ନୀତିକାନ୍ତି ପରେ ପୁଣି ଆରମ୍ଭ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଟଣା

ଭୁବନେଶ୍ୱର: ବଢେଇବାଙ୍କ ଛକରେ ଅଟକିଛି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଗତକାଲି ଧାର୍ଯ୍ୟ ସମୟଠୁ ବିଳମ୍ବରେ ରଥଟଣା ପରେ ବଢେଇବାଙ୍କ ଛକରେ ଅଟକିଥିଲା ପ୍ରଭୁଙ୍କ ରଥ । ଆଜି ବିଭିନ୍ନ ନୀତିକାନ୍ତି ପରେ ଅପରାହ୍ମ ୨ଟାରୁ ପୁଣି ରଥଟଣା ଆରମ୍ଭ ହେବ । ପୂଜାର୍ଚ୍ଚନା କରି ରଥକୁ ମାଉସୀମାଆ ମନ୍ଦିରକୁ ଟାଣିନେବେ ଭକ୍ତ ।

ପାଞ୍ଚ ଦିନ ଧରି ଆୟୋଜିତ ଯାତ୍ରାରେ ରୁକୁଣା ରଥ ଲିଙ୍ଗରାଜ ମନ୍ଦିର ନିକଟରୁ ବାହାରି ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିର ନିକଟକୁ ଯାଇଥାଏ। ଗତକାଲି ସଂଧ୍ୟା ସାଢେ ୫ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ରଥ ଟାଣିଥିଲେ ସେବାୟତ ଓ ଶ୍ରଦ୍ଧାଳୁ । ସଂଧ୍ୟା ହେବାରୁ ବଢେଇବାଙ୍କ ଛକଟରେ ଅଟକିରହିଥିଲା ରୁକୁଣା ରଥ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ବରେ ରହିଛନ୍ତି ୧୨ ପ୍ଲାଟୁନ ଫୋର୍ସ । ପୋଲିସ, ବିଏମସି, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି ।