ବାହାଘର ଭୋଜିକୁ ଆସି ପିଲା ଚୋରି କରୁଥିବା ଅଭିଯୋଗ, ଜଣେ ଅଟକ

ସୋନପୁର: ପିଲା ଚୋରି ଅଭିଯୋଗରେ ଜଣେ ଅଟକ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ ଏପରି ଘଟଣା ଘଟିଛି । ସାନ ନୂଆପାଲି ଗାଁରେ ଏକ ବିବାହ ଉତ୍ସବରେ ଭରତ ଦଣ୍ଡସେନାଙ୍କ  ପରିବାର ସାମିଲ ହୋଇଥିଲେ । ଭରତ ଦଣ୍ଡସେନାଙ୍କ ସାତ ବର୍ଷର ଝିଅ ଭୋଜି ଖାଇବା ପରେ ତାକୁ ପାଣି ପାଉଚ୍‌ ବାଣ୍ଟୁଥିବା ନିକଟସ୍ଥ ସାଧପାଲି ଗାଁର ସାମନ୍ତ ମହାଲିଙ୍ଗ ତାକୁ ପାଖକୁ ଡାକିଥିଲା ।

ଭିଡ଼ର ସୁଯୋଗ ନେଇ ନାବାଳିକା ଝିଅକୁ ନେଇ ସାମନ୍ତ  ଫେରାର ହୋଇଯାଇଥିଲା। ପରିବାର ଲୋକ ଏବଂ ଗାଁ ଲୋକ ବହୁ ଖୋଜାଖୋଜି କରିବା ପରେ ଦୁଇ କିଲୋମିଟର ଦୂର ଏକ ନାଳ ପାଖରେ ଝିଅକୁ ସାମନ୍ତ ନେଇଯାଉଥିବା ଦେଖିବାକୁ ମିଳିଥିଲା। ଲୋକଙ୍କୁ ଦେଖି ଝିଅକୁ ଛାଡି ସାମନ୍ତ ଫେରାର ହେବାକୁ ଚେଷ୍ଟା କରିବା ବେଳେ ଗାଁଲୋକେ ତାକୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି ।

ପରେ ଗାଁର କ୍ଲବ ଘରେ ପିଲାଚୋର ସାମନ୍ତକୁ ତାଲା ପକାଇ ଡୁଙ୍ଗୁରିପାଲି ପୋଲିସକୁ ଖବର ଦିଆଯାଇଥିଲା । ସାମନ୍ତକୁ ପୋଲିସ ଥାନାକୁ ନେଇ ଅଟକ ରଖିଥିବା ନେଇ ସୂଚନା ।