ପୁରୀ ଗସ୍ତ କରି ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କଲେ 5T ସଚିବ

1 min read

ପୁରୀ: ପୁରୀ ଗସ୍ତରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ଆଜି ସେ ପୁରୀ ଆସିଥିବା ପ୍ରଥମେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତେବେ ଶ୍ରୀମନ୍ଦିର ସମ୍ମୁଖରେ ଚାଲୁଥିବା ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦେଖିବା ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଆଜି ନିକଟରେ ଥିବା ବଡ ଆଖଡା ମଠର କିଛି ଅଂଶ ଆଜି ଭଙ୍ଗା ଯାଇଥିବା ବେଳେ ତାହାକୁ ଅନୁଧ୍ୟାନ କରିବା ସହ ସନ୍ତୋଷ ବ୍ୟକ୍ତ କରିଥିଲେ । ଦିଆଯାଉଥିବା ଟାର୍ଗେଟ ଅନୁସାରେ କାର୍ଯ୍ୟ କରାଯାଉଥିବା ବେଳେ ଆଗକୁ ସ୍ନାନ ପୂର୍ଣ୍ଣିମାକୁ ନଜରରେ ରଖି ସିଂହ ଦ୍ବାର ସମ୍ମୁଖସ୍ତ କରାଯାଉଥିବା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।