ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା, ୭ଦିନିଆ ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ

1 min read

ବଲାଙ୍ଗୀର: ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା I ତୃତୀୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ I ବଲାଙ୍ଗୀର ଏସଡିଜେଏମ୍ କୋର୍ଟରେ ୨ସାକ୍ଷୀଙ୍କ ବୟାନ ରେକର୍ଡ । ସିଆରପିସି ୧୬୪ ଧାରା ଅନୁସାରେ ସୁବଳୟା ଭୋଇ ଓ ରମଣୀ ନାଗରଙ୍କ ବୟାନ ରେକର୍ଡ । ସିଭିଲ କୋର୍ଟରେ ୭ଦିନିଆ ରିମାଣ୍ଡ ଆବେଦନ କରୁଛି କ୍ରାଇମବ୍ରାଞ୍ଚ I

ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦ଼ଗାତା ଉଭୟଙ୍କ ମେଡିକାଲ ଯାଂଚ ପରେ ରିମାଣ୍ଡ ଅନୁମତି ଦେବେ କୋର୍ଟ I ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକକୁ ସାମ୍ନାସାମ୍ନି ଜେରା କରିବ I କୋଚିଂ ସେଣ୍ଟରରେ ଯାଞ୍ଚ କରିଛି ୫ ଜଣିଆ ତଦନ୍ତକାରୀ ଟିମ୍ । ତଦନ୍ତ ବେଳେ ୧୪ଟି ରାଜ୍ୟର ୪୧ଟି ଯୁନିଭରସିଟିର କର୍ମଚାରୀଙ୍କ ଲିଙ୍କ ପାଇଛି କ୍ରାଇମବ୍ରାଞ୍ଚ ଓ ଅଭିଯୁକ୍ତ ମନୋଜ ମିଶ୍ରର ସହଯୋଗୀଙ୍କ ମଧ୍ଯ ଲିଙ୍କ ପାଇଛି I କିଛି ମଧ୍ୟସ୍ଥି ଫେରାର୍ ଥିବାବେଳେ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଟିମ ଯାଇପାରେ ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର ସୂଚନା ଦେଇଛନ୍ତି I

ନକଲି ସାର୍ଟିଫିକେଟ ଚେର ବହୁ ଦୂରକୁ ଲମ୍ବିଛି ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି I ଜବତ ଡାଏରୀ, ହାର୍ଡଡିସ୍କ ଓ ଲାପଟପରୁ ସୁରାକ୍ ମିଳିଥିବା ସୂଚନା ମିଳିଛି । ଗତକାଲି ପୋଷ୍ଟ ଅଫିସରେ ମଧ୍ୟ ତନାଘନା କରିଥିଲା ଟିମ୍ । ବଲାଙ୍ଗୀରରେ ଡାକ ବିଭାଗର ଚାକିରି ପାଇଁ ସାର୍ଟିଫିକେଟ ଯାଞ୍ଚ ସମୟରେ ସାମ୍ନାକୁ ଆସିଥିଲା ଫେକ ସାର୍ଟିଫିକେଟ ରାକେଟ । ଖୋଳତାଡ଼ କରି ମୁଖ୍ୟ ଅଭିଯୁକ୍ତ ସହ ୧୯ ଜଣଙ୍କୁ ଗିରଫ କରାଯାଇଛି ।