ଭୁବନେଶ୍ୱର: ଆସନ୍ତା ୩ ମାସ ମଧ୍ୟରେ ପୂରଣ ହେବ ଡ୍ରାଇଭର ଏକତା ମହାସଂଘର ଦାବି । ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଯେଉଁଥିରେ ଡ୍ରାଇଭର ମହାସଂଘର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଆସନ୍ତା ୩ ମାସ ଭିତରେ ଡ୍ରାଇଭରଙ୍କ ସମସ୍ୟାର ସମାଧାନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ଡ୍ରାଇଭର ମହାସଂଘର ଆବାହକଙ୍କୁ ଚିଠି ଲେଖି ଜଣାଇଛନ୍ତି ସରକାର ।
ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କଲେ ସାଂସଦ ସସ୍ମିତ, କହିଲେ, ବିଜେପି ଶାସିତ ରାଜ୍ୟରେ ଡ୍ରାଇଭରଙ୍କ ପାଇଁ କ’ଣ କରିଛ ସ୍ପଷ୍ଟ କର
ଭୁବନେଶ୍ୱର: ଡ୍ରାଇଭରଙ୍କ ପାଇଁ କ’ଣ କରିଛି ବିଜେପି ସରକାର । ବିଜେପି ଶାସିତ ରାଜ୍ୟରେ ଡ୍ରାଇଭରଙ୍କ ଦାବି ମୁତାବକ ନିଆଯାଇଛି କି ପଦକ୍ଷେପ । ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନକୁ ସମର୍ଥନ କରି ରାଜନୀତି କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ର ଡ୍ରାଇଭର ଆନ୍ଦୋଳନକୁ ସମର୍ଥନ କରି ସେମାନଙ୍କ ଦାବି ସମ୍ପର୍କରେ ଓକିଲାତି କରୁଥିବା ବେଳେ ସେହି ଦାବିଗୁଡ଼ିକ ବିଜେପି ଶାସିତ ରାଜ୍ୟରେ ପୂରଣ ହୋଇଛି କି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି । ଯଦି ବିଜେଡି ସରକାର ଏହି ଦାବି ମାନିବେ ତେବେ ବିଜେପି ଶାସିତ ରାଜ୍ୟ ମଧ୍ୟ ଏହା ପ୍ରୟୋଗ କରିବେ କି ବୋଲି ବୋଲି ଧର୍ମେନ୍ଦ୍ରଙ୍କଠୁ ସ୍ପଷ୍ଟତା ଆଶା କରିଛନ୍ତି ସସ୍ମିତ ।
ଡ୍ରାଇଭର ସଂଘ ଆନ୍ଦୋଳନ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ, କାଲି ଉତ୍ତର ରଖିବେ ପରିବହନ ମନ୍ତ୍ରୀ
ଭୁବନେଶ୍ୱର: ଡ୍ରାଇଭର ସଂଘଙ୍କ ଆନ୍ଦୋଳନ ଯୋଗୁ ଲୋକେ ହଇରାଣ ହେଉଛନ୍ତି । ଶୂନ୍ୟକାଳରେ ବିରୋଧୀ ଗୃହରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବିରେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ଯାହାଯୋଗୁ ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସରକାରଙ୍କ ପ୍ରତି ରୁଲିଂ ଦେଇ କହିଥିଲେ ଡ୍ରାଇଭର ସଂଘ ସହ ସରକାର ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତି । ଏହି ପରିପ୍ରକ୍ଷୀରେ ଆସନ୍ତାକାଲି ଗୃହରେ ପରିବହନ ମନ୍ତ୍ରୀ ବିବୃତି ରଖିବେ ।
ଗତକାଲିଠୁ ଡ୍ରାଇଭର ମହାସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ନାଁରେ ଦାଦାଗିରି କରୁଛି । ଫଳରେ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି । ଜୋର ଜବରଦସ୍ତି ଗାଡ଼ି ଅଟକାଇ ଆନ୍ଦୋଳନରେ ସାମିଲ ହେବାକୁ ଡ୍ରାଇଭରଙ୍କୁ ଧମକ୍ ଦେଉଥିବାରୁ ସମସ୍ତେ ଡ୍ରାଇଭର ସଂଘର ଆନ୍ଦୋଳନକୁ ନିନ୍ଦା କରିଛନ୍ତି ।
ଆନ୍ଦୋଳନ ନାଁରେ ଆତଙ୍କ ରଚିଲେ ଡ୍ରାଇଭର, ଛତ୍ରପୁରରେ ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡ୍ରାଇଭର
ଗଞ୍ଜାମ: ରାଜରାସ୍ତାରେ ଡ୍ରାଇଭରଙ୍କ ଗୁଣ୍ଡାଗିରି । ଆନ୍ଦୋଳନ ନାଁରେ ଆତଙ୍କ ରଚିଲେ ଡ୍ରାଇଭର । ଗଞ୍ଜାମ ଜିଲ୍ଲା ଛତ୍ରପୁର ପୋକଡ଼ିବନ୍ଧରେ ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଡ୍ରାଇଭର । ଆକ୍ରମଣରେ ୬ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଡ୍ରାଇଭରଙ୍କ ମରଣାନ୍ତକ ଆକ୍ରମଣରେ ପୋଲିସଙ୍କ ମୁଣ୍ଡ ଫାଟିଯାଇଛି । ପୋକଡ଼ିବନ୍ଧ ଛକ ନିକଟର ରାଜରାସ୍ତା ଉପରେ ଆନ୍ଦୋଳନ କରିବା ବାହାନାରେ ବାହାର ରାଜ୍ୟର ଗାଡ଼ିକୁ ଅଟକାଉଥିଲେ । ପୋଲିସ ଅଟକାଇବାରୁ ମରଣାନ୍ତକ ଆକ୍ରମଣ କରିଥିଲ ଡ୍ରାଇଭର ।
ଏହି ଆକ୍ରମଣରେ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ଗୋପାଳପୁର ଏସଆଇ ମହେନ୍ଦ୍ର ବେହେରା ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ପୋଲିସ ଆଇଜି, ବ୍ରହ୍ମପୁର ଓ ଗଞ୍ଜାମ ଏସପି, ସବୁ ଥାନାର ଆଇଆଇସି ପହଞ୍ଚିଛନ୍ତି । ଘଟଣାସ୍ଥଳରେ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି । ଡ୍ରାଇଭରଙ୍କୁ ଦେଖିବାମାତ୍ରେ ଗିରଫ କରାଯାଉଛି ।
ମୁମ୍ବାଇରେ ଥାଇ ତାମିଲନାଡ଼ୁରେ ନିଜ ହତ୍ୟାର ବ୍ଲୁପ୍ରିଣ୍ଟ, ମୁମ୍ବାଇରୁ ଗିରଫ କଲା ଗଜପତି ପୋଲିସ
ମୋହନା: ଧରାପଡ଼ିଲା ହତ୍ୟା ନାଟକ । ଏଥି ସହିତ ଓଡ଼ିଶାକୁ ବଦାନମ କରିବାକୁ ହୋଇଥିବା ଚକ୍ରାନ୍ତରେ ବି ପଡ଼ିଲା ଜବନିକା । ନିଜେ ନିଜର ହତ୍ୟା ନାଟକ ତିଆରି କରି ଫଶିଗଲେ ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳର ଶରତ ପରିଛା । ମୁମ୍ବାଇରେ ଥାଇ ତାମିଲନାଡ଼ୁରେ ନିଜ ହତ୍ୟାର ନାଟକ ରଚନା କରିଥିଲେ ଶରତ । ଶରତ ମୃତ୍ୟୁର ସତ୍ୟତା ଜଣାପଡ଼ିନଥିବା ବେଳେ ଏହି ଘଟଣାକୁ ନେଇ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ରାଜ୍ୟକୁ ବଦନାମ କରିବାକୁ ଆଗେଇ ଆସିଥିଲେ । ହେଲେ ପ୍ରଥମେ ନନ୍ଦିଘୋଷ ଟିଭି ଏହାର ଖୁଲାସା କରିଥିଲା । ଆଉ ସତକୁ ସତ ଗତକାଲି ଶରତକୁ ଗଜପତି ପୋଲିସ ମୁମ୍ବାଇରୁ ଗିରଫ କରିଛି । ଋଣଭାର ଓ ସ୍ତ୍ରୀ ସହ ମନୋମାଳିନ୍ୟ ପାଇଁ ନିଜ ହତ୍ୟାର ପ୍ଲଟ ତିଆରି କରିଥିଲା ଶରତ ।
ସ୍ତ୍ରୀ ସହ ମନୋମାଳିନ୍ୟ ଓ ଧାରକରଜରୁ ମୁକ୍ତି ପାଇବାକୁ ଶରତ ନିଜକୁ ମାଡ଼ ମରାଯିବାର ମିଛ ଭିଡିଓ ସହ ନିଜର ମୃତ୍ୟୁ ଫଟୋ ପରିବାରକୁ ପଠାଇଥିଲା । ଏପରିକି ଏକ ଆମ୍ବୁଲାନ୍ସରେ ତା’ର ମୃତଦେହ ନିଆଯାଉଥିବାର ଭିଡିଓ ମଧ୍ୟ ପରିବାରକୁ ପଠାଇଥିଲା । କିନ୍ତୁ ଆମ୍ବୁଲାନ୍ସରେ ଥିବା ମୃତଦେହ ତା’ର ନୁହେଁ ବୋଲି ସେ ସମୟରେ ସ୍ପଷ୍ଟ ହୋଇଥିଲା । ଗତକାଲି ମୁମ୍ବାଇରୁ ଗିରଫ ହେବା ପରେ ପୋଲିସ ମଧ୍ୟ ଶରତର ସବୁ ଖେଳର ଖୁଲାସା କରିଛି । ତେବେ ଶରତର ଏଭଳି ନାଟକ କେବଳ ପାରିବାରିକ ସମସ୍ୟା ନା ଆଉ କିଛି ତାହା ଅଧିକ ତଦନ୍ତ ସାପେକ୍ଷ । ଶରତ ବିରୋଧରେ ଠକେଇ, ମିଛ ଭିଡିଓ ଓ ଫଟୋ ଭାଇରାଲ ଭଳି ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି ।
ଖୁବଶୀଘ୍ର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୮୨ ପଦବି ହେବ ପୂରଣ
ନୂଆଦିଲ୍ଲୀ: ୨୦୨୨-୨୩ରେ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ଟେକ୍ନିକାଲ ଷ୍ଟାଫ ପ୍ରସଙ୍ଗରେ ସଂସଦରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ । ବିଶେଷ କରି କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଖାଲିଥିବା ପଦବିଗୁଡିକୁ ପୂରଣ ଲାଗି ଚୟନ ପ୍ରକ୍ରିୟା ସମ୍ପର୍କରେ ପ୍ରଶ୍ନ କରିଛନ୍ତି ସାଂସଦ । ରାଜ୍ୟସଭାରେ ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର କହିଛନ୍ତି- ଖାଲିଥିବା ପଦବୀର ପୂରଣ ଲାଗି ଦ୍ରଷ୍ଟବ୍ୟରେ ଦର୍ଶାଯାଇଛି । ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୮୭ଟି ଟିଚିଂ ପୋଷ୍ଟ ଓ ୯୫ଟି ନନ୍ ଟିଚିଂ ପୋଷ୍ଟ ଲାଗି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୨୦୯୧ଟି ପଦବୀ ଖାଲି ରହିଛି ବୋଲି ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ସମୀର ଦାଶ, PM ପୋଷଣ ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ ପାଇଁ ଚିଠି
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଚିଠି । ପିଏମ୍ ପୋଷଣ ଯୋଜନାର ଦ୍ୱିତୀୟ କିସ୍ତି ଶୀଘ୍ର ପ୍ରଦାନ ପାଇଁ ସମୀର ରଞ୍ଜନ ଦାଶ ଚିଠି ଲେଖିଛନ୍ତି । ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ପିଏମ୍ ପୋଷଣ ଯୋଜନା ପାଇଁ କେନ୍ଦ୍ର ସରକାର ୨୦୨୨ ମସିହା ସେପ୍ଟେମ୍ବର ୨୦ ତାରିଖରେ ୨୭ ହଜାର ୯୯୫.୩୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ଅବଶିଷ୍ଟ ଅର୍ଥ ଏଯାଏ ଆସିନାହିଁ । ଫଳରେ ରାଜ୍ୟରେ ପିଏମ୍ ପୋଷଣ ଯୋଜନା ଚଳାଇବାରେ ସମସ୍ୟା ସୃଷ୍ଟି ହେଉଛି । ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଶୀଘ୍ର ଦ୍ୱିତୀୟ କିସ୍ତି ବାବଦରେ ୩୦ ହଜାର ୮୯୫.୫୨ଲକ୍ଷ ଟଙ୍କା ପ୍ରଦାନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚିଠି ଲେଖିଛନ୍ତି ।
ଭଦ୍ରକ ବାସୁଦେବପୁରରେ ଡ୍ରାଇଭରଙ୍କ ଦାଦାଗିରି, ଭାରସ୍ୟାମ ହରାଇ ଓଲଟିଲା ଅଟୋ
ଭଦ୍ରକ: ଭଦ୍ରକ ବାସୁଦେବପୁରରେ ଡ୍ରାଇଭରଙ୍କ ଦାଦାଗିରି । ଭାରସ୍ୟାମ ହରାଇ ଓଲଟିଲା ଅଟୋ । ଗାଡ଼ିରେ ଥିବା ୧୦ ଶ୍ରମିକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ନାୟକାଣିଡିହିରୁ କାମ କରି ଶ୍ରମିକମାନେ ଅଟୋରେ ଫେରୁଥିବାବେଳେ ପିଛା କରି ଆଗରେ ଅଟକିଥିଲେ ଡ୍ରାଇଭର । ଘଟଣାସ୍ଥଳରେ ଭାରସ୍ୟାମ ହରାଇ ଅଟୋଟି ଓଲଟି ପଡ଼ିଥିଲା । ଆହତ ୧୦ ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ ।
ଉତ୍ତର କୋରିଆର ପୁଣି ମନମାନି, ପରୀକ୍ଷା କଲା ଆଉ ଏକ ବାଲିଷ୍ଟିକ ମିସାଇଲ
ଉତ୍ତରକୋରିଆ: ଉତ୍ତର କୋରିଆର ପୁଣି ମନମାନି । ପରୀକ୍ଷା କଲା ଆଉ ଏକ ବାଲିଷ୍ଟିକ ମିସାଇଲ । ଉତ୍ତର କୋରିଆର ଏହି ପରୀକ୍ଷଣ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଆଞ୍ଚଳିକ ଭାରସାମ୍ୟ ନଷ୍ଟ ହେବ ବୋଲି କହିଛି ଦକ୍ଷିଣ କୋରିଆ । କୋରିଆନ ପେନିସୁଲାର ପୂର୍ବ ଉପକୂଳରେ ଉତ୍ତର କୋରିଆ ଏହି ମିସାଇଲର ପରୀକ୍ଷଣ କରିଛି । ଗତ ମଙ୍ଗଳବାର ଉତ୍ତର କୋରିଆ ମଧ୍ୟ ଦୁଇଟି ସର୍ଟରେଞ୍ଜ ବାଲିଷ୍ଟିକ ମିସାଇଲ ପରୀକ୍ଷା କରିଥିଲା । ଉତ୍ତର କୋରିଆର ଆଣବିକ ପରୀକ୍ଷା ଓ ମିସାଇଲ ପରୀକ୍ଷା ଜାରି ରହିଥିବାବେଳେ ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ପାଇଛି ।

