ଭଦ୍ରକ : ମାରିଦେଲେ କୋଇଲା ମାଫିଆ । ବେଆଇନ କୋଇଲା କାରବାରକୁ ବିରୋଧ କରିବାରୁ ଗାଡ଼ି ଚଢ଼ାଇଦେଲେ ମାଫିଆ । ମୃତକ ହେଲେ ଭଦ୍ରକ ବାହାବଲପୁର କହ୍ନେଇ ବିନ୍ଧା ଗାଁର ଶରତ ବାରିକ । ଘଟଣାରେ ଉତ୍ତ୍ୟକ୍ତ ଲୋକ କୋଇଲା ବୋଝେଇ ଗାଡ଼ି ଓ ଜେସିବି ଅଟକ ରଖିବା ସହ ମାଫିଆଙ୍କ ଗାଡ଼ି ଜାଳି ଦେଇଛନ୍ତି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନା ଦୋହରା ସାହିରେ ଘଟିଛି ଏଭଳି ଅଘଟଣ । ଗତକାଲି ବେଆଇନ କୋଇଲା କରବାରକୁ ବିରୋଧ କରିବାରୁ କୋଇଲା ମାଫିଆ ମାନେ ଶରତଙ୍କୁ ଗାଡି ଚଢାଇ ମାରି ଦେଇଥିବା ଅଭିଯୋଗ ହୋଇଛି ।
ସମ୍ବଲପୁର ବାମରାରେ ପୁଣି ଟ୍ରେନ୍ ଷ୍ଟ୍ରାଇକ୍
ସମ୍ବଲପୁର : ସମ୍ବଲପୁର ବାମରାରେ ପୁଣି ରେଳରୋକ । ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ସକାଳ ୬ଟାରୁ ଆରମ୍ଭ ହୋଇଛି ଟ୍ରେନ୍ ଷ୍ଟ୍ରାଇକ୍ । ବାମରା ରେଳ କ୍ରିୟାନୁଷ୍ଠାନ କମିଟି ତରଫରୁ ରେଳରୋକ ହୋଇଥିବାବେଳେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ଶହ ଶହ ମହିଳା ପୁରୁଷ । ବିଶେଷ କରି ୧୨ ଗୋଟି ଏକ୍ସପ୍ରେସ ଟ୍ରେନ୍ ରହଣି ଦାବିରେ ଆରମ୍ଭ ହୋଇଛି ଆନ୍ଦୋଳନ ।
ଓଡ଼ିଶା ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି ଗଣଦୌଡ
ଭୁବନେଶ୍ସବର : ସମବାୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି ଗଣଦୌଡ । 250 ଜଣ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ । ମାଷ୍ଟର କ୍ୟାଣ୍ଟିନରୁ ମାରାଥନ ଆରମ୍ଭ ହୋଇ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ମୁଖ୍ୟ ଶାଖା ପର୍ଯ୍ୟନ୍ତ ଯାଇଥିଲା । ରାଜ୍ୟ ସମବାୟ ବିଭାଗର ସମସ୍ତ କାର୍ଯ୍ୟକ୍ରମ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ପାରିବ । ଏହି ଲକ୍ଷ୍ୟ ନେଇ ଏହି ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟସ୍ତରୀୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ପାଳୁଛି ଓଡ଼ିଶା ରାଜ୍ୟ ସମବାୟ ବିଭାଗ । ଏହି ଅବସରରେ ଏକ ରାଜ୍ୟସ୍ତରୀୟ ଗଣଦୌଡ଼ର ଆୟୋଜିତ ହୋଇଛି । ମାରାଥନରେ ସାମିଲ ହେବାକୁ 250 ପ୍ରତିଯୋଗୀ ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚିଥୁିଲେ ।
ଦିଲ୍ଲୀରେ ହେବାକୁ ଥିବା ମେୟର ନିର୍ବାଚନ ପାଇଁ ଭୋଟିଂ ହେବ
ଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମେୟର ନିର୍ବାଚନ ପାଇଁ ଭୋଟିଂ ହେବ । ଫେବୃଆରୀ ୨୨ରେ ମେୟର ନିର୍ବାଚନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରସ୍ତାବ ଦେଇଥିଲେ । ଏହାକୁ ଉପ ରାଜ୍ୟପାଳ ଭିକେ ସକ୍ସେନା ମାନି ନେଇଛନ୍ତି । ଆଜି ଦିନ ୧୧ଟାରେ ଏମସିଡି ସଦନରେ ନବ ନିର୍ବାଚିତ ସଦସ୍ୟମାନେ ମେୟର ନିର୍ବାଚନ ପାଇଁ ଭୋଟ ଦେବେ । ଅଢ଼େଇ ମାସ ହେଲା ଏମସିଡିକୁ ନୂଆ ସଦସ୍ୟମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ଏଯାଏ ମେୟର ପଦ ପୂରଣ ହୋଇପାରିନି। ଉପ ରାଜ୍ୟପାଳ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ଭୋଟ ଦେବାର ଅଧିକାର ଦେଇଥିବାରୁ ଏହାକୁ ଆପ୍ ସଦସ୍ୟମାନେ ବିରୋଧ କରିଥିଲେ । ଏଥିପାଇଁ ମେୟର ନିର୍ବାଚନ ବାରମ୍ବାର ସ୍ଥଗିତ ହେଉଥିଲା । ଶୁକ୍ରବାର ସୁପ୍ରିମକୋର୍ଟ ତୁରନ୍ତ ମେୟର ନିର୍ବାଚନ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ଉପ ରାଜ୍ୟପାଳଙ୍କ ଦ୍ବାରା ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟରେ ଆପ୍ର ଏହି ବଡ଼ ବିଜୟ ପରେ ଆଜି ମେୟର ନିର୍ବାଚନ ପାଇଁ ଭୋଟିଂ ହେବ । ମେୟର ନିର୍ବାଚନ ଶେଷ ହେବା ପରେ ଡେପୁଟି ମେୟର ଓ ୬ ଜଣିଆ ଷ୍ଟାଣ୍ଡିଂ କମିଟି ପାଇଁ ଭୋଟ ହେବ । ଆଜି ହିଁ ସବୁ ପଦଗୁଡ଼ିକର ନିର୍ବାଚନ ଶେଷ ହେବ ।
ତତଲା କଢେଇରେ ଭାଜିହେବ ଓଡ଼ିଶା… ରାଜ୍ୟରେ ଏବେଠୁ ଉପରମୁହାଁ ହେଲାଣି ପାରଦ
ଭୁବନେଶ୍ବର : ରାଜ୍ୟରେ ଏବେଠୁ ଉପରମୁହାଁ ହେଲାଣି ପାରଦ । ପ୍ରବଳ ଖରା ସହ ବହୁଛି ଝାଞ୍ଜି ପବନ । ଧିରେ ଧିରେ ରାଜ୍ୟର ଉତ୍ତପ୍ତ ସହର ପାଲଟୁଛି ରାଜଧାନୀ ଭୁବନେଶ୍ବର । ନଭେମ୍ବର ମାସଠାରୁ ବର୍ଷା ହୋଇନଥିବା ବେଳେ ମାଟି ଶୁଷ୍କ ରହିଛି । ସାମୁଦ୍ରିକ ବାୟୁ ସ୍ଥଳଭାଗକୁ ପ୍ରବାହ ନହେବାରୁ ବାୟୁମଣ୍ଡଳରେ ଜଳୀୟବାଷ୍ପ ନାହିଁ । ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟଙ୍କ ତେଜ୍ କିରଣ ମାଟି ଉପରେ ପଡିବାରୁ ତାପମାତ୍ରା ବଢିବା ସହ ସହର ମଧ୍ୟରେ ଗରମ ପବନ ପ୍ରବାହିତ ହେଉଛି । ଆଗମୀ ଦିନରେ ସ୍ବାଭାବିକଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ । ଉପକୂଳରେ ୪୦ଡିଗ୍ରୀ ତାପମାତ୍ରା ଛୁଇଁବାର ସମ୍ଭାବନା ରହିଛି । ଗତ ୨୦୨୧ରେ ବିଶ୍ବର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଥିଲା ଭୁବନେଶ୍ବର । ଏଥର ମଧ୍ୟ ଭୁବନେଶ୍ବର ସମେତ ବାରିପଦା, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, ଟିଟିଲାଗଡ ବିଶ୍ବ ତଥା ଦେଶର ଉତ୍ତପ୍ତ ସହର ହେବା ଆଶଙ୍କା ରହିଛି ।
ଅନ୍ଧ ମୁକ ବଧିର ବିଦ୍ୟାଳୟର ଛାତ୍ରଙ୍କ ଆତ୍ମହତ୍ୟା ସନ୍ଦେହ
କଟକ: କଟକ ଅନ୍ଧ ମୁକ ବଧିର ବିଦ୍ୟାଳୟର ଛାତ୍ରଙ୍କ ଆତ୍ମହତ୍ୟା ସନ୍ଦେହ । କଟକ ବିଡାନାସି ଥାନା ଅନ୍ତର୍ଗତ ନୂଆସାହିରେ ଅଘଟଣ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ । ମୃତକ ଅଷ୍ଟମ ଶ୍ରେଣୀର ଛାତ୍ର ରାକେଶ ମହାପାତ୍ର । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ୍ । ଶବ ବ୍ୟବଛେଦ ପାଇଁ ଏସସିବି ମେଡାକାଲକୁ ପଠାଯାଇଛି । ରାକେଶ ଜଣେ ଭଲ ପିଲା । ତେବେ ସେ କାହିଁକି ଆତ୍ମହତ୍ୟା କଲା ସେନେଇ ଜାଣି ନଥିବା ଶିକ୍ଷୟିତ୍ରୀ କହିଛନ୍ତି । ସେପଟେ ବିଦ୍ୟାଳୟ ପକ୍ଷରୁ ଅବହେଳା ପାଇଁ ରାକେଶ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସାଢେ ୬ କୋଟି ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଗିରଫ
ଭୁବନେଶ୍ୱର: ଗ୍ରାମୀଣ ରୋଗଗାର କଲ୍ୟାଣ ସଂସ୍ଥାନ ନାଁରେ ଫେକ୍ ଓ୍ବେବସାଇଟ ତିଆରି କରି ସାଢେ 6 କୋଟି ଠକେଇ ଘଟଣା । ମୁଖ୍ୟ ଅଭିଯୁକ୍ତ ଧରମପାଲ ସିଂହ ର ସହଯୋଗୀ ଜୟରାମ ତିଓ୍ବାରୀ ଗିରଫ । ଭୁବନେଶ୍ୱରରୁ ଗିରଫ କଲା EOW । ଧର୍ମପାଲଙ୍କ ଜାମିନ କଥା ବୁଝିବାକୁ ଆସିଥିବା ବେଳେ ସନ୍ଦେହ କରି ମାଡି ବସିଲା EOW । ଗ୍ରାମୀଣ ରୋଗଗାର କଲ୍ୟାଣ ସଂସ୍ଥାନ ଆକାଉଣ୍ଟରୁ ଜୟରାମଙ୍କ ଆକାଉଣ୍ଟକୁ ୩୫ ଲକ୍ଷ ୮୩ ହଜାର ଟଙ୍କା ଆସିଥିବା ତଦନ୍ତ ବେଳେ ଜଣାପଡ଼ିଛି ।
ଜବ ରାକେଟରେ ଧର୍ମପାଲ ଏକାଧିକ ସହଯୋଗୀ ଏବେ ଫେରାର ଅଛନ୍ତି । ଜୟରାମ ଠାରୁ ସଂସ୍ଥା ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ କାଗଜପତ୍ର ଜବତ ହୋଇଛି । ଫେସବୁକ ଓ ସାମାଜିକ ଗଣମାଧ୍ୟମକୁ ବିଜ୍ଞପନ ଦେଇଥିବା ଟଙ୍କା ବାବଦରେ ମଧ୍ୟ କାଗଜପତ୍ର ଜବତ କରିଛି EOW । ଗତକାଲି ଧରମପାଲକୁ କୋର୍ଟରେ ହାଜର କରିବା ପରେ ୫ ଦିନ ରିମାଣ୍ଡରେ ଆଣିବା ପାଇଁ ଭୁବନେଶ୍ବର SDJMଙ୍କ କୋର୍ଟରେ ଆବେଦନ କରିଛି EOW । ଆଜି ଜୟରାମଙ୍କୁ କୋର୍ଟ ଚାଲାଣ କଟିଛି EOW । ଜୟରାମଙ୍କୁ ମଧ୍ୟ ରିମାଣ୍ଡରେ ଆଣି ମୁହାଁ ମୁହିଁ ଜେରା କରିବ EOW ।

