ନୂଆଦିଲ୍ଲୀ: ଦିଲ୍ଲୀର ଭଜନପୁରାରେ ବଡ଼ ଧରଣର ଦୁର୍ଘଟଣା । ଆଖିପିଛୁଳାକେ ଧସିଗଲା ଏକ ବୃହତକାୟ କୋଠା । ଘଟଣାସ୍ଥଳରେ ଅଗ୍ନିଶମ ଟିମ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି । କୋଠାଟି ଧସିବାର କାରଣ ଜଣାପଡି ନାହିଁ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଗତ ମାର୍ଚ୍ଚ ୧ରେ ବି ଉତ୍ତର ଦିଲ୍ଲୀର ରୋସନାରା ରୋଡରେ ଏକ କୋଠାରେ ନିଆଁ ଲାଗିବା ପରେ ଏକ ଚାରି ମହଲା କୋଠା ଧସିପଡିଥିଲା ।
ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ଅବସରରେ ଅଘଟଣ
ଭୁବନେଶ୍ୱର: ରଙ୍ଗର ପର୍ବ ହୋଲିକୁ ବେସ୍ ଧୁମଧାମରେ ସବୁଆଡ଼େ ପାଳନ କରାଯାଉଛି । ରାଜ୍ୟରେ ଉତ୍ସାହ ଓ ଉଲ୍ଲାସ ଦେଖାଯାଇଛି । ତେବେ ଏହି ଖୁସି ଭିତରେ ଅନେକ ଦୁଃଖଦ ଘଟଣା ମଧ୍ୟ ଘଟିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଅଘଟଣ ଘଟିଥିବା ନେଇ ସୂଚନା ରହିଛି । କେଉଁଠି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ତ ଆଉ କେଉଁଠି ପାଣିରେ ବୁଡ଼ି । ହୋଲିରେ ରାଜଧାନୀ ଓ ଉପକଣ୍ଠରେ ଘଟିଛି ଏକାଧିକ ସଡକ ଦୁର୍ଘଟଣା ।
ଜରିପାଟଣା ନଦୀ ବନ୍ଧରୁ ତଳକୁ ଖସି ବାଇକ ଚାଳକଙ୍କ ମୃତ୍ୟୁ । ମୃତକ ଜଣକ ସର୍ବେଶ୍ୱର ରାଓ ବୋଲି ଜଣାପଡ଼ିଛି । ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ମଦ୍ୟପାନ କରି ଗାଡି ଚାଳନା ଯୋଗୁଁ ଘଟିଛି ଏକାଧିକ ଦୁର୍ଘଟଣା । କ୍ୟାପିଟାଲ ହସ୍ପିଟାଲରେ ସମ୍ପର୍କୀୟଙ୍କ ପ୍ରବଳ ଭିଡ ଜମିଛି । ହସ୍ପିଟାଲର କାଜୁଆଲଟିରେ ଉତ୍ତେଜନା ଦେଖିବାକୁ ମିଳିଛି ।
ଗଣ୍ଡଗୋଳକୁ ଆଶଙ୍କା କରି ବ୍ୟାପକ ପୋଲିସ ମୁତୟନ । ସେହିପରି ସାଲେପୁର ନିଶ୍ଚିନ୍ତକୋଇଲିରେ ଅଘଟଣ । ହୋଲି ଖେଳି ବରପଦା ନିକଟ ଲୁଣା ଚିତ୍ରତ୍ପଳା ନଦୀ ସଙ୍ଗମ ସ୍ଥଳ ନାଗାମଠ ନିକଟରେ ଗାଧୋଉଥିବା ବେଳେ ଜଣେ ଯୁବକ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ହୋଲି ଖେଳି ସାରି ତିନି ଜଣ ସାଙ୍ଗ ଦିନ ୨ଟା ସମୟରେ ନଦୀ ରେ ଗାଧୋଉ ଥିବା ବେଳେ ହଠାତ ନଦୀରେ ଭାସି ଯାଇଥିଲେ ରାଜ ।
ହୋଲି ଖେଳ ସାରି ନଦୀରେ ଗାଧୋଇବା ହେଲା କାଳ । ନଦୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ସାଙ୍ଗ । ନୂଆପାଟଣା ଘାଟରେ ବୁଡ଼ି ଜଣେ ନିଖୋଜ ଜଣେ ଉଦ୍ଧାର । ନିଖୋଜ ଯୁବକ ହେଲେ ନୂଆପାଟଣା ଗ୍ରାମର ସଞ୍ଜୟ ପରିଡ଼ା । ଚୌଦ୍ବାର ଅଗ୍ନିଶମ ବାହିନୀ ଓ କଟକ ଓଡ୍ରାଫ ଟିମ୍ ପକ୍ଷରୁ ଖୋଜାଖୋଜି ଜାରି । ରଙ୍ଗର ପର୍ବ ହୋଲିରେ ଗୋଷ୍ଠୀ ସଂଘର୍ଷ । ୨ ଗୁରୁତର, ୫ ଆହତ । ଘଟଣା ଘଟିଛି ଟାଙ୍ଗୀ ଥାନା ସରସ୍ୱତୀ ନଗରରେ ।
ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିବା ବେଳେ ପୂର୍ବ ଶତ୍ରୁତାରୁ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଟେକା ପଥର, ବାଉଁଶ ଠେଙ୍ଗା ମାଡରେ ୨ ଗୁରୁତର ହୋଇଛନ୍ତି । ସେହପରି ସମ୍ବଲପୁରରେ ହୋଲିରେ ଅଘଟଣ । ହୋଲି ଖେଳୁଥିବା ସମୟରେ ଚେରୁଆପଡାରେ ଯୁବକଙ୍କ ମୃତ୍ୟୁ । ହୋଲି ଖେଳୁଥିବା ସମୟରେ ହଠାଥ୍ ଟଳିପଡିଲେ ଯୁବକ । କେଉଁଥି ପାଇଁ ତାଙ୍କ ମୃତ୍ୟୁ ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ହୋଲି ଖେଳ ବେଳେ ଅଘଟଣ. । ହୋଲି ଖେଳ ଚାଲିଥିବା ବେଳେ ଦୁଇ ଯୁବକଙ୍କୁ ବ୍ଲେଡରେ ଆକ୍ରମଣ । ବୈଦେଶ୍ଵର ଥାନା ଅନ୍ତର୍ଗତ କଦମ୍ବ ପାଟଣା ଗାଁରେ ଘଟଣା ଘଟିଛି ।ଦୁଇ ଯୁବକଙ୍କ ବେକରେ ଆଘାତ ହୋଇଥିବା ବେଳେ ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର । କମେଣ୍ଟ ମରାକୁ କେନ୍ଦ୍ରକରି ଘଟଣା ଘଟିଥିବା ସୂଚନା । ଘଟଣା ସ୍ଥଳରେ ବୈଦେଶ୍ଵର ପୋଲିସ ପଂହଁଚି ତଦନ୍ତ ଆରମ୍ଭ କରିଛି । ହୋଲି ଅବସରରେ ପଟ୍ଟାମୁଣ୍ଡାଇରେ ଅଘଟଣ । ହୋଲି ଖେଳି ନଦୀରେ ଗାଧୋଉଥିବା ବେଳେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଦୁଇ ମୃତକ ହେଲେ କେଶପୁର ପଞ୍ମୂଚାୟତ ଷାଡିଆ ଗ୍ରାମର ସୁଜିତ ଦାସ (୩୭) ଓ ଚିନ୍ମୟ ଦାସ(2୨)
ଠାକୁର ପରିକ୍ରମା ବେଳେ ଅଣ୍ଡା ମlଡ଼କୁ ନେଇ ଉତ୍ତେଜନା
ଗଜପତି: ଠାକୁର ପରିକ୍ରମା ବେଳେ ଅଣ୍ଡା ମlଡ଼କୁ ନେଇ ଉତ୍ତେଜନା l ନୂଆଗଡ ବ୍ଲକ ବଡପଦା ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ହୋଲି ଉତ୍ସବ ସହ ଗାଁରେ ଠାକୁର ପରିକ୍ରମl ବେଳେ କିଛି ଯୁବକ ଅଣ୍ଡା ମାଡ଼ କରିଥିବାରୁ ଏହି ଉତ୍ତେଜନା ସୃଷ୍ଟି ହୋଇଥିବା ସୂଚନା ରହିଛି l ଉତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ ହୋଇଛି l
ବିଶ୍ୱର ସବୁଠୁ ବୟସ୍କ ମହିଳାଙ୍କ ୧୨୮ ବର୍ଷ ବୟସରେ ପରଲୋକ
କେପ ଟାଉନ୍: ବିଶ୍ୱର ସବୁଠୁ ଅଧିକ ବୟସ୍କ ମହିଳାଙ୍କ ପରଲୋକ ଘଟିଛି । ଦକ୍ଷିଣ ଆଫ୍ରିକାରେ ରହୁଥିବା ଜୋହାନା ମାଜିବୁକୋ ୧୨୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଜନ୍ମ ୧୮୯୪ ମସିହାରେ ରେ ହୋଇଥିଲା । ଚଳିତ ବର୍ଷ ମଇରେ ତାଙ୍କ ବୟସ ୧୨୯ ବର୍ଷ ହୋଇଥାନ୍ତା । ଜୋହାନାଙ୍କ ପରିବାର ଲୋକଙ୍କ ମୁତାବିକ, ତାଙ୍କର ମୃତ୍ୟୁ ୩ ମାର୍ଚ୍ଚରେ ହୋଇଯାଇଥିଲା । ୨୦୨୨ରେ ନ୍ୟୁଜ ୨୪ ସହ ସାକ୍ଷାତକାର ସମୟରେ ସେ କହିଥିଲେ ଯେ ମୁଁ ଏପର୍ଯ୍ୟନ୍ତ ସୁଦ୍ଧା କାହିଁକି ବଞ୍ଚିଛି, ମୋ ସାଥିମାନଙ୍କ ମୃତ୍ୟୁ ହୋଇ ସାରିଛି ।
ମୁଁ କେବେ ମରିବି? ଏପର୍ଯ୍ୟନ୍ତ ଜୀବିତ ରହିବାର ଅର୍ଥ କଣ ? ମୁଁ ଗୋଟିଏ ସ୍ଥାନରେ ବସି ବସି ଥକି ଯାଇଛି । ଜୋହାନାଙ୍କ ସମ୍ପର୍କୀୟ କହିଛନ୍ତି ଯେ ତାଙ୍କ ପାଖରେ ଜୋହାନାଙ୍କ ଆଇଡି ଅଛି ଏବଂ ଏହି ଆଧାରରେ ଗିନିଜ ବୁକ୍ ଅଫ ରେକର୍ଡସ ବୁକରେ ଜୋହାନାଙ୍କ ନାଁ ସାମିଲ ହେବା ଆବଶ୍ୟକ । ଯାହାଫଳରେ ତାଙ୍କୁ ସମ୍ମାନ ମିଳିପାରିବ । ଜୋହାନାଙ୍କର ୧୨ ଭାଇ-ଭଉଣୀ ଥିଲେ । ଏମାନଙ୍କ ମଧ୍ୟରୁ ଏବେ ୩ ଜଣ ଜୀବିତ ଅଛନ୍ତି ।
ତାଙ୍କ ବିବାହ ଷ୍ଟବାନା ମାଜିବୁକୋଙ୍କ ସହ ହୋଇଥିଲା । ଉଭୟଙ୍କର ୭ ପିଲା ଅଛନ୍ତି । ୫୦ ରୁ ଅଧିକ ନାତି, ନାତୁଣି ଏବଂ ଅଣନାତିନାତୁଣି ଅଛନ୍ତି । ଜୋହାନା କେବେ ବି ପାଠ ପଢ଼ିନାହାନ୍ତି । ୧୨୮ ବର୍ଷୀୟା ଜୋହାନା ମାଜିବୁକୋଙ୍କ ଜନ୍ମ ୧୮ତମ ଶତାବ୍ଦୀରେ ହୋଇଥିଲା । ସେ ୧୯୧୪ରେ ପ୍ରଥମ ବିଶ୍ୱଯୁଦ୍ଧ, ୧୯୩୯ରେ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ଦେଖିଥିଲେ । ସ୍ପାନିଶ ଫ୍ଲୁଠୁ ନେଇ କରୋନା ମହାମାରୀର ସମ୍ମାନ କରିଥିଲେ ।
ଦିଲ୍ଲୀ ମଦ ନୀତି ମାମଲା; ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅକୁ ଇଡିର ସମନ
ହାଇଦ୍ରାବାଦ: ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଦବଙ୍ଗଗିରି । ଦିଲ୍ଲୀ ମଦ ନୀତି ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତାକାଲି କବିତାଙ୍କୁ ଜେରା କରିବ ଇଡି । ଗତବର୍ଷ ଡିସେମ୍ବର ୧୨ ତାରିଖରେ ହାଇଦ୍ରାବାଦରେ ଭାରତ ରାଷ୍ଟ୍ର ସମିତି ନେତ୍ରୀ କବିତାଙ୍କୁ ଦୀର୍ଘ ୭ ଘଣ୍ଟା ଧରି ଜେରା କରିଥିଲା ସିବିଆଇ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତକୁ ଆସନ୍ତା ମାର୍ଚ୍ଚ ୧୩ ତାରିଖ ଯାଏ ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲାଇଙ୍କୁ ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଦେବାର ଦିନକ ପରେ କବିତାଙ୍କୁ ସମନ ଜାରି କରିଛି ଇଡି ।
ଏହା ସହ ଅନ୍ୟତମ ମଦ ଡିଲର ଅମନଦୀପ ଢାଲଙ୍କୁ ବି ମାର୍ଚ୍ଚ ୨୧ ଯାଏ ବିଚାରବିଭାଗୀୟ ହେପାଜତକୁ ନେବା ଲାଗି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ମଦ ନୀତି ମାମଲାରେ କବିତା ପରୋକ୍ଷ ଭାବେ ଉପକୃତ ହୋଇଥିବା ନେଇ ଅଭିଯୋଗ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମଦ ନୀତି ମାମଲାରେ ଦିଲ୍ଲୀର ଏଲଜି ଭିକେ ସକ୍ସେନା ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଗତବର୍ଷ ପ୍ରତ୍ୟାହୃତ ହୋଇଥିଲା ନୂଆ ମଦ ନୀତି । ସିବିଆଇ ତଦନ୍ତ ପରଠାରୁ ବଢିଚାଲିଛି ଦିଲ୍ଲୀ ସରକାରଙ୍କ ଲାଗି ଅଡୁଆ ।
ସେପଟେ ସିବିଆଇ ଓ ଇଡିର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି କବିତା । ବିଜେପିର ଏହା ଏକ ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ । କେନ୍ଦ୍ରର କୃଷକମାରଣ ନୀତି ଓ ପୁଞ୍ଜିବାଦୀ ତୋଷଣ ନୀତିକୁ ବିଆରଏସ ନେତା ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ପଦାରେ ପକାଉଥିବାରୁ ଏହା ବିରୋଧରେ କେନ୍ଦ୍ର ପଦକ୍ଷେପ ନେଉଛି ବୋଲି କହିଛନ୍ତି କବିତା । ତେଣେ ଗିରଫ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତିହାର ଜେଲରେ ଥିବାବେଳେ ତାଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ମାର୍ଚ୍ଚ ୨୦ ଯାଏ ରହିଛି ।
ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ନାବାଳକ ମୃତ
ବଲାଙ୍ଗୀର: ବଲାଙ୍ଗୀର ବେଲପଡ଼ା ମୁଣ୍ଡାପରା ଗାଁରେ ଅଘଟଣ । ପାଣିରେ ବୁଡ଼ି ନାବାଳକ ମୃତ । ମୃତକ ହେଲେ ୧୨ ବର୍ଷୀୟ କରଣ ମହାନନ୍ଦ । ଅସାବଧାନତା ଯୋଗୁ କରନ ପାଣି ରେ ବୁଡ଼ି ଯାଇଥିଲା । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଲେ ଅସାବଧାନତାରୁ ବୁଡ଼ି ମୃତ୍ୟୁ । ବେଲପଡା ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ଟରଖାନାକୁ ପଠାଇଛି । ସାରା ମୁଣ୍ଡାପରା ଗାଁରେ ଶୋକର ଛାୟା ଖେଳିଯାଇଛି।

