ପଣ୍ଡ ହେଲା ବ୍ୟାଙ୍କ ଲୁଟ୍ ଉଦ୍ୟମ, ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ପଣ୍ଡ ହେଲା ବ୍ୟାଙ୍କ ଲୁଟ୍ ଉଦ୍ୟମ । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ପାହାଳ ଥାନା ହଂସପାଳରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ହୋଇଥିବା ଲୁଟ୍ ଉଦ୍ୟମ ବିଫଳ ହୋଇଛି । ବସନ୍ତ ପ୍ରଧାନ, ସାଗର ଭୋଇ ଓ ଗୁରୁ ଚରଣ ମଲ୍ଲିକଙ୍କୁ ଗିରଫ କରିଛି ପୋଲିସ । ଶନିବାର ରାତିରେ ବ୍ୟାଙ୍କର ସ୍କାଏ ଲାଇଟ୍ ଭାଙ୍ଗି ଭିତରେ ପଶିଥିଲେ ଲୁଟେରା । ଷ୍ଟ୍ରଙ୍ଗରୁମ୍ କବାଟ ଭାଙ୍ଗି ଦେଇଥିଲେ ଅଭିଯୁକ୍ତ । ହେଲେ ଲୁଟରେ ବିଫଳ ହେବା ପରେ ସେଠାରୁ ଫେରାର ହୋଇଯାଇଥିଲେ ଅଭିଯୁକ୍ତ । ଅଭିଯୋଗ ପରେ ପୋଲିସ ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଶାବଳ ଓ ଅନ୍ୟାନ୍ୟ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି ।