spot_img
Home Blog Page 3424

ନୂଆ ଅଭିଷେକ ହଲକୁ ଉଦଘାଟନ କଲେ ମହାମହିମ

ଭୁବନେଶ୍ୱର: ରମାଦେବୀରୁ ଫେରିଲା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ଭବନର ନୂଆ ଅଭିଷେକ ହଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ପ୍ରଥମେ ମାଆ ରମାଦେବୀଙ୍କ ପ୍ରତି ସାଦର ସମ୍ମାନ ଜଣାଇ ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ଏହି ଅବସରରେ ୪୦ବର୍ଷ ତଳେ ରମାଦେବୀରେ ପଢ଼ିବା ବେଳର ଦିନକୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ମହାମହିମ । ସେ କହିଥିଲେ, ରମାଦେବୀର ଛାତ୍ରୀ ଭାବେ ମୁଁ ଗର୍ବିତ । ଦୁର୍ଗମ ପଲ୍ଲୀରୁ ସୁଗମ ରାଜଧାନୀ ଆସିଥିଲି। ପଢିବା ବେଳେ ଆଦିବାସୀ ଛାତ୍ରୀ ନିବାସରେ ରହୁଥିଲି ବୋଲି କହିଥିଲେ ରାଷ୍ଟ୍ରପତି ।

୧୯୪୪ ମସିହା କନ୍ଧମାଳ ଜିଲ୍ଲା ଚାରିପଡ଼ା ଗ୍ରାମରେ ଜନ୍ମିତ ପୂର୍ଣ୍ଣମାସି ଜାନି ୧୦ବର୍ଷ ବୟସରେ ଜଣେ ବିଶିଷ୍ଟ କବି ଭାବେ ପରିଚୟ ସୃଷ୍ଟି କରିଥିଲେ । ସେ ୨୦୦୬ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୨୦୦୮ରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମାନରେ ସମ୍ମାନୀତ ହୋଇଥିଲେ । ୨୦୨୧ରେ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିପରି ପଦ୍ମଶ୍ରୀ ଡକ୍ଟର ଅରୁଣା ମହାନ୍ତିଙ୍କୁ ଡିଲିଟ ଉପାଧି ପ୍ରଦାନ କରାଯାଇଥିଲା ।

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ରିଷଭ, ଆସିଲା ଫଟୋ

ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର ରିଷଭ ପନ୍ତ । ଏବେ ରିଷଭଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରିଷଭ ଚାଲୁଥିବାର ଦେଖାଯାଉଛି । ରିଷଭ ଏହି ଫଟୋକୁ ଟୁଇଟ କରିଛନ୍ତି । ଫଟୋରେ ରିଷଭ ଆଶା ବାଡ଼ି ଧରି ଚାଲୁଥିବାର ଦେଖାଯାଇଛି । ରିଭଷ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ଗୋଟିଏ ପାଦ ଆଗକୁ… ଗୋଟିଏ ପାଦ ସଶକ୍ତ… ଗୋଟିଏ ପାଦ ଭଲ… ।

ରିଷଭ ଆଶା ବାଡ଼ି ଧରି ଧୀରେ ଧୀରେ ଚାଲୁଥିବାର ଦେଖାଯାଇଛି । ତାଙ୍କ ଡାହାଣ ପାଦ ଫୁଲି ଥିବାର ମଧ୍ୟ ଫଟୋରେ ଦେଖାଯାଉଛି । ଏହି ଫଟୋ ଦେଖି ଲାଗୁଛି ଆଉ ଅଳ୍ପ ଦିନରେ ରିଷଭ ସୁସ୍ଥ ହୋଇଯିବେ ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଗତ ଡିସେମ୍ବରରେ ରିଷଭଙ୍କ ଗାଡ଼ି ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିକୁ ସେ ନିଜେ ଚଳାଉଥିଲେ । ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲାବେଳେ ତାଙ୍କ କାର୍ ଡିଭାଇଡରରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ଟି ସଂପୂର୍ଣ୍ଣ ଜଳିଯାଇଥିଲା । ତାଙ୍କ ମୁଣ୍ଡ ଏବଂ ଗୋଡରେ ଗଭୀର ଆଘାତ ଲାଗିଥିଲା । ସେବେଠୁ ସେ ଚିକିତ୍ସାଧୀନ ଅଛନ୍ତି ।

ଭାଲେଣ୍ଟାଇନ୍ ଡେ’ରେ ପାଳନ ହେବନି କାଓ ହଗ୍ ଡେ’, ପ୍ରତ୍ୟାହାର ହେଲା ଅପିଲ

ନୂଆଦିଲ୍ଲୀ: ୧୪ ଫେବୃଆରି ବା ଭାଲେଣ୍ଟାଇନ୍ ଡେ’ ଦିନ ପାଳନ ହେବନି କାଓ ହଗ୍ ଡେ’ । ଏହି ଅପିଲକୁ ପ୍ରତ୍ୟାହାର କରିଦିଆଯାଇଛି । ଏହାକୁ ବିରୋଧ କରାଯିବା ପରେ ପ୍ରତ୍ୟାହାର କରାଯାଇଛି । ଏ ନେଇ ଆମ୍ ଆଦମୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସର ବିରୋଧ ପରେ ଏହି ପଦକ୍ଷେପ ନିଆଯାଇଥିଲା ।

୧୪ ଫେବୃଆରୀକୁ କାଓ ହଗ୍ ଡେ’ ଭାବେ ପାଳନ କରିବା ଅପିଲକୁ ନେଇ ଶିବସେନା ସିଧା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲା । ବିଭିନ୍ନ ଦଳ ତରଫରୁ ଏହାକୁ ନେଇ ସିଧା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରାଯିବା ପରେ ବାଧ୍ୟ ହେଇ ଏହି ଅପିଲକୁ ପ୍ରତ୍ୟାହାର କରିଥିଲେ ।

ଆନିମଲ ଓ୍ବେଲଫେୟାର ଅଫ ଇଣ୍ଡିଆ ଗାଈଙ୍କୁ ଆଲିଙ୍ଗନ କରି କାଓ ହଗ୍ ଡେ’ ପାଳନ କରିବାକୁ ଅପିଲ କରିଥିଲା । ପାଶ୍ଚାତ୍ୟ ଏବଂ ଚାକଚକ୍ୟ ଜୀବନ ଶୈଳୀ ଯୋଗୁ ଆମେ ସଂସ୍କୃତିକୁ ଭୁଲି ଯାଉଛୁ । ଏଥିପାଇଁ ଗାଈଙ୍କୁ ଭଲ ପାଉଥିବା ଲୋକେ ୧୪ ଫେବୃଆରୀକୁ କାଓ ହଗ୍ ଡେ’ ଭାବେ ପାଳନ କରିବାକୁ କହିଥିଲା ଆନିମଲ ଓ୍ବେଲଫେୟାର । ଏହା ପରେ ଯୁବପିଢ଼ୀଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ ।

ମୋ କଲେଜ କଥା କହିଲେ ପ୍ରୋଟୋକଲ ସରିଯିବ…

ନନ୍ଦିଘୋଷ ବ୍ୟୁରୋ: ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ସ୍ୱାଧିନତା ସଂଗ୍ରାମୀ ରମାଦେବୀଙ୍କ ସ୍ମୃତି ଚାରଣ କରିବା ସହ ଅଧ୍ୟୟନ ବେଳର ସ୍ମୃତିକୁ ମନେ ପକାଇଛନ୍ତି  । କହିଛନ୍ତି ଆଜି ମୋତେ ଔପଚାରିକ ଦୃଷ୍ଟିରୁ ଭିନ୍ନ ରାସ୍ତାରେ ଆସିବାକୁ ପଡିଲା  । କିନ୍ତୁ ମୁଁ ସେଦିନ ରାସ୍ତାକୁ ଭୁଲି ପାରୁନି  ।  ସେତେବେଳେ ଡ୍ରେସକୋଡ ନଥିଲା  । ସେତେବେଳେ  ମାତ୍ର ଏକ ମହାବିଦ୍ୟାଳୟ ଥିଲା  । ମୁଖ୍ୟ ଶାସନ ସଚିବଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଝିଅ  । ସମସ୍ତେ ଏକାଠି ପଢୁଥିଲୁ  । ବାର୍ତ୍ତାଳପରେ କିମ୍ବା ଭେଦଭାବର କୌଣସି ବାସ୍ନା ନଥିଲା  । ସତେ ଲାଗୁଥିଲା ଯେମିତି ଦୁର୍ଗମ ପଲିରୁ ସୁଗମ ରାଜଧାନୀର ରାସ୍ତା  । ମୁଁ ଯଦି ମୋ ବିଶ୍ୱ ବିଦ୍ୟାଳୟର କଥା କହିବି ତେବେ ଦୁଇ ଘଣ୍ଟା ହୋଇଯିବ  । ଶେଷରେ ପ୍ରୋଟୋକଲ ସରିଯିବ ବୋଲି କହିଛନ୍ତି ରାଷ୍ଟ୍ରପତି  ।

ରମାଦେବୀ ନାରୀ ଜାତିର ନେତୃତ୍ୱ ।  ସୁପ୍ରସିଦ୍ଧ ଶିକ୍ଷା ଅନୁଷ୍ଠାନରେ ପାଦଦେବା କ୍ଷଣି ଅତୀତ ମନସ୍କ ହୋଇ ପଡୁଛି  । ସେତେବେଳେ ମଧ୍ୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଥିଲା  । ମନେ ପଡୁଛି ମୋ ଛାତ୍ର ଜୀବନର କଥା  । ସେ ପୁରୁଣା କ୍ୟାଣ୍ଟିନ ଏବେ ଅଛିକି ନାହିଁ ଜାଣିନି  । ପାଚିରୀ ପାଖରେ ଠିଆ ହୋଇଥିବା ଠେଲା ଗାଡି ପାଖରେ ମୁଁ ଖାଉଥିଲି  । ଭୁବନେଶ୍ୱର ଠାରୁ ଅନତି ଦୂରରେ ମୋର ଜନ୍ମ  । ଚାରିବର୍ଷ ମୁଁ ଏଠାରେ ପଢିଛି  । ମୋ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଭଲ ପାଇବା ଆଶୀର୍ବାଦ ମୋତେ ବଡ଼ କରିଛି  । ନିଜର ପ୍ରାକ୍ତନ ଅଧ୍ୟାପିକାଙ୍କ ସ୍ମୃତି ଚାରଣ କଲେ ମହାମହିମ  ।

ବିଣାପାଣି ମହାନ୍ତି ,  ସକୁନ୍ତଳା ମ୍ୟାଡାମଙ୍କ କଥାକୁ ମନେ ପକାଇଛନ୍ତି  । ଯେତେବେଳେ ଏହି ରାସ୍ତା ଦେଇ ଯାଇଛି ପିଲା ମାନଙ୍କୁ ମୋ କଲେଜ ବିଷୟରେ କହିଛି  । ଯେତେବେଳେ କହିବାକୁ ଭୁଲି ଯାଇଛି, ମୋ ପିଲାମାନେ ମନେ ପକାଇ ଦିଅନ୍ତି  । ସାହିତ୍ୟ, ସଂସ୍କୃତି ଠାରୁ ଇତିହାସ ପର୍ଯ୍ୟନ୍ତ ସବୁଠି ମହିଳାଙ୍କ ନେତୃତ୍ୱ ରହିଛି  । ଭାରତର ବିଭିନ୍ନ ପ୍ରାନ୍ତରେ ନାରୀ ମାନେ ଶାସିକା ହୋଇଛନ୍ତି  । କସ୍ତୁରିବା , ସରୋଜାନି ନାଇଡୁଙ୍କ ଠାରୁ ରମାଦେବୀଙ୍କ ପର୍ଯ୍ୟନ୍ତ  । ନେତାଜୀଙ୍କ ଆଜଦ ହିନ୍ଦୀ ଫୌଜରେ ମଧ୍ୟ ନାରୀ ମାନଙ୍କ ନେତୃତ୍ୱ ରହିଥିଲେ  । ଓଡିଶାର ସ୍ୱାଧନତା ସଭାରେ ମାଳତୀ ଦେବୀଙ୍କ ନେତୃତ୍ୱରେ ୧୫ ଜଣ ମହିଳା ସଦସ୍ୟ ରହିଥିଲେ  ।

ସଂଗୀତ, ଶିକ୍ଷା, ସମାଜସେବା, ବିଜ୍ଞାନ, ଅଭିନୟ, କଳା, ସାହିତ୍ୟ, ସଂସ୍କୃତି ପ୍ରତିଟି ଦିଗରେ ଉଦାହାରଣ ସାଜିଥିବା ମହିଳାଙ୍କ ସ୍ମୃତି ଚାରଣ କରିଛନ୍ତି ମହାମହିମ ରାଷ୍ଟ୍ରପତି  । ବର୍ତ୍ତମାନ ଝିଅ ମାନେ ପୁଅ ମାନଙ୍କ ସାଥିରେ ପାଦରେ ପାଦ ଦେଇ ବାଟ ଚାଲୁଛନ୍ତି  । ବିମାନ ଉଡାଇବା ଠାରୁ ପ୍ରଶାସକ ପର୍ଯ୍ୟନ୍ତ  । କେଳ କୁଦରେ ଭାରତର ମହିଳା ବିଶ୍ୱରେ ବିଜୟ ବାନା ଉଢାଉଛନ୍ତି  । ମିଶାଇଲ ମ୍ୟାନ କେସି ଟୋମାସଙ୍କ ପାଇଁ ମଙ୍ଗଳଯାନ ଚର୍ଚ୍ଚାର ବିଷୟ  । ଏହା ପଛରେ ନାରୀ ବୈଜ୍ଞାନିକଙ୍କ ଭୂମିକା ରହିଛି  । ଟୋକିଓ ଅଲିମ୍ପିକ ଠାରୁ ପାରା ଅଲିମ୍ପିକ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ମହିଳା ଦେଖାଇଛନ୍ତି ପାରଦର୍ଶିକତା  ।

ଶ୍ରାବଣୀ ନନ୍ଦଙ୍କୁ ପ୍ରଶଂସା କରିଛନ୍ତି, କ୍ୟାପଟେନ ଜୋସ୍ନା ମିଶ୍ର, ଦମୟନ୍ତିଙ୍କୁ ମଧ୍ୟ ବୁରି ଭୁରି ପ୍ରଂଶସା କରିଛନ୍ତି  । ଭାରତର ଅନେକ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛି  । ସବୁଠି ଝିଅ ମାନେ ଡିଗ୍ରୀ ଅଦିକ ପାଇଛନ୍ତି  । ପ୍ରଶାସନିକ ଅଧିକାରୀ ଠାରୁ ପୋଲିସ ଚାକିରୀରେ ମଧ୍ୟ ଝିଅ ମାନଙ୍କ ସାହାସ ଓ ଦମ୍ଭ ଦେଖି ଖୁସି ହୋଇଥିବା କହିଛନ୍ତି ମହାମହିମ ରାଷ୍ଟ୍ରପତି  । ସଂସଦର ଉଭୟ ଗୃହରେ ମହିଳା ସାଂସଦଙ୍କ ସଂଖ୍ୟା ୧୧୫ରେ ପହଁଚିଛି  । ସମଗ୍ର ବିଶ୍ୱରେ ବାରତୀୟ ନାରୀ ଜାତି ପ୍ରେରଣା ସାଜିଥିବା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।

ଭୂକମ୍ପ ପୀଡ଼ିତଙ୍କୁ ମାଗଣା ଖାଦ୍ୟ ଦେଉଛନ୍ତି ଭାରତୀୟ, ରହିବାପାଇଁ ଖୋଲିଦେଲେ ପୂରା ହୋଟେଲ

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ଘଟିଥିବା ଭୂକମ୍ପ ଯୋଗୁ ୨୧ ହଜାରରୁ ଅଧିକା ଲୋକ ପ୍ରାଣ ହରାଇଲେଣି । ଏହି ଲୋକଙ୍କୁ ବିଭିନ୍ନ ଦେଶରୁ ସାହାଯ୍ୟ ସହଯୋଗ ମିଳୁଛି । ଏ ନେଇ ଭାରତ ସରକାର ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ଭାରତରୁ ଏନଡିଆରଏଫ ଟିମ୍ ଯାଇ ସେଠାରେ ପହଞ୍ଚିଛନ୍ତି । ଭାରତରୁ ଅପରେସନ ଦୋସ୍ତ ଜରିଆରେ ଖାଦ୍ୟ ସାମଗ୍ରୀ, ମେଡିସିନ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ସେଠାକୁ ଯାଇଛନ୍ତି । କେବଳ ଏତିକି ନୁହେଁ ସେଠାରେ ଥିବା ଭାରତୀୟ ବି ଭୂକମ୍ପ ପୀଡ଼ିତଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି ।

ଏଭଳି କଠିନ ସମୟରେ ସେଠାରେ ହୋଟେଲ ବ୍ୟବସାୟ କରୁଥିବା ଦୀପେନ୍ଦ୍ର ଆଉ ପାଦେ ଆଗକୁ ବଢ଼ି ଭୂକମ୍ପ ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେଠାରେ ଦୀପେନ୍ଦ୍ରଙ୍କ ‘ନମସ୍ତେ ଇଣ୍ଡିଆ’ ନାମରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଅଛି । ସେ ହୋଟେଲର କବାଟ ଭୂକମ୍ପ ପୀଡ଼ିତଙ୍କ ପାଇଁ ଖୋଲା କରିଦେଇଛନ୍ତି । ଏବଂ ରେଷ୍ଟୁରାଣ୍ଟରେ ଖାଇବା ବି ମାଗଣା କରିଦେଇଛନ୍ତି । ଲୋକମାନେ ସେଠାରେ ରହିବା ସହ ମାଗଣାରେ ମନଭରି ଖାଦ୍ୟ ଖାଉଛନ୍ତି ।

ଦୀପେନ୍ଦ୍ର କହିଛନ୍ତି, ଭୂକମ୍ପ ସ୍ଥାନଠୁ ୨୨୦ କିମି ଦୂରରେ ତାଙ୍କ ହୋଟେଲ ଅଛି । ହୋଟେଲରେ ପ୍ରତିଦିନ ପୀଡ଼ିତମାନେ ଖାଉଥିଲାବେଳେ ୩୦ ଜଣ ରହିଛନ୍ତି । ମେଡିକାଲର ଆବଶ୍ୟକ ହେଲେ ବି ସେ ସାହାଯ୍ୟ କରୁଛନ୍ତି ।

 

୨୦୨୩ ନୁହେଁ ଗତବର୍ଷର ବଜେଟ ପଢ଼ିଲେ ମୁଖ୍ୟମନ୍ତ୍ରୀ

ଜୟପୁର: ବଜେଟ ଅଧିବେଶନରେ ଗତବର୍ଷର ବଜେଟ ପଢ଼ିଲେ ମୁଖ୍ୟମନ୍ତ୍ରୀ । ରାଜସ୍ଥାନ ବିଧାନସଭା ବଜେଟ ଅଧିବେଶରେ ବିରୋଧୀଙ୍କ ଜୋରଦାର ହଙ୍ଗାମା । ଆଜି ରାଜସ୍ଥାନ ବିଧାନସଭାରେ ବଜେଟ ଅଧିବେଶନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୂର୍ବ ବର୍ଷର ବଜେଟ ପଢ଼ିଥିଲେ । ଲଗାତାର ୮ମିନିଟ ଧରି ସେ ପୂର୍ବ ବର୍ଷର ବଜେଟ ପଢ଼ିଥିଲେ ।

ମନ୍ତ୍ରୀ ମହେଶ ଜୋଶୀ ତାଙ୍କୁ ଅଟକାଇଥିବା ବେଳେ ବିରୋଧୀ ଦଳ ବିଧାୟକମାନେ ନାରାବାଜି କରିଥିଲେ । ଜୋରଦାର ହଙ୍ଗାମା ପରେ ଗୃହକାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ବଜେଟ ପଢୁଥିବା ବେଳେ ପୂର୍ବରୁ ହୋଇଥିବା ତିନି, ଚାରିଟି ଯୋଜନା ସମ୍ପର୍କରେ ପଢ଼ିଥିଲେ । ଯାହାକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା । ୩୦ମିନିଟ ଗୃହ କାର୍ଯ୍ୟ ସ୍ଥଗିତ ରହିବା ପରେ ପୁଣି ଥରେ ବଜେଟ ପରିବେଷଣ କରିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ହାତ ଧରିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ନୂଆଦିଲ୍ଲୀ: କଂଗ୍ରେସରେ ମିଶିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ  । ହାତ ଧରିଲେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ । ଆଜି ଏଆଇସିସି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ଏହି ମିଶ୍ରଣପର୍ବ ।  ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲ୍ଲା କୁମାର ମିଶ୍ରଣ ବେଳେ ଉପସ୍ଥିତ ରହିଥିଲେ । କଂଗ୍ରେସରେ ଯୋଗଦାନ ପରେ AICC ସଭାପତି ମଲ୍ଲିକାର୍ଜୁନଙ୍କୁ ଭେଟିଲେ ବିଜୟ ।

ତାଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ କଂଗ୍ରେସରେ ସାମିଲ ହୋଇଥିବା ସୂଚନା ମିଳିଛି । ୧୯୭୬ କ୍ୟାଡରର ଆଇଏଏସ ଅଧିକାରୀ ବିଜୟ ପଟ୍ଟନାୟକ ।  ୨୦୧୦ରୁ ୨୦୧୩ ଥିଲେ ମୁଖ୍ୟ ଶାସନ ସଚିବ । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ସେ ଅଧ୍ୟକ୍ଷ ଥିଲେ । ୨୦୧୪ରେ ଥିଲେ ମାନବାଧିକାର କମିଶନ ସଦସ୍ୟ ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଉତ୍ସବରେ ରାଷ୍ଟ୍ରପତି ଦେବେ ଦୀକ୍ଷାନ୍ତ ଭାଷଣ । ଏହି ଅବସରରେ ୨୨ ଜଣଙ୍କୁ ସ୍ବର୍ଣ୍ଣପଦକ ଓ ୪ ଜଣଙ୍କୁ ସମ୍ମାନ ସୂଚକ ଡିଲିଟ୍ ଉପାଧି ପ୍ରଦାନ କରାଯିବ । ଏହାସହ ୭ ହଜାର ୪୩୦ ଜଣ ଛାତ୍ରୀଙ୍କୁ ମିଳିବ ଡିଗ୍ରୀ ସାର୍ଟିଫିକେଟ । ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସି ଜାନି, ପଦ୍ମଶ୍ରୀ ଶ୍ରୀମତୀ ସୁନିଥା କ୍ରିଷ୍ଣନ, ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତିଙ୍କୁ ଡିଲିଟ୍ ଉପାଧି ମିଳିବ ।

କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ୩୦ଜଣ ସହପାଠୀନୀ ଉପସ୍ଥିତ ରହିବେ । ଆସନ୍ତାକାଲି ସକାଳ ୯ଟା ୧୦ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଯାଇ ଦର୍ଶନ କରିବେ ମହାମହିମ । ପରେ କଟକ ଗସ୍ତ କରି ବିଦ୍ୟାଧରପୁର ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ଦ୍ବିତୀୟ ଜାତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି ।

ଆଗେଇ ଚାଲିଛି ସୁଆଣ୍ଡୋ ପ୍ରକଳ୍ପ, ବୁଲି ଦେଖିଲେ 5T ସଚିବ

ପୁରୀ: ସୁଆଣ୍ଡୋରେ 5T ସଚିବ ଭିକେ ପାଣ୍ଡିଆନ୍  । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଗ୍ରାମରେ ଚାଲିଛି ‘ସୁଆଣ୍ଡୋ ପ୍ରକଳ୍ପ’  । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଠାରୁ ଗ୍ରାମର ବିଭିନ୍ନ ମନ୍ଦିର, ବିଦ୍ୟାଳୟ ଓ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଅଗ୍ରଗତି ହେଉଛି  । ଐତିହ୍ୟ ଗ୍ରାମ ସୁଆଣ୍ଡୋର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିଛନ୍ତି ରାଜ୍ୟ ସରକାର  ।

ଆଜି 5T ସଚିବ ଭିକେ ପାଣ୍ଡିଆନ୍ ସୁଆଣ୍ଡୋ ଗସ୍ତ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । କାର୍ଯ୍ୟର ତଦାରଖ କରିବା ସହ ସମଗ୍ର ଅଞ୍ଚଳ ବୁଲି ଦେଖିଥିଲେ 5T ସଚିବ  । ଯେଉଁଘରେ ଉତ୍କଳମଣି ଜନ୍ମ ଗ୍ରହଣ କରିଥିଲେ, ସେହି ଘରକୁ ମଧ୍ୟ ବୁଲି ଦେଖିଥିଲେ ଭିକେ ପାଣ୍ଡିଆନ୍  ।

ଭାରତରେ ବ୍ୟାନ୍ ହେବନି BBC, ସୁପ୍ରିମକୋର୍ଟ କହିଲେ, ଏହା ଶୁଣାଣି ଯୋଗ୍ୟ ନୁହେଁ

ନୂଆଦିଲ୍ଲୀ: ଭାରତରେ BBC ବା ବ୍ରିଟିସ ବ୍ରଡକାଷ୍ଟିଂ କର୍ପୋରେସନ ଚ୍ୟାନେଲ ବ୍ୟାନ ହେବନି । ଏହାକୁ ବ୍ୟାନ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି । ଏହାପରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଲାଗିଛି । ଏ ନେଇ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । କହିଛନ୍ତି, ଆପଣ ଏଭଳି ଯୁକ୍ତି କେମିତି କରୁଛନ୍ତି । ଏହା ପୂରାପୁରି ଭୁଲ । ଏହି ଆବେଦନ ଶୁଣାଣି ଯୋଗ୍ୟ ନୁହେଁ । ଏମିତି କହି ଜଷ୍ଟିସ ସଞ୍ଜୀବ ଖାନ୍ନା ଆବେଦନକୁ ଖାରଜ କରିଦେଇଥିଲେ ।

୨୦୦୨ ମସିହାରେ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ପ୍ରାମାଣିକ ଚଳଚ୍ଚିତ୍ର ତିଆରି ନେଇ ବିବାଦ ଘେରରେ ଅଛି ବିବିସି । ଏ ନେଇ ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରିକୁ କେନ୍ଦ୍ର ସରକାର ବେଆଇନ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା ।