ବଦଳିବ ମୟୂରଭଞ୍ଜର ନକ୍ସା, ଚାଲିଛି ଉନ୍ନୟନମୂଳକ କାର୍ଯ୍ୟ

1 min read

ମୟୂରଭଞ୍ଜ: ବଦଳିବ ମୟୂରଭଞ୍ଜର ନକ୍ସା। ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩କୋଟି ୬୦ଲକ୍ଷ ଟଙ୍କାର ଅ।ର୍ଥିକ ଅନୁଦାନ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ନିକଟରେ ୨ଦିନିଆ ମୟୂରଭଞ୍ଜ ଗସ୍ତ କରିଥିଲେ 5Tସଚିବ ଭି.କେ ପାଣ୍ଡିଆନ। ଗସ୍ତ ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ। ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରାଇରଙ୍ଗପୁର କରଞ୍ଜିଆ ଏବଂ ବାରିପଦା ଉପଖଣ୍ଡର ବିଭିନ୍ନ ଶିକ୍ଷ।ନୁଷ୍ଠାନର ବିକାଶ ପାଇଁ ୨୭କୋଟି ୭୫ଲକ୍ଷ ଟଙ୍କାର ଅନୁଦାନ ରାଶି ଯୋଗାଇ ଦିଅ।ଯିବ ବୋଲି କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ସବୁଠାରୁ ଅଧିକ ଖୁସି ବ୍ୟକ୍ତ କରିଛନ୍ତି ବାରିପଦାସ୍ଥିତ ଶ୍ରୀମା ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ। ରାଜ୍ୟ ସରକାରଙ୍କ ଏହି ତ୍ଵରୀତ ପଦକ୍ଷେପ ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚୀବଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏହି ଅର୍ଥ ଯୋଗୁଁ ବଦଳିବ କଲେଜର ରୂପରେଖ। ଅନୁଦାନ ରାଶିର ସୁବିନିଯୋଗ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀ ଏବଂ ଇଂଜିନିୟରମାନେ ସବୁ ଅନୁଷ୍ଠାନକୁ ବୁଲି ଦେଖିବା ସହିତ ତୁରନ୍ତ ଏଷ୍ଟିମେଟ କରି କାର୍ଯ୍ୟ ଅ।ରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ଜିଲ୍ଲାବାସୀଙ୍କ ଆବଶ୍ୟକତାକୁ ଅନୁଭବ କରି ବଡସାହି ବ୍ଲକର ମାଣତ୍ରୀ ଠାରେ ଥିବା ପ୍ରାଚୀନ ଶୈବ୍ୟପୀଠର ବିକାଶ ପାଇଁ ୧କୋଟି ଟଙ୍କା ସମେତ କରଞ୍ଜିଆ ଏବଂ ରାଇରଙ୍ଗପୁର ଉପଖଣ୍ଡରେ ଥିବା ବିଭିନ୍ନ ମଠ ମନ୍ଦିର ବିକାଶ ପାଇଁ ୫କୋଟି ୮୫ଲକ୍ଷ ଟଙ୍କାର ଅ।ର୍ଥିକ ଅନୁଦାନ ରାଶି ଯୋଗାଇ ଦିଆଯିବ ବୋଲି କହିଥିଲେ ।