spot_img
Home Blog Page 3425

ଆଇସିଆଇସିଆଇ ବ୍ୟାଙ୍କ ଶାଖାରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଇସିଆଇସିଆଇ ବ୍ୟାଙ୍କ ଶାଖାରୁ ୧କୋଟି ୮୫ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ । ଅଡିଟରେ ହିସାବ ନମିଳିବା ପରେ ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଟଙ୍କା ହେରଫେରରେ ସଂପୃକ୍ତି ସନ୍ଦେହରେ ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଭିଯୋଗ ଅନୁସାରେ ୩ ଦିନ ଧରି ଆଇସିଆଇସିଆଇ ବ୍ୟାଙ୍କ ଛେଣ୍ଡିପଦା ଶାଖାରେ ଅଡିଟ ଚାଲିଥିଲା । ଏହି ସମୟରେ ୧କୋଟି ୮୫ଲକ୍ଷ ୫୦ହଜାର ଟଙ୍କାର ହିସାବ ମିଳିନଥିଲା ।

ଏନେଇ ଅଡିଟର୍ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବ୍ୟାଙ୍କର ଆରଏଚ ଛେଣ୍ଡିପଦା ଶାଖାକୁ ଆସି ତଦନ୍ତ କରିଥିଲେ । ଟଙ୍କା ହେରଫେରରେ କର୍ମଚାରୀ ଆକାଶ ଭାରତୀଙ୍କର ସଂପୃକ୍ତି ଥିବାନେଇ ଥାନାରେ ଅଭିଯୋଗ ପରେ ଆକାଶଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ବ୍ୟାଙ୍କକୁ ଡିପୋଜିଟ ପାଇଁ ଆସୁଥିବା ଟଙ୍କାକୁ ଆକାଶ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ଟ୍ରକକୁ ଧକା ଦେଲା ଆଇଚର୍, ୭ ଜଣଙ୍କର ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା ନେଉଳପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୂର୍ବରୁ ଦୁର୍ଘଟଣାଗସ୍ତ ହୋଇଥିବା ଟ୍ରକକୁ ଧକ୍କା ଦେଲା ଆଇଚର୍ । ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକ ମାନେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି । 16 ନମ୍ବର ଜାତୀୟ ରାଜପଥ ନେଉଳପୁରଠାରେ ଗତକାଲି ଦୁଇଟି ଟ୍ରକ ଧକ୍କା ହୋଇ ଜଳି ଯାଇଥିଲା । ଜଳିଯିବା ପରେ ଟ୍ରକଟି ରାସ୍ତା ଉପରେ ପଡ଼ି ରହିଥିଲା । ଆଜି ଭୋରରୁ ପଶ୍ଚିମବଙ୍ଗରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଆଇଚର ସେହି ଟ୍ରକକୁ ଧକ୍କା ଦେଇଥିଲା ।

କୁହୁଡ଼ି କାରଣରୁ ରାସ୍ତା ଦେଖାନଯିବାରୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଆଇଚରରେ ମୋଟ ୭ଜଣ ଥିବାବେଳେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିଲା । କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଡ୍ରାଇଭିଂ ଲାଇସେନ୍ସରୁ ଜଣେ ମୃତକଙ୍କ ପରିଚୟ ମିଳିପାରିଛି । ମୃତକ ହେଲେ ସୁରଜ ମଣ୍ଡଳ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଲୋକମାନେ ରାସ୍ତା ଅବରୋଧ କରିଥିଲେ । ପୋଲିସର ବୁଝାସୁଝା ପରେ ରାସ୍ତା ଅବରୋଧ ହଟଥିଲା ।

କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ତପନ ମଲ୍ଲିକଙ୍କ ପରିବାରକୁ ୧୫ ଲକ୍ଷ ସହାୟତା

ଭୁବନେଶ୍ୱର: କରୋନାରେ ପ୍ରାଣ ହରାଇଥିବା ବଣାଇଁର ସାମ୍ବାଦିକ ତପନ ମଲ୍ଲିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ସ୍ବର୍ଗତ ତପନ ମଲ୍ଲିକଙ୍କ ପତ୍ନୀ ଜ୍ୟୋସ୍ନା ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି ।

ପଶ୍ଚିମାଞ୍ଚଳ ସାପ୍ତାହିକ ପତ୍ରିକାର ବଣାଇଁ ପ୍ରତିନିଧି ଭାବରେ ସ୍ବର୍ଗତ ତପନ ମଲ୍ଲିକ କାର୍ଯ୍ୟରତ ଥିବା ସମୟରେ କୋଭିଡର ଶିକାର ହୋଇଥିଲେ । ରାଉରକେଲା ଜେପି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୧ ଜୁନ ୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରି କୋଭିଡରେ ପ୍ରାଣ ହରାଇଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ ।

ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାର ହେବ ଉନ୍ନତିକରଣ

ଭୁବନେଶ୍ୱର: ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରକ୍ରିୟା ଖୁବ୍ ଶିଘ୍ର ଆରମ୍ଭ କରାଯିବ । ଏହା ଦ୍ୱାରା କଟକର ବାରଙ୍ଗ ଏବଂ ଜଟଣୀର ରେତଙ୍ଗ ମଧ୍ୟରେ ସିଧାସଳଖ ସଡ଼କ ସଂଯୋଗ ହୋଇପାରିବ । ଏଥିସହ କଟକ ପୁରୀ ରୋଡ ଠାରୁ ରବି ଟକିଜ ଏବଂ ଜୟଦେବ ବିହାର ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଟ୍ରାଫିକ୍ ଭିଡ ନିୟନ୍ତ୍ରଣ କରାଯାଇପାରିବ । ଏ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।

ଉକ୍ତ ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏହି ସଡ଼କ ଉନ୍ନତିକରଣ ସଂପର୍କରେ ସୂଚନା ଦେଇଥିଲେ । ଏହି କେନାଲ ସଂଲଗ୍ନ ୪ଟି ଷ୍ଟ୍ରେଚରେ ୬ ଲେନ ବିଶିଷ୍ଟ ପ୍ରାୟ ୩୮ କିଲୋମିଟର ଦୈର୍ଘ୍ୟ ରାସ୍ତା ନିର୍ମାଣ କରାଯିବ । ଏଥି ନିମନ୍ତେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରାଯିବ । ପ୍ରଥମ ଷ୍ଟ୍ରେଚରେ ୧୩.୭୪ କି.ମି, ଦ୍ୱିତୀୟ ଷ୍ଟ୍ରେଚରେ ୭.୨୯କି.ମି, ତୃତୀୟରେ ୩.୧୬ ଏବଂ ଚତୁର୍ଥ ଷ୍ଟ୍ରେଚରେ ୧୩.୮୪ କି.ମି ରାସ୍ତା ଉନ୍ନତିକରଣ ନେଇ ଶ୍ରୀ ଯାଦବ ବୈଠକରେ ସୂଚନା ଦେଇଥିଲେ ।

ଏହି ଉନ୍ନତିକରଣ ପ୍ରକ୍ରିୟା ଜଳ ସଂପଦ ବିଭାଗ ସହ ସମନ୍ୱୟ ରକ୍ଷା କରି ତ୍ୱରାନ୍ୱିତ କରାଯିବା ସହ ଆବଶ୍ୟକୀୟ ଥଇଥାନ କରାଯିବା ନେଇ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସଡ଼କ ସଂଯୋଗ ଦ୍ୱାରା ବିଭିନ୍ନ ସ୍ଥାନ ମାନଙ୍କ ମଧ୍ୟରେ ଦୂରତ୍ୱ ହ୍ରାସ ପାଇବ । ଏହାଦ୍ୱାରା କୂଆଖାଇ ଓ ଦୟାନଦୀ ମଧ୍ୟରେ ଥିବା ଅଂଚଳରେ ଉନ୍ନତିକରଣ ନେଇ ନୂଆ ସମ୍ଭାବନା ସୃଷ୍ଟି ହେବାସହ ବମିଖାଲ, ଜି.ଜି.ପି କଲୋନୀ, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, କପିଳେଶ୍ୱର, ସୁନ୍ଦରପଦା ଏବଂ ପଟିଆ ଓ ମଞ୍ଚେଶ୍ୱର ରେଳ ଷ୍ଟେସନ ଆଦି ଅଂଚଳକୁ ନିରବଚ୍ଛିନ ଯୋଗାଯୋଗ ସମ୍ଭବ ହୋଇପାରିବ । ଏପରିକି ସହରରେ ମଶା ଓ ମାଛି ପ୍ରାଦୃର୍ଭାବ ହ୍ରାସ ପାଇପାରିବ ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ବି.ଡ଼ି.ଏ ଉପାଧ୍ୟକ୍ଷ ବଲଓ୍ୱନ୍ତ ସିଂ, ପୁର୍ତ୍ତ ବିଭାଗ ସ୍ୱତନ୍ତ୍ର ସଚିବ  ହେମନ୍ତ କୁମାର ଦତ୍ତ, ଜଳ ସଂପଦ ମୁଖ୍ୟ ଯନ୍ତ୍ରୀ  ଭକ୍ତ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକଙ୍କ ପାଖରେ ପହଞ୍ଚିବ ବଜେଟ, ବିଧାୟକ-ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ୱର: ଲୋକଙ୍କ ପାଖରେ ପହଞ୍ଚିବ ବଜେଟ । ପ୍ରତି ବ୍ଲକକୁ ଯାଇ ବଜେଟ ସମ୍ପର୍କରେ ଲୋକଙ୍କୁ ବୁଝାଇବେ ବିଧାୟକ ଓ ମନ୍ତ୍ରୀ । ବିଧାନସଭାରେ ବଜେଟ ଉପସ୍ଥାପନ ପରେ ସବୁ ବିଧାୟକ, ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ ଲୋକଙ୍କର, ଲୋକଙ୍କ ପାଇଁ ଲୋକଙ୍କ ଦ୍ୱାରା ବଜେଟ ହୋଇଛି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ  ।

ବିଜେଡି ସରକାର ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତୁ ସବୁ ବିଧାୟକ ଓ ମନ୍ତ୍ରୀ । ବିଧାୟକ ଓ ମନ୍ତ୍ରୀ ମାନେ ପ୍ରତି ବ୍ଲକକୁ ଯାଇ ବିଭିନ୍ନ ସ୍ତରର ଲୋକଙ୍କୁ ଏକାଠି କରି ବଜେଟ କେତେ ଲୋକାଭିମୂଖୀ ତାହା ବୁଝାଇବେ । ଓଡ଼ିଶାରେ ୨୦ହଜାର କୋଟିରୁ ବଜେଟ ଆକାର ବଢି ଏବେ ୨ଲକ୍ଷ ୩୦ହଜାର କୋଟିରେ ପହଞ୍ଚିଛି । ରାଜ୍ୟର ବିକାଶକୁ ନେଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ହେଉଛି । ବଜେଟରେ ସମତୁଳ ବିକାଶ ପାଇଁ ଚିନ୍ତା କରାଯାଇଛି ।

ବଜେଟରେ କେଉଁ ବିଭାଗକୁ ମିଳିଲା କେତେ ? ଜାଣନ୍ତୁ..

ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବଜେଟ  । ଚଳିତ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି  । ଏଥିରେ କୃଷି ବିଭାଗକୁ ମିଳିଛି ୨୪ ହଜାର ୮୨୯ କୋଟି ଟଙ୍କା  ।  ସ୍ୱାସ୍ଥ୍ୟ ବିଭାଗ ପାଇଁ ରହିଛି ୧୫ ହଜାର ୭୫୬ କୋଟି  । ଗଣଶିକ୍ଷା ବିଭାଗ ପାଇଁ ବଜେଟରେ ବ୍ୟୟ ଅଟକଳ ହୋଇଛି ୨୨ ହଜାର ୫୨୭ କୋଟି ଟଙ୍କା  ।  ମିଶନ ଶକ୍ତି ବିଭାଗ  ପାଇଁ ରହିଛି ୨ ହଜାର ୫୫୪ କୋଟି ଟଙ୍କା  ।

ସେହିପରି ଖାଦ୍ୟ ଯୋଗାଣ ବିଭାଗ ପାଇଁ ବଜେଟରେ ରହିଛି ୧୨୨୯ କୋଟି ଟଙ୍କା  ।  ପଞ୍ଚାୟତିରାଜ ବିଭାଗ ପାଇଁ ୨୫ ହଜାର ୩୧୮ କୋଟି ବଜେଟରେ ବ୍ୟୟ ବରାଦ କରାଯାଇଛି  । ଜଳ ସମ୍ପଦ ବିଭାଗ ପାଇଁ ୧୦ ହଜାର ୭୭୫ କୋଟି ଟଙ୍କା ରହିଥିବାବେଳେ ଶକ୍ତି ବିଭାଗ ପାଇଁ ୩୦୦୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି  ।

ଅନ୍ୟପଟେ  ମହିଳା ଶିଶୁ ବିକାଶ ବିଭାଗ ପାଇଁ ୩୬୭୦ କୋଟି ଟଙ୍କା ରହିଛି  । ଉଚ୍ଚଶିକ୍ଷା ବିଭାଗ ପାଇଁ ୩୧୭୩ କୋଟି ବଜେଟରେ ବ୍ୟବ ବରାଦ କରାଯାଇଥିବାବେଳେ ମତ୍ସ୍ୟ ଓ ପଶୁପାଳନ ବିଭାଗ ପାଇଁ ବଜେଟରେ ରହିଛି ୧୭୬୯ କୋଟି ଟଙ୍କା  । ଯୋଜନା ଓ ସଂଯୋଜନା ବିଭାଗକୁ ୧୩ ହଜାର ୧୦୪ କୋଟି  । ପର୍ଯ୍ୟଟନ ବିଭାଗକୁ ମିଳିଛି ୬୬୦ କୋଟି  । ହସ୍ତତନ୍ତ ହସ୍ତଶିଳ୍ପ ୨୧୯ କୋଟି  । ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗକୁ ମିଳିଛି ୨ ହଜାର ୧୮୪ କୋଟି  । ନଗର ଉନ୍ନୟନ ଦବିଭାଗକୁ ମିଳିଛି ୭ ହଜାର ୯୧୪ କୋଟି ଟଙ୍କା  । ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରୟୁକ୍ତି ବିଦ୍ୟା ବିଭାଗ ପାଇଁ ବ୍ୟବ ବରାଦ ୩୫୬ କୋଟି ଟଙ୍କା  । ଅଣୁ-କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ୬୪୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି  ।

ସ୍ୱାସ୍ଥ୍ୟ ବିଭାଗକୁ ୧୬ ହଜାର ୪୮ କୋଟି

କଟକ ବଡ଼ ମେଡିକାଲକୁ ଏମସ ପ୍ଲସ ହସ୍ପିଟାଲରେ ରୂପାନ୍ତରିତ କରିବା ସହ ଶିଶୁ ମାତୃହାର ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି  । BSKYରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସରକାର ସଂକଳ୍ପ ନେଇଛନ୍ତି  । ଜନସ୍ୱାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି  । ଯାହା ଗତବର୍ଷ ଠାରୁ ୨୭ ପ୍ରତିଶତ  ଅଧିକ  ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର ଆମ ହସ୍ପିଟାଲ ନାମରେ ନୂଆ ଯୋଜନା ଆରମ୍ଭ କରିବେ  । ଏଥିପାଇଁ ଚଳିତ ବଜେଟରେ ୭୫୦ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି  । ଏଥିରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ରୋଗୀଙ୍କ ମୈଳିକ ସୁବିଧା ସୁଯୋଗ, ସେବା ପ୍ରଦାନ ଯୋଜନାରେ ଉନ୍ନତି କରାଯିବ  । BSKY ଯୋଜନା ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ  । ଏଥିରେ ଏଯାଏଁ ୧୦ ଲକ୍ଷରୁ ଅଧିକ ପରିବାର ପ୍ରମୁଖ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ପାଇଛନ୍ତି  ।

ସେହିଭଳି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଗତ ୬ ବର୍ଷରେ ବାଲେଶ୍ୱର, ବାରିପଦା, ବଲାହ୍ଗୀର, କୋରାପୁଟ, ପୁରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି  । ଆସନ୍ତାବର୍ଷ କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ପରେ ତାଳଚେର, ଫୁଲବାଣୀ ଓ ଯାଜପୁର ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରାଯିବ  ।

ଗଣଶିକ୍ଷା ବିଭାଗକୁ ୨୨ ହଜାର ୫୨୮ କୋଟି

ଜୀବନ ଧାରଣ ମାନରେ ସମୃଦ୍ଧି ଆଣିବାକୁ ଶିକ୍ଷା ହିଁ ହେଉଛି ପ୍ରମୁଖ ମାନଦଣ୍ଡ  । 5T ନୀତିରେ ହାଇସ୍କୁଲର ରୂପାନ୍ତରୀକରଣ କରାଯାଇଛି  । ଏହାଦ୍ୱାରା ସରକାରୀ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଅତ୍ୟାଧୁନିକ ଇ ଲାଇବ୍ରେରୀ ଓ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ମିଳିପାରୁଛି  । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ହଜାର ୭୫ ଟି ହାଇସ୍କୁଲ, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୪୬୧ଟି ହାଇସ୍କୁଲକୁ ରୂପାନ୍ତରୀକରଣ କରାଯାଇଛି  । ମୋ ସ୍କୁଲ ଅଭିଯାନରେ ୩୦ଲକ୍ଷରୁ ଅଧିକ ପୂର୍ବତନ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟ ଯୋଗ ଦେଇଛନ୍ତି  । ଆସନ୍ତା ଆର୍ଥିକ ବର୍ଷରେ ଏଥିରେ ୮ଶହ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ  ।

ଉଚ୍ଚଶିକ୍ଷାକୁ ୩ ହଜାର ୧୭୩

ଗଣଶିକ୍ଷା ଭଳି ସରକାରଙ୍କ ଫୋକସରେ  ରହିଛି ଉଚ୍ଚଶିକ୍ଷା  । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୮କୁ ବଢିଛି  । ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ଓ ସିକ୍ଷାଗତ ସଂସ୍କାର ପାଇଁ ଅଧ୍କ ପାଣ୍ଠି ବରାଦ ହୋଇଛି  । ୨ଶହ ମେଧାବୀ ଛାତ୍ରଛାତ୍ରୀଙ୍କୁ IAS କୋଚିଂ ପାଇଁ ମାଗଣାରେ ସମସ୍ତ ସୁବିଧା ମିଳିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାରେ ଓଡ଼ିଆ ପିଲାଙ୍କୁ ଯୋଡିବାକୁ ସରକାର ଦୀର୍ଘ ମିୟାଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି  । ସିଇଟି ଏବେ OUTR ହୋଇଛି  । ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଏହା ଏକ ଉତ୍କର୍ଷ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେବ  ।  ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାକୁ ୯ଶହ ୮୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି  ।

 

ଆର୍ଥିକ ବର୍ଷ ପାଇଁ ୨ଲକ୍ଷ ୩୦ ହଜାର କୋଟିର ବଜେଟ୍

ନନ୍ଦିଘୋଷ ବ୍ୟୁରୋ: ଧାନ ସଂଗ୍ରହ ପାଇଁ ୨ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ରିର୍ଭଲ ବିଙ୍ଗ ପାଣ୍ଠି  । ରାଜ୍ୟରେ ନୂତନ ଭାବେ କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର  । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜାନକୁ କାର୍ଯ୍ୟକାରୀ କରିବେ ସରକାର  । ଏହିଭଳି ଭଳିକି ଭଳି ୨୦ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେବେ ସରକାର  । ରାଜ୍ୟରେ ବିକାଶର ଗାଡି ଆଗକୁ ଗଡ଼ିବ । ମୁଣ୍ଡପିଛା ଆୟ ବଢିବ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମିରୁ ଆରମ୍ଭ କରି ମହିଳା ଉଦ୍ୟୋଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ ପ୍ରତ୍ସୋହନ ଓ ସହାୟତା  ।  ୨୦୨୩-୨୪ ଅର୍ଥିକ ବର୍ଷର ବଜେଟ ଆଗତ କରି ଏହା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ   ।

ବିଧାନସଭାରେ ଶୁକ୍ରବାର ୨୦୨୩-୨୪ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରି ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି ରାଜ୍ୟରେ ସାମଗ୍ରିକ ବିକାଶ ସହ ଜନ କଲ୍ୟାଣ ପାଇଁ ସରକାର ବହୁ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେବେ  । ଏଥିପାଇଁ ବଜେଟରେ ପାଣ୍ଠି ବରାଦ କରାଯାଇଛି  । ଆସନ୍ତା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି  । ସେଥିରୁ ୯୪ ହଜାର କୋଟି ପ୍ରଶାସନିକ ବ୍ୟୟ ପାଇଁ ବରାଦ ହୋଇଥିଲାବେଳେ କାର୍ଯ୍ୟକ୍ରମ ବ୍ୟୟ ବରାଦକୁ ୧ ଲକ୍ଷ ୨୫ ହଜାର କୋଟିକୁ ବୃଦ୍ଧି ହୋଇଛି  । ବଜେଟରେ ଗରୀବ, ଅବହେଳିତ, ଯୁବକ, ମହିଳା, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟଲଘୁ ଓ ପଛୁଆ ବର୍ଗର ବିକାଶକୁ ଧ୍ୟାନରେ ରଖି ପାଣ୍ଠି ବରାଦ ହୋଇଛି  । ସରକାରଙ୍କ ବଜେଟରେ ସ୍ୱାସ୍ଥ୍ୟକୁ କରାଯାଇଛି ସର୍ବାଧିକ ଫୋକସ  ।

ସ୍ୱାସ୍ଥ୍ୟ ବିଭାଗକୁ ୧୬ ହଜାର ୪୮ କୋଟି

କଟକ ବଡ଼ ମେଡିକାଲକୁ ଏମସ ପ୍ଲସ ହସ୍ପିଟାଲରେ ରୂପାନ୍ତରିତ କରିବା ସହ ଶିଶୁ ମାତୃହାର ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି  । BSKYରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସରକାର ସଂକଳ୍ପ ନେଇଛନ୍ତି  । ଜନସ୍ୱାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି  । ଯାହା ଗତବର୍ଷ ଠାରୁ ୨୭ ପ୍ରତିଶତ  ଅଧିକ  ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର ଆମ ହସ୍ପିଟାଲ ନାମରେ ନୂଆ ଯୋଜନା ଆରମ୍ଭ କରିବେ  । ଏଥିପାଇଁ ଚଳିତ ବଜେଟରେ ୭୫୦ କୋଟି ଟଙ୍କାର ପାଣ୍ଠି ବରାଦ କରାଯାଇଛି  । ଏଥିରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ରୋଗୀଙ୍କ ମୈଳିକ ସୁବିଧା ସୁଯୋଗ, ସେବା ପ୍ରଦାନ ଯୋଜନାରେ ଉନ୍ନତି କରାଯିବ  । BSKY ଯୋଜନା ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ  । ଏଥିରେ ଏଯାଏଁ ୧୦ ଲକ୍ଷରୁ ଅଧିକ ପରିବାର ପ୍ରମୁଖ ଘରୋଇ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ପାଇଛନ୍ତି  ।

ସେହିଭଳି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଗତ ୬ ବର୍ଷରେ ବାଲେଶ୍ୱର, ବାରିପଦା, ବଲାହ୍ଗୀର, କୋରାପୁଟ, ପୁରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି  । ଆସନ୍ତାବର୍ଷ କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ପରେ ତାଳଚେର, ଫୁଲବାଣୀ ଓ ଯାଜପୁର ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରାଯିବ  ।

ପ୍ରତ୍ୟେକ ଜୀବନ ମୂଲ୍ୟବାନ  । ଏହି ମନ୍ତ୍ରରେ ବିଶ୍ୱାସ ରଖି ସରକାର ଆମ୍ବୁଲାନ୍ସ ସେବାକୁ ଅଧିକ ବ୍ୟାପକ କରିବା ସହ ଜନସାଧାରଣଙ୍କୁ କ୍ୟାନ୍ସର ରୋଗର ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି  । ପାଞ୍ଚ ବର୍ଷରେ ପ୍ରାୟ ୪ ହଜାର ଡାକ୍ତରଙ୍କୁ ନିଯୁକ୍ତି ମିଳିଥିବାବେଳେ ଗତ ୩ ବର୍ଷରେ ୯ ହଜାରରୁ ଅଧିକ ନର୍ସ ଓ ପାରା ମେଡିକାଲ ଅଫିସର ନିଯୁକ୍ତ ପାଇଛନ୍ତି  ।

ଗଣଶିକ୍ଷା ବିଭାଗକୁ ୨୨ ହଜାର ୫୨୮ କୋଟି

ଜୀବନ ଧାରଣ ମାନରେ ସମୃଦ୍ଧି ଆଣିବାକୁ ଶିକ୍ଷା ହିଁ ହେଉଛି ପ୍ରମୁଖ ମାନଦଣ୍ଡ  । 5T ନୀତିରେ ହାଇସ୍କୁଲର ରୂପାନ୍ତରୀକରଣ କରାଯାଇଛି  । ଏହାଦ୍ୱାରା ସରକାରୀ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଅତ୍ୟାଧୁନିକ ଇ ଲାଇବ୍ରେରୀ ଓ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ମିଳିପାରୁଛି  । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ହଜାର ୭୫ ଟି ହାଇସ୍କୁଲ, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୪୬୧ଟି ହାଇସ୍କୁଲକୁ ରୂପାନ୍ତରୀକରଣ କରାଯାଇଛି  । ମୋ ସ୍କୁଲ ଅଭିଯାନରେ ୩୦ଲକ୍ଷରୁ ଅଧିକ ପୂର୍ବତନ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟ ଯୋଗ ଦେଇଛନ୍ତି  । ଆସନ୍ତା ଆର୍ଥିକ ବର୍ଷରେ ଏଥିରେ ୮ଶହ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ  ।

ଆସନ୍ତା ଶିକ୍ଷାବର୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକାରୀ ହେବ  । ଏଥିରେ ବିଦ୍ୟାଳୟର ଉତ୍କର୍ଷକୁ ସ୍ୱୀକୃତି ମିଳିପାରିବ  । ଅଧିକ ଶିକ୍ଷକ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯାଉଛି  । ସିବିଏସଇ ପାଠ୍ୟକ୍ରମ ଅନୁଯାୟୀ ଗୁଣାତତ୍ମକ ଶିକ୍ଷା ପ୍ରଦାନ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବେଶ ଆଖି ଦୃଶିଆ ପଦକ୍ଷେପ ନେଉଛି  । ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ସହ ପଛୁଆବର୍ଗ ଏବଂ ସଂଖ୍ୟଲଘୁ ସଂପ୍ରଦାୟର ପିଲାଙ୍କୁ ଶିକ୍ଷାପ୍ରତି ଆକୃଷ୍ଟ କରାଇବାକୁ ପ୍ରାକ୍ ମାଟ୍ରିକ ବୃତ୍ତି, ମାଟ୍ରିକ ପରବତ୍ତୀ ବୃତ୍ତି ସହ ଅନ୍ୱେଷା ଓ ଆଂକାକ୍ଷା ଭଳି ଯୋଜନା ହାତକୁ ନିଆଯାଇଛି  ।

ଉଚ୍ଚଶିକ୍ଷାକୁ ୩ ହଜାର ୧୭୩

ଗଣଶିକ୍ଷା ଭଳି ସରକାରଙ୍କ ଫୋକସରେ  ରହିଛି ଉଚ୍ଚଶିକ୍ଷା  । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୮କୁ ବଢିଛି  । ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ଓ ସିକ୍ଷାଗତ ସଂସ୍କାର ପାଇଁ ଅଧ୍କ ପାଣ୍ଠି ବରାଦ ହୋଇଛି  । ୨ଶହ ମେଧାବୀ ଛାତ୍ରଛାତ୍ରୀଙ୍କୁ IAS କୋଚିଂ ପାଇଁ ମାଗଣାରେ ସମସ୍ତ ସୁବିଧା ମିଳିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାରେ ଓଡ଼ିଆ ପିଲାଙ୍କୁ ଯୋଡିବାକୁ ସରକାର ଦୀର୍ଘ ମିୟାଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି  । ସିଇଟି ଏବେ OUTR ହୋଇଛି  । ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଏହା ଏକ ଉତ୍କର୍ଷ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେବ  ।  ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାକୁ ୯ଶହ ୮୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଉଛି  ।

ହକି ବିଶ୍ୱକପ ଆୟୋଜନ କରି ସମଗ୍ର ବିଶ୍ୱରେ ଓଡ଼ିଶା  ପ୍ରଶଂସା ସାଉଁଟିଥିବାବେଳେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ସର୍ବ ବୃହତ ହକି ଷ୍ଟାଡିୟମ ମାନ୍ୟତା ପାଇବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର କଥା  । କ୍ରୀଡା ଭିତ୍ତିଭୂମିର ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ ଗୃହକୁ କହିଥିଲେ  । ବଜେଟ ଅଭିଭାଷଣରେ ମହିଳା ବିକାଶ ଓ ଆର୍ଥିକ ସ୍ୱାଧିନତା ପାଇଁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି  । ଆସନ୍ତା ପାଞ୍ଚ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ୧୦ ହଜାର କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦିଆଯିବ  । ଏସଏଚଜିଙ୍କ ପାଇଁ କ୍ଷୁଦ୍ର ଶିଳ୍ପ ପାର୍କ ନିର୍ମାଣ ହେବ  । କୋଭିଡରେ ପିତାମାତାଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନା ଆରମ୍ଭ ହୋଇଛି  । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୨୫୦ କୋଟି ଟଙ୍କାର ପାଣ୍ଠି ବରାଦ ହୋଇଛି  ।

ଦିବ୍ୟାଙ୍ଗ, ବୃଦ୍ଧ , ନିରାଶ୍ରୟ ଓ କିନ୍ନର ମାନଙ୍କ ସାମାଜିକ ନିରାପତ୍ତା ଶସକ୍ତିକରଣ ପାଇଁ ସରକାର ସଂକଳ୍ପବଦ୍ଧ  । ଆସନ୍ତା ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବୀକା ମିଶନ ନାମରେ ସ୍ୱତନ୍ତ୍ର ଯୋଜନା ଆରମ୍ଭ ହେବ  । ଗରିବ ପରିବାର ମୁଣ୍ଡରେ ଛାତ ରଖିବାକୁ ସରକାର ସମସ୍ତ ଯୋଗ୍ୟ ପରିବାରକୁ  ପକ୍କା ଘର ଯୋଗାଇବା ପାଇଁ ସରକାର ସଂକଳ୍ପବଦ୍ଧ  । ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି  । ସଡକ , ରେଳପଥ ଓ ପରିବହନର ବିକାଶ ପାଇଁ ନୂଆ ନୂଆ ପଦକ୍ଷେପ ସରକାର ନେଉଛନ୍ତି  । ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ  । ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପକୁ ବିଶ୍ୱ ସ୍ତରୀୟ ପାଇଲଟ ଟ୍ରେନିଂ ସେଣ୍ଟର କରାଯିବ  ।

ବିଜୁ ଏକ୍ସପ୍ରେସ ୱେର ଦ୍ୱିତାୟ ପର୍ଯ୍ୟାୟରେ ୬ ହଜାର ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ବ୍ରହ୍ମପୁରରୁ ଜୟପୁର ୪ ଲାଇନ ରାସ୍ତା ନିର୍ମାଣ ହେବ  । ବିଜୁ ସେତୁ ଯୋଜନାରେ ଆମ ସରକାର ଆଗାମୀ ପାଞ୍ଚ ବର୍ଷରେ ୬ ହଜାର କୋଟିରୁ ଅଧିକ ନିବେଶ କରିବେ  । ଶିଳ୍ପ ଓ MSME ସରକାରଙ୍କ ଅଗ୍ରାଧିକାର ତାଲିକାରେ ରହିଛି  । MSME ପାର୍କ, ଆଇଟି ଟାୱାର ନିର୍ମାଣକୁ ଯେତିକି ଗୁରୁତ୍ୱ ଦିଆଯାଉଛି  । ଷ୍ଟାଟଅପକୁ ସେତିକି ପ୍ରତ୍ସାହିତ କରୁଛନ୍ତି ସରକାର  । ମେକ ଇନ୍ ଓଡ଼ିଶା କଲକ୍ଲେଭ ସଫଳ ହୋଇଥିବାବେଳେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଆଇଟି କମ୍ପାନୀ ଓଡ଼ିଶା ମୁହାଁ ହୋଇଛନ୍ତି  ।

ସହରାଞ୍ଚଳର ବିକାଶ ଓ ବସ୍ତିବାସୀନ୍ଦାକୁ ଜାଗା ମିଶନରେ ଜମି ଅଧିକାରରରେ ଆମେ ଜାତିସଂଘର ପ୍ରଶଂସା ପାଇଛୁ  । ସହରାଞ୍ଚଳର ରୂପାନ୍ତରୀକରଣକୁ ଦୃଷ୍ଟିରେ ରଖି ବଜେଟରେ ଅଧିକ ପାଣ୍ଠି ବରାଦ କରାଯାଇଛି  । ଐତିହ୍ୟ ଓ ଧାର୍ମିକ ସ୍ଥଳ ଗୁଡିକର ନବକଳେବର କରାଯାଉଛି  । ଏଥିପାଇଁ ୩ ଶହ ୭୪ କୋଟି ଟଙ୍କା ବରାଦ ହୋଇଛି  । ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ମେଡେଲ ଭାବେ ଉଭା ହୋଇଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହକୁ ବଜେଟ ଅଭିଭାଷଣରେ ଅବଗତ କରାଇଛନ୍ତି  ।

 

 

ଜଳ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ୭୫ ହଜାର କୋଟି

ନନ୍ଦିଘୋଷ ବ୍ୟୁରୋ: କୃଷି ବଜେଟ ଆଗତ କରି ମନ୍ତ୍ରୀ ଶ୍ରୀ ପୂଜାରୀ ଗୃହକୁ କହିଲେ, ଜଳ ସେଚନର ଦ୍ରୁତ ବିକାଶକୁ ଆମ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି  । କଳାହାଣ୍ଢିର ଉପର ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ, ଲୋୟର ଇନ୍ଦ୍ର ବୃହତ ଜଳସେଚନ ପ୍ରକଳ୍ପ ଓ ଦେଓ ,ସଜଳ ସଚେନ ପ୍ରକଳ୍ପ ଭଳି ବଡ଼ ପ୍ରକଳ୍ପ ଗୁଡିକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ କୂଳକୁ ସମର୍ପିତ କରିଛନ୍ତି  । ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ଦ୍ୱାରା ଗତଚ ଦୁଇ ବର୍ଷରେ ମୟୁରଭଞ୍ଜ ଓ ବାଲେଶ୍ନୱରରେ ଅତିରିକ୍ତ ୩୨ ହଜାର ହେକ୍ଟର ଜମିକୁ ଜଳ ସେଚନ ଯୋଗାଇ ଦିଆଯାଇଛି  । ଚଳିତ ବର୍ଷ ଆଉ ୧୦ ହଜାର ହେକ୍ଟର ଜମିକୁ ମିଳିବ ସେଚନ  । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାୟାଉଛି  । ଧାର୍ଯ୍ୟ ସମୟ ପୂର୍ବରୁ ଏହା ଶେଷ ହୋଇ  ୨୫ ହଜାର ୬ଶହ ହେକ୍ଟର ଜମିକୁ ଖରିଫ ଋତୁରେ ପାଣି ଯୋଗାଇ ଦେବ  ।

ଗଞ୍ଜାମର ଘଟେକଶ୍ୱର ଡ୍ୟାମ, ଅନୁଗୋଳର ମଞ୍ଜୋର ସମ୍ପ୍ରସାରଣ ଓ ନୟାଗଡ଼ର କୁସୁମି ବ୍ୟାରେଜ ନିର୍ମାଣ କାମ ୨୦୨୩ରେ ଶେଷ ହେବ  । ଜଳ ଚାହିଦା ପୂରଣ କରିବାକୁ ସରକାର ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟକ୍ଚର କାମ ହାତକୁ ନେଇଛନ୍ତି  । ୩୦ ଜିଲ୍ଲାରେ ଏହି କାମ ଚାଲୁଥିଲା ବେଳେ ଆସନ୍ତା ଆର୍ଥିକ ବର୍ଷରେ ୨୦ଟି ପ୍ରକଳ୍ପ ନିର୍ମାଣ ହେବ  । ଏଥିପାଇଁ  ୮୫୪ କୋଟି ବରାଦ ହୋଇଛି  । ପାର୍ବତିଗିରି ବୃହତ ଉଠା ଜଳସେଚନ ଯୋଜନାରେ ୨୦୮ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି  । ଦ୍ୱିତୀୟ ପର୍ଯ୍ୟାୟରେ ପାଞ୍ଚ ମଧ୍ୟରେ ୧୭୦ ଟି ପ୍ରକଳ୍ପ ହାତକୁ ନିଆଯାଇଛି  । ଏଥିରେ ୧୦ ହଜାର୭୫୯ କୋଟି ଖର୍ଚ୍ଚ ହୋଇଥିଲାବେଳେ ଅତିରିକ୍ତ ୨ଲକ୍ଷ ୬୩ ହଜାର ହେକ୍ଟର ଜମିକୁ ମିଳିବ ଜଳ  ।

ଆମ ସରକାର ଗଭୀର ନଳକୂପ ଓ ଗୋଷ୍ଠୀ ଉଠା ଜଳସେଚନ  କାର୍ଯ୍ୟକ୍ରମକୁ ଚାଷୀ ଅନୁକୂଳ କରିଛନ୍ତି  ।  ଏହି ଯୋଜନାରେ ଲକ୍ଷେରୁ ଅଧିକ ନଳକୂପ ୩୫ ହଜାର ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି  । ୨୦୨୫-୨୬ ସୁଦ୍ଧା ଅଧିକ ଏକ ଲକ୍ଷ ଗଭୀର ନଳକୂପ ସ୍ଥାପନ ପାଇଁ ୪ ହଜାର ୧୯୮ କୋଟି ଟଙ୍କା ମଞ୍ଜୁର ହୋଇଛି  । ଆସନ୍ତା ଆର୍ଥିକ ବର୍ଷରେ ବିଜୁ କୃଷକ ବିକାଶ ଯୋଜନାରେ ଦେଢ ହଜାର ଗୋଷ୍ଠୀ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍କାରୀ କରିବାକୁ ୪ ଶହ କୋଟି ବରାଦ ହୋଇଛ  ।

ମନ୍ତ୍ରୀ ଶ୍ରୀ ପୂଜାରୀ ବଜେଟ ଅଭିଭାଷଣରେ କହିଲେ,  ରାଜ୍ୟରେ ବଢି ଚାଲିଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଜଳ ଭିତ୍ତିଭୂମି ସୃଷ୍ଟି କରାଯିବ  । ଏଥିପାଇଁ ଆମ ସରକାର ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବ  ।

 

ଓଡ଼ିଶା ବଜେଟ୍ ୨୦୨୩: କୃଷି କ୍ଷେତ୍ର ପାଇଁ ଭଣ୍ଡାର ଖୋଲିଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: ଆଶାଠୁ ଅଧିକ  । କୃଷି ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ରାଜ୍ୟ ସରକାର  । ରାଜ୍ୟର ଚାଷୀ କୂଳକୁ ବଳଦେବାକୁ ସରକାର ଯଥେଷ୍ଟ ଆନ୍ତରିକତା ଦେଖାଇଛନ୍ତି  । ଚାଷୀର ଆୟ ବୃଦ୍ଧି ଓ ଚାଷର ଅଭିବୃଦ୍ଧି ପାଇଁ କୃଷି ବଜେଟରେ ଗତ ଆର୍ଥିକ ବର୍ଷ ତୁଳନାରେ ଅଧିକ ୨୦ ପ୍ରତିଶତ ପାଣ୍ଠି ବରାଦ କରିଛନ୍ତି ରାଜ୍ୟ ସରକାର  । ୨୦୨୩-୨୪ କୃଷି ବଜେଟରେ ମୋଟ  ୨୪ ହଜାର ୮୨୯ କୋଟି ଟଙ୍କା  ପାଣ୍ଠି ବରାଦ କରିଛନ୍ତି  । ଏହା ୨୦୧୬-୧୭ ଆର୍ଥିକ ବର୍ଷର ବଜେଟ ଆକଳନ ଠାରୁ ୩ ଗୁଣ ଅଧିକ  ।  ବିଧାନସଭାରେ କୃଷି ବଜେଟ ଆଗତ କରି ଏହବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ  ।

ଶ୍ରୀ ପୂଜାରୀ ଦର୍ଶାଇଛନ୍ତି, କୃଷିକୁ ଚାଷ ଓ ଚାଷୀଙ୍କୁ ଆମ ସରକାର ସର୍ବାଧିକ ଫୋକସ କରୁଛନ୍ତି  । ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ତ୍ୱରାନିତ କରିବା ସହ ଚାଷୀଙ୍କୁ ଠିକ ସମୟରେ ପ୍ରାପ୍ୟ ଦେବାକୁ ୨ ହଜାର କୋଟି ଟଙ୍କାର ରିଭଲବିଙ୍ଗ ପାଣ୍ଠିର ବ୍ୟବସ୍ଥା କରାଯାଇଛି  । ଚାଷୀକୂଳ ଏହାର ବେଶ ଲାଭ ଉଠାଇବେ  । ଚାଷୀ ମାନଙ୍କୁ ସହାୟତା ଯୋଗାଇବାକୁ ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ପାଇଁ ୧୮୭୯ କୋଟି ଟଙ୍କାର ପାଣ୍ଠି ବରାଦ ହୋଇଛି  । କାଳିଆରେ ଏଯାଏଁ ୪୧ ଲକ୍ଷ ୮ ହଜାର କ୍ଷୁଦ୍ର ଓ ନାମମାତ୍ର ଏବଂ ୧୮ ଲକ୍ଷ ୬୯ ହଜାର ଭୂମିହୀନ ଚାଷୀ ପରିବାର ସହାୟତା ପାଇଛନ୍ତି  ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ଠିକଣା ଭାବେ ସରକାର କାର୍ଯ୍ୟକାରୀ କରୁଥିବାବେଳେ ରାଜ୍ୟ ମାନ୍ୟତା ସୂଚକାଙ୍କ ୨୦୨୨ରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ଅଛି  । ଚାଷୀଙ୍କ ପଶଲ ଉତ୍ପାଦନକୁ ପରିଚାଳନା ଓ ଠିକ ସମୟରେ ବିହନ ସାର କୀଟନାଶକ ଯୋଗାଣକୁ ତ୍ୱରାନିତ କରାଯିବ  । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ  । OUATରେ କୃଷି ଗବେଷଣା ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ ୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି  ।

ଚାଷୀଙ୍କ ଆର୍ଥିକ ବିକାଶରେ ଉଦ୍ୟାନ କୃଷି ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି  । ଏହାକୁ ଦୃଷ୍ଟିରେ ରଖି ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୩୮୧ କୋଟି ଓ ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୨୧ କୋଟି ଟଙ୍କା ବ୍ୟବ ବରାଦ ହୋଇଛି  । ଆସନ୍ତା ପାଞ୍ଚ ବର୍ଷରେ ୨ ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷ କରିବାକୁ ଟାର୍ଗେଟ ରହିଛି  । କ୍ଷେତରେ ଆଧୁନିକ ଯନ୍ତ୍ରପାତି ବ୍ୟବହାର ପାଇଁ ଚାଷୀ ମାନଙ୍କୁ ସରକାର ଉତ୍ରାହିତ କରୁଛନ୍ତି  । ଏଥିପାଇଁ ଚାଷୀଙ୍କୁ ରିହାତି ଯୋଗାଇବାକୁ ୩୮୮ କୋଟି ଟଙ୍କା ବରାଦ ହୋଇଛି  ।

ଯେଉଁ ଅଞ୍ଚଳରେ ବିଜୁଳୀ ଅପହଞ୍ଚ ସେଠାରେ ଅକ୍ଷୟ ଶକ୍ତି ଉତ୍ସକୁ ପ୍ରାଧାନ୍ୟ ଦେଇ ସୈର ଜଳନିଧି ଯୋଜନାକୁ କାର୍ଯ୍ୟତକ୍ରମ କରପାଯାଇଛି  । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସହ କୃଷି ବିପଣନ, ପ୍ରକ୍ରିୟାକରଣକୁ ଆମେ ଅଗ୍ରାସଧିକାର ଦେଉଛୁ  । କୃଷି କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭାଗୀଦାରିତା ଓ ଉଦ୍ୟୋଗକୁ ପ୍ରୋତ୍ସାହନ ଦେଉଛୁ  । ପାଞ୍ତ ବର୍ଷର ରାଜ୍ୟର ୯ ଜିଲ୍ଲାର ୫୦ ବ୍ଲକରେ କାର୍ଯ୍ୟକାରୀ ହେବ ଓଡ଼ିଶା ପଣସ ମିଶନ  ।

ବଳରାମ ଯୋଜନାରେ ୧୨ ହଜାର ୩ ଶହ ୯୪ ଜଣ ଭାଗଚାଷୀଙ୍କୁ ୯୮ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି । ଏକ ଲକ୍ଷ ଗ୍ରୁପରେ ୫ ଲକ୍ଷ କୃଷକଙ୍କୁ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ରହିଛି । କାଳିଆ ଯୋଜନାରେ ଚାଷୀଙ୍କୁ ଋଣ ସୁଧ ରିହାତି ଯୋଜନାରେ ୮ ଶହ ୩୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିଭଳି କାଳିଆ ଯୋଜନା ପାଇଁ ୧ ହଜାର ୮୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଓଡ଼ିଶା ମିଲେଟ ମିଶନରେ ୨୦୨୩-୨୪ରେ ୪ ଶହ ୯୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବଜେଟରେ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ବ୍ୟୟ ବରାଦକୁ ବୃଦ୍ଧି କରି ୧ ହଜାର ୭ ଶହ ୬୯ କୋଟି ଟଙ୍କାର ପ୍ରସ୍ତାବ ରହିଛି । ସେହିଭଳି କୁକୁଡା ଚାଷର ବିକାଶ ପାଇଁ ୧ ଶହ ୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

 

ଗୁପ୍ତତଥ୍ୟ ଲିକ୍ ଅଭିଯୋଗରେ ଜଣେ ବରିଷ୍ଠ ଅଫିସର ଗିରଫ

ବାଲେଶ୍ୱର: ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ପ୍ରେସମିଟ୍ । ଗୁପ୍ତତଥ୍ୟ ଲିକ୍ ଅଭିଯୋଗରେ ଜଣେ ବରିଷ୍ଠ ଅଫିସର ଗିରଫ । ହନିଟ୍ରାପରେ ଫଶିଥିଲେ ବାଲେଶ୍ବର ITRର ଅଫିସର। ହନିଟ୍ରାପିଂ କରି ଗୁପ୍ତ ତଥ୍ୟ ଆଦାୟ କରୁଥିଲା ପାକିସ୍ତାନ । ପାକିସ୍ତାନର ରାଓ୍ୱଲପିଣ୍ଡିରୁ ହୋଇଥିଲା ହନିଟ୍ରାପିଂ । ହନିଟ୍ରାପରେ ସୁନ୍ଦରୀଙ୍କୁ ବ୍ୟବହାର କରୁଥିଲା ପାକିସ୍ତାନ । ରାଓ୍ବଲପିଣ୍ଡିରୁ ଚାଟିଂ କରି ଡାଟା ଆଦାୟ କରୁଥିଲେ । ବରିଷ୍ଠ ଟେକ୍ନିକାଲ ଅଫିସର ପାକିସ୍ତାନକୁ ଦେଉଥିଲେ ସମ୍ବେଦନଶୀଳ ତଥ୍ୟ । ସମ୍ବେଦନଶୀଳ ଭିଡିଓ ଓ ଡାଟା ଲିକ କରିଛନ୍ତି ଗିରଫ ଅଫିସର । ତେବେ ଏହି ଘଟଣାରେ ଟଙ୍କା ନେଣଦେଣର ତଦନ୍ତ ଚାଲିଛି ବୋଲି କହିଛନ୍ତି ପୂର୍ବାଞ୍ଚଳ ଆଇଜିପି । ଏହା ପୂର୍ବରୁ ୨୦୨୧ରେ ହନିଟ୍ରାପ କେସରେ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ ।