ବାହାନଗା ଷ୍ଟେସନରେ ରହିବନି ଟ୍ରେନ୍, ରିଲେ ରୁମ୍‌କୁ ସିଲ୍ ‌କରି ତଦନ୍ତ କରୁଛି ସିବିଆଇ

1 min read

ବାହାନଗା: ବାଲେଶ୍ୱରର ବାହାନଗା ଷ୍ଟେସନରେ ରହିବନି ଟ୍ରେନ୍। କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପରେ ରିଲେ ରୁମକୁ ସିଲ୍ କରିଛି ସିବିଆଇ । ରିଲେ ରୁମ୍ ସିଲ୍‌ ହୋଇଥିବାରୁ ବାହାନଗା ଷ୍ଟେସନ୍‌ରେ ରହିବନି ଟ୍ରେନ୍‌ । ସିବିଆଇ ରିଲେ ରୁମ୍‌ ଖୋଲିଲେ ପୂର୍ବଭଳି ବାହାନଗା ଷ୍ଟେସନ୍‌ରେ ରହିବ ପାସେଞ୍ଜର ଟ୍ରେନ୍ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ।

ରିଲେ ରୁମ୍‌କୁ ସିଲ୍ ‌କରି ତଦନ୍ତ କରୁଛି ସିବିଆଇର ୧୦ ଜଣିଆ ଟିମ୍ । କିଭଳି ଓ କେଉଁ ପରିସ୍ଥିତିରେ ଘଟିଥିଲା ଏତେ ବଡ଼ ଦୁର୍ଘଟଣା, ସେନେଇ ତଦନ୍ତ ଜାରି ରଖିଛି ସିବିଆଇ । ଷ୍ଟେସନ ମାଷ୍ଟର, ଗାର୍ଡଙ୍କ ସହ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ସିଗନାଲ ରୁମକୁ ଯାଇ ଯାଞ୍ଚ କରିଛି ସିବିଆଇ ଟିମ୍ । ଟ୍ରାକରୁ ଆରମ୍ଭ କରି ଷ୍ଟେସନ ଯାଏଁ ସବୁ କିଛି ଟିକିନିଖି ଅନୁଧ୍ୟାନ କରୁଛି ସିବିଆଇ ।