spot_img
Home Blog Page 3535

ନିମ କରୋଲି ବାବାଙ୍କ ଭକ୍ତିରେ ଅନୁଷ୍କା, ସେୟାର କଲେ ଫଟୋ

ମୁମ୍ବାଇ: ନିମ୍ କରୋଲି ବାବାଙ୍କ ଭକ୍ତ ସମଗ୍ର ବିଶ୍ୱରେ ଅଛନ୍ତି । ବହୁ ପ୍ରସିଦ୍ଧ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସେମାନଙ୍କର ଗୁରୁ ଭାବରେ ବିବେଚନା କରନ୍ତି । ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କର ଭକ୍ତ। କିଛି ସମୟ ପୂର୍ବରୁ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ ନିମ୍ କରୋଲି ବାବାଙ୍କ ଆଶ୍ରମରେ ପହଞ୍ଚି ସେଠାରେ ପ୍ରଣାମ କରିଥିଲେ।

ଅନୁଷ୍କା ଶର୍ମା ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭକ୍ତି ପୂର୍ଣ୍ଣ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଗୁରୁଙ୍କ ପ୍ରତି ସମ୍ମାନ ଜଣାଇବା ସହ ଜପ କରିବାର ଅନୁଭୂତି ବିଷୟରେ ସେୟାର କରିଛନ୍ତି ।

ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସହ କିଛି ଫଟୋ ସେୟାର କରିଛନ୍ତି। ଅନୁଷ୍କା ଶର୍ମା ତାଙ୍କ ପୋଷ୍ଟରେ କୃଷ୍ଣ ଦାସଙ୍କ ଚାନ୍ସ ଅଫ୍ ଲାଇଫ୍ ଟାଇମ୍ ର ଏକ ଅଂଶ ସେୟାର କରିଛନ୍ତି । ଯେଉଁଥିରେ ଲେଖା ଅଛି ଯେ ‘ଜପ ମୋତେ ମୋ ଭିତରେ ଥିବା ପ୍ରେମର ଆକାଶକୁ ନେଇଯାଏ ଯାହା ମୋର ଗୁରୁ ନିମ୍ କରୋଲି ବାବାଙ୍କ ପ୍ରତି ଅଛି । ବାହାରୁ ସେ ଏକ ବୃଦ୍ଧ ପରି ନଜର ଆସନ୍ତି ଯିଏ କମ୍ବଳରେ ଆଚ୍ଛାଦିତ ହୋଇଥାନ୍ତି । ଏବଂ ତାଙ୍କ ଉପସ୍ଥିତିରେ ମୁଁ ନିସ୍ୱାର୍ଥପର ପ୍ରେମକୁ ଅନୁଭବ କରେ।

ସୂର୍ଯ୍ୟବଂଶୀ ସୂରଜଙ୍କୁ ଜବାବ ଦେଲା ବିଜେଡି

ଭୁବନେଶ୍ବର: ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଜବାବ ଦେଲେ ବିଜେଡି ନେତା ଡକ୍ଟର ରମାକାନ୍ତ ଭୋଇ । ଗତକାଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏକ ଟୁଇଟକୁ କାଉଣ୍ଟର କରିଥିଲେ ସୂରଜ । ସୂରଜ କରିଥିବା ଟୁଇଟ୍ ଉପରେ ଜବାବ ଦେଇଛନ୍ତି ରମାକାନ୍ତ ।

୨୦୧୯ ନିର୍ବାଚନରେ ବିଜେପିର ଅନେକ ନେତା ବିଜେଡି ସପକ୍ଷରେ ଜନମତ ଥିବା ଦେଖି ନିର୍ବାଚନ ଲଢ଼ିବାକୁ ସାହସ କଲେନି । ସେହି ନିର୍ବାଚନରେ ବିଜେପିର ଦିବଂଗତ ବିଧାୟକ ତଥା ସୂରଜଙ୍କ ବାପା ବିଷ୍ଣୁ ସେଠୀ ନିର୍ବାଚନ ଜିତିଥିଲେ । ୨୦୧୯ରେ ନିର୍ବାଚନ ଲଢ଼ିବାକୁ ସାହସ କରିନଥିବା ଜଣେ ନେତା ସୂରଜଙ୍କ ବାପାଙ୍କୁ ବିରୋଧୀ ଦଳ ନେତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଠିକ୍ ସମୟରେ ସେହି ନେତା ବିଷ୍ଣୁ ସେଠୀଙ୍କୁ ଧୋକା ଦେଇଥିଲେ ।

ସଂପୃକ୍ତ ନେତାଙ୍କ ଏଭଳି ଆଚରଣ ପାଇଁ ବିଷ୍ଣୁଙ୍କ ମନରେ ଦୁଃଖ ଓ କ୍ଷୋଭ ଥିଲା । ତେଣୁ ଏଭଳି ନେତାଙ୍କ ବୋଲକରା ନହେବାକୁ ସୂରଜଙ୍କୁ ପରାମର୍ଶ ଦେଇଛନ୍ତି ରମାକାନ୍ତ ।

ଦିଲ୍ଲୀ ଅବକାରୀ ନୀତି ମାମଲା: ମନୀଷ ସିସୋଦିଆଙ୍କୁ ଇଡିର ପଚରାଉଚରା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲା। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଇଡିର ପଚରାଉଚରା । ଗତକାଲି ସିସୋଦିଆଙ୍କୁ ତିହାର ଜେଲକୁ ପଠାଯାଇଥିଲା। ତାଙ୍କ ବୟାନ ରେକର୍ଡ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ତିହାର ଜେଲରେ ପହଞ୍ଚିଛି । ଏବେ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ସିସୋଦିଆ । ୭ ଦିନ ରିମାଣ୍ଡ ପରେ ୨୦ ମାର୍ଚ୍ଚ ଯାଏଁ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ ରାଉଜ ଆବେନ୍ୟୁ କୋର୍ଟ। ସିସୋଦିଆଙ୍କୁ ପଚରାଉଚରା ପାଇଁ କୋର୍ଟରେ ଆବେଦନ କରି ଅନୁମତି ମାଗିଥିଲା ଇଡି । ଏହାପରେ କୋର୍ଟ ଇଡିକୁ ସିସୋଦିଆଙ୍କ ବୟାନ ରେକର୍ଡ କରିବାକୁ ୩ ଦିନ ଅନୁମତି ଦେଇଛନ୍ତି ।

ଆସନ୍ତା  ୧୦ ତାରିଖରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି କରିବେ ହାଇକୋର୍ଟ । ଦିଲ୍ଲୀ ମଦ ନୀତି ମାମଲାରେ ଗତ ୨୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଗିରଫ କରିଥିଲା। ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ଦବେନ୍ଦରଙ୍କୁ ସିବିଆଇ ହେଡକ୍ବାର୍ଟର୍ସରେ ପଚରାଉଚରା କରାଯାଉଛି। ସେପଟେ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଗୁଣାତ୍ମକ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଉଥିବା ଲୋକଙ୍କୁ ଜେଲ୍ ପଠାଯାଉଛି । ହେଲେ ଦେଶକୁ ଲୁଟୁଥିବା ବ୍ୟକ୍ତିବିଶେଷଙ୍କ ସମର୍ଥନରେ ବାହାରୁଛନ୍ତି କେନ୍ଦ୍ର ସରକାର। ତେଣୁ ଦେଶର ପାଇଁ କାଲି ହୋଲିରେ ସାରା ଦିନ ପ୍ରାର୍ଥନା ଓ ପ୍ରାଣାୟମ କରିବେ ବୋଲି କହିଛନ୍ତି କେଜ୍ରିଓ୍ବାଲ ।

ଲୋକପ୍ରିୟ ଅଭିନେତ୍ରୀଙ୍କୁ ମାଡ଼, ପୂର୍ବତନ ବୟଫ୍ରେଣ୍ଡ ବିରୋଧରେ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଜଣେ ଅଭିନେତ୍ରୀ ଶୋଷଣର ଶିକାର ହୋଇଛନ୍ତି । ନିଜ ସୋସିଆଲ ମିଡିଆରେ ସେ ଏପରି ଫଟୋ ଛାଡ଼ିଛନ୍ତି ତାଙ୍କୁ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି । ଜଣେ ଲୋକପ୍ରିୟ ଅଭିନେତ୍ରୀ ଏପରି ଶୋଷଣ ହେବା ସମସ୍ତଙ୍କୁ ଚକିତ କରିଛି । ଲୋକପ୍ରିୟ ମାଲାୟାଲମ ଅଭିନେତ୍ରୀ ଅନିକା ବିକ୍ରମନ୍ ତାଙ୍କ ପୂର୍ବତନ ବୟଫ୍ରେଣ୍ଡଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ବୟଫ୍ରେଣ୍ଡ ଅନୁପ ପିଲ୍ଲାଇ ତାଙ୍କୁ ଆକ୍ରମଣ ଏବଂ ଶୋଷଣ କରିଥିବା ସେ ଅଭିଯୋଗ କରିଛନ୍ତି।

ଅନିକା ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଦେଖାଯାଉଛି ତାଙ୍କର ଆଖି ଏବଂ ମୁହଁରେ ଆଘାତ ଲାଗିଛି । ଫଟୋରେ ତାଙ୍କର ଅବସ୍ଥା ଏତେ ଖରାପ ଦେଖାଯାଉଛି ଯେ, ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡ଼ିଛି ।

ଅନିକା ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ତାଙ୍କୁ ପୂର୍ବରୁ ମଧ୍ୟ ମାଡ ଦିଆଯାଉଥିଲା। ସେ ସେତେବେଳେ ଅଭିଯୋଗ କରିନଥିଲେ କାରଣ ତାଙ୍କ ପ୍ରେମିକ ତାଙ୍କ ପାଦ ତଳେ ପଡ଼ି କାନ୍ଦିବାକୁ ଲାଗୁଥିଲେ ।

ଅନିକା ଏକ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, “ମୁଁ ଅନୁପ ପିଲ୍ଲାଇ ନାମକ ଜଣେ ବ୍ୟକ୍ତିଙ୍କୁ ଭଲ ପାଉଥିଲି। ସେ ଗତ କିଛି ବର୍ଷ ଧରି ମୋତେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏପରି ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତିକୁ ମୁଁ ପୂର୍ବରୁ କେବେ ଦେଖିନି । ଏପରି କରିବା ପରେ ସେ ମୋତେ ଡରାଉଥିଲେ ।

ଯେତେବେଳେ ସେ ମୋତେ ଦ୍ବିତୀୟ ଥର ମାଡ଼ ମାରିଥିଲା, ମୁଁ ବାଙ୍ଗାଲୋର ପୋଲିସ ନିକଟରେ ଅଭିଯୋଗ କରିଥିଲି। କିନ୍ତୁ ସେ ପୋଲିସଙ୍କୁ ଟଙ୍କା ମାମଲାର ଆପୋଷ ବୁଝାମଣା କରାଇ ଦେଇଥିଲେ । ପୋଲିସ ତାଙ୍କ ସହ ଅଛି ଜାଣି ସେ ମୋତେ ମାରିବାକୁ ସାହସ ପାଇଲା।

ସେ ଅନେକ ଥର ପ୍ରତାରଣା କରିଥିବାରୁ ମୋତେ ତାକୁ ଛାଡିବାକୁ ପଡିଲା, କିନ୍ତୁ ସେ ମୋତେ ଛାଡିବାକୁ ଚାହୁଁନଥିଲେ । ସେ ମୋ ଫୋନକୁ ମଧ୍ୟ ଭାଙ୍ଗିଦେଇଥିଲା ।

ଏପରି ଲେଖି ଅଭିନେତ୍ରୀ ଜଣଙ୍କ ବୟଫ୍ରେଣ୍ଡ ବିଷୟରେ ଖୁଲାସା କରିଛନ୍ତି ।

ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକ । ୯୨ ବର୍ଷ ବୟସରେ ଆଜି ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ଓଡ଼ିଶାରେ ବିଜ୍ଞାନ ଭିତ୍ତିଭୂମି ପ୍ରତିଷ୍ଠାରେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନା । ଡକ୍ଟର ଜେନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଥିଲେ । ସେ ଥିଲେ ପୂର୍ବତନ ରାଷ୍ଟ୍ରପତି ଏ. ପି. ଜେ ଅବଦୁଲ କଲାମଙ୍କ ପରମ ମିତ୍ର । ଡକ୍ଟର ଜେନା ଥିଲେ ପ୍ରଥମ ଓଡ଼ିଆ, ଯିଏ କି ଭାରତ ସରକାରଙ୍କ କାଉନସିଲ ଅଫ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ -CSIRର ମହାନିର୍ଦ୍ଦେଶକ । ଇନଷ୍ଟିଚ୍ୟୁଟ ଅଫ୍‌ ଫିଜିକ୍ସ, ସାଇନସ ପାର୍କ ଓ ପଠାଣି ସାମନ୍ତ ପ୍ଲାନେଟାରିଅମ ପ୍ରତିଷ୍ଠାରେ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।

ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜ୍ଞାନ ଓ ଗବେଷଣା ବିଶେଷ କରି ଧାତବ ବିଜ୍ଞାନ କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ହୋଲି ପୂର୍ବରୁ ହିମାଚଳରେ ଅଘଟଣ, ମାଡିଗଲା ଇନୋଭା ୫ ମୃତ

ସୋଲାନ: ହୋଲି ପୂର୍ବରୁ ହିମାଚଳ ପ୍ରଦେଶରେ ବଡ ଅଘଟଣ। ସୋଲାନର ଧର୍ମପୁରର କାଲକା-ଶିମଲା ଜାତୀୟ ରାଜପଥରେ ପଥଚାରୀଙ୍କ ଉପରେ ମାଡିଗଲା ଇନୋଭା ।ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଅଛନ୍ତି  । କାଲକା ଶିମଲା ରାଜପଥ ଧର୍ମପୁରରେ ଘଟିଛି ଅଘଟଣ । ମଙ୍ଗଳବାର ସକାଳେ ଦ୍ରୁତ ଗତିରେ ଆସୁଥିବା ଏକ ଇନୋଭା ଘାଟିରେ ନିୟନ୍ତ୍ରଣ ହରାଇ ପଥଚାରୀଙ୍କ ଉପରେ ମାଡି ଯାଇଥିଲା ।

ଦୁଇ ଗୁରୁତରଙ୍କୁ ଚଣ୍ଡିଗଡ ସ୍ଥାନାନ୍ତର କରାଯାଇଛି  । ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି  । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ମୃତକମାନେ ରାସ୍ତାକଡରେ ଚାଲିଚାଲି ଯିବା ସମୟରେ ହଠାତ ସେମାନଙ୍କ ଉପରେ ଏକ ଇନୋଭା ମାଡି ଯାଇଥିଲା  । ମୃତକଙ୍କ ପରିଚୟ ମିଳିଛି  ।

ସମସ୍ତ ମୃତକ ପ୍ରବାସୀ ଶ୍ରମିକ ହୋଇଥିବାବେଳେ ଉତ୍ତର ପ୍ରଦେଶର କୁଶୀନଗର ଓ ବିହାର ଛପରା ନିବାସୀ ଅଟନ୍ତି  । ମୃତକମାନେ ହେଉଛନ୍ତି ଗୁଡ୍ଡୁ ଯାଦବ, ରାଜା ବର୍ମା, ନିପ୍ପୁ ନିସାଦ, ମୋତିଲାଲ ଯାଦବ ଓ ସନ୍ନି ଦେଓଲ  ।

ହୋଲିରେ ବନ୍ଦ ରହିବ ମୋ ବସ୍ ଚଳାଚଳ

ଭୁବନେଶ୍ୱର: ହୋଲିରେ ବନ୍ଦ ରହିବ ମୋ ବସ୍ ଚଳାଚଳ । ଆସନ୍ତାକାଲି ପୂର୍ବାହ୍ନରେ ରାଜଧାନୀ ଓ ରାଉକେଲାରେ ମୋ ବସ୍ ଚଳାଚଳ ବନ୍ଦ ରହିବ । ହେଲେ ଅପରାହ୍ନରେ ମୋ ବସ୍ ସେବା କାର୍ଯ୍ୟକ୍ଷମ ହେବ । ଏନେଇ CRUT ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ସୋସିଆଲ ମିଡିଆରେ ସଂଶୋଧିତ ସାରଣୀ ଅପଲୋଡ କରାଯାଇଛି । ସେହିପରି ଭୁବନେଶ୍ବରରେ ଚଳାଚଳ କରୁଥିବା ମୋ ଇ-ରାଇଡ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

‘ବାପାଙ୍କର କିଛି ହେଲେ ଦିଲ୍ଲୀ ଚୌକି ଦୋହଲାଇ ଦେବି’

ନୂଆଦିଲ୍ଲୀ: ରେଳବାଇରେ ଚାକିରି ବଦଳରେ ଜମି ଦେବା ମାମଲାରେ ଦିଲ୍ଲୀରେ ଲାଲୁ ଯାଦବଙ୍କୁ ସିବିଆଇର ପଚରାଉଚରା ଶେଷ ହୋଇଛି । ସିବିଆଇ ଟିମ୍ ଲାଲୁଙ୍କ ଝିଅ ମିସା ଭାରତୀଙ୍କ ଘରେ ୩ ଘଣ୍ଟା ପଚରାଉଚରା କରିଥିଲା। ସିବିଆଇ ଟିମ୍ ପଚରାଉଚରା କରି ଯିବା ପରେ ଝିଅ ରୋହିଣୀ ଆଚାର୍ଯ୍ୟ ଏକ ପ୍ରକାର ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ମୋ ବାପାଙ୍କୁ ହଇରାଣ କରାଯାଉଛି, ଯଦି ବାପାଙ୍କୁ କିଛି ହୁଏ, ତାହାଲେ ଦିଲ୍ଲୀର ଚୌକି ଦୋହଲାଇ ଦେବି ।

ରୋହିଣୀ ଟ୍ବିଟ କରି କହିଛନ୍ତି, ମୋ ବାପାଙ୍କୁ ଲଗାତାର ହଇରାଣ କରାଯାଉଛି । ତାଙ୍କୁ ଯଦି କିଛି ହୁଏ ତାହାଲେ ମୁଁ ଛାଡ଼ିବି ନାହିଁ । ସମୟ ବଡ଼ ବଳବାନ । ତାଙ୍କୁ ଯଦି କିଛି ହୁଏ ତାହାଲେ ଦିଲ୍ଲୀର ଚୌକି ଦେହଲାଇ ଦେବି । ଏବେ ବରଦାସ୍ତ କରିବା ସୀମା ଟପି ଯାଇଛି ।

ସିଙ୍ଗାପୁରରୁ କିଡନୀ ପ୍ରତିରୋପଣ ପରେ ଲାଲୁ ଦିଲ୍ଲୀର ମିସା ଭାରତୀଙ୍କ ବାସଭବନରେ ରହୁଛନ୍ତି। ଦିନେ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କୁ ପାଟନାରେ ଥିବା ତାଙ୍କ ବାସଭବନରେ ସିବିଆଇ ପଚରାଉଚରା କରିଥିଲା। ଏହି ସମୟରେ ତାଙ୍କୁ ୪୮ ଟି ପ୍ରଶ୍ନ ପଚରାଯାଇଥିଲା ।

ଲାଲୁ ଯାଦବ ୨୦୦୪ରୁ ୨୦୦୯ ମସିହା ଯାଏ ରେଳବାଇ ମନ୍ତ୍ରୀ ଥିଲେ ।  ଏହି ସମୟରେ ଲାଞ୍ଚ ନେଇ ଚାକିରି ଦେଇଥିଲେ । ନିଜ ପରିବାର ଲୋକଙ୍କ ନାଁରେ ଜମି ଅଦଳବଦଳ କରି ଗ୍ରୁପ-ଡି ଚାକିରି ଦେଇଥିଲେ ।  ଏହି ଅଭିଯୋଗ ପରେ ସିବିଆଇ ଲାଲୁ ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଏଫଆଇଆର ରୁଜୁ କରିଛି । ଲ୍ୟାଣ୍ଡ ଫର୍ ଜବ୍ ସ୍କାମରେ ଲାଲୁ ଏବଂ ରାବଡି ଦେବୀଙ୍କ ସମେତ ୧୪ ଜଣଙ୍କୁ ସମନ କରିଥିଲା ।

ଯୁବତୀ ଚାଲାଣ ମାମଲାରେ ୫ ଗିରଫ

ବଲାଙ୍ଗୀର: ଯୁବତୀ ଚାଲାଣ ମାମଲାରେ ୫ ଗିରଫ । ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଓଡ଼ିଶା ବଲାଙ୍ଗୀରର ଦମ୍ପତି ଶଙ୍କର ମଙ୍ଗରାଜ ଓ ବିମଳା ମଙ୍ଗରାଜ ମାଷ୍ଟରମାଇଣ୍ଡ ରହିଥିବା ପୋଲିସ ସୂଚନା ଦେଇଛି । କାମ ଯୋଗାଇଦେବା ନାଁରେ ଶଙ୍କର ଓ ବିମଳା ଯୁବତୀମାନଙ୍କୁ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିଲେ ।

ଗତ କିଛିବର୍ଷ ହେବ ସ୍ବାମୀ, ସ୍ତ୍ରୀ ଓଡ଼ିଶା ଛାଡ଼ି ଛତିଶଗଡ଼ର ରାୟପୁରରେ ରହି ଆସୁଥିଲେ । ସେଠାରେ ଏକ ଗ୍ୟାଙ୍ଗ ତିଆରି କରିଥିଲେ । ବିଭିନ୍ନ ପ୍ରଲୋଭନ ଦେଖାଇ ଓଡ଼ିଶାରୁ ଯୁବତୀମାନଙ୍କୁ ନେଇ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ ଚାଲାଣ କରୁଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଯୁବତୀମାନଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ହୋଲିରେ ନିଶା ଖାଇ ମଉଜ କରୁଥୁଲେ ସାବଧାନ, ଭୁବନେଶ୍ବରରେ ନଜର ରଖିବ ସ୍ପେଶାଲ ସ୍କ୍ୱାଡ୍‌ ଓ ଟିମ୍-୬୦

ଭୁବନେଶ୍ୱର: ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥୁଲେ ସାବଧାନ । ଭୁବନେଶ୍ବରରେ ନଜର ରଖିବ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ୍-୬୦ । ହୋଲି ସମୟରେ ୩୧ଟି ସ୍ଥାନରେ ପିକେଟିଂ କରିବ ପୋଲିସ । ୧୭ଟି ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ହୋଲି ପାଇଁ ନଦୀ ପଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ନଦୀରେ ଗାଧୋଇବା ବେଳେ ଅଘଟଣକୁ ଏଡ଼ାଇବା ପାଇଁ ସବୁ ନଦୀ ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ମୁତୟନ ହେବେ । ଏହାସହ ୪ଟି ସ୍ଥାନରେ ଷ୍ଟାଇକିଙ୍ଗ ଫୋର୍ସ ମୁତୟନ ହେବେ । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ରହିବେ । ୪ ଜଣ ଏଡିସିପି ସୁପରଭାଇଜ କରିବେ । ୭ ଏସିପି, ୨୮ ଆଇଆଇସି, ୫୭ ଜଣ ଏସଆଇ, ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସକାଳ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହୋଲି ଖେଳ ହେବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ସେହିପରି ରାତିରେ ବେଆଇନ ପାର୍ଟି ଓ ରେଭ ପାର୍ଟି ଉପରେ ନଜର ରଖା ଯାଇଛି ବୋଲି କହିଛନ୍ତି ଡିସିପି ।