spot_img
Home Blog Page 3364

ମୟୂରଭଞ୍ଜର ଭୀମକୁଣ୍ଡରେ 5T ସଚିବ, ବଡ଼କୁଣ୍ଡ ଓ ସାନକୁଣ୍ଡ ବୁଲି ଦେଖିଲେ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା-ଭୀମକୁଣ୍ଡର ବଦଳିବ ଭାଗ୍ୟ। ଫାଇଭ-ଟି ସଚିବ ଭି. କେ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି। ପ୍ରଥମ ଦିନ ଦେବକୁଣ୍ଡ ପରେ ଭୀମକୁଣ୍ଡରେ ପହଞ୍ଚି ବଡ଼କୁଣ୍ଡ ଓ ସାନକୁଣ୍ଡ ପରିଦର୍ଶନ କରିଛନ୍ତି । ଭୀମକୁଣ୍ଡରେ ଥିବା କୁଣ୍ଡେଶ୍ବର ମହାଦେବଙ୍କୁ ସେ ଦର୍ଶନ କରିଥିଲେ।

ମନ୍ଦିର କମିଟି ଓ ଭୀମକୁଣ୍ଡ କମିଟି ପକ୍ଷରୁ ଉପଢ଼ୌକନ ଦେଇ ଫାଇଭ-ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୀମକୁଣ୍ଡର ଉନ୍ନତି ପାଇଁ ଫାଇଭ-ଟି ସଚିବଙ୍କୁ ନିବେଦନ କରାଯାଇଥିଲା । ଭୀମକୁଣ୍ଡର ଉନ୍ନତି ନେଇ ବହୁ ପୂର୍ବରୁ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ ନାୟକ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ । ଫାଇଭ-ଟି ସଚିବ ଭି. କେ ପାଣ୍ଡିଆନଙ୍କ ସହିତ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସମେତ ସ୍ଥାନୀୟ ଅଧିକାରୀ ଉପସ୍ଥିତ ଥିଲେ।

ୟୁପିରୁ ଜବତ ହେଲା ୭କୋଟି ଟଙ୍କାର ନକଲି ମେଡିସିନ

ଲକ୍ଷ୍ନୗେ: ୟୁପିରୁ ଜବତ ହେଲା ୭କୋଟି ଟଙ୍କାର ନକଲି ମେଡିସିନ। ଓଡ଼ିଶା ସରକାରଙ୍କ ସୂଚନା ଆଧାରରେ ୟୁପି ଏସଟିଏଫ କରିଛି ରେଡ୍। ୟୁପିର ସିଗ୍ରା ଥାନା ଅଞ୍ଚଳର ଏକ ଘରୁ ନକଲି ମେଡିସିନ ଜବତ ହୋଇଛି।

ସୂଚନା ଅନୁଯାୟୀ, ୟୁପିର ସିକନ୍ଦରାବାଦର ଅଶୋକ କୁମାରଙ୍କ ଘରୁ ମେଡିସିନ ଜବତ କରାଯାଇଛି। ୟୁପି ପୋଲିସ ଅଶୋକଙ୍କୁ ପଚରାଉଚରା କରୁଛି।ଅଶୋକର ତଥ୍ୟ ଆଧାରରେ ଲହରତରାର ଏକ ଗୋଦାମରୁ ସିଜ୍ କରାଯାଇଥିବା ବେଳେ ଗୋଦାମରୁ ୪ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ।

ସାଇବର ଥାନାର ମାସିକ ରିପୋର୍ଟ: ଜାନୁୟାରୀ ମାସରେ ୩୩୫ଟି ଅଭିଯୋଗ ଗ୍ରହଣ

ଭୁବନେଶ୍ୱର: ଆସିଲା ସାଇବର ଥାନାର ମାସିକ ରିପୋର୍ଟ । ଭୁବନେଶ୍ବର ସାଇବର୍ କ୍ରାଇମ ହେଲ୍ପ ଡେସ୍କରେ ଗତ ଜାନୁୟାରୀ ମାସରେ ସର୍ବମୋଟ ୩୩୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୧୫୦ଟି ୟୁପିଆଇ ଫ୍ରଡ୍ ଜନିତ ଅଭିଯୋଗ, ୧୦୮ଟି ଡେବିଟ୍ ଓ କ୍ରେଡିଟ୍ କାର୍ଡ ଫ୍ରଡ ଜନିତ ଅଭିଯୋଗ ଆସିଛି ।

୫୦ଟି ସୋସିଆଲ ମିଡିଆ ଜନିତ ଅଭିଯୋଗ ଗ୍ରହଣ କରିଥିବା ବେଳେ ଅନ୍ୟାନ୍ୟ ମୋଟ ୨୭ଟି ଠକେଇ ଅଭିଯୋଗ ସାଇବର କ୍ରାଇମ ହେଲ୍ପ ଡେସ୍କ ଗ୍ରହଣ କରିଥିଲେ । ଗତ ମାସ ମଧ୍ୟରେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାରେ ବିଭିନ୍ନ ଅଭିଯୋଗ ମାଧ୍ୟମରେ ମୋଟ ୧ କୋଟି ୪୪ ଲକ୍ଷ ୪ ହଜାର ୬୩୧ଟଙ୍କାର ଠକେଇ ଜନିତ ଅଭିଯୋଗ ଆସିଥିଲା।

ସେଥିମଧ୍ୟରୁ ମୋଟ ୫ଟି ମାମଲା ଭୁବନେଶ୍ବରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ କରାଯାଇଥିଲା। ଗତ ଜାନୁୟାରୀ ମାସରେ ଠକେଇର ଶୀକାର ହୋଇଥିବା ଅଭିଯୋଗକାରୀ ମାନଙ୍କୁ ମୋଟ ୧୦ ଲକ୍ଷ ୧୩ ହଜାର ୧୭୭ଟଙ୍କା ଫେରସ୍ତ କରାଯାଇପାରିଥିବା ବେଳେ ମୋଟ ୨୨ ଲକ୍ଷ ୪୯ ହଜାର ୬୫୬ ଟଙ୍କାକୁ ବ୍ଲକ କରାଯାଇ ପାରିଛି ।

ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନର (ଇସି)ଙ୍କ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ପ୍ରଧାନବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସ ଅନୁସାରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେବେ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ କେଏମ ଯୋଶେଫଙ୍କୁ ନେଇ ଗଠିତ ୫ଜଣିଆ ଖଣ୍ଡପୀଠ କହିଛନ୍ତି- ଯଦି ବିରୋଧୀ ଦଳ ନେତା ନଥିବେ ତେବେ ଲୋକସଭାର ସବୁଠାରୁ ବଡ ବିରୋଧୀ ଦଳର ନେତା ଏହି ଭୂମିକା ନିର୍ବାହ କରିବେ । ପାର୍ଲାମେଣ୍ଟରେ ଏନେଇ ଏକ ଆଇନ ଗୃହିତ ହେବା ଯାଏ ଏହି ନିୟମ ବଳବତ୍ତର ରହିବ।

ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସିଇସି ଓ ଇସିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥାନ୍ତି । ତାଙ୍କ କାର୍ଯ୍ୟକାଳ ୬ବର୍ଷ କିମ୍ବା ତାଙ୍କ ବୟସ ୬୫ ବର୍ଷ ହେବା ଯାଏ ଏହି ଦାୟିତ୍ବରେ ରହିବା ଲାଗି ବ୍ୟବସ୍ଥା ରହିଛି । ସିଇସି ଓ ଇସି ନିଯୁକ୍ତି କ୍ଷେତ୍ରରେ ଏକ କଲେଜିୟମ ସିଷ୍ଟମ କରିବା ଲାଗି ଆଗତ କେତେକ ପିଟିସନର ଶୁଣାଣି କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମୁକ୍ତ ଓ ଅବାଧ ତଥା ସାମ୍ବିଧାନିକ ଫ୍ରେମଓ୍ବର୍କ ମଧ୍ୟରେ ଉଭୟ ସିଇସି ଓ ଇସି କାର୍ଯ୍ୟ କରିବା ଲାଗି ନିଜ ରାୟରେ ସୁପ୍ରିମକୋର୍ଟ ଦେଇଛନ୍ତି ପରାମର୍ଶ ।

୮ ହଜାର ସହଭାଗୀଙ୍କୁ ସାଇକେଲ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୮ହଜାର ସହଭାଗୀଙ୍କୁ ମିଳିଲା ସାଇକେଲ । ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସଏସଜି ମହିଳାଙ୍କୁ ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଳସାଥୀ, ଆହାର କର୍ମୀ, ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ ଓ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ମିଶନ ଶକ୍ତି ମାଆମାନେ ବହୁତ ଭଲ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯାଇ ମିଶନ ଶକ୍ତି ମାଆମାନଙ୍କୁ ଭେଟୁଛି । ନବୀନ ନିବାସ ଆସି ମାଆମାନେ ମୋତେ ଭେଟୁଛନ୍ତି । ମାଆମାନଙ୍କ ସଫଳତାରେ ମୁଁ ବହୁତ ଖୁସି ବୋଲି ନବୀନ ତାଙ୍କ ଅଭିଭାଷଣରେ କହିଛନ୍ତି । ଆପଣ ମାନଙ୍କ ଆତ୍ମବିଶ୍ୱାସ ମିଶନ ଶକ୍ତିକୁ ନଂ-୧ କରିଛି। ବିଭିନ୍ନ ସହରରେ ଆପଣମାନେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି। ଏସଏସଜି ମହିଳାମାନଙ୍କ କାମରେ ସମସ୍ତେ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଦାନୀ ମାମଲା: ସୁପ୍ରିମକୋର୍ଟଙ୍କ ଏକ୍ସପର୍ଟ୍ ଟିମ୍ ଗଠନ, ଦୁଇ ମାସରେ ରିପୋର୍ଟ ଦେବ ସେବି

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଯାଞ୍ଚ କରିବ ଏକ୍ସପର୍ଟ କମିଟି। ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆଜି କୋର୍ଟରେ ମାମଲାର ଶୁଣାଣି ବେଳେ ଏକ୍ସପର୍ଟ କମିଟି ଗଠନ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଏହାଛଡ଼ା SEBI ଏହି ମାମଲାର ତଦନ୍ତ ଜାରି ରଖିବ ବୋଲି କହିଛନ୍ତି କୋର୍ଟ । ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ SEBIକୁ ନିର୍ଦ୍ଦେଶ ନେଇଛନ୍ତି ସୁପ୍ରିମକୋର୍ଟ । SEBI ହିଣ୍ଡେନବର୍ଗ ରିପୋର୍ଟ ଓ ଆଦାନୀ ଗ୍ରୁପ ନାଁରେ ଆସିଥିବା ଅଭିଯୋଗର ଯାଞ୍ଚ କରିବ । ଅନ୍ୟ ଦିଗଗୁଡ଼ିକରେ ଏକ୍ସପର୍ଟ କମିଟି ଯାଞ୍ଚ କରିବ ବୋଲି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଯାଞ୍ଚ କମିଟିରେ ୬ ଜଣ ସଦସ୍ୟ ରହିବେ । ଏହି କମିଟିରେ ଅବସର ପ୍ରାପ୍ତ ଜଷ୍ଟିସ ଏଏସ୍ ସ୍ପ୍ରେ କେଲଙ୍କ ବ୍ୟତୀତ ଓପି ଭଟ୍ଟ, ଜଷ୍ଟିସ କେପି ଦେବଦତ୍ତ, କେବି କାମତ, ଏନ ନିଲକେଣୀ, ସୋମେଶେଖର ସୁନ୍ଦରେଶନ ସାମିଲ ।

ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ, ସ୍ବାମୀ-ସ୍ତ୍ରୀଙ୍କ ଗଳା କାଟି ଦେଲେ

ବାଲେଶ୍ୱର: ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ। ସ୍ବାମୀ, ସ୍ତ୍ରୀଙ୍କ ଗଳା କାଟି ଫେରାର୍ ହେଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଥାନା ମୁନିସବିର ବାଲିପଡ଼ିଆ ଠାରେ।

ମୃତକ ହେଲେ ରଘୁନାଥ ବେହେରା ଓ ତାଙ୍କ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତି। ଉଭୟ ଗତ ରାତିରେ ନିଜ ଫାର୍ମ ହାଉସକୁ ଆସୁଥିବା ବେଳେ କେହି ହତ୍ୟା କରି ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସ୍ଵାମୀ, ସ୍ତ୍ରୀଙ୍କ ଚିତ୍କାର ଶୁଣି ଗାଁ ଲୋକ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଘଟଣାର ତଦନ୍ତ କରୁଛି । ତେବେ ଜମିବାଡ଼ି ବିବାଦକୁ ନେଇ ବାଲେଶ୍ବରର ଜଣେ ବ୍ୟକ୍ତି ସହ ବଚଷା ହୋଇଥିବା କହିଛନ୍ତି ରଘୁନାଥଙ୍କ ସାନ ଭାଇ ।

ବାଘକୁ ଫସାଇବାକୁ ଛେଳି ବାନ୍ଧିଥିଲା ବନ ବିଭାଗ, ହେଲେ ଖସିଗଲା ବାଘ

ରାଉରକେଲା: ଖସିଗଲା ବାଘ । ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗେଲେବାହାଲ ଟିମନା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିଵା ବାଘକୁ ଧରିବାରେ ଵନ ବିଭାଗ ବିଫଳ । ଜାଲ ଵିଛାଇ ଓ ଟ୍ରାଙ୍କୁଲାଇଜ କରି ବାଘକୁ ଧରିବା ପାଇଁ ଵନ ବିଭାଗ ଉଦ୍ୟମ କରିଥିଲା ।

ବାଘକୁ ଫସାଇବାକୁ ଛେଳି ବି ବନ୍ଧା ଯାଇଥିଲା । ହେଲେ ଗହଳିକୁ ଦେଖି ଵାଘ ଡେଇଁ ଜଙ୍ଗଲକୁ ପଳାଇଯାଇଥିଵା ସୂଚନା ମିଳିଛି । ପ୍ରବଳ ଜନଗହଳି ହେଵାରୁ ଵାଘକୁ ଧରିବାରେ ଵନ ବିଭାଗ ସକ୍ଷମ ହୋଇ ପାରି ନାହାନ୍ତି । ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗେଲେବାହାଲ ଟିମନା ଗାଁରେ କଲାରପତରିଆ ବାଘ ବୁଲୁଥିବା ଓ ଗାଁକୁ ଵାଘ ପଶି ଆସିଥିବା ଅଭିଯୋଗ ହେବା ପରେ ଟ୍ରାଙ୍କୁଲାଇଜ ପାଇଁ ବନ ବିଭାଗ ଟିମ୍ ଉଦ୍ୟମ କରିଥିଲା । ବାଘ ଧରିବା ପାଇଁ ଜାଲ ବିଛା ଯାଇଥିଲା । ହେଲେ ଗହଳି ଯୋଗୁଁ ବନ ବିଭାଗର ଉଦ୍ୟମ ସଫଳ ହୋଇପାରିନଥିଲା ।

ଅଭିନେତା ପିଣ୍ଟୁଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ପିଣ୍ଟୁ ନନ୍ଦଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ରାଜ୍ୟପାଳ । ପିଣ୍ଟୁଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ପିଣ୍ଟୁ ସବୁବେଳେ ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରିଛନ୍ତି ।

ସେହିପରି ପିଣ୍ଟୁ ନନ୍ଦଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପିଣ୍ଟୁଙ୍କ ମୃତ୍ୟୁ ଓଡ଼ିଆ ସିନେ ଜଗତରେ ଅପୂରଣୀୟ କ୍ଷତି । ଚଳଚ୍ଚିତ୍ର ଓ ଧାରାବାହିକରେ ନିଖୁଣ ଅଭିନୟ ପାଇଁ ସେ ସବୁବେଳେ ମନେ ରହିବେ ବୋଲି ପ୍ରଣବ ଟୁଇଟ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଅନ୍ୟପଟେ ପିଣ୍ଟୁଙ୍କ ପରଲୋକରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ପିଣ୍ଟୁଙ୍କ ପରଲୋକ ଓଡ଼ିଆ ସିନେ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଜେଡି ସାଂସଦ ଟୁଇଟ କରିଛନ୍ତି।

ଆଜି ଆସିବ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ନିର୍ବାଚନର ଫଳାଫଳ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ତିନି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ। ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ନିର୍ବାଚନର ଆସିବ ଜନାଦେଶ  । ଭୋଟ ଗଣତି ଜାରି ରହିଛି। ତ୍ରିପୁରା ଓ ନାଗାଲାଣ୍ଡରେ ୬୦ ଲେଖାଏ ଆସନ ସହିତ ମେଘାଳୟର ୫୯ ଆସନର ରେଜଲ୍ଟ ଆସିବ।

କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି। ଏକଜିଟ ପୋଲ ଅନୁସାରେ ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପିକୁ ମିଳିବ ସଂଖ୍ୟା ଗରିଷ୍ଠତା । ମେଘାଳୟରେ ହୋଇପାରେ ଝୁଲା ବିଧାନସଭା। ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପିକୁ ହାରାହାରି ୩୨ଟି ଆସନ ମିଳିବ ବୋଲି ଅଧିକାଂଶ ସର୍ଭେରେ କୁହାଯାଇଛି।

ବାମପନ୍ଥୀଙ୍କୁ ହାରାହାରି ୧୫ଟି ଆସନ ମିଳିଥିବାବେଳେ କଂଗ୍ରେସକୁ କୌଣସି ଆସନ ମିଳିବ ନାହିଁ। ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡରେ ବିଜେପିକୁ ହାରାହାରି ୪୨, କଂଗ୍ରେସକୁ ଗୋଟିଏ ଓ ଏନପିଏଫକୁ ୬ଟି ଆସନ ମିଳିବ ବୋଲି ଜଣାଯାଇଛି। ସେହିପରି ମେଘାଳୟରେ ଝୁଲା ସରକାର ହେବ ବୋଲି ଆକଳନ କରାଯାଇଛି।