ସୁସ୍ଥ ଆଖିରେ ଦୁନିଆ ଦେଖିବ ପଦ୍ମଲୋଚନ, ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଲା ୩୦ ହଜାର ଟଙ୍କା ସହାୟତା

1 min read

ସୁବର୍ଣ୍ଣପୁର: ସୁସ୍ଥ ଆଖିରେ ଦୁନିଆ ଦେଖିବ ପଦ୍ମଲୋଚନ । ଆଖିର ଚିକିତ୍ସା ପାଇଁ ୩ ଦିନ ଭିତରେ ମିଳିଲା ସହାୟତା । ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମିଳିଲା ୩୦ ହଜାର ଟଙ୍କା ସହାୟତା । ଗତ ୪ ତାରିଖ ଦିନ 5T ସଚିବ ଭିକେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଥିଲେ । ଖଲିଆପାଲି ଗାଁର ହରି ନାଗଙ୍କ ପୁଅ ପଦ୍ମଲୋଚନ ନାଗ ତାଙ୍କୁ ଭେଟି ନିଜର ଆଖିର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ପରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସହାୟତା ଯୋଗାଇଦେବାକୁ କହିଥିଲେ 5T ସଚିବ । ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରଏ ଶିଶୁଟିର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ଯୋଗାଇ ଦେଇଛନ୍ତି । ଏଥିପାଇଁ ହରି ନାଗଙ୍କ ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।