ମାଛ ଖାଇ ପତ୍ନୀ ମୃତ, କୋମାରେ ସ୍ବାମୀ

ନୂଆଦିଲ୍ଲୀ: ସାରା ଦୁନିଆରେ ଲୋକେ ମାଛ ଖାଇଥାନ୍ତି । ହେଲେ ଆପଣ କେବେ ଭାବିଛନ୍ତି କି, ମାଛ ଖାଇ କେହି ମୃତ୍ୟୁ ବରଣ କରିଛନ୍ତି । ଏବେ ମାଲେସିଆରୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଖବର ଆସି ପହଞ୍ଚିଛି । ସେଠାରେ ଜଣେ ୮୩ ବର୍ଷିୟ ମହିଳାଙ୍କର ମାଛ ଖାଇବାରୁ ମୃତ୍ୟୁ ହୋଇଛି । ଏହା ସହ ତାଙ୍କ ସ୍ବାମୀ ଏବେ ଅସୁସ୍ଥ ହୋଇ କୋମାରେ ଅଛନ୍ତି । ପୂର୍ବ ସପ୍ତାହରେ ସେ ‘ପଫର’ ମାଛ ଖାଇଥିଲେ ।

ଏକ ମିଡିଆ ରିପୋର୍ଯରୁ ଜଣାପଡ଼ିଛି ଯେ, ଏହି ମାଛରେ ଏକ ବିଷାକ୍ତ ପଦାର୍ଥ ରହିଥାଏ । ଏହି ମାଛ ଖାଇବା ପରେ ମହିଳା ଜଣଙ୍କ ଅସୁସ୍ଥ ହୋଇଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ହସ୍ପିଟାଲ ନେବା ବାଟରେ  ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦମ୍ପତିଙ୍କ ଝିଅ କହିଛନ୍ତି ଯେ, ବାପା ୨୫ ମାର୍ଚ୍ଚରେ ପାଖରେ ଥିବା ଦୋକାନରୁ ମାଛ ଆଣିଥିଲେ । ଏହା ପରେ ଦୁହେଁ ମାଛ ରୋଷେଇ କରି ଖାଇଥିଲେ । ଏହା ପରେ ତାଙ୍କ ମାଆଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା । ଏହାର କିଛି ସମୟ ପରେ ବାପାଙ୍କର ବି ସମାନ ଲକ୍ଷଣ ଦେଖାଯାଇଥିଲା ।

ଡାକ୍ତର ରିପୋର୍ଟରେ ଫୁଡ ପଏଜନ ହୋଇଥିବା କହିଛନ୍ତି । ଏହି ମାଛରେ ବିଷାକ୍ତ ପଦାର୍ଥ ଥିବାରୁ ଏହାକୁ ଖାଇବାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।