ମାଲକାନଗିରିରେ ସୁଟିଂ ହେବ ପୁଷ୍ପା ପାର୍ଟ୍ -୨

1 min read

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରିରେ ସୁଟିଂ ହେବ ପୁଷ୍ପାର ପାର୍ଟ୍ -୨  । ସ୍ଵାଭିମାନ ଅଞ୍ଚଳରେ ହେବ ସୁପର ହିଟ ଫିଲ୍ମ  । ନିଖୋଜ ପୁଷ୍ପାକୁ ମାଲକାନଗିରିରେ ଖୋଜିବ ପୋଲିସ  ।ସାରା ବିଶ୍ୱରେ ଫିଲ୍ମ ପୁଷ୍ପା ସୁପରହିଟ ହୋଇଛି  । ଏବେ ଓଡ଼ିଶାରେ ସୁଟିଂ ହେବ ପୁଷ୍ପା -୨  ।  ପାର୍ଟ ୨ର ଟ୍ରେଲର ରିଲିଜ ପରେ କୋଟି କୋଟି ଦର୍ଶକ ଦେଖିସାରିଲେଣି  । ଉତ୍କଣ୍ଠାର ସହ ସମସ୍ତେ ଚାହିଁ ରହିଛନ୍ତି କେବେ ଆସିବ ପାର୍ଟ -୨  ।  ଆଉ ଏହାରି ଭିତରେ ଫିଲ୍ମ ଓଡିଶାରେ ସୁଟିଂ ହେବ  । ଚଳଚିତ୍ରର ଅବଶିଷ୍ଟାନ୍ସକୁ ନେଇ ପୁଷ୍ପା ୨ ଚଳଚିତ୍ରର ସୁଟିଙ୍ଗ ମାଲକାନଗିରି ଜିଲ୍ଲାରେ ହେବ  ।

ମାଲକାନଗିରି ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ଠାରୁ ଅନୁମତି ଲୋଡିଲେ ପ୍ରଯୋଜକ। ପୁଷ୍ପାର ଦ୍ଵିତୀୟ ଭାଗ କେବେ ଆସିବ ସେନେଇ ଦର୍ଶକ ଅପେକ୍ଷା କରିଥିବା ବେଳେ ଏହି ଚଳଚିତ୍ରର ଶୁଟିଙ୍ଗ ପାଇଁ ମାଲକାନଗିରି ଜିଲ୍ଲାକୁ ମନୋନୀତ କରିଛନ୍ତି ଏହାର ପ୍ରଯୋଜକ ଟିମ । ପ୍ରଜୋଜକ ସଂସ୍ଥା ମୈତ୍ରୀ ମୁଭି ମେକର ପକ୍ଷରୁ ପୁଷ୍ପା ୧ ଅପୁର୍ବ ସଫଳତା ହାସଲ କରିଥିବା ବେଳେ ପୁଷ୍ପା ୨ ଚଳଚିତ୍ର ନିମନ୍ତେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୁଟିଂ କାର୍ଯ୍ୟ ଜାରିଥିବା ବେଳେ ଏହି ସଂସ୍ଥା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ସପ୍ତଧାରା ନଦୀର ବିଭିନ୍ନ ଜାଗାରେ ସୁଟିଙ୍ଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି ।

ମାଲକାନଗିରି ଭଳି ଜିଲ୍ଲାରେ  ଏପରି ସୁପର ହିଟ ଚଳଚିତ୍ରର ଦ୍ଵିତୀୟ ଭାଗ ଶୁଟିଙ୍ଗ ହେବା ଜିଲ୍ଲାପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଏନେଇ ଆଜି ଏହି ପ୍ରଯୋଜକ ଟିମ ମାଲକାନଗିରି ଜିଲ୍ଲାପାଲ ବିଶାଳ ସିଂ ଓ ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ୱାନୀଙ୍କୁ ଲିଖିତ ଭାବେ ସୁଟିଙ୍ଗ ଅନୁମତି ପାଇଁ ଆବେଦନ କରିଛନ୍ତିା ଚଳଚିତ୍ର ନିର୍ମାଣ ସଂସ୍ଥାର ଏକ ଟିମ୍ ଗତ ଏକମାସ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିଥିବା ବେଳେ ଶେଷରେ ସ୍ୱାଭିମାନ ଅଞ୍ଚଳର ଝୁଲା ପୋଲ, ହନ୍ତାଳଗୁଡା ଘାଟି ଓ ଚିତ୍ରକୋଣ୍ଡା ସ୍ପିଲବେରେ ନିର୍ମାଣାଧୀନ ପୋଲ ନିକଟରେ ସୁଟିଂ କରିବା ନିମନ୍ତେ ଯୋଜନା କରିଛନ୍ତିା ଏ

ଥିନେଇ ମୈତ୍ରି ମୁଭି ମେକର ସଂସ୍ଥା ପକ୍ଷରୁ ଫାଇଟ୍ ମାଷ୍ଟର ପିଟର ହାଇନସ୍‌, କଳା ନିର୍ଦେଶକ ରାମକ୍ରିଷ୍ଣା, ଫାଇଟ ମାଷ୍ଟର ଡ୍ରାଗନ ପ୍ରକାଶ, ସହକାରୀ ପ୍ରଯୋଜକ ସୁଭ୍ରମଣ୍ୟମ୍‌, ସହ ନିର୍ଦେଶକ ପ୍ରସାଦ ମାରିସେଟି, କ୍ୟାମେରା ମେନ ଦେବରାଜ ପ୍ରମୁଖ ଗତକାଲି ଓ ଆଜି ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲୋ ତେବେ ଆସନ୍ତା ମେ ମାସ ପ୍ରଥମ ସପ୍ତାହରେ ଏହି ସୁଟିଙ୍ଗ କରିବା ନିମନ୍ତେ ଦିନ ଧାର୍ଯ୍ୟ କରିଥିବା ଜଣାପଡିଛିା ଚଳଚିତ୍ର ଶୁଟିଙ୍ଗ ବିଷୟରେ ସ୍ଥାନୀୟ ଲୋକେ ଜାଣିବା ପରେ ବେସ ଖୁସିବ୍ୟକ୍ତ କରିବା ସହ ଉତ୍ସାହର ସହ ଏହାକୁ ଅପେକ୍ଷା କରି ରହିଛନ୍ତି ।

ଜବରଦସ୍ତ ସସପେନ୍ସ ସହ ରିଲିଜ ହୋଇଛି ବ୍ଲକବଷ୍ଟର ମୁଭି ‘ପୁଷ୍ପା ୨’ ର ଟ୍ରେଲର ।   ଯେଉଁଥିରେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ପୁଣି ଥରେ ଦର୍ଶକଙ୍କ ସାମ୍ନାରେ ଜବରଦସ୍ତ ଲୁକରେ ଆସୁଛନ୍ତି  । ଯେଉଁଥିରେ ବାଘ ବି ପୁଷ୍ପାକୁ ବାଟ ଛାଡୁଛି  । ପୁଷ୍ପା- ୨ ଦ ରୁଲ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ସୁଟିଂ ହେବା  । ଓଡ଼ିଶା ପାଇଁ ଗର୍ବର କଥା  ।