spot_img
Home Blog Page 3217

ଆଜିଠୁ ଭୁବନେଶ୍ବରରେ ଚାଲିବ ଅଜନ୍ତା ସର୍କସ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ବରରେ ଚାଲିବ ଅଜନ୍ତା ସର୍କସ । ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଅଜନ୍ତା ସର୍କସ ଆରମ୍ଭ ହେବ । ଦୀର୍ଘ ୮ ବର୍ଷ ପରେ ଓଡ଼ିଶାକୁ ଏହି ସର୍କସ ଆସିଛି । ଆଜି ଉଦଘାଟନୀ ସନ୍ଧ୍ୟା ୭ଟାରେ ଖେଳାଯିବ ପ୍ରଥମ ତଥା ଗୋଟିଏ ଖେଳ । ଏଥିରେ ଇଥିଓପିଆ ଓ ନାଇଜେରିଆର ବିଦେଶିନୀ ଦେଖାଇବେ ଜିମ୍ନାଷ୍ଟିକ ଖେଳ । ଭୁବନେଶ୍ବରରେ ୪୦ ଦିନ ଧରି ଚାଲିବ ଅଜନ୍ତା ସର୍କସ ।

ତିନି ଦିନ ଭିତରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ବିପର୍ଯ୍ୟୟ’

ମୁମ୍ବାଇ: ଆରବ ସାଗରରେ ଆହୁରି ଶକ୍ତିଶାଳୀ ହେଉଛି ବିପର୍ଯ୍ୟୟ । ଆଗାମୀ ତିନିଦିନ ଭିତରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସମୁଦ୍ର ଭିତରେ ସ୍ଥଳଭାଗ ଆଡକୁ ବଢୁଛି ପ୍ରି-ମନସୁନ ବାତ୍ୟା । ପୂର୍ବ-ମଧ୍ୟ ଆରବସାଗରରେ ସୃଷ୍ଟ ବାତ୍ୟା ଉତ୍ତର-ପଶ୍ଚିମ ଆଡକୁ ମୁହାଁଉଛି ବୋଲି କହିଛି ଭାରତୀୟ ପାଣିପାଗ କେନ୍ଦ୍ର ।

ବିପର୍ଯ୍ୟୟ ଏବେ ଗୋଆ ଠାରୁ ୮୬୦ କିମି ଓ ମୁମ୍ବାଇଠାରୁ ୯୧୦ କିମି ଦୂରରେ ରହିଛି । କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳରୁ ବାତ୍ୟା ଦୂରକୁ ଯାଉଥିଲେ ବି କିଛି ସ୍ଥାନରେ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି IMD ପକ୍ଷରୁ ସୂଚନା ମିଳିଛି । ପାକିସ୍ତାନରେ ବାତ୍ୟା ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି ।

ଭାରତ, ଓମାନ, ଇରାନ, ପାକିସ୍ତାନ ସମେତ ଅନ୍ୟ କିଛି ଦେଶରେ ବି ଏହାର ପ୍ରଭାବ ପଡ଼ିବ । ଭାରତରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଆଇଏମଡି ପକ୍ଷରୁ ସତର୍କ କରାଯାଇଛି ।

ଜିଏସଟି ଫାଙ୍କୁଥିଲା ମନୋରମା ଶାଢୀ ସେଣ୍ଟର, ବରଗଡ ସମ୍ବଲପୁରରେ ଚଢାଉ

ବରଗଡ଼: ଜିଲ୍ଲାରେ ବଡ ଧରଣର ଜିଏସଟି ରେଡ୍ । ବରଗଡରେ ଥିବା ମନୋରମା ଶାଢ଼ୀ ସେଣ୍ଟରରେ ଟାକ୍ସ ଫାଙ୍କିବା ଅଭିଯୋଗରେ ଉଭୟ ବରଗଡ଼ ଓ ସମ୍ବଲପୁର CT ଏବଂ GST ବିଭାଗର ଚଢ଼ାଉ ଜାରି ରହିଛି । ତେବେ ଅଭିଯୋଗ ପାଇଲା ପରେ ସଶସ୍ତ୍ର ପୋଲିସ ସହ ଜିଏସଟି ବିଭାଗ ପହଂଚିଛି ।

ଦୋକାନ ସହ ଦୋକାନ ମାଲିକଙ୍କ ଘରେ ରେଡ୍‌ କରୁଛି ଜିଏସଟି  । ଡେପୁଟି କମିଶନର ଜିଏସଟି ଏନଫୋର୍ସମେଣ୍ଟ ବରଗଡ ରଜନୀକାନ୍ତ ସେଠ୍‌ଙ୍କ ନେତୃତ୍ବରେ ରେଡ କରୁଛି ଦୁଇଟି ଟିମ୍  ।

ବାହାନଗା ସ୍କୁଲରେ ପାଠ ପଢିବାକୁ ନାରାଜ ଛାତ୍ରଛାତ୍ରୀ, ଖୁବଶୀଘ୍ର ନିଷ୍ପତ୍ତି ନେବେ ସରକାର

ବାଲେଶ୍ବର: ଭଙ୍ଗାଯାଇପାରେ ବାହାନଗା ହାଇସ୍କୁଲ । ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ସ୍କୁଲରେ ରଖାଯାଇଥିଲା କୁଢ଼ କୁଢ଼ ମର ଶରୀର । ଏଥିପାଇଁ ଭୟରେ ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ନାରାଜ ଅଛନ୍ତି । ଫଳରେ ଜିଲ୍ଲାପାଳ ଆଜି ଅଭିଭାବକଙ୍କ ସହ ବୈଠକ କରିଛନ୍ତି । ବାହାନଗା ହାଇସ୍କୁଲରେ ଜିଲ୍ଲାପାଳ ପହଞ୍ଚି ଶବ ରଖିବା ସ୍ଥାନ ଅଧୁଧ୍ୟାନ କରିବା ସହ ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି ।

ପୁରାତନ ସ୍କୁଲ ହୋଇଥିବାରୁ  ସ୍କୁଲ ଘର ଭଙ୍ଗାଯାଇପାରେ। ଖୁବଶୀଘ୍ର ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଶବ ଥିବାରୁ ଛାତ୍ରଛାତ୍ରୀଙ୍କ ମନରେ ସୃଷ୍ଟି ହୋଇଛି ଭୟର ବାତାବରଣ । ଭୟ ଦୂର କରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବାକୁ ଉଦ୍ୟମ ଚାଲିଛି । ସ୍କୁଲରୁ ମୃତଦେହ ନିଆଯିବା ପରେ ସ୍କୁଲ ସାନିଟାଇଜ୍ ହୋଇଛି । ହେଲେ ପିଲା ଦେଖିଥିବା ସେଦିନ ରାତିର ଛାତିଥରା ଦୃଶ୍ୟ ମନରୁ ଲିଭୁନି ।

ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବାକୁ ଆରବିଆଇର ମନିଟାରୀ ପଲିସି କମିଟି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ମନିଟାରୀ ପଲିସି କମିଟି ବୈଠକ ପରେ ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ।

୨୦୨୨ ମେ ମାସରେ ଏମପିସିର ଜରୁରୀ ବୈଠକରେ ରେପୋରେଟ ବଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା । କ୍ରମାଗତ ଭାବେ ଚାରି ମାସରେ ୬ ଥର ରେପୋ ରେଟ ବଢ଼ାଇଥିଲା ରିଜର୍ଭ ବ୍ୟାଙ୍କ । ଖୁଚୁରା ମୁଦ୍ରାସ୍ଫୀତି ଓ ଆର୍ଥିକ ବୃଦ୍ଧିକୁ ଧ୍ୟାନରେ ରଖି ରେପୋରେଟ ପରିବର୍ତ୍ତନ ଉପରେ ନିଷ୍ପତ୍ତି ନିଆଯାଇଥାଏ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ଜିଡିପି ବୃଦ୍ଧି ହାର ୮ ପ୍ରତିଶତ, ଦ୍ବିତୀୟ ତୈମାସିକରେ ୬.୫ ପ୍ରତିଶତ, ତୃତୀୟ ତୈମାସିକରେ ୬ ପ୍ରତିଶତ ଓ ଚତୁର୍ଥ ତୈମାସିକରେ ୫.୭ ପ୍ରତିଶତ ରହିପାରେ ବୋଲି ଆରବିଆଇ ଅନୁମାନ କରିଛି ।

୨୦୨୩-୨୪ ଆର୍ଥକ ବର୍ଷରେ ଖୁଚୁରା ମୁଦାସ୍ଫୀତି ୫.୨ ପ୍ରତିଶତରୁ କମାଇ ୫.୧ ପ୍ରତିଶତ ରହିବା ଅନୁମାନ କରିଛି । ମୁଦ୍ରାସ୍ଫୀତି କାବୁ କରିବାକୁ ଆରବିଆଇ ରେପୋରେଟ ବୃଦ୍ଧି କରିଥିବା ବେଳେ ଏଥିରେ ସଫଳତା ମିଳିଛି ବୋଲି ବିଶେଷଜ୍ଞ କହିଛନ୍ତି । ଆଗାମୀ ଦିନରେ ଯଦି ଏହିଭଳି ସ୍ଥିତି ରୁହେ, ରେପୋରେଟ କମାଇବାକୁ ଆରବିଆଇ ନିଷ୍ପତ୍ତି ନେଇପାରେ ବୋଲି ଭଏସ ଅଫ ବ୍ୟାଙ୍କିଂର ଫାଉଣ୍ଡର ଅଶ୍ବନୀ ରାଣା କହିଛନ୍ତି ।

ମୁମ୍ବାଇରେ ଶ୍ରଦ୍ଧା ମର୍ଡର ରିପିଟ, କଟରରେ କାଟି ପ୍ରେସର କୁକରରେ ସିଝାଇଲା ରାକ୍ଷସ ପ୍ରେମିକ

ମୁମ୍ବାଇ: ପୁଣି ମାୟାନଗରୀରେ ଶ୍ରଦ୍ଧା ମର୍ଡର କେସ୍ ରିପିଟ୍ । ଲିଭ-ଇନ୍ ପାର୍ଟନରକୁ ନିର୍ମମ ହତ୍ୟା ପରେ ଗଛ କଟା କଟରରେ କାଟିଲା ନୃଶଂସ ପ୍ରେମିକ । ଦୁର୍ଗନ୍ଧ ନହେବା ପାଇଁ ପ୍ରେସର କୁକରରେ ସିଝାଉଥିଲା ଶରୀରର ଅଂଶ । ମୁମ୍ବାଇ ମୀରା ରୋଡସ୍ଥିତ ଏକ ଆପାର୍ଟମେଣ୍ଟରୁ ମୃତଦେହ ଖଣ୍ଡ ଜବତ କରିବା ସହ ଅଭିଯୁକ୍ତ ୫୬ ବର୍ଷୀୟ ମନୋଜ ସାହାଣିକୁ ଗିରଫ କରିଛି ପୋଲିସ ।

ମନୋଜଙ୍କ ଫ୍ଲାଟରୁ ଦୁର୍ଗନ୍ଧ ବାହାରୁଥିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ମୀରା ରୋଡସ୍ଥିତ ଆପାର୍ଟମେଣ୍ଟରେ ପହଞ୍ଚିବା ପରେ ଫ୍ଲାଟରୁ ମୃତଦେହ ଖଣ୍ଡ  ଜବତ କରିଥିଲା । ଏହାସହ ପ୍ରେସରରେ ସିଝା ଯାଇଥିବା ମୃତଦେହ ଖଣ୍ଡ ମଧ୍ୟ ପୋଲିସ ଜବତ କରିଛି । ମହିଳାଙ୍କ ମୃତ୍ୟୁ ପ୍ରାୟ ୪ ଦିନ ପୂର୍ବରୁ ହୋଇଥିବା ଜଣାପଡ଼ିଥିବା ବେଳେ ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିଲା । ପୋଲିସ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତ ମହିଳା ଜଣକ ୩୨ ବର୍ଷୀୟ ସରସ୍ବତୀ ବୈଦ୍ୟ ଓ ମନୋଜ ସେହି ଫ୍ଲାଟରେ ଗତ ତିନି ବର୍ଷ ଧରି ଭଡ଼ାରେ ରହିଆସୁଥିଲେ । ୨୦୧୪ ମସିହାରୁ ଉଭୟ ଲିଭ ଇନ ପାର୍ଟନର ଭାବେ ରହି ଆସୁଥିଲେ  । ତେବେ କେଉଁ କାରଣରୁ ସରସ୍ବତୀଙ୍କୁ ମନୋଜ ଏଭଳି ନିର୍ମମ ହତ୍ୟା କରିଛି ତାହା ଜଣାପଡ଼ିନି ।

ମିଶନ ଶକ୍ତି କାଫେରେ ଖାଇଲେ, ସଚିବଙ୍କ ସହ ଭିଡିଓ କଲରେ କଥା କରାଇଲେ 5T ସଚିବ

ରାୟଗଡା: ବିଷମକଟକ ମିଶନ ଶକ୍ତି କ୍ୟାଫେରେ 5T ସଚିବ । କ୍ୟାଫେର ସୌନ୍ଦର୍ଯ୍ୟତାକୁ ପ୍ରଶଂସା କରିବା ସହ ଜଳଖିଆ ଖାଇଛନ୍ତି 5T ସଚିବ । ଇଡଲି ଓ ଦୋସା ଖାଇ ସ୍ବାଦ ଖୁବ ଭଲ ଥିବାରୁ କାଫେ ମହିଳାଙ୍କୁ କରିଛନ୍ତି ପ୍ରଶଂସା । ଏହାସହ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା ଆର. କାର୍ତ୍ତିକେୟନଙ୍କୁ ଭିଡ଼ିଓ କଲ୍ ମାଧ୍ୟମରେ ମିଶନଶକ୍ତି ମହିଳାଙ୍କ ସହ କଥା କରାଇଲେ ।

ଭଲ କାମ କରୁଥିବାରୁ ମିଶନ ଶକ୍ତି ସଚିବ ସେମାନଙ୍କୁ ପ୍ରଶଂସା କରିବା ସହ ସେ ନିଜେ ବିଷମକଟକ ଆସିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ମିଲେଟ୍ କ୍ୟାଫେ ଖୋଲିବାକୁ ଚାହୁଁଥିବାରୁ ମହିଳାଙ୍କୁ ସ୍ବାଗତ କରିବା ସହ ମନୋବଳ ବଢ଼ାଇଥିଲେ । ଏହାପରେ ମିଶନ ଶକ୍ତି ମହିଳାଙ୍କ ସହ ଫଟୋ ନେଇଥିଲେ ଫାଇବ-ଟି ସଚିବ । ଉପହାର ଆକାରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଚତୁର୍ଦ୍ଧାମୁରତୀଙ୍କ ପଟ୍ଟଚିତ୍ର ପ୍ରଦାନ କରିଥିଲେ ମାଆମାନେ । ଏହାକୁ ଦେଖି ଖୁବ ଖୁସି ହୋଇଥିଲେ 5t ସଚିବ ।

ଡ଼ୁବୁରୀ ଛକରେ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ୩ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଯାଜପୁର: କଳିଙ୍ଗନଗର ଥାନା ଡ଼ୁବୁରୀ ଛକରେ ଅଗ୍ନିକାଣ୍ଡ ଘଟି ଜଳି ଯାଇଛି ୩ଟି ଦୋକାନ। ଏହି ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଜଳଖିଆ ଦୋକାନ ଚୁଲାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ମୁତାବକ ଆଜି ସକାଳ ପାଖାପାଖି ୮ଟା ସମୟରେ ହଠାତ୍ ଏକ ଜଳଖିଆ ଦୋକାନରେ ନିଆଁ ଲାଗିଯାଇଥିଲା। ଜଳଖିଆ ଦୋକାନୀ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିଲେ।

ପରେ ଏହି ନିଆଁ ପାଖରେ ଥିବା ଅନ୍ୟ ୨ଟି ଦୋକାନକୁ ବ୍ୟାପି ଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଜଳଖିଆ ଦୋକାନ ଚୁଲାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଇମ୍ରାନ ଖାନଙ୍କୁ ଜୁନ ୨୧ ଯାଏଁ ଆଶ୍ବସ୍ତି, ପତ୍ନୀ ବୁସିରା ବିବି ୧୩ ଯାଏଁ ହୋଇପାରିବେନି ଗିରଫ

ଇସଲାମାବାଦ: ବହୁଚର୍ଚ୍ଚିତ ତୋଷଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ବସ୍ତି । ପାକିସ୍ତାନର ଏକ କୋର୍ଟ ଇମ୍ରାନଙ୍କୁ ଆସନ୍ତା ଜୁନ ୨୧ ତାରିଖ ଯାଏ ଦେଇଛନ୍ତି ସୁରକ୍ଷିତ ଜାମିନ । ସେ ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କୁ ମିଳିଥିବା ଗିଫ୍ଟଗୁଡିକୁ ବିକିଥିବା ନେଇ ହୋଇଥିବା ଅଭିଯୋଗ ଆଧାରରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

ଏହି ଜାଲିଆତି ନେଇ ଇମ୍ରାନଙ୍କ ବିରୋଧରେ ପୁଣି ଏକ ସାନି ଏଫଆଇଆର ଦାୟର ହୋଇଛି । ଗତକାଲି ବି ଜାଲିଆତି ପ୍ରସଙ୍ଗରେ ଇମ୍ରାନ ଓ ପତ୍ନୀ ବୁସିରା ବିବିଙ୍କ ବିରୋଧରେ ପାକିସ୍ତାନ ସରକାର ଏକ ମାମଲା ଦାୟର କରିଥିଲେ । ସେହିପରି ବୁସିରା ବିବିଙ୍କୁ ଆସନ୍ତା ୧୩ ତାରିଖ ଯାଏ ଗିରଫ ନ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଲାହୋର ହାଇକୋର୍ଟ ।

ସୁଶାନ୍ତ ହତ୍ୟା ମାମଲାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: କ୍ୟାପିଟାଲ ଥାନା ସୁଶାନ୍ତ ନାୟକ ହତ୍ୟା ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏହା ପୂର୍ବରୁ ଜଣେ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲା । ମୁଖ୍ୟ ଅଭିଯୁକ୍ତ ବିଶାଲ ନାୟକ ମଧ୍ୟ ଗିରଫ ହୋଇଛି । ୪ ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ କରିଥିଲେ ବିଭତ୍ସ ହତ୍ୟା । ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ପୋଲିସ  ।

ନାବାଳିକା ଅସାଦାଚରଣ ଘଟଣାରେ ଏତଲାକୁ କେନ୍ଦ୍ର କରି ହୋଇଥିଲା ମର୍ଡର । ୟୁନିଟ ୧ ହାଇସ୍କୁଲ ସମ୍ମୁଖ ଜିଇଡି ବସ୍ତିରେ ଏଭଳି ଘଟଣା ଘଟିଥିଲା  । ହାଣିବା ପରେ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।

ଭୋର ୪ଟାରୁ ୫ଟା ଭିତରେ ଆକ୍ରମଣ ହୋଇଥିବା କୁହାଯାଉଛି । ଘଟଣାସ୍ଥଳରେ ଫରେନସିକ୍ ଟିମ୍ ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା  । ନାବାଳିକା ଅସାଦାଚରଣ ଘଟଣାରେ ଏତଲାକୁ କେନ୍ଦ୍ର କରି ହୋଇଥିଲା ମର୍ଡର  ।