ହରଡ଼ ଡାଲି ଦର ବୃଦ୍ଧି, କ୍ଵିଣ୍ଟାଲ ପିଛା ବଢ଼ିଲା ୫୦୦ ଟଙ୍କା

ଭୁବନେଶ୍ୱର: ବଢିଲା ହରଡ଼ ଡାଲି ଦର । କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ବଢ଼ିଛି । ଦର ନିୟନ୍ତ୍ରଣକୁ ଆଖି ବୁଜି ଦେଉଛନ୍ତି କେନ୍ଦ୍ର ସରକାର । ମହଙ୍ଗା ଡାଲି ଦର ଯୋଗୁ ହନ୍ତସନ୍ତ ହେଉଛନ୍ତି ଖାଉଟି । ଦରବୃଦ୍ଧିକୁ ନିନ୍ଦା କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ଓଡ଼ିଶା ବଜାରରେ ହରଡ଼ ଡାଲିର ପାଇକରୀ ଦର କିଲୋ ପିଛା ୧୧୦ ଟଙ୍କାରୁ ୧୨୮ ଟଙ୍କା ରହିଛି । ପୂର୍ବରୁ କିଲୋ ପିଛା ପାଇକରୀ ଦର ଥିଲା ୯୫ ଟଙ୍କାରୁ ୧୧୦ ଟଙ୍କା । ଚଳିତ ବର୍ଷ ହରଡ଼ ଡାଲି ଉତ୍ପାଦନ ୧୦ ପ୍ରତିଶତ କମ୍ ହୋଇଛି । ଏହାର ସୁଯୋଗ ନେଇ ଅସାଧୁ ଭାବେ କର୍ପୋରେଟ ମଲ୍ ମଲିକ ଡାଲି ହୋର୍ଡିଂ କରୁଛନ୍ତି ।  ସେମାନଙ୍କ ଉପରେ କୌଣସି ଅଙ୍କୁଶ ଲଗାଉ ନାହାନ୍ତି କେନ୍ଦ୍ର ସରକାର । ଫଳରେ ୧୫ ଦିନ ଭିତରେ ଅହେତୁକ ଡାଲି ଦର ବଢ଼ିଚାଲିଛି । ମାତ୍ର ୧୦ ପ୍ରତିଶତ ଉତ୍ପାଦନ କମ୍ ପାଇଁ ଦର ବୃଦ୍ଧିର ଆବଶ୍ୟକତା ନଥିବା ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି ।