IPL 2023: କ୍ୱାଲିଫାଇଂ ମ୍ୟାଚରେ ଗୁଜରାଟକୁ ହରାଇ ଫାଇନାଲରେ ପ୍ରବେଶ କଲା ଧୋନୀ ବାହିନୀ

1 min read

ଚେନ୍ନାଇ: ଆଇପିଏଲ-୨୦୨୩ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ । କ୍ବାଲିଫାଇିଂ ମ୍ୟାଚରେ ଗୁଜରାଟକୁ ମାତ ଦେଲା ଚେନ୍ନାଇ । ୧୫ ରନରେ ଜିତିଲା ଧୋନୀ ବାହିନୀ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୭୨ ରନ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଜବାବରେ ୧୫୭ରନରେ ଅଲଆଉଟ ହୋଇଗଲା ଗୁଜରାଟ ଟାଇଟନ୍ସ । ଚେନ୍ନାଇ ତରଫରୁ ଓପନର ଋତୁରାଜ ଗାଏକ୍ବାଡ ୬୦ ରନ କରିଥିବାବେଳେ ଡେଭନ କନଓ୍ବେ ୪୦ରନ କରିଥିଲେ । ରବିନ୍ଦ୍ର ଜାଡେଜା ୨୨ରନ କରିବାକୁ ସକ୍ଷମ ହୋଇଥିଲେ । ଗୁଜରାଟ ତରଫରୁ ଶୁଭମନ ଗିଲ ୪୨ ରନ କରିଥିବାବେଳେ ରିଦ୍ଧିମାନ ଶାହା କରିଥିଲେ ୧୨ ରନ । ମାତ୍ର ୮ରନ କରି ପାଭିଲିୟନ ଫେରିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡିଆ । ଆସନ୍ତାକାଲି ଏଲଏସଜି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ ଅଛି । ଏମାନଙ୍କ ମଧ୍ୟରୁ ଯିଏ ଜିତିବ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ଗୁଜରାଟକୁ ଭେଟିବ ।