spot_img
Home Blog Page 3298

ମୋଦିଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ

ନୂଆଦିଲ୍ଲୀ: ବିଜେପିର ସରନେମ୍, କଂଗ୍ରେସର ସୂର୍ପଣଖା । ମାନହାନୀକୁ ନେଇ ବିଜେପି କଂଗ୍ରେସ ମୁହାଁମୁହିଁ । ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ । ୨୦୧୮ ମସିହାରେ ପାର୍ଲାମେଣ୍ଟରେ ରେଣୁକାଙ୍କ ହସକୁ ନାଁ ନନେଇ ରାମାୟଣ ସିରିୟଲର ସୁର୍ପଣଖା ଚରିତ୍ର ସହ ତୁଳନା କରିଥିଲେ । ଏହାକୁ ନେଇ ଟ୍ବିଟ୍ କରିଛନ୍ତି ରେଣୁକା ।

ଏନେଇ ସେ ମାନହାନୀ ମୋକଦ୍ଦମା କରିବେ, କେତେ ଶୀଘ୍ର କୋର୍ଟ ଏନେଇ ଶୁଣାଣି କରୁଛନ୍ତି ତାହା ଦେଖିବେ ବୋଲି କଂଗ୍ରେସ ନେତ୍ରୀ ଟ୍ବିଟ୍ କରିଛନ୍ତି । ଦୁର୍ନୀତି, ଫାସୀବାଦ ବିରୋଧରେ ଲଢ଼େଇ ପାଇଁ ରାହୁଲ କ୍ଷମା ପ୍ରାର୍ଥନା କରିନଥିବା ରେଣୁକା କହିଛନ୍ତି । ଗତକାଲି ରାହୁଲ ଗାନ୍ଧୀଙ୍କୁ ମୋଦି ସରନେମ୍ ମନ୍ତବ୍ୟକୁ ନେଇ ଦୁଇବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ସୁରଟ କୋର୍ଟ ।

ନୂଆ ପେନସନ ଆଇନକୁ ବିରୋଧ, ରାଜଧାନୀ ପ୍ୟାରିସରେ ଉଗ୍ର ପ୍ରଦର୍ଶନ ଓ ପୋଡ଼ାଜଳା

ପ୍ୟାରିସ: ସପ୍ତାହେ ଧରି ଜଳୁଛି ଫ୍ରାନ୍ସ । ନୂଆ ପେନସନ ଆଇନକୁ ବିରୋଧ କରି ଫ୍ରାନ୍ସରେ ଉଗ୍ର ହେଉଛି ଗଣବିକ୍ଷୋଭ । ନୂଆ ପେନସନ୍ ଆଇନକୁ ବିରୋଧ କରି ୩୫ ଲକ୍ଷରୁ ଅଧିକ ଲୋକ ରାସ୍ତାକୁ ଓହ୍ଲାଇବା ସହ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି । ରାଜଧାନୀ ପ୍ୟାରିସରେ ୮ ଲକ୍ଷ ଲୋକ ଏକାଠି ହୋଇ ସରକାର ବିପକ୍ଷରେ ପ୍ରଦର୍ଶନ କରିଛନ୍ତି । ପେନସନ୍ ବିଲ ଓ ରାଷ୍ଟ୍ରପତି ମାକ୍ରନଙ୍କ ବିରୋଧରେ ପୋଷ୍ଟର, ପ୍ଲାକାର୍ଡ ଧରି ପ୍ରଦର୍ଶନ ଜାରି ରହିଛି । ଗତ ସପ୍ତାହେରୁ ଅଧିକ ସମୟ ଧରି ସଡ଼କରେ ହିଂସା ଜାରି ରହିଥିବା ବେଳେ ବିକ୍ଷୋଭକାରୀଙ୍କ ଉପରକୁ ପୋଲିସ ଲୁହ ବୁହା ଗ୍ୟାସ ମାଡ଼ କରିଛି ।

ନିକଟରେ ଫ୍ରାନ୍ସ ସରକାର ଅବସର ବୟସ ୬୨ ବର୍ଷରୁ ୬୪ ବର୍ଷକୁ ବୃଦ୍ଧି କରିଛନ୍ତି । ୧୬ ମାର୍ଚ୍ଚରେ ନ୍ୟାସନାଲ ଆସେମ୍ବଲୀରେ ଏ ସମ୍ପର୍କିତ ବିଲ ପାସ୍ ହୋଇଥିଲା । ସାମ୍ବିଧାନିକ ଶକ୍ତିର ବ୍ୟବହାର କରି ବିନା ଭୋଟିଂରେ ପ୍ରଧାନମନ୍ତ୍ରୀ ବିଲ୍ ପାସ୍ କରିଦେଇଥିଲେ । ଯାହାକୁ ବିରୋଧ କରି ଦେଶବ୍ୟାପୀ ବିରୋଧ ଜାରି ରହିଥିବା ବେଳେ ଅନେକ ପୋଲିସ କର୍ମୀ ଓ ବିକ୍ଷୋଭକାରୀ ଆହତ ହୋଇଛନ୍ତି ।

ଡିଜେ ଆଜେକ୍ସ ମାମଲାରେ ନୂଆ ସୁରାକ, ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ହ୍ୱାଟ୍ସଆପ୍ ଗ୍ରୁପ୍

ଭୁବନେଶ୍ୱର: ଡିଜେ ଆଜେକ୍ସ ସୁଇସାଇଡ୍ ମାମଲାରେ ସାମ୍ନାକୁ ଆସିଲା ନୂଆ ସୁରାକ । ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ତିନିଜଣ ଯୁବତୀ ମିଶି କରିଥିଲେ ହ୍ଵାଟ୍ସଆପ ଗ୍ରୁପ। ସାଇବର ଏକ୍ସପର୍ଟଙ୍କ ଯାଞ୍ଚ ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଆଜେକ୍ସଙ୍କ ଅସଲ ମୁଖା ଖୋଲିବାକୁ ଏକ ହୋଇଥିଲେ ତିନି ଯୁବତୀ । ତିନି ଜଣଙ୍କୁ କିଭଳି ଆଜେକ୍ସ ପ୍ରେମ ଜାଲରେ ଫସାଇ ଥିଲେ ସେନେଇ ହ୍ୱାଟ୍ସଆପ ଗ୍ରୁପରେ କଥା ହୋଉଥିଲେ । ଖୁବଶୀଘ୍ର ଅନ୍ୟ ଦୁଇ ଯୁବତୀଙ୍କୁ ପଚରାଉଚରା କରିବ ଖାରବେଳନଗର ଥାନା ପୋଲିସ ।

ମିଶନ ଶକ୍ତି ସଚିବଙ୍କୁ ଭେଟିଲେ ଅଲ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟର ମହିଳା

ଭୁବନେଶ୍ୱର: ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଭେଟିଲେ ଅଲ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟର ମହିଳା । ମିଶନ ଶକ୍ତି ଦେଶରେ ଉଦାହରଣ ସୃଷ୍ଟି କରିଛି । ମିଶନ ଶକ୍ତିର ମହିଳାମାନେ ସମାଜର ବିକାଶ ଦିଗରେ ପ୍ରମୁଖ ଭୂମିକା ନେଉଛନ୍ତି । ମିଶନ ଶକ୍ତି ମାଧ୍ୟମରେ ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ସାମାଜିକ, ଅର୍ଥନୈତିକ ଓ ମାନସିକ କ୍ଷେତ୍ରରେ ମହିଳାଙ୍କୁ ଆଗକୁ ନେବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ବହୁତ ଗୁରୁତ୍ୱପୂର୍ଣ ଭୂମିକା ରହିଛି । ସେମାନଙ୍କର ଦାବିକୁ ନେଇ ଅଲ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟର ସଦସ୍ୟମାନେ ମିଶନ ଶକ୍ତି ସଚିବଙ୍କ ସହ ଲୋକସେବା ଭବନରେ ଆଲୋଚନା କରିଛନ୍ତି।

ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟ ଅଧ୍ୟକ୍ଷ ସୁବାସ ସିଂଙ୍କ ନେତୃତ୍ୱରେ ଦାବି ଉପସ୍ଥାପନ କରିବା ସହ ଏନେଇ ବିଚାର କରିବାକୁ ଅନୁରୋଧ କରିଛନ୍ତି । ସ୍ଥାୟୀ ନିଯୁକ୍ତି, ପାରିଶ୍ରମିକ ଓ ଗସ୍ତ ଖର୍ଚ୍ଚ ବୃଦ୍ଧି, ଋଣ ପରିମାଣ ବୃଦ୍ଧି, ଆକାଉଣ୍ଟ ପେମେଣ୍ଟ, ଇଏସଆଇ ଓ ଚିକିତ୍ସା ଭିତ୍ତିକ ଛୁଟି ମଞ୍ଜୁର, ଆଇକାର୍ଡ ଓ ଡ୍ରେସକୋଡ୍ ଭଳି ଦାବି ପ୍ରମୁଖ ଦାବି ରଖିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଦାବି ନେଇ ନିଷ୍ପତ୍ତି ନିଆଯିବ ବୋଲି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର, ଇଡି ଓ ସିବିଆଇର ଦୁରୁପଯୋଗକୁ ନେଇ ବିରୋଧୀଙ୍କ ପିଟିସନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାରକୁ ନେଇ ସୁପ୍ରିମକୋର୍ଟରେ ପିଟିସନ। ଇଡି, ସିବିଆଇର ଦୂରୁପଯୋଗକୁ ନେଇ ସୁପ୍ରିମକୋର୍ଟରେ ବିରୋଧୀଙ୍କ ପିଟିସନ । ବିରୋଧୀଙ୍କ ବିରୋଧରେ କେନ୍ଦ୍ର ସରକାର ଇଡି, ସିବିଆଇକୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି । ବିରୋଧୀଙ୍କୁ ଚୁପ୍ କରିବା ପାଇଁ ନେତାମାନଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଉଥିବା ଅଭିଯୋଗ ଆଣି ପିଟିସନ ଦାଏର କରିଛନ୍ତି ବିରୋଧୀ । କଂଗ୍ରେସ ସମେତ ୧୪ ବିରୋଧୀ ଦଳ ପକ୍ଷରୁ ପିଟିସନ ଦାଏର ହୋଇଛି । କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାରକୁ ନେଇ ସୁପ୍ରିମକୋର୍ଟ ସ୍ବତନ୍ତ୍ର ଗାଇଡଲାଇନ ଆଣିବାକୁ ପିଟିସନରେ ଅପିଲ କରିଛନ୍ତି ବିରୋଧୀ ।

 

BSFକୁ ବଡ଼ ସଫଳତା, ସ୍ୱାଭିମାନ ଅଞ୍ଚଳ ତାଇମାଲ ଜଙ୍ଗଲରେ ମାଓବାଦୀଙ୍କ ଗୋପନସ୍ଥଳୀ ଠାବ

ମାଲକାନଗିରି: ମାଓ ଦମନ ଅପରେସନ ବେଳେ ମାଲକାନଗିରି BSFକୁ ବଡ଼ ସଫଳତା । ସ୍ୱାଭିମାନ ଅଞ୍ଚଳର ତାଇମାଲ ଜଙ୍ଗଲରେ ମାଓବାଦୀଙ୍କ ଏକ ଗୁପ୍ତଖାନା ଜବତ କରିଛି BSFର ୮୮ ବାଟାଲିୟନ ଯବାନ । ଏଥିରେ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି BSF ଯବାନ । ପୋଲିସକୁ ଟାର୍ଗେଟ କରି ମାଓବାଦୀ ମାଟି ତଳେ ଗାତ କରି ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଗଚ୍ଛିତ କରି ରଖିଥିଲେ । ସେଗୁଡ଼ିକ ମଧ୍ୟରେ ରହିଛି ଗୋଟିଏ ବନ୍ଧୁକ, ଷ୍ଟିଲ LED ଦୁଇଟି, ୧୧ଟି ହ୍ୟାଣ୍ଡ ଗ୍ରେନେଡ, ୨୮ଟି ଡେଟୋନେଟର, ଇନସାସ ମାଗାଜିନ୍, ୱାକିଟକି ଏବଂ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି BSF ଯବାନ।

 

ପୁଞ୍ଜିନିବେଶରେ ଓଡ଼ିଶା ଆଗରେ, ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ରହିଛି ୪୫ରୁ ୪୭ ପ୍ରତିଶତ

ଭୁବନେଶ୍ୱର: ପୁଞ୍ଜିନିବେଶରେ ଜାତୀୟ ହାରଠାରୁ ଓଡ଼ିଶା ଅଧିକ । ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭% ପୁଞ୍ଜିନିବେଶ ରହିଛି । ରାଜ୍ୟରେ ନୂଆ ଶିଳ୍ପନୀତି ୨୦୨୨ ଡିସେମ୍ବରରୁ ପ୍ରଣୟନ ହୋଇଛି । ମେକ୍ ଇନ୍ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ପ୍ରସ୍ତାବ ଆସିଛି । ଏହା କାର୍ଯ୍ୟକ୍ଷମ ହେଲେ, ୧୦ଲକ୍ଷ ୪୮ ହଜାର ୮୦୭ କୋଟି ପୁଞ୍ଜି ନିବେଶ ଆସିବ ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ସେ କହିଛନ୍ତି- ଏଥିରେ ୧୦ ଲକ୍ଷ ୩୭ ହଜାର ୮୦୧ ନିଯୁକ୍ତି  ସୁଯୋଗ ସୃଷ୍ଟି ହେବ । ଏ ଯାଏ ୧୫୬ ବୃହତ୍‌ ଶିଳ୍ପ ଆଂଶିକ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ୭ଟି ବୃହତ ଶିଳ୍ପ ଡାଉନଷ୍ଟ୍ରିମ ଆଲୁମିନିୟମ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି । ପ୍ଲାଣ୍ଟ ଲେବେଲ advisory କମିଟି ଓ ପ୍ଲାଣ୍ଟ ଲେବେଲ କନସଲେଟିଭ କମିଟି ଜରିଆରେ ଜିଲ୍ଲା ସ୍ତରରେ ଅନୁମୋଦନ ମିଳୁଛି ।

ମେକ ଇନ୍ ଓଡ଼ିଶା ୨୦୧୬ରେ ୮୪ ଶିଳ୍ପ ପ୍ରସ୍ତାବ ଆସିଥିଲା । ଯାହା ୨ ଲକ୍ଷ ୩୨ ହଜାର ୩୫ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ ଥିଲା । ୫୮ ଶିଳ୍ପକୁ ଅନୁମୋଦନ ମିଳିଥିଲା । ୨୭ ଶିଳ୍ପ କାମ ଚଳାଇଛନ୍ତି । ୪ ଶିଳ୍ପ ଉତ୍ପାଦନ ଆରମ୍ଭ କରିଥିବାବେଳେ ୮ଟି ଖୁବ ଶୀଘ୍ର ଉତ୍ପାଦନ କରିବେ । ସେହିପରି ମେକ ଇନ୍ ଓଡ଼ିଶା ୨୦୧୮ରେ ୨୦୨ ଶିଳ୍ପ ପ୍ରସ୍ତାବ ଆସିଥିଲା । ଏଥିରେ ଲକ୍ଷେ ୨୩ ହଜାର ୧୧୫ କୋଟିର ନିବେଶ ଲକ୍ଷ୍ୟ ଥିଲା । ୧୦ ଶିଳ୍ପକୁ ଅନୁମୋଦନ ମିଳିଛି । ୭୧ ଶିଳ୍ପର କାମ ଚାଲିଛି । ୧୧ ଶିଳ୍ପ ଉତ୍ପାଦନ ଆରମ୍ଭ କରିଛନ୍ତି । ତେବେ କ୍ୟାପିଟାଲ ଇଣ୍ଡଷ୍ଟ୍ରିରେ ନିଯୁକ୍ତି କମିବାର କାରଣ ହେଉଛି ବଡ଼ ବଡ଼ ଶିଳ୍ପ ସଂସ୍ଥା ଟେକନୋଲୋଜି ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି, ମାନବ ସମ୍ବଳକୁ ନୁହେଁ । କାରଣ ସେମାନେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି । ଏପରି ସ୍ଥିତିରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଆବଶ୍ୟକ । ଏଥିପାଇଁ ୩୬ ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି । ଯେଉଁଥିରେ ଅଧିକାଂଶ TATA କମ୍ପାନୀର । ସେମାନଙ୍କୁ କଳିଙ୍ଗନଗରରେ ଜାଗା ଦିଆଯାଇଛି ଓ ସେମାନେ କାମ ଆରମ୍ଭ କରିଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ । ସେହିପରି ପାରାଦୀପକୁ ପେଟ୍ରୋକେମିକାଲ ହବ୍‌ କରାଯିବ ବୋଲି ସେ କହିଛନ୍ତି ।

ନୂଆପଡ଼ାରେ ପୁଣି ବାଘ ଭୟ, ଡୋକ୍ରା ଗାଁ ନିକଟରେ କଲରାପତରିଆ ବାଘର ପାଦ ଚିହ୍ନ ଠାବ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବାଘ ଭୟ । ଡୋକ୍ରା ଗାଁ ନିକଟରେ କଲରାପତରିଆ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ । ଅଞ୍ଚଳରେ ଡେରା ପକାଇଛି ବନ ବିଭାଗ । ଏହି ଅଞ୍ଚଳରେ ବନ୍ୟପ୍ରାଣୀ ବିଭାଗ ଟ୍ରାକ୍‌ କ୍ୟାମେରା ଲଗାଇ ବାଘ ଓ ଶିକାରୀ ଉପରେ ନଜର ରଖିଛି । ଅଞ୍ଚଳଟି ସୁନାବେଡ଼ା ଅଭୟାରଣ୍ୟକୁ ଲାଗି ରହିଛି । ଏହି ଅଞ୍ଚଳରେ ବାଘ ଘୁରି ବୁଲୁଛି। ଅଭୟାରଣ୍ୟରେ ଅଧିକ ବାଘ ଥିବା ଅନୁମାନ କରୁଛି ବନ ବିଭାଗ ।

ଅଭୟାରଣ୍ୟଟି ବାଘର ଘର ସେ ରହିବ ତେଣୁ ବାଘକୁ ଅନ୍ୟତ୍ର ସ୍ଥାନାନ୍ତର ସମ୍ଭବ ନୁହଁ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି । ତେଣୁ ଭୟଭୀତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏଫଓ । ସଦର ରେଞ୍ଜ ମୁସୁରଙ୍ଗି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ଗାଁ ଗୁଡିକରେ ବାଘ ଗାଇ ବାଛୁରୀ ମାରି ଖାଉଥିବା ବେଳେ ସୁନାବେଡ଼ା ଅଭୟାରଣ୍ୟରେ ଥିବା ଜଲମଡେଇ ଗାଁରେ ବୃଦ୍ଧାଙ୍କୁ ମାରିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ ।

5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଦିଶକ୍ତିପୀଠ ତାରାତାରିଣୀର ବଦଳିଛି ରୂପରେଖ

ଗଞ୍ଜାମ: 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଦିଶକ୍ତିପୀଠ ତାରାତାରିଣୀର ବଦଳିଛି ରୂପରେଖ । ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀତଟ ରତ୍ନଗିରି ପାହାଡ଼ ଶୀର୍ଷରେ ରହିଛି ମା’ଙ୍କ ଆସ୍ଥାନ । ମୋଟ୍ ୫୨ ଶକ୍ତିପୀଠରୁ ମା’ ତାରାତାରିଣୀଙ୍କ ପୀଠ ଅନନ୍ୟ । ଆଦିଶକ୍ତି ଭାବେ ମାଆ ତାରାତାରିଣୀ ପୂଜା ପାଉଛନ୍ତି । ମନ୍ଦିରକୁ ଯିବାକୁ ରୋଡ୍ ଓ ରୋପ୍ ୱେର ବ୍ୟବସ୍ଥା ରହିଛି । ଗତବର୍ଷ ମନ୍ଦିରର ନବୀକରଣ କରାଯାଇଛି । ମାଆଙ୍କୁ ଦର୍ଶନ କରିବାକୁ ଭକ୍ତ ଏବେ ନୂଆ ଅନୁଭୂତି ପାଉଛନ୍ତି । ଶାନ୍ତ ସୁନ୍ଦର ପରିବେଶରେ ମାଆଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

ଚୈତ୍ର ପର୍ବ ଚାଲିଥିବାରୁ, ଏବେ ସୁବ୍ୟବସ୍ଥିତ ଭାବେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଗତବର୍ଷ ମେ’ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଥିଲେ । 5T ରୂପାନ୍ତରଣରେ ମନ୍ଦିର ଚାରିପାଖ ନବୀକରଣ ସହ ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହାସହ ପ୍ରସାଦସେବନ ହଲ୍, ପର୍ଯ୍ୟଟକଙ୍କ ସୁବିଧା ପାଇଁ ଭାଷାନ୍ତର କେନ୍ଦ୍ର, ଧ୍ୟାନ ଓ ବିଶ୍ରାମ ନେବା ପାଇଁ ସ୍ବତନ୍ତ୍ର ହଲ୍ ନିର୍ମାଣ ହୋଇଛି । ଏହି ପଦକ୍ଷେପ ପର୍ଯ୍ୟଟକଙ୍କୁ ଏକ ଦିବ୍ୟ ଅନୁଭୂତି ଦେଉଛି । ଓଡ଼ିଶାର କଳା ଓ ସ୍ଥାପତ୍ୟର କଥା ବଖାଣୁଛି ମନ୍ଦିରର ସିଂହଦ୍ବାର ।

ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡାଦେଶ ପ୍ରସଙ୍ଗ, ନୂଆଦିଲ୍ଲୀରେ ବସିବ ବିରୋଧୀ ଦଳଙ୍କ ବୈଠକ

ନୂଆଦିଲ୍ଲୀ: ୨୦୧୯ର ‘ମୋଦି ସରନେମ’ ମାମଲାରେ ସୁରଟ କୋର୍ଟଙ୍କ ରାୟକୁ ନେଇ ସାରାଦେଶରେ ରାଜନୈତିକ କମ୍ପନ । ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛି କଂଗ୍ରେସ । ଏହି ପ୍ରସଙ୍ଗରେ ଆଜି ବିରୋଧୀ ଦଳଙ୍କ ବୈଠକ ଡାକିଛି କଂଗ୍ରେସ । ଏହା ଏକ ଆଇନଗତ ପ୍ରସଙ୍ଗ ନୁହେଁ ବରଂ ଏକ ରାଜନୈତିକ ପ୍ରସଙ୍ଗ ବୋଲି କହିଛି ଦଳ । ରାହୁଲଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରର ରାଜନୈତିକ ଆକ୍ରୋଶ ବିରୋଧରେ ଆଜି ଓଡ଼ିଶାରେ ବିକ୍ଷୋଭ କରିବ କଂଗ୍ରେସ । ସବୁ ଜିଲ୍ଲା ମୁଖ୍ୟାଳୟରେ ବିରୋଧ ପ୍ରଦର୍ଶନ କରିବେ କଂଗ୍ରେସ କର୍ମୀ ।

ସେପଟେ ସାରା ଦେଶରେ ରାୟ ବିରୋଧରେ କଂଗ୍ରେସ କରୁଛି ହଲ୍ଲାବୋଲ । ଲୋକତନ୍ତ୍ରକୁ ହତ୍ୟା କରି ବିରୋଧୀଙ୍କ ସ୍ବର ଚପାଇ ଦେବାକୁ ପ୍ରୟାସ ଚାଲିଛି ବୋଲି କଂଗ୍ରେସ କହିଛି । ମକଦ୍ଦମା ଚଳାଇ ଅଣବିଜେପି ନେତା ଓ ଦଳକୁ ନିଶ୍ଚିହ୍ନ କରିବାକୁ ପ୍ରକ୍ରିୟା ଚାଲିଥିବା ଅଭିଯୋଗ ହୋଇଛି । ୨୦୧୯ ମୋଦି ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ବିବୃତି ମାମଲାରେ ଗତକାଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ୧୫ ହଜାର ଟଙ୍କା ଜରିମାନା ସହ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ସୁରଟ ସେସନ୍ସ କୋର୍ଟ । ପରେ ରାହୁଲଙ୍କ ବେଲ୍ ମଞ୍ଜୁର ହୋଇଥିଲା ।