ସଫଳ ସ୍ବାସ୍ଥ୍ୟସେବାର ନୂଆ ଅଧ୍ୟାୟ, ୧୧୮୧ ଜଣ ଡାକ୍ତରଙ୍କୁ ବିଭିନ୍ନ ଡାକ୍ତରଖାନାରେ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ସଫଳ ସ୍ବାସ୍ଥ୍ୟସେବାର ନୂଆ ଅଧ୍ୟାୟ । ୧୧୮୧ ଜଣ ଡାକ୍ତରଙ୍କୁ ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସମସ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ ରହିବେନି ଡାକ୍ତର ଅଭାବ । ଓଡ଼ିଶା ହେଉଛି ଡାକ୍ତର ବଳକା ରାଜ୍ୟ । ବର୍ତ୍ତମାନ ରାଜ୍ୟରେ ୧୦ଟି ସରକାରୀ ମେଡିକାଲ କଲେଜ ରହିଛି । ଏହା ସହିତ ୨ଟି ପୋଷ୍ଟ ଗ୍ରାଜୁଏଟ ଓ ଡେଣ୍ଟାଲ ମେଡିକାଲ କଲେଜ ରହିଛି । ୧୦ଟି ମେଡିକାଲ କଲେଜରେ ମୋଟ ୧୪୦୦ ଏମବିବିଏସ ସିଟ୍ ରହିଛି।

ଚଳିତ ଶିକ୍ଷା ବର୍ଷରୁ କଳାହାଣ୍ଡିର ମେଡିକାଲ କଲେଜରେ ପାଠପଢା ହେବ । ଆସନ୍ତା ବର୍ଷ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ଦୁଇଟି ଓ ୨୦୨୬ ସୁଦ୍ଧା ତାଳଚେରରେ ମଧ୍ୟ ପ୍ରତିଷ୍ଠା ହେବ ମେଡିକାଲ କଲେଜ। ସବୁ ଜିଲ୍ଲାରେ ମେଡିକାଲ ଖୋଲିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଖୁବଶୀଘ୍ର ରାଜ୍ୟରେ ୫ ହଜାର ଡାକ୍ତର ନିଯୁକ୍ତି ପାଇବେ ବୋଲି ବିଧାନସଭାରେ ଘୋଷଣା କରିଥିଲେ ।