spot_img
Home Blog Page 3369

ଚାର୍ଜରେ ବସେଇ ଫୋନରେ କଥା ହେବାବେଳେ ବିସ୍ଫୋରଣ , ଚାଲିଗଲା ବୃଦ୍ଧଙ୍କ ପ୍ରାଣ

ନୂଆଦିଲ୍ଲୀ :  ମୋବାଇଲ ସାଜିଲା ମୃତ୍ୟୁର କାରଣ । ଅଧା ରହିଗଲା ଇନ୍ଦୋର ବୁଲିଯିବା ସ୍ବପ୍ନ ।  ଚାର୍ଜରେ ବସିଥିବା ସମୟରେ କଥା ହେଉଥିବା ବେଳେ ଫୋନ ଫାଟି ଚାଲିଗଲା ବୃଦ୍ଧଙ୍କ ଜୀବନ ।  ଉଜ୍ଜେନରୁ ୪୦ କିମି ଦୂରସ୍ଥିତ ବଡ଼ନଗରରେ ଘଟିଛି ଏପରି ଛାତିଥରା ଘଟଣା । ଡାୟବର୍ଜନ ରୋଡ ନିକଟରେ ରହୁଥିବା ଦୟାରାମ ବାରୋଡ ନାମକ ୬୮ ବର୍ଷୀୟ ବୃଦ୍ଧ ଫୋନରେ କଥା ହେଉଥିଲେ । ଏହି ସମୟରେ ଘଟିଲା ଏକ ଭୟଙ୍କର ବିସ୍ଫୋରଣ  । ଯାହା ଦ୍ବାରା ବୃଦ୍ଧଙ୍କର ମୁଣ୍ଡରୁ ଶରୀର ପର୍ଯ୍ୟନ୍ତ ଖଣ୍ଡ ଖଣ୍ଡ ହୋଇଗଲା ।

ବିସ୍ଫୋରଣ ଘଟିଥିବା ସ୍ଥାନରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା  । ବରଂ ସେଠାରୁ ଏକ OPPO କମ୍ପାନୀର ଫୋନ ଭୟଙ୍କର ଭାବେ ଫାଟିକି ପଡିଥିବା ଦେଖିବାକୁ ମିଳିଥିଲା  । ପୋଲିସ ସେହି ଫୋନର ଖଣ୍ଡ ବିଖଣ୍ଡିତ ଅଂଶକୁ ସଂଗ୍ରହ କରି ତାକୁ ଯାଞ୍ଚ ପାଇଁ ପଠାଇ ଦେଇଛି  । ଘଟଣାସ୍ଥଳର ପାରିପାଶ୍ବିକ ଜିନିଷକୁ ଦେଖି ଅନୁମାନ କରାଯାଉଛି କି ବୃଦ୍ଧ ଜଣକ ଚାର୍ଜରେ ବସିଥିବା ଅବସ୍ଥାରେ ଫୋନରେ ନିଜ ସାଙ୍ଗ ସହ କଥା ହେଉଥିଲେ , ଆଉ ସେହି ସମୟରେ ମୋବାଇଲ ଫାଟିବା ଦ୍ବାରା ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ ଦୟାରାମ ନିଜ ସାଙ୍ଗ ଦିନେଶ ଚାଓ୍ବଡାଙ୍କ ସହ ଏକ କାର୍ଯ୍ୟକ୍ରମ ପାଇଁ ଇନ୍ଦୋର ଯିବାର ଥିଲା  । ଦିନେଶ  ରେଲଓ୍ବେ ଷ୍ଟେସନରେ ଥାଇ ଟିକେଟ କିଣିବା ପରେ ସାଙ୍ଗକୁ ଫୋନ କରିଥିଲେ , ହେଲେ ସେପଟୁ କଲ୍ ରିସିଭ୍ କରିବା ପରେ ତାଙ୍କ ନମ୍ବର ହଠାତ ବନ୍ଦ ହୋଇଯାଇଥିଲା  ଓ ସେ ବାରମ୍ବାର ଫୋନ ଲଗାଇଥିଲେ ବି ବନ୍ଦ ଆସୁଥିଲା ବୋଲି ସେ କହିଥିଲେ । ପରେ ଏପରି ଘଟଣା ଘଟିିଥିବା ଜାଣି ଦୁଃଖରେ ଭାଙ୍ଗିପଡିଛନ୍ତି ସେ ।

ସିସୋଦିଆଙ୍କ ଗିରଫ ପରେ ତାତିଲେ ବିରୋଧୀ, ଏକାଠି ଟ୍ବିଟ କରି ବିଜେପିକୁ ଟାର୍ଗେଟ

ନୂଆଦିଲ୍ଲୀ: ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ, ଏକାଠି ହେଲେ ବିରୋଧୀ । କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର, ବିଜେପିର ତାନାସାହିକୁ ବିରୋଧ କରିଛନ୍ତି କଂଗ୍ରେସ, ଟିଏମସି, ଶିବସେନା ସମେତ ତମାମ ବିରୋଧୀ ଦଳର ନେତା । ଟ୍ବିଟ କରି କେଜ୍ରିଓ୍ବାଲଙ୍କ ଦଳ ପ୍ରତି ସମର୍ଥନ ଦେବା ସହ କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗକୁ ବିରୋଧ କରିଛନ୍ତି । ସିବିଆଇ, ଇଡି, ଇନକମ ଟାକ୍ସ ଆଦି ବିଭାଗ ଗୁଡ଼ିକୁ ରାଜନୈତିକ ଆକ୍ରୋଶ ରଖି ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କୁ ବ୍ୟବହାର କରୁଛନ୍ତି ବୋଲି ଟ୍ବିଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ନିଜର ବିଶ୍ବସନୀୟତା ହରାଇ ସାରିଛନ୍ତି । ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିବା ସହ ସେମାନଙ୍କ ସମ୍ମାନ ହାନି କରିବାକୁ ବିଜେପି ଏହି ସଂସ୍ଥା ଗୁଡ଼ିକୁ ବ୍ୟବହାର କରୁଛି ବୋଲି କଂଗ୍ରେସ କହିଛି । କେନ୍ଦ୍ରରେ ବିଜେପି ସରକାରକୁ ଆସିବା ପର ଠାରୁ ବିରୋଧୀ ନେତାଙ୍କ କେନ୍ଦ୍ରୀୟ ଏଜେନ୍ସିକୁ ବିରୋଧୀ ନେତାଙ୍କ ବିରୋଧରେ ବ୍ୟବହାର କରାଯାଉଛି ବୋଲି ଟିଏମସି ସାଂସଦ ଡେରେକ ଓବ୍ରେନ ଟୁଇଟ କରିଛନ୍ତି ।

ସିସୋଦିଆଙ୍କ ଗିରଫଦାରୀ ଦିଲ୍ଲୀରେ ଶିକ୍ଷା ବ୍ୟବସ୍ଥାରେ ଆସିଥିବା ସଂସ୍କାରକୁ ବିରୋଧ କରି କରାଯାଇଛି ବୋଲି ଟୁଇଟ କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶିଳେଶ ଯାଦବ । ବିଜେପି କ୍ଷମତାଚ୍ୟୁତ ହେବା ପରେ ଯଦି ଦଳର ନେତାଙ୍କ ସହ ସମାନ ବ୍ୟବହାର କରାଯାଏ, ସେମାନଙ୍କୁ କିଏ ସାହାଯ୍ୟ କରିବ ବୋଲି ଟୁଇଟ କରି ପ୍ରଶ୍ନ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ସେହିପରି ସିପିଏମ, ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତି, ନୀତିଶ କୁମାରଙ୍କ ଜେଡିୟୁ, ତଜସ୍ବୀ ଯାଦବଙ୍କ ଆରଜେଡି, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଭଳି ଦଳ ମଧ୍ୟ ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି । ବିବାଦୀୟ ମଦ ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୫ଦିନିଆ ରିମାଣ୍ଡରେ ନେଇଛି ସିବିଆଇ ।

ବରିଷ୍ଠ ବିଜେପି ନେତାଙ୍କ ଇଙ୍ଗିତରେ ଲୋୟର ପିଏମଜିରେ ପୋଲିସକୁ ଆକ୍ରମଣ !

ଭୁବନେଶ୍ବର: ଧାରଣାସ୍ଥଳ ଲୋୟର ପିଏମଜି ଆଜି ହଠାତ ରଣକ୍ଷେତ୍ର ସ୍ଥଳ ପାଲଟିଛି । ପୋଲିସକୁ ଢେଲା ଓ ପଥରମାଡ ସହ ପୋଲିସ ଗାଡି ପୋଡି ଦେବାକୁ ଉଦ୍ୟମ କରିଛନ୍ତି ବିଜେପି କର୍ମୀ  । ଆନ୍ଦୋଳନ ନାଁରେ ଲୋୟର ପିଏମଜିରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି  । ଆଇନଶୃଙ୍ଖଳା ନାଁରେ ବିଜେପି ବିଶୃଙ୍ଖଳା କରିଥିବା ନେଇ ଚାରିଆଡେ ଚର୍ଚ୍ଚା  ।

ବିଜେପି ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ଓ ପୃଥ୍ବୀରାଜ ହରିଚନ୍ଦନଙ୍କ ଇଙ୍ଗିତରେ ଆକ୍ରମଣ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି  । ଆନ୍ଦୋଳନ ନାଁରେ ଆନ୍ଦୋଳନସ୍ଥଳକୁ ବିଜେପି କର୍ମୀମାନେ ଢେଲା, ପଥର ଲୁଚେଇ ଆଣିଥିଲେ  । ରାଜନୈତିକ ଫାଇଦା ପାଇଁ ସେମାନେ ପୋଲିସକୁ ପିଟିଥିବା ଅନୁମାନ କରାଯାଉଛି  । ସବୁବେଳେ ପୋଲିସ ପ୍ରତି ବିଜେପିର ଆକ୍ରୋଶ ରହିଥିବା କିଛି ଦିନ ପୂର୍ବରୁ ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣ ଘଟଣାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି  ।

ଆଜି ଆନ୍ଦୋଳନସ୍ଥଳରେ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁ ଲୁହାଣ ହୋଇଥିଲା ପୋଲିସ । ଠେଲାପେଲା ଧସ୍ତାଧସ୍ତିରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଡିଏସପି ଅମିତାଭ ମହାପାତ୍ର ଆକ୍ରମଣରେ ଗୁରୁତର ହୋଇଛନ୍ତି । ପୂର୍ବରୁ ପୋଲିସକୁ ଆକ୍ରମଣ କରିବା ନେଇ ସନ୍ଦେହ କରିଥିଲା ବିଜେଡି । ପୋଲିସ ଉପରକୁ ଢ଼େଲା, ପାଣି ବୋତଲ ମାଡ଼ ଓ ଅଣ୍ଡାମାଡ଼ କରିଛି ବିଜେପି । ଉତ୍ତ୍ୟକ୍ତ ବିଜେପି କର୍ମୀ ପୋଲିସ ଗାଡି ଉପରେ ଚଢ଼ି ଭଙ୍ଗାରୁଜା କରିବା ସହ ପେଟ୍ରୋଲ ଢାଳି ଜାଳିଦେବାକୁ ଉଦ୍ୟମ କରିଥିଲେ।

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ’ଲତା ଫତା’ କହି ଅପମାନ କଲେ ରାନୁ ମଣ୍ଡଳ

ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାରେ ରାନୁ ମଣ୍ଡଳ । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ସେହି ଭିଡିଓରେ ସେ ଦିବ୍ୟଗଂତ ଗାୟିକା ଲତା ମଙ୍ଗେସକରଙ୍କୁ ଅପମାନିତ କରିଛନ୍ତି । ଏହାକୁ ଦେଖି ଏବେ ରାନୁଙ୍କ ଉପରେ ରାଗ ତମତମ ଲତାଙ୍କ ଫ୍ୟାନ୍  । ରାନୁଙ୍କ ଏପରି ଆଚରଣ ଦେଖି ଲୋକ ମାନେ ତାଙ୍କୁ ବହୁ ନିନ୍ଦା କରୁଛନ୍ତି ।

ରେଳଓ୍ବେ ଷ୍ଟେସନରେ ଗୀତ ଗାଉଥିବା ଭିଡିଓ ଭାଇରାଲ ହେବା ପରେ ରାତାରାତି ଲୋକ ଲୋଚନକୁ ଆସିଯାଇଥିଲେ ରାନୁ ମଣ୍ଡଳ । ସବୁ ଆଡେ ତାଙ୍କ କଣ୍ଠସ୍ବରକୁ ଅନେକ ପ୍ରଶଂସା ମିଳିଥିଲା । ଏହା ସହିତ  ଫେମସ୍ ସିଙ୍ଗର ହିମେଶ ରେଶମିୟା ତାଙ୍କୁ ଏକ ଗୀତ ଗାଇବାକୁ ଅଫର ଦେଇଥିଲେ  । ଗୋଟିଏ ପଟେ ରାନୁଙ୍କ ଭାଗ୍ୟ ଚମକିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ରାନୁଙ୍କ ଖରାପ ବ୍ୟବହାର ଯୋଗୁ ଲୋକେ ତାଙ୍କୁ ନିନ୍ଦା କରିବା ଆରମ୍ଭ କରିଦେଲେ  । ଆଉ ଧୀରେ ଧୀରେ ସେ ଲୋକ ଲୋଚନରୁ ହଜି ଗଲେ । କିନ୍ତୁ ସୋସିଆଲ ମିଡିଆରେ ମଝିରେ ମଝିରେ ତାଙ୍କର କିଛି କିଛି ଭିଡିଓ ଭାଇରାଲ ହେଉଥିଲା , ଯାହାକୁ ଦେଖି ୟୁଜର୍ସ ମାନେ ତାଙ୍କର ଥଟ୍ଟା ଉଡାଉଥିଲେ । ଏଥର କିନ୍ତୁ ସେ ଲତା ମଙ୍ଗେସକରଙ୍କ ଭଳି ସୂର ସମ୍ରାଜ୍ଞୀ ଗାୟିକାଙ୍କୁ ଏପରି ପରିହାସ କରି କିଛି କହିଛନ୍ତି ଯାହାକୁ ଶୁଣି ଜନତା ମାନେ ତାଙ୍କୁ ପ୍ରବଳ ମାତ୍ରାରେ ନିନ୍ଦା କରୁଛନ୍ତି  ଓ  ସେ ନିଜର ସୀମା ଉଲଘଂନ କରିଛନ୍ତି ବୋଲି ଲୋକ ମାନେ କହୁଛନ୍ତି । ଏଥି ସହିତ ସଭିଏଁ ତାଙ୍କୁ ଟ୍ରୋଲ କରୁଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ରାନୁଙ୍କ ଏହି ଭିଡିଓରେ ସେ କହୁଛନ୍ତି କି , ଏ ଯେଉଁ ଗୀତ ଗାଉଛି , ଏ କେହି ଲତା ଫତାଙ୍କର ନୁହେଁ  । ଏ ଲତାଜୀଙ୍କର ନୁହେଁ । ’ଏହା କହି ସେ ’ହେ ଅଗର ଦୁଶମନ’ ଗୀତ ଗାଉଛନ୍ତି । ଯାହା ୧୯୭୭ରେ ରିଲିଜ୍ ହୋଇଥିବା ’ହମ୍ କିସି ସେ କମ୍ ନେହି’ ଫିଲ୍ମର ଅଟେ । ଏହାକୁ ମହମ୍ମଦ ରଫି ଓ ଆଶା ଘୋଷଲେ ଗାଇ ଥିଲେ  । ରାନୁଙ୍କ ଜଣେ ଭାରତର ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ଏପରି ଅସମ୍ମାନ କରିଥିବା  ନେଇ ଫ୍ୟାନ୍ସ ମାନେ ସହ୍ୟ କରିପାରି ନାହାନ୍ତି । ସବୁ ଆଡୁ ତାଙ୍କୁ ଘୋର ନିନ୍ଦ ଓ ଗାଳି କରାଯାଉଛି ।

ଲୋୟର ପିଏଜିରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି, ଡିଏସପିଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି । ଆନ୍ଦୋଳନ ନାଁରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି । ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁ ଲୁହାଣ ହେଲା ପୋଲିସ । ଠେଲାପେଲା ଧସ୍ତାଧସ୍ତିରେ ପୋଲିସ କର୍ମଚାରୀ ଆହତ । ଡିଏସପି ଅମିତାଭ ମହାପାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି ।

ପୂର୍ବରୁ ପୋଲିସକୁ ଆକ୍ରମଣ କରିବା ନେଇ ସନ୍ଦେହ କରିଥିଲା ବିଜେଡି । ପୋଲିସ ଉପରକୁ ଢ଼େଲା, ପାଣି ବୋତଲ ମାଡ଼ ଓ ଅଣ୍ଡାମାଡ଼ କରିଛି ବିଜେପି । ଉତ୍ତ୍ୟକ୍ତ ବିଜେପି କର୍ମୀ ପୋଲିସ ଗାଡି ଉପରେ ଚଢ଼ି ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ । ବିଜେପି କର୍ମୀଙ୍କ ଆକ୍ରମଣରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ମୃଦୁ ଲାଠିଚାଳନା କରିଥିଲା ପୋଲିସ ।

ନକଲି ଔଷଧ କାରବାର କରି ଶ୍ରୀ ଡିଷ୍ଟ୍ରିବ୍ୟୁଟର୍ସର ମାଲିକ ଗିରଫ

କଟକ: ନକଲି ମେଡ଼ିସିନ କାରବାର ଘଟଣାରେ କାର୍ଯ୍ୟାନୁଷ୍ଠାନ । ଶ୍ରୀ ଡିଷ୍ଟ୍ରିବ୍ୟୁଟର୍ସର ମାଲିକ ବିଜୟ ଅଗ୍ରୱାଲକୁ ଗିରଫ କରିଛି ପୁରୀଘାଟ ଥାନା ପୋଲିସ । ଗତକାଲି ରାତିରେ ଏହି ଏଜେନ୍ସି ଉପରେ ଚଢ଼ାଉ କରି ଡ୍ରଗ ବିଭାଗ ଅଢେଇ ଲକ୍ଷ ଟଙ୍କାର ନକଲି ମେଡ଼ିସିନ ଜବତ କରିବା ସହିତ ବିଜୟଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ ।

ରେଡ୍‌ ବେଳେ 1145 ଷ୍ଟ୍ରିପ୍‌ ଓ-ଟୁ ମେଡିସିନ ଜବତ ହୋଇଥିଲା । ପୋଲିସ ଗତକାଲି ଠାରୁ ବିଜୟଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ବିଜୟ ବେଆଇନ ଭାବରେ ଦିଲ୍ଲୀ, ଲକ୍ଷ୍ନୌ ମଧ୍ୟପ୍ରଦେଶରୁ ମେଡିସିନ ଆଣି ବ୍ୟବସାୟ କରୁଥିଲେ । ସେ ବିକିଥିବା ସମସ୍ତ ମେଡିସିନ ବ୍ୟବସାୟୀଙ୍କ ୟୁନିଟ ଉପରେ ଯାଞ୍ଚ କରାଯିବ । ଡ୍ରଗ ବିଭାଗ ଓ ପୋଲିସ ବାହାର ରାଜ୍ୟକୁ ଯାଇ ମେଡିସିନ ଦେଇଥିବା ଏଜେନ୍ସି ଉପରେ ଯାଞ୍ଚ କରିବ ବୋଲି ସୂଚନା ମିଳିଛି ।

ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ, ଶପଥ ନେବେ ସେଲିବ୍ରେଟ କରିବ ବିଜେଡି

ଭୁବନେଶ୍ବର: ନବୀନ ଓଡ଼ିଶା ଗଢ଼ିବା ପାଇଁ ବିଜୁ ଜୟନ୍ତୀରେ ଶପଥ ନେବେ ବିଜେଡି କର୍ମୀ। ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ପାଳନ ନେଇ କର୍ମୀଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାର୍ଚ୍ଚ ୫ ତାରିଖରୁ ୨୫ ତାରିଖ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ନବୀନ ଓଡିଶା ଗଠନ ଦିଗରେ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ।

ବିଜୁ ଯୁବ ଏବଂ ଛାତ୍ର ଜନତା ଦଳକୁ ଏଥିପାଇଁ ଦାୟିତ୍ବ ଦିଆଯାଇଛି। ଏପ୍ରିଲ ୧୭ରେ ବିଜୟୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ମାର୍ଚ୍ଚ ୮ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ରାଜ୍ୟସ୍ତରରେ ପାଳନ କରାଯିବ। ମାର୍ଚ୍ଚ ୯ କୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମହିଳା ସମାବେଶ ଆୟୋଜନ କରାଯିବ। ରାଜ୍ୟରେ ମହିଳାଙ୍କ ସାମାଜିକ, ଅର୍ଥନୈତିକ ସଶକ୍ତିକରଣ ଦିଗରେ ବିଜୁବାବୁଙ୍କ ଅବଦାନ ଓ ରାଜ୍ୟ ସରକାରଙ୍କ ମହିଳା କଲ୍ୟାଣ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯିବ।

ମାର୍ଚ୍ଚ ୫ ତାରିଖରେ ସକାଳ ୬ଟାରେ ପ୍ରଭାତ ଫେରି, ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣରୁ ବିଜୁ ଜୟନ୍ତୀ ପାଳନର ଶୁଭାରମ୍ଭ କରାଯିବ। ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା କରାଯିବ। ଅପରାହ୍ନରେ କର୍ମକର୍ତ୍ତାଙ୍କୁ ନେଇ ସାଧାରଣ ସଭା ଆୟୋଜନ କରାଯିବ । ଏଥିରେ ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେବେ କର୍ମୀ ।

କୋଟିପତି ତାଲିକାରେ ପୁଣି ଟପରେ ମସ୍କ

ନୂଆଦିଲ୍ଲୀ: କୋଟିପତି ତାଲିକାରେ ପୁଣି ଶୀର୍ଷରେ ଟେସଲା ସିଇଓ ଏଲନ ମସ୍କ । ଗତ ୨୪ ଘଣ୍ଟାରେ ମସ୍କଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇ ନେଟଓ୍ବର୍ଥ ୧୮୭ ଆରବ ଡଲାର ହୋଇଛି । ଧନୀ ତାଲିକାରେ ୧ ନମ୍ବରରେ ରହିଥିବା ଫ୍ରାନ୍ସର କୋଟିପତି ବେରନାର୍ଡ ଅରନଲ୍ଟ ଦ୍ବିତୀୟ ନମ୍ବରକୁ ଖସି ଆସିଛନ୍ତି । ତାଙ୍କ ସମ୍ପତ୍ତି ମୂଲ୍ୟ ୧୮୫ ଆରବ ଡଲାର ରହିଛି । ବ୍ଲୁମବର୍ଗ ବିଲିଅନିୟର୍ସ ଇଣ୍ଡେକ୍ସ ମୁତାବକ  ମସ୍କଙ୍କ ସମ୍ପତ୍ତି ୨୪ ଘଣ୍ଟାରେ ୬.୯୮ ଆରବ ଡଲାର ବୃଦ୍ଧି ପାଇଛି । ଫଳରେ ପୁଣି ଥରେ କୋଟିପତି ତାଲିକାରେ ଟପରେ ରହିଛନ୍ତି ମସ୍କ ।

ଗତ ସପ୍ତାହେ ଧରି ମସ୍କଙ୍କ କମ୍ପାନୀ ଟେସଲା ସେୟାର ଲଗାତାର ବୃଦ୍ଧି ପାଇଥିବା ଦେଖାଯାଇଥିଲା । କମ୍ପାନୀ ସେୟାରରେ ୫.୪୬ ପ୍ରତିଶତ ପ୍ରତି ବୃଦ୍ଧି ହେବା ଯୋଗୁ ପୁଣି ଥରେ ଧନୀ ତାଲିକାରେ ଶୀର୍ଷରେ ପହଞ୍ଚିଛନ୍ତି ମସ୍କ । ତାଲିକାରେ ତିନି ନମ୍ବରରେ ରହିଛନ୍ତି ଆମାଜନ ସିଇସ ଜେଫ୍ ବେଜୋସ ।

ଦିଲ୍ଲୀ ମଦ ନୀତି ମାମଲା, ସିବିଆଇ କାର୍ଯ୍ୟାନୁଷ୍ଠାନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସିସୋଦିଆଙ୍କ ଗିରଫଦାରୀ ବିବାଦ । ଆଜି ଅପରାହ୍ନ ୩ଟା ୫୦ରେ ଶୁଣାଣି କରିବେ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ । ଗତକାଲି ଆପର ଦେଶବ୍ୟାପୀ ଆନ୍ଦୋଳନ ପରେ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତାଙ୍କ ବିରୋଧରେ ଥିବା ଅଭିଯୋଗ, ସିବିଆଇର କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଛି ।

ଫେବୃଆରୀ ୨୬ ତାରିଖରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା । ଗତକାଲି ୫ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ କୋର୍ଟ । ଆଜିଠୁ ଆସନ୍ତା ୫ ତାରିଖ ଯାଏ ସିସୋଦିଆଙ୍କୁ ରିମାଣ୍ଡରେ ନେଇଛି ସିବିଆଇ ।

ରାଜ୍ୟକୁ କେନ୍ଦ୍ରର ଅଣଦେଖା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ । ରାଜ୍ୟ ପ୍ରତି କେନ୍ଦ୍ର ଅବହେଳା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜୁ ମହିଳା ଜନତା ଦଳ । ରାଜଭବନ ସମ୍ମୁଖରେ ଧାରଣା ସହ ପ୍ରତିବାଦ କରୁଛି ବିଜୁ ମହିଳା ଜନତା ଦଳ । ଓଡ଼ିଶାର ସ୍ବାର୍ଥ ପାଇଁ ଲଢ଼େଇ କରୁଛି ବିଜେଡି । ରାଜ୍ୟପାଳଙ୍କୁ ଦଳ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯିବ ।