ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଯିବେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ

1 min read

ନବରଙ୍ଗପୁର :  ଆଜିଠୁ ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ 5T ସଚିବ ଭି.କେ ପାଣ୍ଡିଆନ । ଜୟପୁର ଏୟାରପୋର୍ଟରେ ପହଞ୍ଚି ନବରଙ୍ଗପୁର ଯିବେ ଫାଇଭଟି ସଚିବ । ପ୍ରଥମେ ସର୍କିଟ ହାଉସରେ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ଓ ବିଭିନ୍ନ ସମ୍ପ୍ରଦାୟର ଦାବି ସମ୍ପର୍କରେ ଆଲୋଚନା କରିବେ ।

ଜିଲ୍ଲାର ବିକାଶ ଓ କ’ଣ ସବୁ ଅସୁବିଧା ରହିଛି ? କଣ କରାଗଲେ ଅଧିକରୁ ଅଧିକ ବିକାଶ ହୋଇପାରିବ ? ସେନେଇ ଆଲୋଚନା କରିବେ। ପରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଦର୍ଶନ କରିବେ ଫାଇଭ-ଟି ସଚିବ।

ଟିରଲି ଆମଗୁଡ଼ାଠାରେ ଅନ୍ମେସା ହଷ୍ଟେଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ରାତ୍ରୀ ଭୋଜନ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତକାଲି ବିଭିନ୍ନ ଦର୍ଶନୀୟ ସ୍ଥାନ ସହ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରିବେ ଫାଇଭ-ଟି ସଚିବ ।