ରାଜ୍ୟରେ କେତେ ଲୋକ ପାଇଛନ୍ତି ପେନସନ୍, ଉତ୍ତର ଦେଲେ ମନ୍ତ୍ରୀ

1 min read

ଭୁବନେଶ୍ବର : ରାଜ୍ୟରେ ୪୮ ଲକ୍ଷ ୭୬ ହଜାର ୬୫୯ ଜଣ ହିତାଧିକାରୀ ମଧୁବାବୁ ପେନସନ ଓ ବାର୍ଦ୍ଧକ୍ୟ ପେନସନ ପାଉଛନ୍ତି । ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି । ସେହିପରି ୭ଟି ବର୍ଗରେ ପ୍ରଥମ ଭିନ୍ନକ୍ଷମ ଜନଗଣନା ହୋଇଥିଲା । ଏଥିରେ ୧୨ ଲକ୍ଷ ୪୪ ହଜାର ୪୦୨ ଜଣ ଚିହ୍ନଟ ହୋଇଥିଲେ ।

୨୦୧୬ରେ ଏହି ବର୍ଗ ସଂଖ୍ୟା ୭ରୁ ୨୧ କୁ ବୃଦ୍ଧି ହୋଇଥିଲା । ଏ ଯାଏ ୫ ଲକ୍ଷ ୮୫ ହଜାର ୮୭୯ ଭିନ୍ନକ୍ଷମଙ୍କୁ ଭୀମ ଭୋଇ ସାମର୍ଥ୍ୟ ଶିବିରରେ UDID କାର୍ଡ ଦିଆଯାଇଛି । ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ତର ରଖିଛନ୍ତି । ଗତ ମାର୍ଚ୍ଚ ୧୪ ସୁଦ୍ଧା UDID ଜାତୀୟ ପୋର୍ଟାଲରେ ୧୨ ଲକ୍ଷ ୪୦୨ ଜଣ ପଞ୍ଜିକରଣ କରିଛନ୍ତି ।. ଏଥିରୁ ୫ଲକ୍ଷ ୮୫ହଜାର ୮୭୯ ଜଣଙ୍କୁ UDID କାର୍ଡ ମିଳିଛି । ଅନ୍ୟମାନେ ଖୁବ ଶୀଘ୍ର ପାଇବେ । ୪ ଲକ୍ଷରୁ ଅଧିକ ଭିନ୍ନକ୍ଷମ ପେନସନ ପାଉଛନ୍ତି. ଏହି ତଥ୍ୟ ୨୦୧୧ ଜନଗଣନା ଅନୁସାରେ ପ୍ରଦାନ କରାଯାଉଛ ।

ପୂର୍ବରୁ ମେଡିକାଲ ଆସସମେଣ୍ଟ ବୋର୍ଡ ଅଧୀନରେ ଭିନ୍ନକ୍ଷମଙ୍କୁ ସାର୍ଟିଫିକେଟ ଦେବା ପାଇଁ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜ ସ୍ୱୀକୃତି ପାଇଥିଲେ । ବର୍ତ୍ତମାନ ବାଲେଶ୍ୱର, ବଲାଙ୍ଗୀର, ବାରିପଦା, କୋରାପୁଟ ଓ ପୁରୀ ମେଡିକାଲ କଲେଜ ବି ଏଥିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।