫ୍ଟ କମ୍ ଦାମରେ ବିକ୍ରି କରିଦେଇଥିଲେ । ଗତବର୍ଷ ଏହି ମାମଲାରେ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ କୋର୍ଟ ସମନରେ ହାଜର ନହେବାରୁ ତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିଥିଲେ କୋର୍ଟ ।