spot_img
Home Blog Page 3498

ନବୀନ ନିବାସରେ ଚାଲିଛି ସ୍ବତନ୍ତ୍ର ଉନ୍ନୟନ ପରିଷଦର ବୈଠକ

ଭୁବନେଶ୍ବର: ନବୀନ ନିବାସରେ ଚାଲିଛି ସ୍ବତନ୍ତ୍ର ଉନ୍ନୟନ ପରିଷଦର ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝିଙ୍କ ନେତୃତ୍ବରେ ୯ଟି ଜିଲ୍ଲାର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏହି ବୈଠକରେ ସାମିଲ ହୋଇଛନ୍ତି । ଆଦିବାସୀଙ୍କ ଉନ୍ନତି ଉପରେ ବୈଠକରେ ଆଲୋଚନା କରାଯିବ ।

ଏହାସହ ଆଦିବାସୀଙ୍କ କଳା ସଂସ୍କୃତିକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି ପରିଷଦ । ସେମାନଙ୍କର ଜୀବନ ଜୀବିକା ସହ ଅଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବା ଉପରେ ଆଲୋଚନା ହେବ ।

ଆଜିଠୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦିନିକିଆ ସିରିଜ୍‌, ଶ୍ରେୟସ ଆୟାର ବାଦ୍‌

ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଦିନିକିଆ ସିରିଜ୍‌ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଆଜି ହାଇଦ୍ରାବାଦରେ ଖେଳାଯିବ । ଦ୍ବିତୀୟ ଦିନିକିଆ ଜାନୁଆରୀ ୨୧ ରାୟପୁରରେ ଏବଂ ତୃତୀୟ ମ୍ୟାଚ୍‌ ଇନ୍ଦୋରରେ ଜାନୁଆରୀ ୨୪ରେ ଖେଳାଯିବ । ଏହାପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ବଡ଼ ଝଟକା ଲାଗିଛି ।

ଆହତ ଯୋଗୁ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟାର ସିରିଜରୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସାମିଲ କରାଯାଇଛି । ଶ୍ରେୟସଙ୍କ ପିଠିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ସିରିଜରୁ ବାଦ୍‌ ଦିଆଯାଇଛି । ଚିକିତ୍ସା ପାଇଁ ତାଙ୍କୁ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ ପଠାଇ ଦିଆଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିବ ।

ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି-୨୦ ସିରିଜ ଖେଳିବ । ଶ୍ରୀଲଙ୍କା ବିପକ୍ଷରେ ବଡ଼ ବିଜୟ ପରେ ଏଥର ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିପାରେ ବିଗୁଲ

ନୂଆଦିଲ୍ଲୀ: ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ । ଆଜି ଅରାହ୍ନରେ ନିର୍ବାଚନ କମିସନରଙ୍କ ପ୍ରେସମିଟ । ତିନି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ । ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।

ଅପରାହ୍ନ ସାଢ଼େ ୨ଟାରେ ପୋଲ ପ୍ୟାନେଲର ପ୍ରେସ କନଫରେନ୍ସରେ ନିର୍ବାଚନ ତାରିଖ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି । ନିର୍ବାଚନ ହେବାକୁ ଥିବା ପୂର୍ବୋତ୍ତରର ଏହି ତିନି ରାଜ୍ୟକୁ ନିର୍ବାଚନ କମିଶନଙ୍କ ଟିମ୍ ୪ଦିନିଆ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ । ଗସ୍ତ ପରେ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସହ ବୈଠକ କରିଥିଲା ଟିମ ।

ଆଜିଠୁ ୫ ଦିନିଆ ତୀର୍ଥଯାତ୍ରାରେ ବରିଷ୍ଠ ନାଗରିକ, ସ୍ବତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ନବୀନ

ସମ୍ବଲପୁର: ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ । ଆଜିଠୁ ଆରମ୍ଭ ହେଉଛି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା । ସମ୍ବଲପୁର ରେଳ ଷ୍ଟେସନରୁ ଆଗ୍ରା-ମଥୁରା-ବୃନ୍ଦାବନ ଅଭିମୁଖେ ଯିବେ ବରିଷ୍ଠ ନାଗରିକ । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ସ୍ବତନ୍ତ୍ର ବସ୍‌ ଯୋଗେ ସମ୍ବଲପୁରରେ ପହଞ୍ଚିଛନ୍ତି ବରିଷ୍ଠ ନାଗରିକ । ଆଜି ଏହି ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2019-20 ବର୍ଷ ପାଇଁ ବରିଷ୍ଠ ନାଗରିକ ଆବେଦନ କରିଥିଲେ I ହେଲେ କରୋନା ପାଇଁ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା ।

ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବରିଷ୍ଠ ନାଗରିକଙ୍କୁ ସ୍ବତନ୍ତ୍ର ଭାବେ ସ୍ବାଗତ କରି ସ୍ବତନ୍ତ୍ର ବସ୍‌ରେ ସମ୍ବଲପୁରରୁ ପଠାଯାଇଛି । ଆଜି ସମ୍ବଲପୁରରୁ ବାହାରିବ ତୀର୍ଥଯାତ୍ରୀ ଟ୍ରେନ୍ । ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ବୃନ୍ଦାବନ, ମଥୁରା ଓ ଆଗ୍ରା ବୁଲି ଭଗବାନଙ୍କ ଦର୍ଶନ କରିବେ ବରିଷ୍ଠ ନାଗରିକ I ରାଜ୍ୟ ସରକାରଙ୍କ ଏହି ଯୋଜନାରେ ବରିଷ୍ଠ ନାଗରିକ ମାନେ ତୀର୍ଥ ବାହାରି ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ ଦେଇଛନ୍ତି I

ସୁନ୍ଦରଗଡ ପାଇଁ ଖୁସି ଖବର, ୪ ଷ୍ଟାଡିୟମକୁ ମିଳିଲା ଏଫଆଇଏଚ ମାନ୍ୟତା

ଭୁବନେଶ୍ବର: ଓଡ଼ିଶାର ଆଉ ୪ ଷ୍ଟାଡିୟମକୁ ମିଳିଲା ଏଫଆଇଏଚ ମାନ୍ୟତା । ଓଡ଼ିଶା ହକି ଇନଫ୍ରାଷ୍ଟ୍ରକଚରକୁ ବିଗ୍ ବୁଷ୍ଟ । ସୁନ୍ଦରଗଡ଼ର ସୌନାମରା, ଗୁରୁଣ୍ଡିଆ, ସବଡେଗା ଓ ତିଳେଇବଣି ହକି ଷ୍ଟାଡିୟମକୁ ଏଫଆଇଏଚ କାଟାଗୋରୀ 3 ଫିଲ୍ଡ ସାର୍ଟିଫିକେଟ୍ ମିଳିଛି ।

ଆଗକୁ ଏହା ହକିର ହାର୍ଟ ଲ୍ୟାଣ୍ଡ ହେବ । ତୃଣମୂଳ ସ୍ତରରୁ ପ୍ରତିଭା ପରିସ୍ଫୁଟିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛି । ଗତବର୍ଷ ଡିସେମ୍ବରରେ ଏହି ୪ଟି ଷ୍ଟାଡିୟମ ପରିଦର୍ଶନ କରିଥିଲା ହକି ଇଣ୍ଡିଆ ।

୧୦ ପ୍ରତିଶତ କର୍ମଚାରୀ ବିଦା କରିବ ମାଇକ୍ରୋସଫ୍ଟ, ଆମାଜନରେ ବି ଆରମ୍ଭ ଛଟେଇ ପ୍ରକ୍ରିୟା

ନନ୍ଦିଘୋଷ ବ୍ୟୁରୋ: ମାଇକ୍ରୋସଫ୍ଟରେ ଆଜି ଠାରୁ ଆରମ୍ଭ ହୋଇପାରେ ମେଗା ଛଟେଇ । ବିଶ୍ବ କମ୍ପ୍ୟୁଟର ଶିଳ୍ପର ପ୍ରମୁଖ କମ୍ପାନୀରେ ଛଟେଇ ପ୍ରକ୍ରିୟା ପ୍ରାଥମିକ ଭାବେ ଇଞ୍ଜିନିୟରିଂ ଡିଭିଜନରେ ଆରମ୍ଭ ହେବ । ମାଇକ୍ରୋସଫ୍ଟରେ ୨ ଲକ୍ଷ ୨୦ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଗତବର୍ଷ ଦୁଇଥର କମ୍ପାନୀ ଛଟେଇ କରିଥିବା ବେଳେ ଚଳିତ ବର୍ଷ ଏହି ପ୍ରକ୍ରିୟା ପୁଣି ଆରମ୍ଭ ହେବା ସୂଚନା ମିଳିଛି । ମାଇକ୍ରୋସଫ୍ଟର ବିଭିନ୍ନ ସ୍ତରରେ ୫ରୁ ୧୦ ପ୍ରତିଶତ କର୍ମଚାରୀ ଛଟେଇ ହେବା ଆଶଙ୍କା କରାଯାଉଛି ।

ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ଓ ବିଜ୍ଞାପନଦାତାଙ୍କ ବଜେଟ ହ୍ରାସ ପ୍ରଭାବରେ କେବଳ ମାଇକ୍ରୋସଫ୍ଟ ନୁହେଁ, ଅନ୍ୟାନ୍ୟ କମ୍ପାନୀ ବି କର୍ମଚାରୀ ଛଟେଇ ପ୍ରକ୍ରିୟା ଜାରି ରଖିଛନ୍ତି । ସେପଟେ ଆମାଜନରେ ବି ଆରମ୍ଭ ହୋଇଛି ଛଟେଇ ପ୍ରକ୍ରିୟା । ବିଶ୍ବରେ ମୋଟ ୧୮ ହଜାର କର୍ମଚାରୀଙ୍କୁ ଆମାଜନ ଛଟେଇ କରିବା ପ୍ରକ୍ରିୟା ଜାରି ରଖିଥିବାବେଳେ ଭାରତରେ 1 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି । ଏହି ପ୍ରକ୍ରିୟାରେ ଆମାଜାନରୁ ବିଦା ହୋଇଛନ୍ତି 1 ହଜାର କର୍ମଚାରୀ । ଭାରତରେ ଆମାଜନର ପ୍ରାୟ 1 ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ତେବେ ଛଟେଇ ହୋଇଥିବା କର୍ମଚାରୀଙ୍କୁ କମ୍ପାନୀ 5 ମାସର ଦରମା ଦେଇଛି ।

ଗତବର୍ଷ ନଭେମ୍ବରରେ ମେଟା ୧୧ ହଜାର କର୍ମଚାରୀ ଅର୍ଥାତ ମୋଟ କର୍ମଚାରୀ ସଂଖ୍ୟାର ୧୩ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ ଲାଗି ଘୋଷଣା କରିଥିଲା । ଗତବର୍ଷ ଅଗଷ୍ଟରେ ସ୍ନାପଚାଟ ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୨୦ ପ୍ରତିଶତ ଅର୍ଥାତ ୧୨ ଶହ କର୍ମଚାରୀଙ୍କୁ ଛଟେଇ କରିଥିଲା । ଚଳିତ ଜାନୁଆରୀରେ ଆଇଟି କମ୍ପାନି ସେଲ୍ସଫୋର୍ସ ୧୦ ପ୍ରତିଶତ ଅର୍ଥାତ ପ୍ରାୟ ୮ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଗତବର୍ଷ ଅକ୍ଟୋବରରେ ଟୁଇଟର ପ୍ରାୟ ୭ ହଜାର ୫୦୦ କର୍ମଚାରୀଙ୍କୁ ବିଦା କରିଥିଲା ।

କାର ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ବାପା ମୃତ ପୁଅ ଗୁରୁତର

ଗଜପତି: କାର ପାର୍କିଂକୁ ନେଇ ବଚସା । ବାପା ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ । ଆକ୍ରମଣରେ ବାପା ଏସ ଶ୍ରୀନିବାସଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଜଗଦିଶ ଆହତ ହୋଇଛନ୍ତି । ପାରଳାଖେମୁଣ୍ଡି ଗୋଲା ସାହିରେ ଘଟିଛି ଘଟଣା । ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ କାର ପାର୍କିଂକୁ ନେଇ ବିବାଦ ଦେଖା ଦେଇଥିଲା । ପରବର୍ତ୍ତୀ ସମୟରେ ବଚସାକୁ ନେଇ ହାତାହାତି ହୋଇଥିଲେ ।

ଅଟୋରେ ଆସିଥିବା ଏକ ଗୋଷ୍ଠୀ ହଠାତ୍ ଗାଡି ଭଙ୍ଗାରୁଜା କରିବା ସହ ବାପ ପୁଅଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀଙ୍କ ଠାରୁ ନିଜ ପୁଅକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ବାପା ଶ୍ରୀନିବାସ । ଗୁରୁତର ଅବସ୍ଥାରେ ଶ୍ରୀନିବାସଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା, ୨୦ରୁ ଅଧିକ ଆହତ

ମାଲକାନଗିରି:  ଜିଲ୍ଲାର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବରେ ଦଳାଚକଟା । ୨୦ ଜଣ ଆହତ ହୋଇଛନ୍ତି । ୩ ଜଣ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗତକାଲି ମାଲ୍ୟବନ୍ତ ମହୋତ୍ସବର ଶେଷ ଦିନ ରହିଥିବା ବେଳେ ଗତ ରାତିରେ 40 ହଜାରରୁ ଅଧିକ ଦର୍ଶକଙ୍କ ଭିଡ ହୋଇଥିଲା ।

ପଡିଆ ଭିତରେ 30 ହଜାର ଦର୍ଶକ ଉପସ୍ଥିତ ରହିଥିବା ବେଳେ, ବାହାରେ ଥିଲେ ପ୍ରାୟ 10 ହଜାର ଦର୍ଶକ । ହେଲେ ମୁଖ୍ୟ ଗେଟ ସମ୍ମୁଖରେ ପ୍ରବଳ ଭିଡ ହେବାରୁ ସେଠାରେ ଠେଲାପେଲା ହୋଇ ଦଳା ଚକଟା ହୋଇଥିଲା । ସୁରକ୍ଷା କର୍ମୀ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଆହତଙ୍କୁ ମେଡିକାଲ ପଠାଇଥିଲେ । ଶେଷ ଦିନରେ କଣ୍ଠଶିଳ୍ପୀ ଅସିମା ପଣ୍ଡା ଓ ମଣ୍ଟୁ ଛୁରିଆଙ୍କ ଗୀତ ଶୁଣିବାକୁ ଜମିଥିଲା ଦର୍ଶକଙ୍କ ଭିଡ଼ ।

ଆହୁରି ଶକ୍ତିଶାଳୀ ହେବ ଭାରତର ପ୍ରତିରକ୍ଷା, ନୂଆ ରୁପରେ ସେନାରେ ସାମିଲ ଏକେ-୨୦୩ ରାଇଫଲ

ଲକ୍ଷ୍ନୌ: ଭାରତର ପ୍ରତିରକ୍ଷା ଶକ୍ତି ସୁଦୃଢ଼ ହେବାକୁ ଯାଉଛି । ୟୁପିର ଆମେଠିରେ ନିର୍ମିତ ହେବାକୁ ଯାଉଛି ଏକେ-୨୦୩ ରାଇଫଲ । ଭାରତୀୟ ଏକେ ୪୭ ବଦଳରେ ଏହି ରାଇଫଲକୁ ବ୍ୟବହାର କରିବାକୁ ଯାଉଛି । ଦୀର୍ଘ ଦିନ ଧରି କିଛି ସମସ୍ୟାକୁ ନେଇ ଏହି ରାଇଫଲ ତିଆରି ହୋଇପାରୁନଥିବା ବେଳେ ଏବେ ତିଆରି ହେଉଛି ।

ଏହି ରାଇଫଲ ୩୦୦ ମିଟର ଦୂରରେ ଥିବା ଶତ୍ରୁଙ୍କୁ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ। ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ ହେବ । ଉତ୍ତର ପ୍ରଦେଶର ଆମେଠିରେ ୫ ଲକ୍ଷରୁ ଅଧିକ ଏକେ-୨୦୩ ରାଇଫଲ ଉତ୍ପାଦନ ହେବ । ଇଣ୍ଡୋ-ରୁଷିଆ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ ନାମକ ଏକ ସ୍ବତନ୍ତ୍ର ମିଳିତ ଉଦ୍ୟମରେ ଏହାର ନିର୍ମାଣ କରାଯାଉଛି ।

ଘନ କୁହୁଡ଼ି ସହ ବଢୁଛି ତାପମାତ୍ରା, ବର୍ଷା ପରେ ବଦଳିପାରେ ପାଗ

ଭୁବନେଶ୍ବର: ପଶ୍ଚିମାଝଡ଼ ପ୍ରଭାବରେ ଆଜି ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଆଦି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଗୁରୁଚାପ ପ୍ରଭାବରେ ଘନ କୁହୁଡ଼ି ସହ ବଢୁଛି ତାପମାତ୍ରା । ସ୍ୱାଭାବିକଠାରୁ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଘନକୁହୁଡ଼ି ଯୋଗୁ ଗତକାଲି ରାତି ଓ ଆଜି ଭୋର୍‌ ସମୟରେ କଟକ, ପାରାଦୀପ, ଖୋର୍ଦ୍ଧାରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିଲା । ନୟାଗଡ଼ରେ ଦୃଶ୍ୟମାନ ଦୂରତା ସର୍ବନିମ୍ନ ୩୦ ମିଟର ଥିଲା ବେଳେ ଚାନ୍ଦବାଲି, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଥିଲା ୧୦୦ ମିଟର । ବର୍ଷା ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।