spot_img
Home Blog Page 3323

ବାଜିଲା ବିଗୁଲ୍; ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତତ୍ପର ସବୁ ଦଳ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜ୍ୟର ସବୁ ରାଜନୈତିକ ଦଳ ତତ୍ପର ହୋଇଉଠିଛନ୍ତି। କଂଗ୍ରେସ ପକ୍ଷରୁ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ବିଧାନସଭାର ବଜେଟ୍‌ ଅଧିବେଶନ ସରିବା ପରେ କମିଟି ଝାରସୁଗୁଡ଼ା ଯିବ। ଯାହାଙ୍କର ଜିତିବା ସମ୍ଭାବନା ଅଧିକ ଥିବ, ପ୍ରାର୍ଥୀ ହେବା ପାଇଁ ତାଙ୍କ ନାମ ସୁପାରିସ୍‌ କରାଯିବ ।

ନବକିଶୋର ଦାସଙ୍କ ପରିବାରରୁ କେହି ପ୍ରାର୍ଥୀ ହେଲେ ଅନୁକମ୍ପା ଭୋଟ୍‌ ମିଳିବ ବୋଲି ସନ୍ତୋଷ ସିଂ ସାଲୁଜା କହିଛନ୍ତି। ସେପଟେ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବଡ଼ ବିଜୟ ହେବ ବୋଲି ଦଳ ଦାବି କରିଛି । ଲୋକ ମନସ୍ଥ କରିସାରିଛନ୍ତି ବିଜେଡିକୁ ଭୋଟ୍ ଦେବେ । ଦ୍ଵିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ ।

ନବକିଶୋର ଦାସଙ୍କ ଝିଅ ଦୀପାଳି ବ୍ରଜରାଜନଗର ଓ ପଦମପୁରରେ ପ୍ରଚାର କରିଥିଲେ । ସେ ସବୁବେଳେ ସକ୍ରିୟ ଅଛନ୍ତି । ତେବେ ବିଜେଡି ପକ୍ଷରୁ କିଏ ପ୍ରାର୍ଥୀ ହେବେ, ଦଳର ସୁପ୍ରିମୋ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ବିଜେଡିର ବରିଷ୍ଠ ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ।

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ବନ୍ଧାହେଲେ ରସିକିଆ ହେଡମାଷ୍ଟର

କେନ୍ଦୁଝର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବନ୍ଧାହେଲେ ରସିକିଆ ହେଡମାଷ୍ଟର। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ପୋଲିସ ଗିରଫ କରିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ତେଲକୋଇ ଥାନା ପୋଲିସ ।

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ନିଜ ଅଫିସକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଗ୍ରାମବାସୀ ସ୍କୁଲ ଘେରାଉ କରିଥିଲେ । ଖବର ପାଇ ଏବିଇଓ ସୁବାସ ଚନ୍ଦ୍ର ମହାନ୍ତି ଓ ଥାନା ଅଧିକାରୀ ସାଇପ୍ରଭା ରାଉତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଥାନାରେ ସ୍କୁଲ କମିଟି ଓ ଅଭିଭାବକଙ୍କ ତରଫରୁ ଅଭିଯୋଗ ପରେ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ପୋଲିସ ଗିରଫ କରିଛି ।

ପ୍ୟାକେଟ ପିଛା ଦୁଇ ଟଙ୍କା ବଢିଲା ଓମଫେଡ ଦର, ଏପ୍ରିଲ୍ ୧ରୁ ନୂଆ ଦାମ୍ ଲାଗୁ

ଭୁବନେଶ୍ୱର: ବଢିଲା ଓମଫେଡ ଦର। ପ୍ୟାକେଟ ପିଛା ଦୁଇ ଟଙ୍କା ବୃଦ୍ଧି । କୃଷକଙ୍କ ଖର୍ଚ୍ଚକୁ ନଜରରେ ରଖି ଆସନ୍ତା ୧ ଏପ୍ରିଲରୁ ଓମଫେଡ୍ ଲାଗୁ କରିବ ନୂଆ ଦର । ସମସ୍ତ ପ୍ରକାର ଦୁଗ୍ଧ ପାଇଁ ନୂଆ ଦର ଧାର୍ଯ୍ୟ ହୋଇଛି । ଗୋଖାଦ୍ୟ, ଗୋଚାରା ମୂଲ୍ୟ , ଔଷଧ ଏବଂ ଇନ୍ଧନ ମୂଲ୍ୟ , ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ବୃଦ୍ଧି କାରଣରୁ ଓମଫେଡ ଦୁଗ୍ଧ ପ୍ୟାକେଟ ପିଛା ୨ଟଙ୍କା ଲେଖାଏଁ ବୃଦ୍ଧି କରିଛି।

ଓମଫେଡର ଟୋନଡ୍ ମିଲ୍କର ଦର ୫୦୦ ମି.ଲିର ଖୁଚୁରା ଦର ପୂର୍ବରୁ ୨୧ ଟଙ୍କା ଥିବା ବେଳେ ଏବେ ତାହା ୨୩ ଟଙ୍କା ହେବ। ସେହିପରି ପ୍ରିମିୟମ ଓମଫେଡ ୨୪ ପରିବର୍ତ୍ତେ ୨୬, ଗୋଲ୍ଡ ଓମଫେଡ ୨୬ ଟଙ୍କା ଏବଂ ଚା ସ୍ପେଶିଆଲ ୨୫ ଟଙ୍କା ହେବ । ଏହି ନୂଆ ଦର ଆସନ୍ତା ୧ ଏପ୍ରିଲରୁ ଲାଗୁ ହେବ।

ଗତ ବର୍ଷ ମୂଲ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ଏଜେଣ୍ଟଙ୍କ କମିଶନ ବୃଦ୍ଧି ପାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଚଳିତ ଥର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଏଜେଣ୍ଟଙ୍କ କମିଶନ ୨୦ ପଇସା ପ୍ୟାକେଟ ପିଛା ବୃଦ୍ଧି କରାଯାଇଛି।

ସଦସ୍ୟତା ରଦ୍ଦ ପ୍ରସଙ୍ଗ, ରାହୁଲ ଗାନ୍ଧୀଙ୍କ ସମର୍ଥନ କଲା ଜର୍ମାନୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ରାହୁଲଙ୍କୁ ସମର୍ଥନ କଲା ଜର୍ମାନୀ। ରାହୁଲ ଗାନ୍ଧୀଙ୍କ ମାମଲାରେ ମୌଳିକ ଗଣତାନ୍ତ୍ରିକ ମୂଲ୍ୟବୋଧ ଲାଗୁ ହେବା ଦରକାର। ଏହି ମାମଲା ଉପରେ ଜର୍ମାନୀର ନଜର ଥିବା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି। ରାହୁଲଙ୍କ ବିରୋଧରେ ଆସିଥିବା ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବା ଦରକାର।

ରାହୁଲଙ୍କ ବିବାଦୀୟ ବୟାନକୁ ବ୍ୟକ୍ତିଗତ ସ୍ବାଧିନତା ଏବଂ ଗଣତନ୍ତ୍ରର ବିଚାରଧାରା ମଧ୍ୟରେ ରଖି ଚିନ୍ତା କରିବା ଆବଶ୍ୟକ। ୨୩ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା। ମୋଦି ସାଙ୍ଗିଆକୁ ନେଇ ରାହୁଲ ଦେଇଥିବା ବୟାନକୁ ନେଇ କୋର୍ଟ ତାଙ୍କ ବିରୋଧରେ ଦଣ୍ଡାଦେଶ ଦେଇଥିଲେ  । କୋର୍ଟଙ୍କ ଦଣ୍ଡାଦେଶ ପରେ ଲୋକସଭା ପକ୍ଷରୁ ରାହୁଲଙ୍କ ସଦସ୍ୟତା ରଦ୍ଦ କରାଯାଇଛି। ପରେ ତାଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିଶା ମହାରଣାଙ୍କୁ ଯାତ୍ରାରେ ଏଣ୍ଟ୍ରି ନମିଳୁ, ନୃତ୍ୟ ମାଧ୍ୟମରେ ଅଶ୍ଳୀଳତା କରୁଛନ୍ତି

ଭୁବନେଶ୍ୱର: ରାଜଧାନୀ ଅପେରା ପରେ ଧଉଳି ଗଣନାଟ୍ୟରେ ଉଠିଲା ନିଶାଙ୍କ ପ୍ରତି ବିରୋଧର ସ୍ୱର । ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ଓ ଅଙ୍ଗ ପ୍ରଦର୍ଶନକୁ ବିରୋଧ କରିଛନ୍ତି ଯାତ୍ରା କଳାକାର କିଶୋର ସାହୁ । ଯାତ୍ରାରେ ଅଶ୍ଳୀଳତା ନଥିଲା । କିଛି ଦିନ ହେବ କିଛି ଆଇଟମ୍ ଡାନ୍ସ ନାଁରେ ଯାତ୍ରାରେ ନାଁ ଖରାପ କରୁଥିବା କହିଛନ୍ତି ଯାତ୍ରା କଳାକାର ।

ଅଶ୍ଲୀଳତାକୁ ପ୍ରଶ୍ରୟ ଦିଆଯିବନି, ଯାତ୍ରାରେ ଅଶ୍ଳୀଳତାର ସ୍ଥାନ ନାହିଁ ବୋଲି କହିଛନ୍ତି ଧଉଳୀ ଗଣନାଟ୍ୟର କଳାକାର କିଶୋର ସାହୁ । ନିଶା ମହାରଣା ଯାତ୍ରା କଳାକାର ନୁହଁନ୍ତି, ସେ ଯାତ୍ରା ଆସୋସିଏସନର ସଭ୍ୟା ବି ନୁହଁନ୍ତି ବୋଲି ସେ କହିଛନ୍ତି । ନିଶା ମହାରଣାଙ୍କ ପରଫର୍ମାନ୍ସ ପରେ ଯାତ୍ରା ମଞ୍ଚରେ ଅଭିନୟ କରିବାକୁ ଖରାପ ଲାଗେ । ତେଣୁ ନିଶା ମହାରଣାଙ୍କୁ ଯାତ୍ରାକୁ ଏଣ୍ଟ୍ରି ନମିଳୁ ବୋଲି ସେ କହିଛନ୍ତି । ଯେକେହି ନୃତ୍ୟ ମାଧ୍ୟମରେ ଅଶ୍ଳୀଳତା କରୁଛନ୍ତି ତାଙ୍କୁ ଯାତ୍ରାରୁ ବୟକଟ୍ କରାଯାଉ।

ବଦଳିବ ମୟୂରଭଞ୍ଜର ନକ୍ସା, ଚାଲିଛି ଉନ୍ନୟନମୂଳକ କାର୍ଯ୍ୟ

ମୟୂରଭଞ୍ଜ: ବଦଳିବ ମୟୂରଭଞ୍ଜର ନକ୍ସା। ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩କୋଟି ୬୦ଲକ୍ଷ ଟଙ୍କାର ଅ।ର୍ଥିକ ଅନୁଦାନ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ନିକଟରେ ୨ଦିନିଆ ମୟୂରଭଞ୍ଜ ଗସ୍ତ କରିଥିଲେ 5Tସଚିବ ଭି.କେ ପାଣ୍ଡିଆନ। ଗସ୍ତ ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଥିଲେ। ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ରାଇରଙ୍ଗପୁର କରଞ୍ଜିଆ ଏବଂ ବାରିପଦା ଉପଖଣ୍ଡର ବିଭିନ୍ନ ଶିକ୍ଷ।ନୁଷ୍ଠାନର ବିକାଶ ପାଇଁ ୨୭କୋଟି ୭୫ଲକ୍ଷ ଟଙ୍କାର ଅନୁଦାନ ରାଶି ଯୋଗାଇ ଦିଅ।ଯିବ ବୋଲି କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ସବୁଠାରୁ ଅଧିକ ଖୁସି ବ୍ୟକ୍ତ କରିଛନ୍ତି ବାରିପଦାସ୍ଥିତ ଶ୍ରୀମା ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ। ରାଜ୍ୟ ସରକାରଙ୍କ ଏହି ତ୍ଵରୀତ ପଦକ୍ଷେପ ପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚୀବଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏହି ଅର୍ଥ ଯୋଗୁଁ ବଦଳିବ କଲେଜର ରୂପରେଖ। ଅନୁଦାନ ରାଶିର ସୁବିନିଯୋଗ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀ ଏବଂ ଇଂଜିନିୟରମାନେ ସବୁ ଅନୁଷ୍ଠାନକୁ ବୁଲି ଦେଖିବା ସହିତ ତୁରନ୍ତ ଏଷ୍ଟିମେଟ କରି କାର୍ଯ୍ୟ ଅ।ରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ଜିଲ୍ଲାବାସୀଙ୍କ ଆବଶ୍ୟକତାକୁ ଅନୁଭବ କରି ବଡସାହି ବ୍ଲକର ମାଣତ୍ରୀ ଠାରେ ଥିବା ପ୍ରାଚୀନ ଶୈବ୍ୟପୀଠର ବିକାଶ ପାଇଁ ୧କୋଟି ଟଙ୍କା ସମେତ କରଞ୍ଜିଆ ଏବଂ ରାଇରଙ୍ଗପୁର ଉପଖଣ୍ଡରେ ଥିବା ବିଭିନ୍ନ ମଠ ମନ୍ଦିର ବିକାଶ ପାଇଁ ୫କୋଟି ୮୫ଲକ୍ଷ ଟଙ୍କାର ଅ।ର୍ଥିକ ଅନୁଦାନ ରାଶି ଯୋଗାଇ ଦିଆଯିବ ବୋଲି କହିଥିଲେ ।

ଜମ୍ମୁ କାଶ୍ମୀର କଠୁଆରେ ବଡ଼ଧରଣର ବିସ୍ଫୋରଣ, କାରଣ ଅସ୍ପଷ୍ଟ

ଶ୍ରୀନଗର: ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ବଡ଼ଧରଣର ବିସ୍ଫୋରଣ। ଭାରତ-ପାକିସ୍ତାନ ସୀମା ନିକଟରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ବାସିନ୍ଦା।

ଘଟଣାସ୍ଥଳରେ ପୋଲିସ ତନାଘନା ଆରମ୍ଭ କରିଛି । ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି । ତେବେ ବିସ୍ଫୋରଣରେ କ୍ଷୟକ୍ଷତି ବିଷୟରେ ସୂଚନା ମିଳିନଥିବା ବେଳେ ବିସ୍ପୋରଣ ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି ।

ନୀତିକାନ୍ତି ପରେ ପୁଣି ଆରମ୍ଭ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଟଣା

ଭୁବନେଶ୍ୱର: ବଢେଇବାଙ୍କ ଛକରେ ଅଟକିଛି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଗତକାଲି ଧାର୍ଯ୍ୟ ସମୟଠୁ ବିଳମ୍ବରେ ରଥଟଣା ପରେ ବଢେଇବାଙ୍କ ଛକରେ ଅଟକିଥିଲା ପ୍ରଭୁଙ୍କ ରଥ । ଆଜି ବିଭିନ୍ନ ନୀତିକାନ୍ତି ପରେ ଅପରାହ୍ମ ୨ଟାରୁ ପୁଣି ରଥଟଣା ଆରମ୍ଭ ହେବ । ପୂଜାର୍ଚ୍ଚନା କରି ରଥକୁ ମାଉସୀମାଆ ମନ୍ଦିରକୁ ଟାଣିନେବେ ଭକ୍ତ ।

ପାଞ୍ଚ ଦିନ ଧରି ଆୟୋଜିତ ଯାତ୍ରାରେ ରୁକୁଣା ରଥ ଲିଙ୍ଗରାଜ ମନ୍ଦିର ନିକଟରୁ ବାହାରି ମାଉସୀ ମାଆ ଛକରେ ଥିବା ରାମେଶ୍ବର ମନ୍ଦିର ନିକଟକୁ ଯାଇଥାଏ। ଗତକାଲି ସଂଧ୍ୟା ସାଢେ ୫ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ରଥ ଟାଣିଥିଲେ ସେବାୟତ ଓ ଶ୍ରଦ୍ଧାଳୁ । ସଂଧ୍ୟା ହେବାରୁ ବଢେଇବାଙ୍କ ଛକଟରେ ଅଟକିରହିଥିଲା ରୁକୁଣା ରଥ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ବରେ ରହିଛନ୍ତି ୧୨ ପ୍ଲାଟୁନ ଫୋର୍ସ । ପୋଲିସ, ବିଏମସି, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି ।

ଚୀନର ଋଣ ଜାଲ, ଦେବାଳିଆ ହେଉଛନ୍ତି ରାଷ୍ଟ୍ର

ବେଜିଂ: ପ୍ରଥମେ ଋଣ ଦେଇ ଦେବାଳିଆ କରୁଛି। ପରେ ଋଣ ସୁଝିବା ପାଇଁ ମଧ୍ୟ ଋଣ ଦେଉଛି ଚୀନ୍। ସାରା ବିଶ୍ବରେ ଥିବା ଛୋଟ ଛୋଟ ଦେଶ ଗୁଡିକୁ ଋଣ ଦେଇ ଦେବାଳିଆ କରିବାରେ ଲାଗିଛି ଚୀନ୍। ଋଣ ଶୁଝିନପାରିଲେ ସେଠାକାର ପ୍ରାକୃତିକ ସମ୍ପଦ ଉପରେ କବଜା କରୁଛି ଚୀନ୍ ।

ଆମେରିକା ସାରା ବିଶ୍ବରେ ଅଧିକ ଋଣ ଦେଉଥିବା ଦେଶ ଭିତରେ ଥିବା ବେଳେ ଚୀନ ଆମେରିକାକୁ ଟପିବାକୁ ବସିଲାଣି । ଅଳ୍ପ ରୋଜଗାର ଥିବା ଦେଶ ଗୁଡିକୁ ଟାର୍ଗେଟ କରୁଛି ଚାଇନା । ସେମାନଙ୍କ ସ୍ଥିତି ସୁଧାରିବା ନାଁରେ ଋଣ ଜାଲ ବିଛାଇ ସେହି ଦେଶଗୁଡିକୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ଆମେରିକାର ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଛୋଟ ଛୋଟ ଦେଶ ଆଇଏମଏଫରୁ ଋଣ ନନେଇ ଚୀନଠୁ ନେବାକୁ ପସନ୍ଦ କରୁଛନ୍ତି । ଯେତେ ମାଗୁଛନ୍ତି ସେତିକି ଦେବାକୁ ଚୀନ ସରକାର ରାଜି ହେଉଛନ୍ତି । ସେମାନେ ଋଣ ସୁଝି ନପାରିଲେ ଦେବାଳିଆ ସ୍ଥିତିରୁ ଉଦ୍ଧାର ପାଇଁ ପୁଣି ଋଣ ଦେଉଛି ବୋଲି ଆମେରିକା କହିଛି ।

ଆଙ୍ଗୋଲା, ଆର୍ଜେଣ୍ଟିନା, ବେଲାରୁସ, ବୁଲଗେରିଆ, ଇଜିପ୍ଟ, କେନିଆ ଭଳି ଦେଶକୁ ଟାର୍ଗେଟ କରୁଛି ଚୀନ୍ । ଚୀନର ଏଭଳି ଉଦ୍ୟମ ଦ୍ବାରା ସାରା ବିଶ୍ବର ଆର୍ଥିକ ସ୍ଥିତି ଉପରେ ସଙ୍କଟ ସୃଷ୍ଟି ହେଉଛି । ଗତକିଛି ବର୍ଷ ମଧ୍ୟରେ ଚାଇନା ୨୪୦ ବିଲିୟନ ଡଲାର ଅନ୍ୟ ଦେଶକୁ ସହାୟତା କରିଛି । ୨୦୨୧ରେ ଚାଇନା ଯେଉଁ ଦେଶକୁ ୪୦ ବିଲିୟନ ଡଲାର ସହାୟତା କରିଥିଲା, ସେହି ଦେଶଗୁଡିକୁ ୬୮ ବିଲିୟନ ଡଲାର ସହାୟତା କରିଛି ଆଇଏମଏଫ ।

ଆସୁଛି ଆଉ ଏକ ପଶ୍ଚିମା ଝଡ, ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଗୋଟିଏ ନଯାଉଣୁ ଆସୁଛି ଆଉ ଗୋଟିଏ ପଶ୍ଚିମା ଝଡ। ଆସନ୍ତା ଏପ୍ରିଲ ୨ ତାରିଖ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଅନ୍ୟପଟେ ଓଡ଼ିଶାକୁ ଏବେ ଆଉ ଏକ ପଶ୍ଚିମାଝଡ଼ ଅସ୍ତବ୍ୟସ୍ତ କରୁଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ଏହାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି ।

ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ଅପରାହ୍ମରେ ତାଣ୍ଡବ ରଚୁଛି କାଳବୈଶାଖୀ। ଆଜି ଘଡଘଡ଼ି ବିଜୁଳି ସହିତ ବର୍ଷା ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ଆସନ୍ତାକାଲି ପଶ୍ଚିମା ଝଡ଼ର ସର୍ବାଧିକ ପ୍ରଭାବ ଅନୁଭୂତ ହେବ । ଏଥିପାଇଁ ସାରା ରାଜ୍ୟକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବାଲେଶ୍ବର, କଟକ, ଓ ଢେଙ୍କାନାଳରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।