ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା, ଚଳଚଞ୍ଚଳ ସମ୍ବଲପୁର

ସମ୍ବଲପୁର: ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଦେବଦେବ ମହାଦେବଙ୍କ ହାତ ଧରିବେ ମାଆ ପାର୍ବତୀ।ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର।

ଆରମ୍ଭ ହୋଇଛି ଗଣ୍ଠାଳଫିଟା କାଯ୍ୟକ୍ରମ । ଗତବର୍ଷ ହୋଇଥିବା ମା ପାର୍ବତୀଙ୍କ କନ୍ୟାପିତାମାତା ଗଣ୍ଠାଳ ଫିଟାଇ ମା ପାର୍ବତୀଙ୍କୁ ପୁଣି ମନ୍ଦିରକୁ ଆଣିବାର ପରମ୍ପରା ରହିଛି ଓ ନୂତନ ଭାବେ ଚୟନ କରାଯାଇଥିବା କନ୍ୟା ପିତାମାତା, ମା ପର୍ବତୀଙ୍କୁ ଘରକୁ ନେଇଥାନ୍ତି । ଏହା ହେଉଛି ଗଣ୍ଠାଳଫିଟା ନୀତି । ପରେ ବିଭିନ୍ନ ମନ୍ଦିର ଓ କନ୍ୟାପିତାମାତା ମାନଙ୍କ ଘରେ ଆୟୋଜିତ ହେବ ତେଲ ହଳଦୀ କାଯ୍ୟକ୍ରମ । ପ୍ରଥମ ପଯ୍ୟାୟରେ ନନ୍ଦ ପଡାରେ ଆରମ୍ଭ ହୋଇଛି କାଯ୍ୟକ୍ରମ ।

 

ସେପଟେ  ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳଲାଗି କରାଯାଇ ଦିଗମ୍ବର ବେଶରେ ବାବାଙ୍କୁ ସଜ୍ଜିତ କରାଯାଇ  ପହିଲି ବାଲ୍ଯଭୋଗ ଲାଗି କରାଯାଉଛି। ସକାଳ ୯ଟାରେ ପହଡଖିଆ ଅନ୍ନନୀତି ଲାଗି ହେବା ପରେ ୧୦ଟାରେ ବାବାଙ୍କୁ ବରଣ କରିବା ପାଇଁ ପାର୍ବତୀ ଭାଇ ସାଜିଥିବା ପବନପୁତ୍ର ହନୁମାନ ବରଧରା ବେଶରେ ଗମନ କରିବେ। ସଂଧ୍ଯାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଅପରାହ୍ନ  ୪ଟାରେ ବାବାଙ୍କର ରାଜରାଜେଶ୍ବର ବେଶ ସହ ୫ଟାର ଦିଅଁ ମଙ୍ଗୁଳା ନୀତି ହେବ।