ଭୁବନେଶ୍ବର : ଆଜି ପଡ଼ିବ ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ । ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା । ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡା,ମାଲକାନଗିରି, କନ୍ଧମାଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝରକୁ ସତର୍କତା ଜାରି ହୋଇଛି । ବାକି ୨୦ ଜିଲ୍ଲାରେ ବି ଘଡଘଡି ବିଜୁଳି ସହ ବର୍ଷାର ପ୍ରଭାବ ରହିବ ।

ସେହିପରି ଆସନ୍ତାକାଲି ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ଷା ସହିତ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ବହିବ ପବନ । କିଛି ସ୍ଥାନରେ କୁଆପଥର ବୃଷ୍ଟି ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର କହିଛି । ଝଡବର୍ଷା ଏବଂ ଘଡଘଡି ବିଜୁଳି ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।