କଟକ: କଟକ ଅନ୍ଧ ମୁକ ବଧିର ବିଦ୍ୟାଳୟର ଛାତ୍ରଙ୍କ ଆତ୍ମହତ୍ୟା ସନ୍ଦେହ । କଟକ ବିଡାନାସି ଥାନା ଅନ୍ତର୍ଗତ ନୂଆସାହିରେ ଅଘଟଣ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ । ମୃତକ ଅଷ୍ଟମ ଶ୍ରେଣୀର ଛାତ୍ର ରାକେଶ ମହାପାତ୍ର । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ୍ । ଶବ ବ୍ୟବଛେଦ ପାଇଁ ଏସସିବି ମେଡାକାଲକୁ ପଠାଯାଇଛି । ରାକେଶ ଜଣେ ଭଲ ପିଲା । ତେବେ ସେ କାହିଁକି ଆତ୍ମହତ୍ୟା କଲା ସେନେଇ ଜାଣି ନଥିବା ଶିକ୍ଷୟିତ୍ରୀ କହିଛନ୍ତି । ସେପଟେ ବିଦ୍ୟାଳୟ ପକ୍ଷରୁ ଅବହେଳା ପାଇଁ ରାକେଶ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସାଢେ ୬ କୋଟି ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଗିରଫ
ଭୁବନେଶ୍ୱର: ଗ୍ରାମୀଣ ରୋଗଗାର କଲ୍ୟାଣ ସଂସ୍ଥାନ ନାଁରେ ଫେକ୍ ଓ୍ବେବସାଇଟ ତିଆରି କରି ସାଢେ 6 କୋଟି ଠକେଇ ଘଟଣା । ମୁଖ୍ୟ ଅଭିଯୁକ୍ତ ଧରମପାଲ ସିଂହ ର ସହଯୋଗୀ ଜୟରାମ ତିଓ୍ବାରୀ ଗିରଫ । ଭୁବନେଶ୍ୱରରୁ ଗିରଫ କଲା EOW । ଧର୍ମପାଲଙ୍କ ଜାମିନ କଥା ବୁଝିବାକୁ ଆସିଥିବା ବେଳେ ସନ୍ଦେହ କରି ମାଡି ବସିଲା EOW । ଗ୍ରାମୀଣ ରୋଗଗାର କଲ୍ୟାଣ ସଂସ୍ଥାନ ଆକାଉଣ୍ଟରୁ ଜୟରାମଙ୍କ ଆକାଉଣ୍ଟକୁ ୩୫ ଲକ୍ଷ ୮୩ ହଜାର ଟଙ୍କା ଆସିଥିବା ତଦନ୍ତ ବେଳେ ଜଣାପଡ଼ିଛି ।
ଜବ ରାକେଟରେ ଧର୍ମପାଲ ଏକାଧିକ ସହଯୋଗୀ ଏବେ ଫେରାର ଅଛନ୍ତି । ଜୟରାମ ଠାରୁ ସଂସ୍ଥା ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ କାଗଜପତ୍ର ଜବତ ହୋଇଛି । ଫେସବୁକ ଓ ସାମାଜିକ ଗଣମାଧ୍ୟମକୁ ବିଜ୍ଞପନ ଦେଇଥିବା ଟଙ୍କା ବାବଦରେ ମଧ୍ୟ କାଗଜପତ୍ର ଜବତ କରିଛି EOW । ଗତକାଲି ଧରମପାଲକୁ କୋର୍ଟରେ ହାଜର କରିବା ପରେ ୫ ଦିନ ରିମାଣ୍ଡରେ ଆଣିବା ପାଇଁ ଭୁବନେଶ୍ବର SDJMଙ୍କ କୋର୍ଟରେ ଆବେଦନ କରିଛି EOW । ଆଜି ଜୟରାମଙ୍କୁ କୋର୍ଟ ଚାଲାଣ କଟିଛି EOW । ଜୟରାମଙ୍କୁ ମଧ୍ୟ ରିମାଣ୍ଡରେ ଆଣି ମୁହାଁ ମୁହିଁ ଜେରା କରିବ EOW ।
ବାଲେଶ୍ବର ଫାମିଲି କୋର୍ଟ ହତା ପାଲଟିଲା ରଣକ୍ଷେତ୍ର, ଛାଡ଼ପତ୍ର ମାମଲା ବିଚାର ବେଳେ ମାରପିଟ୍
ବାଲେଶ୍ବର: ବାଲେଶ୍ବର ପରିବାର ଅଦାଲତ ପରିସର ପାଲଟିଲା ରଣକ୍ଷେତ୍ର । ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ଦମ୍ପତିଙ୍କ ମାରପିଟ୍ । ସ୍ବାମୀ ରତିକାନ୍ତଙ୍କ ହ୍ୟାଲିମେଟ୍ ମାଡ଼ରେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହେଲେ ସ୍ତ୍ରୀ ରଶ୍ମିରେଖା । ଚାନ୍ଦିପୁର ଥାନା ମଝିକିଆ ଗାଁର ରତିକାନ୍ତ ପାଣିଗ୍ରାହୀ ଓ ରଶ୍ମିରେଖା ପାଣିଗ୍ରାହୀଙ୍କର ଗତ ୩ ବର୍ଷ ପୂର୍ବେ ବିବାହ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ପରିବାର ଅଦାଲତରେ ଛାଡପତ୍ର ମାମଲା ଦାୟର କରାଯାଇଥିଲା । ମାମଲା ବିଚାରାଧୀନ ଥିବା ବେଳେ ଆଜି କୌଣସି କାରଣରୁ ଉଭୟେ କୋର୍ଟ ପରିସର ଆଗରେ ହାତାହାତି ହୋଇଥିଲେ । ଉଭୟଙ୍କ ମଧ୍ୟରେ ବଚସା ଓ ମାରପିଟ୍ ଏତେ ଜୋର ହୋଇଥିଲା ଯେ ରତିକାନ୍ତ ରଶ୍ମୀରେଖାଙ୍କୁ ହେଲିମେଟରେ ମୁଣ୍ଡକୁ ମାରିଥିଲେ । ଫଳରେ ରଶ୍ମୀରେଖା ଅଚେତ ହୋଇପଡ଼ିଥିଲେ ।
ମାନସିକ ଭାରସାମ୍ୟ ହରାଇଛନ୍ତି ବିରୋଧୀ ଦଳ ନେତା: ସସ୍ମିତ ପାତ୍ର
ଭୁବନେଶ୍ୱର: ମାନସିକ ଭାରସାମ୍ୟ ହରାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ତାଙ୍କର ତୁରନ୍ତ ଚିକିତ୍ସା ହେବା ଦରକାର । ଦୁଇ ଜଣ ଜଣାଶୁଣା ବ୍ୟକ୍ତିବିଶେଷଙ୍କୁ ନବକିଶୋର ଦାସ ହତ୍ୟା ମାମଲାରେ ଆଙ୍ଗୁଳି ଦେଖାଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି । ସେମାନେ ଅନବରତ ରାଜ୍ୟର ବିକାଶ ପାଇଁ କାମ କରୁଛନ୍ତି ବୋଲି ସସ୍ମିତ ପାତ୍ର କହିଛନ୍ତି ।
ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ଟୁଇଟ କରି ସମାଲୋଚନା କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଜୟନାରାୟଣଙ୍କ ମନ୍ତବ୍ୟକୁ ପାଗଳର ପ୍ରଳାପ ବୋଲି କହିଛନ୍ତି ଅମର ।
ଇନ୍ଦିରା ଗାନ୍ଧି ମୋ ବାପାଙ୍କୁ ପଦରୁ ହଟାଇ ଦେଇଥିଲେ; ପୂରୁଣା କଥା ବଖାଣିଲେ ବିଦେଶ ମନ୍ତ୍ରୀ ଜୟଶଙ୍କର
ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ସାକ୍ଷାତକାରରେ ଇନ୍ଦିରା ଗାନ୍ଧି ଏବଂ ରାଜିବ ଗାନ୍ଧି ପ୍ରଧାନମନ୍ତ୍ରୀ ରହିବା ସମୟରେ ନିଜ ବାପାଙ୍କ ସହ ହୋଇଥିବା ଅନ୍ୟାୟ ସମ୍ପର୍କରେ ପ୍ରଥମ ଥର ପାଇଁ ମୁଁହ ଖୋଲିଛନ୍ତି । ଜୟଶଙ୍କର କହିଛନ୍ତି ଯେ, ମୋ ବାପା ଡା. କେ ସୁବ୍ରମଣ୍ୟମ କ୍ୟାବିନେଟ୍ ସଚିବ ଥିଲେ, କିନ୍ତୁ ୧୯୮୦ରେ ଯେବେ ଇନ୍ଦିରା ଗାନ୍ଧି ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇ କ୍ଷମତାକୁ ଆସିଥିଲେ, ତେବେ ସର୍ବପ୍ରଥମେ ମୋ ବାପାଙ୍କୁ ପଦରୁ ହଟାଇ ଦେଇଥିଲେ । ମୋ ବାପା ବହୁତ ସଚ୍ଚୋଟ ବ୍ୟକ୍ତି ଥିଲେ ଏବଂ ବୋଧହୁଏ ଏହି କାରଣରୁ ତାଙ୍କୁ ସମସ୍ୟା ହେଉଥିଲା ।
ସେ ଏହା ପରେ କେବେ ବି ସଚିବ ହୋଇ ପାରିନଥିଲେ । ରାଜିବ ଗାନ୍ଧିଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟ ମୋ ବାପାଙ୍କଠାରୁ ଜୁନିୟର ଅଧିକାରୀଙ୍କୁ କ୍ୟାବିନେଟ୍ ସଚିବ କରାଯାଇଥିଲା । ନ୍ୟୁଜ ଏଜେନ୍ସି ଏଏନଆଇକୁ ଦେଇଥିବା ଇଣ୍ଟରଭ୍ୟୁରେ ଜୟଶଙ୍କର ପରିବାର, ନରେନ୍ଦ୍ର ମୋଦିଙ୍କ ସହ ପ୍ରଥମ ଭେଟ, ବ୍ୟୁରୋକ୍ରେସିରୁ ରାଜନୀତି ପର୍ଯ୍ୟନ୍ତ ଯାତ୍ରା ସମେତ ଅନେକ ବଡ଼ ପ୍ରସଙ୍ଗ ସମ୍ପର୍କରେ ଖୋଲା ଖୋଲି ଭାବେ କହିଥିଲେ । ସେ ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଉଥିବା ବିଦେଶୀ ମିଡିଆ, କଂଗ୍ରେସ ପାର୍ଟି, ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ, ଆମେରିକୀୟ ବିଜନେସମ୍ୟାନ ଜର୍ଜ ସୋରୋସଙ୍କ ବୟାନର ଟାଇମିଙ୍ଗ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।
ଚୀନର ପ୍ରସଙ୍ଗ ଉପରେ ରାହୁଲ ଗାନ୍ଧି ଏବଂ କଂଗ୍ରେସର ପ୍ରଶ୍ନର ଜବାବ ଦେଇ ଜୟଶଙ୍କର କହିଥିଲେ, ଆମ ଉପରେ ଆରୋପ ଲାଗୁଛି ଯେ ଆମେ ଚୀନକୁ ଡରୁଛୁ, ତାର ନାଁ ମଧ୍ୟ ନେବାକୁ ଡରୁଛୁ । ମୁଁ କହିଦେବାକୁ ଚାହେଁ ଯେ ଆମେ ଚୀନକୁ ଡରୁନାହୁଁ । ଯଦି ଆମେ ଡରୁଛୁ ତେବେ ଭାରତୀୟ ସେନାକୁ ଚୀନ ସୀମାକୁ କିଏ ପଠାଇଥିଲା? ଏ ସେନା ରାହୁଲ ଗାନ୍ଧି ପଠାଇନଥିଲେ, ନରେନ୍ଦ୍ର ମୋଦି ପଠାଇଥିଲେ । ଜୟଶଙ୍କର କହିଥିଲେ, କଂଗ୍ରେସ ଏବଂ ବିରୋଧୀ ଦଳ ଆରୋପ ଲଗାଉଛନ୍ତି ଯେ ଲଦ୍ଦାଖରେ ପେଙ୍ଗୟାଙ୍ଗ ହ୍ରଦ ପାଖରେ ଚୀନ ବ୍ରୀଜ ନିର୍ମାଣ କରୁଛି ।
ମୁଁ ଆପଣଙ୍କୁ କହି ରଖିବାକୁ ଚାହେଁ ଯେ ଏହି ଅଞ୍ଚଳ ୧୯୬୨ରୁ ଚୀନର ଅବୈଧ କବଜାରେ ରହିଛି । ବର୍ତ୍ତମାନ ଭାରତୀୟ ଇତିହାସର ସବୁଠୁ ବଡ଼ ପିସ୍ ଟାଇମ ଡିପ୍ଲୋମେଣ୍ଟ ଚୀନ ସୀମାରେ ନିୟୋଜିତ ଅଛି । ଏବଂ ଦୟାକରି ଆପଣ ଏହି କଥାକୁ ନୋଟ କରନ୍ତୁ, ମୁଁ ଚୀନ୍ କହିଛି । ଏଥିସହ ସେ କହିଥିଲେ ଯଦି ରାହୁଲଙ୍କ ପାଖରେ ଚୀନ୍ ସମ୍ପର୍କରେ ଅଧିକ ଜ୍ଞାନ ଏବଂ ବୁଦ୍ଧିମତା ଅଛି ତେବେ ମୁଁ ତାଙ୍କ କଥା ଶୁଣିବା ପାଇଁ ପ୍ରସ୍ତୁତ ଅଛି ।
ନୂଆରୂପ ପାଇଛି ଉତ୍କଳମଣିଙ୍କ ଜନ୍ମମାଟି, ୨୩ରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ପୁରୀ: ନୂଆରୂପ ପାଇଛି ଉତ୍କଳମଣୀଙ୍କ ଜନ୍ମମାଟି । ଐତିହାସିକ ଗ୍ରାମରେ ହୋଇଛି ରୂପାନ୍ତର । ଗୋପବନ୍ଧୁଙ୍କ ଜନ୍ମସ୍ଥାନକୁ ମିଳିଛି ସ୍ବତନ୍ତ୍ର ପରିଚୟ । ୨୩ ତାରିଖରେ ପୂନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ମଧ୍ୟରେ ଗୋପବନ୍ଧୁଙ୍କ ଜନ୍ମ ପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣୀଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି, ଷଠିଘର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଯାହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଗ୍ରାମବାସୀ ବେଶ ଉତ୍ସାହିତ ଥିବାବେଳେ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ଘରେ ଥିବା ସେହି ଢିଙ୍କି, ଲଣ୍ଠନ, ଲୋଟା, ଖଟ, ସବୁକିଛି ଉତ୍କଳମଣୀଙ୍କ ସ୍ମୃତିକୁ ତାଜା କରୁଛି । ଘରକର ସବୁ ବସ୍ତୁକୁ ଅତି ସୁନ୍ଦରଭାବେ ସଜାଇ ରଖାଯାଇଛି । ଜନ୍ମମାଟିର ପରିବେଶକୁ ଉନ୍ନତି କରାଯାଇଥିବା ବେଳେ ଗ୍ରାମରେ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ସବୁ ସ୍ଥାନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସୁଆଣ୍ଡୋ ବିକାଶ ଗୋପବନ୍ଧୁଙ୍କ ଜନ୍ମମାଟିକୁ ଏକ ସ୍ବତନ୍ତ୍ର ପରିଚୟ ଦେବ ବୋଲି ଆଶା କରିଛନ୍ତି ସ୍ଥାନୀୟ ଲୋକେ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବିକାଶମୂଳକ କାର୍ଯ୍ୟ ମଧ୍ୟରୁ ଉତ୍କଳମଣୀ ଗୋପବନ୍ଧୁଙ୍କ ପୀଠ ସୁଆଣ୍ଡୋର ବିକାଶ ଓଡ଼ିଶାର ବରପୁତ୍ରଙ୍କ ପାଇଁ ଏକ ପ୍ରମୁଖ ଅବଦାନ ।

