ନାବାଳିକାକୁ ବୀଭତ୍ସ ହତ୍ୟା ଘଟଣା: ଅଭିଯୁକ୍ତ ସାହିଲର ହେବ ସାଇକୋଆନାଲିସିସ ଟେଷ୍ଟ୍

ନୂଆଦିଲ୍ଲୀ : ଦିଲ୍ଲୀ ନାବାଳିକାକୁ ବୀଭତ୍ସ ହତ୍ୟା ଘଟଣା । ୨୦ ବର୍ଷ ବୟସ୍କ ଅଭିଯୁକ୍ତ ସାହିଲ ଖାନର ହୋଇପାରେ ସାଇକୋଆନାଲିସିସ ଟେଷ୍ଟ । ଗତ ରବିବାର ସର୍ବସାଧାରଣଙ୍କ ସମ୍ମୁଖରେ ନାବାଳିକାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା ସାହିଲ । ସାଇକୋଆନାଲାସିସି ଟେଷ୍ଟ ବେଳେ ପରିବାର, ସାଙ୍ଗସାଥୀ, ଲାଇଫଷ୍ଟାଇଲ ଆଦି ସମ୍ପର୍କରେ କେତେକ ପ୍ରଶ୍ନ ପଚାରଯିବ ବୋଲି ସୂଚନା ମିଳିଛି । ପ୍ରାୟ ୩ ଘଣ୍ଟା ଧରି ସାହିଲକୁ ଜେରା କରାଯିବ । ଦିଲ୍ଲୀ ସାହାବାଦ ଡାଏରୀ ଇଲାକାରେ ରବିବାର ଅପରାହ୍ଣରେ ନାବାଳିକାଙ୍କୁ ସାହିଲ ୨୨ ଥର ଛୁରି ଭୁସିବା ସହ ପଥରରେ ଛେଚି ହତ୍ୟା କରିଥିଲା । ସିସିଟିଭିରେ ହତ୍ୟାର ଲୋମଟାଙ୍କୁରା ଦୃଶ୍ୟ କଏଦ ହୋଇଥିଲା ।