ହାଇଦ୍ରାବାଦର ସ୍ବପ୍ନାଲୋକ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ, ୬ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ : ହାଇଦ୍ରାବାଦର ଏକ ବହୁତଳ କମର୍ସିଆଲ କମ୍ପ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଶ୍ବାସରୁଦ୍ଧ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତକାଲି ରାତିରେ ସ୍ବପ୍ନାଲୋକ କମ୍ପ୍ଲେକ୍ସର ପଞ୍ଚମ ମହଲାରେ ସର୍ଟ ସର୍କିଟ କାରଣରୁ ନିଆ ଲାଗିଥିଲା ।

ନିଆଁ ଲାଗିବା ପରେ ପଞ୍ଚମ ମହଲାରେ ୧୩ ଜଣ ବ୍ୟକ୍ତି ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୬ ଜଣ ପ୍ରାଣ ହରାଇଥିଲେ ବୋଲି କହିଛନ୍ତି ନର୍ଥ ଜୋନ ଡିସିପି ଚନ୍ଦନା ଦୀପ୍ତି । ଘଟଣାସ୍ଥଳରେ ଡିଆରଏଫ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।