spot_img
Home Blog Page 3381

ଚାକିରି ଲାଗି ଜମି ମାମଲା; ଇଡି ରେଡରେ ୧ କୋଟି ନଗଦ, ୨କେଜିର ସୁନା ଜବତ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କହିଛି ଯେ, ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ସ୍ଥାନରୁ ରେଡ୍ ସମୟରେ ଏକ କୋଟି ଟଙ୍କାର ବେନାମୀ ନଗଦ ଜବତ କରାଯାଇଛି । ଇଡି ଏହା ମଧ୍ୟ କହିଛି ଯେ ରେଡ୍ ସମୟରେ ୬୦୦ କୋଟି ଟଙ୍କାର ଅପରାଧରୁ ଅର୍ଜିତ କରାଯାଇଥିବା ସମ୍ପତ୍ତି ସମ୍ପର୍କରେ ସୂଚାନା ମିଳିଛି । ତଦନ୍ତରେ ଜଣାଯାଇଛି ଯେ, ୩୫୦ କୋଟି ଟଙ୍କାର ଫ୍ଲାଟ ଏବଂ ୨୫୦ କୋଟି ଟଙ୍କାର ଲେଣଦେଣ ହୋଇଛି ।  ପ୍ରକାଶଥାଉକି, ଇଡି ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦଙ୍କ ପରିବାର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଚାକିରି ବଦଳରେ ଜମି ମାମଲାରେ ସମ୍ବନ୍ଧିତ ମନି ଲଣ୍ଡରିଂ ଅଭିଯୋଗର ଯାଞ୍ଚ କରୁଛି ।

ଇଡି ଶୁକ୍ରବାର ଦିଲ୍ଲୀରେ ଲାଲୁ ପ୍ରସାଦଙ୍କ ପୁଅ ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସମେତ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହ ସମ୍ବନ୍ଧିତ ଅନେକ ସ୍ଥାନରେ ରେଡ୍ କରିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ମନି ଲଣ୍ଡରିଂର ଯାଞ୍ଚ ପାଇଁ ଲାଲୁ ପ୍ରସାଦଙ୍କ ତିନି ଝିଅ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତାମାନଙ୍କ ଠିକଣା ସମେତ ୨୪ ଟି ସ୍ଥାନରେ ରେଡ୍ ମାରିଛି । ଇଡି ଅନୁସାରେ ରେଡରେ ଏକ କୋଟିର ବେନାମି ଟଙ୍କା, ୧୯୦୦ ଆମେରିକୀୟ ଡଲାର, ୫୪୦ ଗ୍ରାମ ସୁନା ଏବଂ ୧.୫ କେଜି ସୁନାଗହଣା ଜବତ କରିଛି ।

ଅନ୍ୟପକ୍ଷରେ ସିବିଆଇ ମଧ୍ୟ ଏହି ମାମଲାରେ ସକ୍ରିୟ ହୋଇଯାଇଛି । ଆଜି ସିବିଆଇର ସମନ ସତ୍ତ୍ବେ ହାଜର ହୋଇନଥିଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଗର୍ଭବତୀ ପତ୍ନୀ ହସ୍ପିଟାଲରେ ଥିବାରୁ ସେ ହାଜର ହୋଇପାରିନାହାନ୍ତି ବୋଲି ଦର୍ଶାଇଛନ୍ତି । ଚାକିରି ଲାଗି ଜମି ମାମଲାରେ ତେଜସ୍ବୀ ଯାଦବଙ୍କୁ ଜେରା ଲାଗି ସିବିଆଇ ଦେଇଥିଲା ସମନ । ପୂର୍ବରୁ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପତ୍ନୀ ରାବଡି ଦେବୀଙ୍କୁ ବି ସିବିଆଇ କରିଥିଲା ପଚରାଉଚରା ।

୨୦୦୪ରୁ ୨୦୦୯ ମଧ୍ୟରେ ଅନିୟମିତତା ନେଇ ହୋଇଥିବା ଅଭିଯୋଗ କ୍ରମେ ଏହି ନୋଟିସ ହୋଇଛି । ବହୁଚର୍ଚ୍ଚିତ ଏହି ମାମଲାରେ ଲାଲୁ ପ୍ରସାଦ, ରାବଡି ଦେବୀ, ଦୁଇ କନ୍ୟା ମିସା ଭାରତୀ ଓ ହେମା ଯାଦବ ଓ ଅନ୍ୟମାନଙ୍କ ନାମ ରହିଛି । ସିବିଆଇର ଅଭିଯୋଗ କ୍ରମେ ଏହି ମାମଲାରେ ଚାକିରି ଲାଗି ଜମି ଦୁର୍ନୀତି ହୋଇଥିଲା । ୨୦୦୪ରୁ ୨୦୦୯ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବାବେଳେ ଏହି ଘଟଣା ଘଟିଥିଲା । ଗତ ମେ ୨୦୨୨ରେ ମାମଲା ରୁଜୁ ହୋଇଥିଲା । ଜମି ବଦଳରେ ୧୨ ଜଣଙ୍କୁ ରେଳବାଇରେ ଚାକିରି ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

ଗଭୀର ସମୁଦ୍ରରେ ଫସିଛି ହଜାରେ ଜୀବନ

ନନ୍ଦିଘୋଷ:  ମଝି ସମୁଦ୍ରରେ ଫସିଗଲା ହଜାରେ ଜୀବନ  । ଗଭୀର ସମୁଦ୍ର ଭିତରେ ଫସି ରହିଛନ୍ତି ଶହ ଶହ ପ୍ରବାସୀ  । ମିଳିଥିବା ସୂଚନା ମୁତାବକ ଇଟାଲୀ କ୍ରେଲୋବ୍ରିଏ ପ୍ରାନ୍ତରେ ଥିବା ସମୁଦ୍ର ଭିତରେ ପ୍ରବାସୀ ଫଶି ରହିଛନ୍ତି । ଇଟାଲୀ କୋଷ୍ଟଗାର୍ଡ ସେନା ଖବର ପାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ  । ସମୁଦ୍ରରେ ବିଶ୍ୱର ବିଭିନ୍ନ ପ୍ରାନ୍ତ ପରିଭ୍ରମଣ କରୁଥିଲେ ପ୍ରବାସୀ  । ସେମାନେ ୟୁରୋପକୁ ଫେରୁଥିଲାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଜାହାଜ  ।

ମିଳିଥିବା ଖବର ମୁତାବକ  ଖରାପ ପାଣିପାଗ ଯୋଗୁଁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ।  ଇଟାଲୀ କୋଷ୍ଟଗାର୍ଡ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରୟାସ କରିଛନ୍ତି । ଜାହଜରେ ଏକ ହଜାରରୁ ଅଧିକ ପ୍ରବାସୀ ଯାତ୍ରା କରୁଥିଲେ । ବର୍ତ୍ତମାନ ଇଟାଲୀ କୋଷ୍ଟଗାର୍ଡ ପାଖରେ କେବଳ ୫ଶହ ଲୋକଙ୍କୁ ବଂଚାଇବା ପାଇଁ ସାଧନ ରହିଥିବାବେଳେ ଜାହାଜରେ ଫସିଛନ୍ତି ଏକ ହଜାରରୁ ଅଧିକ ଲୋକ ।

ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଜବାବ ଦେଲେ ଇପସିତା

ଭୁବନେଶ୍ୱର: ବିଜେପିକୁ ଶତକଡ଼ା ପାଠ ପଢାଇଲା ବିଜେଡି । ପ୍ରେସମିଟରେ ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଜବାବ ଦେଲେ ବିଜେଡି ମୁଖପାତ୍ର ଇପସିତା ସାହୁ । ଜଣେ ଶିକ୍ଷିତ ମହିଳା ହୋଇ ବି ସାଧାରଣ ଜ୍ଞାନ ରଖିନାହାନ୍ତି ଲେଖାଶ୍ରୀ । ରାଜ୍ୟରେ ବିଜେପି ଓ ବିଜେଡିର ଭୋଟକୁ ତୁଳନା କରି ଲେଖାଶ୍ରୀ ନିଜ ଅଜ୍ଞାନତାର ପରିଚୟ ଦେଇଛନ୍ତି । ଗତ ସାଧାରଣ ନିର୍ବାଚନରେ ରାଜ୍ୟର ୭୫ପ୍ରତିଶତ ବିଧାନସଭା ଆସନରେ ବିଜୟ ଲାଭ କରିଥିଲା ବିଜେଡି । ଗତ ପଞ୍ଚାୟତ ନିର୍ବାଚନରେ ବି ୯୦ପ୍ରତିଶତ ଆସନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିଥିଲେ ।

୩୦ରୁ ୩୦ ଅର୍ଥାତ ୧୦୦ ପ୍ରତିଶତ ଜିଲ୍ଲାପରିଷଦ ଗଠନ କରିଛି ବିଜୁ ଜନତା ଦଳ । ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ ଲୋକ ଗ୍ରହଣ କରୁନାହାନ୍ତି । ବିଜେପିରୁ ଜିତି ନହେବା ଜାଣି ୨୦୧୪ ଓ ୨୦୧୯ରେ ବିଜେଡିରୁ ଟିକେଟ ନେବାକୁ ଲେଖାଶ୍ରୀ ଉଦ୍ୟମ କରୁଥିଲେ । ଏଭଳି ଲୋକ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ପୂର୍ବରୁ ଶତକଡ଼ା ପାଠ ପଢି ଆସିବାକୁ ଇପସିତା ପରାମର୍ଶ ଦେଇଛନ୍ତି ଅନ୍ୟପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଯେଉଁଭଳି ମହିଳାଙ୍କୁ ଆକ୍ରମଣ କରୁଛନ୍ତି ସେ ସମ୍ପର୍କରେ ଲେଖାଶ୍ରୀ କାହିଁକି ପ୍ରତିକ୍ରିୟା ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହିତ ଲେଖାଶ୍ରୀ ମଧ୍ୟ ଜୟନାରାୟଣଙ୍କଠାରୁ ଦୂରରେ ରୁହନ୍ତୁ ବୋଲି ଇପସିତା ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀ ମହିଳା କମିଶନରଙ୍କ ଚାଞ୍ଚଲ୍ୟକର ବୟାନ, ବାପା ଦେଉଥିଲେ ନିର୍ଯାତନା

ନୂଆଦିଲ୍ଲୀ: ମୋ ବାପା ମୋତେ ଦେଇଛନ୍ତି ଯୌନ ନିର୍ଯାତନା  । ଯେତେବେଳେ ଛୋଟ ଥିଲି ସେତେବେଳେ ଅକୁହା ନିର୍ଯାତିତ ହୋଇଛି  । ଏ ସବୁ ଅନ୍ୟ କେହି କରୁନଥିଲେ  । ବଂର ଖୋଦ ଜନ୍ମ କଲା ବାପା ହିଁ ଦେଉଥିଲେ ଯୌନ ନିର୍ଯାତନା  । ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି  ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲୱାଲ  ।  ବାପାଙ୍କ ନିର୍ଯାତିତ କାହାଣୀକୁ ସର୍ବ ସମ୍ମୁଖରେ ଉପସ୍,ଥାପନ କରିଛନ୍ତି ଦିଲ୍ଲୀ ମହିଳା କମିଶନର  । ସ୍ୱାତୀ କହିଛନ୍ତି ଯେତେବେଳେ ଛୋଟ ଥିଲି ମୋ ବାପା ଦେଉଥିଲେ ଯୌନ ନିର୍ଯାତନା   । ସବୁ ବେଳେ ମୋତେ ନିର୍ଯାତନା ଦେଉଥିଲେ  । ଘରକୁ ଆସବା ମାତ୍ରେ ମୁଁ ଖୁବ ଭୟଭୀତ ହୋଇପଡ଼େ। କାରଣ ଆସୁ ଆସୁ ପିଟୁଥିଲେ  ।

ସ୍ୱାତୀ ଏକଥା ମଧ୍ୟ କହିଛନ୍ତି  । ବାପାଙ୍କ ପ୍ରତି ମୋର ବହୁତ ଭୟ ଥିଲା  । ବାପା ଯେତେବେଳେ ଘରକୁ ଆସନ୍ତି ମୁଁ ବେଡ୍‌ ତଳେ ଲୁଚି ଯାଏ।  ଦିଲ୍ଲୀ ମହିଳା କମଶନର ସ୍ୱାତୀ  ମାଲୱାଲଙ୍କ ଏଭଳି ବୟାନ ଏବେ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି  । ସେପଟେ ୩ଦିନ ତଳେ ବିଜେପି ନେତ୍ରୀ ଖୁସବୋ ସୁନ୍ଦର ନିଜ ବାପାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ  । ପୂର୍ବରୁ ଖୁସବୋ କହିଥିଲେ ଯେ, ମୋ ସହିତ ଯାହ ଘଟିଛି ମୁଁ ତାକୁ ପ୍ରକାଶ କରିବାକୁ ଯାଉଛି  । ଏଭଳି ଘଟଣାକୁ କହୁବାରେ ମୋତେ ଖରାପ ଲାଗୁନାହିଁ  । କାରଣ ଯିଏ ଏ କାଣ୍ଡ ଘଟାଇଛନ୍ତି, ସେ ଦୋଷୀ ସାବସ୍ତ୍ୟ ହେବା ଦରକାର  । ବିଜେପି ନେତ୍ରୀ ଖୁସବୋ କହିଛନ୍ତି,  ଯେତେବେଳେ ମୁଁ  ୮ ବର୍ଷର ହୋଇଥିଲି  , ସେତେବେଳେ ଯୈନ ନିର୍ଯାତନାର ଶିକାର ହୋଇଥିଲି ।

ଏ ନିର୍ଯାତନାର ଅନେକ ମହିଳା ଶିକାର ହେଉଛନ୍ତି  । ଅନେକ କହି ପାରୁ ନାହାଁନ୍ତି  । ଲୋକଲଜ୍ୟା ସମାଜର ଭଲ ନଜରରେ ରହିବା ପାଇଁ ଅୱେକ ଦୁଃଖ ସୁଖକୁ ଚାପି ରଖୁଛନ୍ତି  । କିନ୍ତୁ ମୋତେ ଯେତେବେଳେ ୧୫ ବର୍ଷ ହୋଇଥିଲା ସେତେବେଳେ ମୁଁ ବିଦ୍ରୋହ ଆରମ୍ଭ କରିଥିଲି  । ଆଉ କାହା ବିରୋଧରେ ନୁହେନଁ, ଖୋଦ ନିଜ ବାପାଙ୍କ ବିରୋଧରେ  । ସେ.ଥିପାୱଇଁ ସେ ଘର ଛାଡି ଅନ୍ୟତ୍ର ପଳାୟନ କଲେ  ।କିନ୍ତୁ ସେଥିପାୱଇଁ ମୁଁ ଦୁଖିତ ନୁହେଁ କାରଣ ସେ ମୋତେ ଦେଇଥିଲେ ଯୌନ  ନିର୍ଯାତନା   ।

 

ସୁନ୍ଦରଗଡ଼ରେ ବିକାଶ କାର୍ଯ୍ୟର ମାରାଥନ ସମୀକ୍ଷା କଲେ 5-T ସଚିବ

ଭୁବନେଶ୍ୱର: ସ୍କୁଲ, କଲେଜ, ମିଶନ ଶକ୍ତି କାଫେ । ଛାତ୍ରଛାତ୍ରୀଙ୍କ ସହ କଥା ହେଲେ, ସ୍ମାର୍ଟ କ୍ଲାସ ବୁଲିଲେ, ମାଆଙ୍କ ହାତ ତିଆରି ଖାଇଲେ । ସୁନ୍ଦରଗଡ଼ରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଏମିତି ଥିଲା ଆଜିର ଦିନଚର୍ଯ୍ୟା । ଦିନ ତମାମ ବିକାଶ କାର୍ଯ୍ୟର ଅନୁଧ୍ୟାନ । ସକାଳୁ ସଞ୍ଜ ଯାଏ ନା ଥିଲା ବିରତି ନା ବିଶ୍ରାମ । ଗୋଟିଏ ବ୍ଲକରୁ ଆଉ ଗୋଟିଏ ବ୍ଲକ । ବୁଲିବୁଲି ସମସ୍ୟା ଶୁଣିବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ । ପ୍ରଥମେ ଗୁରୁଣ୍ଡିଆ ବ୍ଲକ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଓ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ ।

ସମସ୍ୟା ବୁଝିବା ସହ ପିଲାମାନଙ୍କୁ ଦେଇଥିଲେ ସମାଧାନ ପ୍ରତିଶ୍ରୁତି । ପରେ ବଣାଇ ବ୍ଲକ ତୁମକେଲାରେ ବିଜୁ ସେତୁ ନିର୍ମାଣର ଅନୁଧ୍ୟାନ କରି ବାଣେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ହକି ତାଲିମ କେନ୍ଦ୍ର ପରିଦର୍ଶନ କରି ଖେଳାଳିଙ୍କ ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ। ପରେ ମିଶନ ଶକ୍ତି କାଫେ ଗସ୍ତ କରିଥିଲେ ଫାଇଭ-ଟି ସଚିବ । କାଫେରେ ମାଆଙ୍କ ହାତରନ୍ଧା ଖାଇ ସେମାନଙ୍କୁ ପ୍ରଶଂସା କରିଥିଲେ । ଖାଦ୍ୟର ଉଚିତ ଦାମ ଦେବା ସହିତ ମହିଳାଙ୍କ ସହ ଫଟୋ ଉଠାଇ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ସେଠାରୁ ବଣାଇ ଉପଖଣ୍ଡ ଚିକିତ୍ସାଳୟ ଯାଇ ସ୍ବାସ୍ଥ୍ୟସେବାର ସମୀକ୍ଷା କରିଥିଲେ ଫାଇଭ-ଟି ସଚିବ ।

ପରେ ବଇଦପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ସ୍ମାର୍ଟ କ୍ଲାସ ରୁମରେ ପିଲାମାନଙ୍କ ସହ କଥା ହୋଇଥିଲେ । କୋଇଡ଼ା ବ୍ଲକର ଗୋପବନ୍ଧୁ ହାଇସ୍କୁଲ, ଡିଗ୍ରୀ କଲେଜ ଓ ଆଇଟିଆଇରେ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ବିରମିତ୍ରପୁର ଯାଇ ନୂଆ ବସଷ୍ଟାଣ୍ଡ, ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟର ସମୀକ୍ଷା କରିଥିଲେ ଫାଇଭ-ଟି ସଚିବ । ଚମ୍ପୁ ତଲାବର ସୌନ୍ଦର୍ଯ୍ୟକରଣର ଅନୁଧ୍ୟାନ କରି SHG ଦ୍ବାରା ପରିଚାଳିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ ପାଣ୍ଡିଆନ । ପରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ । ଶେଷରେ ରାଉରକେଲା ମହାନଗର ନିଗମରେ ପହଞ୍ଚି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଓ ସଂଗଠନ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନର ପ୍ରତିଶ୍ରୁତି ଦେଇଥିଲେ ଫାଇଭ ଟି ସଚିବ ।

ଓଡ଼ିଆ ପୁଅ ସିଦ୍ଧାର୍ଥ LICର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ନୂଆ ଦାୟିତ୍ୱ । LICର ଅନ୍ତରୀଣ ଅଧ୍ୟକ୍ଷ ଭାବେ ସିଦ୍ଧାର୍ଥଙ୍କୁ ମିଳିଲା ନିଯୁକ୍ତି । ପୁଣି ଜଣେ ଓଡ଼ିଆଙ୍କୁ କେନ୍ଦ୍ର ସରକାର LICର ଅନ୍ତରୀଣ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି l ସେ କଟକର ଅଧିବାସୀ ଅଟନ୍ତି l ରେଭେନ୍ସା କଲେଜର ପୂର୍ବତ୍ତନ ସାଧାରଣ ସମ୍ପାଦକ ଓ ବାଣୀବିହାରରୁ ରାଜନୀତି ବିଜ୍ଞାନରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ l ବର୍ତ୍ତମାନ ସେ LICର ଏମଡି ଭାବେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଅଧ୍ୟକ୍ଷ ଏମଆର୍ କୁମାରଙ୍କୁ ମିଳିଲାନି ପୁନଃନିଯୁକ୍ତି ।

ଆସନ୍ତା ସପ୍ତାହରେ ତାତିରୁ ମିଳିବ ଆଶ୍ବସ୍ତି; ଆସୁଛି ଆଉ ଏକ ପଶ୍ଚିମା ଝଡ଼

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ତାତିରୁ ମିଳିବ ଆଶ୍ବସ୍ତି । ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ରାଜ୍ୟରେ 15ରୁ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି । ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କାଲି ଘଡଘଡି ବିଜୁଳି ସହ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନୂଆପଡା, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ କମିଛି ତାପମାତ୍ରା । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ମାର୍ଚ୍ଚ ତୃତୀୟ ସପ୍ତାହରେ ପୁଣି ଉପରମୁହାଁ ହେବ ପାରଦ । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରିପଡାରେ ସର୍ବାଧିକ ୨୭.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଆଜି କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ବାଲେଶ୍ବର ଜିଲ୍ଲାର ଘଡ଼ଘଡି ସହିତ ବର୍ଷା ସମ୍ଭାବନା ରହିଛି । ତେବେ ପୁରୀ, ଗଞ୍ଜାମ, କୋରାପୁଟ ଓ ଦେବଗଡ଼ ଜିଲ୍ଲାର ଅଳ୍ପ କେତେକ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ଏସଏଜି ମା’ମାନଙ୍କୁ ଜୟନାରାୟଣଙ୍କ ଆକ୍ଷେପ ପ୍ରସଙ୍ଗ; କଡ଼ା ଜବାବ ଦେଲେ ବିଜେଡି ସାଂସଦ ସୁଲତା

ଭୁବନେଶ୍ୱର: ଏସଏଜି ମାମାନଙ୍କୁ ଜୟନାରାୟଣଙ୍କ ଆକ୍ଷେପ ପ୍ରସଙ୍ଗ । କଡ଼ା ଜବାବ ଦେଲେ ବିଜେଡି ସାଂସଦ ସୁଲତା ଦେଓ । ମହିଳା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ଅନୁତପ୍ତ ନୁହଁନ୍ତି ଜୟନାରାୟଣ । ସୁଧୁରୁନାହାନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବାରମ୍ବାର ମହିଳାଙ୍କୁ କରୁଛନ୍ତି ଅପମାନିତ । ଧନୁପାଲି ଥାନା ମହିଳା ଆଇଆଇସିଙ୍କୁ ଆକ୍ରମଣ କରି ଭୁଲ ମାଗିବା ପରିବର୍ତ୍ତେ ରାଜ୍ୟର ସବୁ ମହିଳାଙ୍କୁ ଅପମାନିତ କରିବାକୁ ପଛାଇ ନାହାନ୍ତି ।

ମହିଳା ସଶକ୍ତିକରଣର ମଡେଲ ସାଜିଥିବା ଏସଏଚଜିକୁ ବଦନାମ କରିବାର ଅପଚେଷ୍ଟା କରିଛନ୍ତି । ଏସଏଚଜି ସଦସ୍ୟା ଟଙ୍କା ଖାଉଥିବାର ଆରୋପ ଆଣି ଓଡ଼ିଶାର ମାଆଙ୍କୁ ଅପମାନିତ କରିଛନ୍ତି ଜୟନାରାୟଣ । ଯାହାକୁ ନେଇ ବିରୋଧୀ ଦଳ ନେତାଙ୍କ ଉପରେ ବର୍ଷିଛି ବିଜେଡି । ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି ଜୟନାରାୟଣଙ୍କ ପାଗଳାମି ଚରମ ସୀମାରେ ପହଞ୍ଚିଲାଣି ।  ମିଶନ ଶକ୍ତିକୁ ଦେଶ ମଡେଲ ଭାବେ ଗ୍ରହଣ କରୁଛି । ବିଭିନ୍ନ ରାଜ୍ୟର ପ୍ରତିନିଧି ଓଡ଼ିଶା ଆସି ମହିଳା ସଶକ୍ତିକରଣର ମଡେଲ ଦେଖୁଛନ୍ତି ।

ଜାତୀୟ ସ୍ତରରେ ଓଡ଼ିଶା ଏଥିପାଇଁ ସମ୍ମାନିତ ହେଉଛି । ମାଆମାନଙ୍କ ଜୀବନରେ ଆସିଥିବା କ୍ରାନ୍ତି ଜୟନାରାୟଣଙ୍କ ଦେହରେ ଯାଉନି । ଓଡ଼ିଶାର ମହିଳାମାନେ ସଶକ୍ତ ହୋଇ ରାଜ୍ୟର ପ୍ରଗତିକୁ ଆଗେଇ ନିଅନ୍ତୁ ଏକଥା ଚାହୁଁନାହାନ୍ତି ବିରୋଧୀ ଦଳ ନେତା । ପୂର୍ବରୁ ହତ୍ୟା ମାମଲାରେ ଜେଲ ଯାଇ ଫେରିଛନ୍ତି ଜୟନାରାୟଣ । ଅପରାଧିକ ମନୋବୃତ୍ତି ଥିବାରୁ ଓଡ଼ିଶାର ମହିଳା ସଶକ୍ତିକରଣ ତାଙ୍କୁ ଦେଖାଯାଉନି । ମାଆଙ୍କ ପ୍ରଗତିକୁ ଦେଖିବା ସହ ଓଡ଼ିଶାର ଉନ୍ନତିକୁ ଜୟନାରାୟଣ ଜାଣନ୍ତୁ ବୋଲି ବିଜେଡି କହିଛି ।

ଓଡ଼ିଶାରେ H3N2 ଭୂତାଣୁରେ ୫୯ ଆକ୍ରାନ୍ତ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ H3N2 ଆତଙ୍କ । ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି H3N2 ସଂକ୍ରମିତ । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୯ଜଣ H3N2 ସଂକ୍ରମିତ । ଜାନୁଆରୀ ଓ ଫେବ୍ରୁଆରୀରେ ୨୨୫ଟି ନମୁନା ପରୀକ୍ଷଣରୁ ୫୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି । ଭାରତରେ ସଂକ୍ରମଣ ଜନିତ ମୋଟ୍ 6 ଜଣଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଆଲର୍ଟ ହୋଇଯାଇଛି । ସବୁ ରାଜ୍ୟକୁ ଭୂତାଣୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ।

କେନ୍ଦ୍ର ସାହିତ୍ୟ ଏକାଡେମୀର ନୂଆ ସଭାପତି ଭାବେ ମାଧବ କୌଶିକ ନିର୍ବାଚିତ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସାହିତ୍ୟ ଏକାଡେମୀର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମାଧବ କୌଶିକ । ସେ ହିନ୍ଦୀ ସାହିତ୍ୟରେ କବି ଭାବେ ବେଶ ପରିଚିତ । ୧୯୫୪ ମସିହା ନଭେମ୍ବର ୧ ତାରିଖରେ ହରିଆଣାର ଭିଓ୍ବାନି ସହରରେ ମାଧବ ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୀ କବିତା, ଗଳ୍ପ, ଯୁବ ସାହିତ୍ୟ, ଗଜଲ୍ ଆଦି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଛନ୍ତି ।

ଅଧ୍ୟକ୍ଷ ପଦ ପାଇଁ କୌଶିକଙ୍କ ସହ ପ୍ରସିଦ୍ଧ ମରାଠି ଲେଖକ ରଙ୍ଗନାଥ ପଠାରେ ଏବଂ କନ୍ନଡ ସାହିତ୍ୟକାର ମଲ୍ଲପୁରମ୍ ଭେ ନିର୍ବାଚନ ଲଢିଥିଲେ । ଏହା ସହିତ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି କୁମୁଦ ଶର୍ମା । ସେ ବର୍ତ୍ତମାନ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ହିନ୍ଦୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଏବଂ ଉପସଭାପତି ପଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ୯୭ ଜଣ ସଦସ୍ୟ ମତଦାନ କରିଥିଲେ ।