୬ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ‘ମୋକା’

1 min read

ଭୁବନେଶ୍ୱର :  କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ ଗତି କରୁଛି ସାମୁଦ୍ରିକ ଝଡ଼ ମୋକା । ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ମୋକା । ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ମୋକା । ପୋର୍ଟ ବ୍ଲେୟାରର ପଶ୍ଚି-ଉତ୍ତର ପଶ୍ଚିମର ୫୨୦ କିଲୋମିଟର ଏବଂ ବାଂଲାଦେଶର କକ୍ସ ବଜାରଠାରୁ ୧ ହଜାର ୩୦ କିଲୋମିଟର ତଥା ମିଆଁମାରର ସିତଓ୍ବେ ଠାରୁ ୯୫୦ କିଲୋମିଟର ଦୂରରେ ରହିଛି ମୋକା ।

ଆସନ୍ତା ୬ ଘଣ୍ଟାରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ମୋକା । ଏଙା ବାଂଲାଦେଶର ଦକ୍ଷିଣ ପୂର୍ବ ଦେଇ ଦେଇ ଗତି କରିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ରହିବ । କେତେକାଂଶରେ ଏହା ୧୭୫ କିଲୋମିଟର ବେଗରେ ପହଞ୍ଚିବା ଆଶଙ୍କା ରହିଛି । ମୋକା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଆକାଶ ମେଘୁଆ ରହିବ । ଆଜି ଓ ଆସନ୍ତା କାଲି ସାମାନ୍ୟ ତାତିରୁ ସାମାନ୍ୟ ନିସ୍ତାର ମିଳିବ । ୧୫ରୁ ଅସହ୍ୟ ଗରମ ହେବ ବୋଲି କହିଛି ପାଣିପାଗ ବିଭାଗ ।