ନିଶା ମହାରଣାଙ୍କୁ ଯାତ୍ରାରେ ଏଣ୍ଟ୍ରି ନମିଳୁ, ନୃତ୍ୟ ମାଧ୍ୟମରେ ଅଶ୍ଳୀଳତା କରୁଛନ୍ତି

ଭୁବନେଶ୍ୱର: ରାଜଧାନୀ ଅପେରା ପରେ ଧଉଳି ଗଣନାଟ୍ୟରେ ଉଠିଲା ନିଶାଙ୍କ ପ୍ରତି ବିରୋଧର ସ୍ୱର । ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ଓ ଅଙ୍ଗ ପ୍ରଦର୍ଶନକୁ ବିରୋଧ କରିଛନ୍ତି ଯାତ୍ରା କଳାକାର କିଶୋର ସାହୁ । ଯାତ୍ରାରେ ଅଶ୍ଳୀଳତା ନଥିଲା । କିଛି ଦିନ ହେବ କିଛି ଆଇଟମ୍ ଡାନ୍ସ ନାଁରେ ଯାତ୍ରାରେ ନାଁ ଖରାପ କରୁଥିବା କହିଛନ୍ତି ଯାତ୍ରା କଳାକାର ।

ଅଶ୍ଲୀଳତାକୁ ପ୍ରଶ୍ରୟ ଦିଆଯିବନି, ଯାତ୍ରାରେ ଅଶ୍ଳୀଳତାର ସ୍ଥାନ ନାହିଁ ବୋଲି କହିଛନ୍ତି ଧଉଳୀ ଗଣନାଟ୍ୟର କଳାକାର କିଶୋର ସାହୁ । ନିଶା ମହାରଣା ଯାତ୍ରା କଳାକାର ନୁହଁନ୍ତି, ସେ ଯାତ୍ରା ଆସୋସିଏସନର ସଭ୍ୟା ବି ନୁହଁନ୍ତି ବୋଲି ସେ କହିଛନ୍ତି । ନିଶା ମହାରଣାଙ୍କ ପରଫର୍ମାନ୍ସ ପରେ ଯାତ୍ରା ମଞ୍ଚରେ ଅଭିନୟ କରିବାକୁ ଖରାପ ଲାଗେ । ତେଣୁ ନିଶା ମହାରଣାଙ୍କୁ ଯାତ୍ରାକୁ ଏଣ୍ଟ୍ରି ନମିଳୁ ବୋଲି ସେ କହିଛନ୍ତି । ଯେକେହି ନୃତ୍ୟ ମାଧ୍ୟମରେ ଅଶ୍ଳୀଳତା କରୁଛନ୍ତି ତାଙ୍କୁ ଯାତ୍ରାରୁ ବୟକଟ୍ କରାଯାଉ।