spot_img
Home Blog Page 3200

ଇସ୍ତଫା ପ୍ରତ୍ୟାହାର କଲେ ଏନସିପି ସୁପ୍ରିମୋ ଶରଦ ପୱାର, କହିଲେ ମୁଁ ଆପଣଙ୍କ ଭାବନାକୁ ଅପମାନ କରିପାରିବି ନାହିଁ…

ମୁମ୍ବାଇ: ଏନସିପି ସଭାପତି ପଦକୁ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସଭାପତି ଭାବେ କାର୍ଯ୍ୟ ଜାରି ରଖିବେ ଶରଦ ପୱାର । ଇସ୍ତାଫା ପ୍ରତ୍ୟାହାର କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପୱାର । ସେ ଆଜି ଅପରାହ୍ନରେ ପ୍ରେସ୍ କନଫରେନ୍ସରେ ଘୋଷଣା କରି କହିଛନ୍ତି ଯେ, ମୁଁ ଆପଣମାନଙ୍କ ଭାବନାକୁ ଅପମାନ କରିପାରିବି ନାହିଁ । ମୁଁ ଭାବୁକ ହୋଇଯାଇଛି ଏବଂ ନିଜ ନିଷ୍ପତ୍ତି ପ୍ରତ୍ୟାହର କରୁଛି । ଏନସିପି ସଭାପତି ଶରଦ ପୱାର କହିଛନ୍ତି ଯେ ୨ ମଇରେ ମୁଁ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି କରିଥିଲି ।

ମୋତେ ଲାଗୁଥିଲା ଯେ ଏତେ ବର୍ଷର ସେବା ପରେ ମୋର ଆରାମ କରିବାର ସମୟ ଆସିଛି । ନୂଆ ଚେହେରା ଦଳର ନେତୃତ୍ୱ ନିଅନ୍ତୁ । ହେଲେ କାର୍ମକର୍ତ୍ତାଙ୍କ ଜିଦ୍ ଆଗରେ ମୁଁ ହାରିଯାଇଛି । ପୱାର କହିଛନ୍ତି ମୁଁ ଇସ୍ତଫା ଦେବାର ଘୋଷଣା କରିବା ପରେ ଏନସିପିର ଅନେକ କାର୍ଯ୍ୟକର୍ତ୍ତା ଏବଂ ପଦାଧିକାରୀ ଦୁଃଖିତ ହୋଇଯାଇଥିଲେ । ଏହି ନିଷ୍ପତ୍ତି ଉପରେ ପୁଣିଥରେ ବିଚାର କରିବା ପାଇଁ ସେମାନେ ମୋତେ ଅନୁରୋଧ କରିଥିଲେ । ଏଥିସହିତ କର୍ମକର୍ତ୍ତାମାନେ ଦାବି କରିଥିଲେ ଯେ ମୁଁ ପୁଣିଥରେ ଅଧ୍ୟକ୍ଷ ପଦକୁ ଫେରି ଆସେ ବୋଲି ।

ମୁଁ ଲୋକମାନଙ୍କ ଭାବନାକୁ କୁଠାରଘାତ କରିପାରିବି ନାହିଁ । ଶରଦ ପୱାର ଆଗକୁ କହିଥିଲେ ଯେ ଏହି ସବୁ କଥାକୁ ନେଇ ମୁଁ ଭାବୁକ ହୋଇଯାଇଛି, ସମସ୍ତଙ୍କ ଆହ୍ୱାନ ଏବଂ ଏନସିପିର ବରିଷ୍ଠ ନେତାଙ୍କ କହିବା ପରେ ଏବଂ ସମସ୍ତଙ୍କ ଭାବନାକୁ ସମ୍ମାନ ଦେଇ ମୁଁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଜାତୀୟ ସଭାପତି ପଦରୁ ଇସ୍ତଫା ଦେବାର ନିଜର ନିଷ୍ପତ୍ତି ପ୍ରତ୍ୟାହର କରୁଛି । ମୁଁ ପୁଣିଥରେ ଅଧ୍ୟକ୍ଷ ପଦ ସ୍ୱୀକାର କରୁଛି । ଶରଦ ପୱାର ସଭାପତି ପଦରେ ରହିବା ନେଇ ଘୋଷଣା କରିବା ପରେ ଏନିସିପି କାର୍ଯ୍ୟକର୍ତ୍ତାମାନେ ମୁମ୍ବାଇରେ ଉତ୍ସବ ମନାଇଛନ୍ତି । ସୂଚନାଥାଉକି, ଗତ ୨ ମଇରେ ଶରଦ ପୱାର ଏନସିପି ସଭାପତି ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ।

ତାଙ୍କର ଏହି ଘୋଷଣା ପରେ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଯାଇଥିଲା । ଆଗାମୀ ଏନିସିପି ସଭାପତିଙ୍କୁ ନେଇ କଳ୍ପନା ଜଳ୍ପନା ମଧ୍ୟ ହୋଇଥିଲା । ପୱାର ଦଳର ନୂଆ ଅଧ୍ୟକ୍ଷ ଚୟନ ପାଇଁ ଏକ କମିଟିର ଗଠନ ମଧ୍ୟ କରିଥିଲେ । ଯେଉଁଥିରେ ତାଙ୍କ ପୁତୁରା ଅଜିତ ପୱାର, ଝିଅ ସୁପ୍ରିୟା ସୁଲେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଏବଂ ଛଗନ ଭୁଜବଲ ପ୍ରମୁଖ ସାମିଲ ଥିଲେ । ତାଙ୍କର ଏହି ଘୋଷଣା ପରେ ଏନିସିପି କାର୍ଯ୍ୟକର୍ତ୍ତାମାନେ ଜୋରଦାର ବିରୋଧ କରିଥିଲେ । ଦଳୀୟ କର୍ମୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ପୱାର ନିଜ ନିଷ୍ପତ୍ତି ଉପରେ ପୁଣିଥରେ ବିଚାର ପାଇଁ ଦୁଇ ଚାରିଦିନ ସମୟ ମାଗିଥିଲେ ।

କନ୍ୟା ମଥାରେ ସିନ୍ଦୂର ଦେବା ପରେ ଅଚାନକ ବରର ହୋଇଗଲା ମୃତ୍ୟୁ

ପାଟନା: ବିହାରର ଭାଗଲପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । କନ୍ୟା ମଥାରେ ସିନ୍ଦୂର ଦେବା ପରେ ବରର ମୃତ୍ୟୁ ହୋଇଯାଇଛି । ବରକୁ ହୃଦଘାତ ଆସିଥିବା କଥା କୁହାଯାଉଛି । ଘଟଣା ପରଠୁ ଉଭୟ ବର ଏବଂ କନ୍ୟାଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି । ସେହିପରି ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବା ପରେ କନ୍ୟା ବେହୋସ ହୋଇଯାଇଥିଲେ । ସୂଚନାଯୋଗ୍ୟ, ଝାରଖଣ୍ଡର ପଶ୍ଚିମୀ ସିଂହଭୂମର ନିବାସୀ ବିନୀତଙ୍କ ନିର୍ବନ୍ଧ ଭାଗଲପୁରର ନିବାସୀ ଆୟୁଷୀଙ୍କ ସହ ହୋଇଥିଲା । ୩ ମଇ ୨୦୨୩ରେ ଉଭୟଙ୍କ ବିବାହ ନିର୍ଦ୍ଧାରିତ କରାଯାଇଥିଲା ।

ବିନୀତ ଦିଲ୍ଲୀରେ ଏକ ଘରୋଇ କମ୍ପାନୀରେ ସଫ୍ଟୱେୟର ଇଞ୍ଜିନିୟର ଥିଲେ ଏବଂ ଆୟୁଷୀ ମଧ୍ୟ ମଲ୍ଟିନେଶନାଲ କମ୍ପାନୀରେ ଚାକିରି କରୁଥିଲେ । ବୁଧବାର ବିନୀତ ବରଯାତ୍ରୀ ସହ ଆଶି ସହରର ଶୀତଲା ସ୍ଥାନ ଚୌକ ମିରଜାନହାଟ ସ୍ଥିତ ମାତେଶ୍ୱରୀ ବିବାହ ମଣ୍ଡପରେ ପହଞ୍ଚିଥିଲେ । ଜୟମାଲା, ଫଟୋ ସେଶନ ସମେତ ଅନ୍ୟ ରୀତିନୀତି ପୂରା କରାଯାଇଥିଲା । ଗୁରୁବାର ସକାଳେ ସିନ୍ଦୂରଦାନ ରୀତି ହୋଇଥିଲା । ଏହାପରେ ବିନୀତ ବାଥରୁମ ଯାଇଥିଲେ । ଯେମିତି ହିଁ ସେଠାରୁ ଆସିଥିଲେ ତେବେ ତାଙ୍କ ଛାତିରେ ଗଭୀର ଯନ୍ତ୍ରଣା ହୋଇଥିଲା ଏବଂ ସେ ବେହୋସ ହୋଇ ଭୂଇଁରେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ବିନୀତଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଆଉ ଉଠିନଥିଲେ ।

ପରିବାର ଲୋକେ ବିନୀତଙ୍କୁ ତୁରନ୍ତ ମାୟାଗଞ୍ଜ ହସ୍ପିଟାଲ ନେଇଯାଇଥିଲେ । ଯାଞ୍ଚ୍ ପରେ ଡାକ୍ତର ବିନୀତଙ୍କୁ ମୃତ ଘୋଷଣା କରିଥିଲେ । ପରିବାରଙ୍କ କହିବା ମୁତାବକ ବିନୀତଙ୍କୁ ହୃଦଘାତ ଆସିଥିଲା । ଗତ ୨ ତାରିଖରେ ମଧ୍ୟ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ହେଲେ ଛୋଟମୋଟ ଯନ୍ତ୍ରଣା ଭାବି ବିନୀତ ଏହାକୁ ଅଣଦେଖା କରିଥିଲେ ଏବଂ ଯନ୍ତ୍ରଣା କାଟିବା ପାଇଁ ଏକ ଟାବଲେଟ୍ ଖାଇଥିଲେ । ବିନୀତଙ୍କ ମୃତ୍ୟୁ ଖବର ମିଳିବା ପରେ ଉଭୟ ପରିବାରରେ ଶୋକର ଛାୟା ଖେଳିଯାଇଛି । ସମ୍ପର୍କୀୟ ଏବଂ ପରିବାର ଲୋକେ ବିଶ୍ୱାସ କରିପାରୁନାହାନ୍ତି ଯେ ଅଚାନକ ବିନୀତଙ୍କ ମୃତ୍ୟୁ ହୋଇଯାଇଛି ବୋଲି । ଅନ୍ୟପକ୍ଷରେ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଆୟୁଷୀ ବେହୋଶ ହୋଇଯାଇଛନ୍ତି ।

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ । ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କ ସମେତ ପୁରୀ ଏସ୍ପି ତାଙ୍କୁ ସ୍ବାଗତ କରିଥିଲେ । ମନ୍ଦିରରେ ସେ ଦୀର୍ଘ ୪୦ ମିନିଟ ଅତିବାହିତ କରିଥିବା ବେଳେ ମହାପ୍ରଭୁ, ମା ବିମଳା ଓ ମହଲଷ୍ମୀଙ୍କୁ ଦର୍ଶନ କରିଥିଲେ । ଶ୍ରୀଜୀଉଙ୍କ ଦର୍ଶନ କରି ବେଶ ଆନନ୍ଦିତ ବ୍ୟକ୍ତ କରିଥିଲେ ପ୍ରଧାନ ବିଚାରପତି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସମେତ ଆଡଭୋକେଟ ଜେନେରାଲ ମଧ୍ୟ ତାଙ୍କ ସାଥିରେ ଦର୍ଶନ ସମୟରେ ରହିଥିଲେ ।

ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କଲେ ମହାମହିମ ରାଷ୍ଟ୍ରପତି

ବାରିପଦା: ଜନ୍ମମାଟିରେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ଶିମିଳିପାଳ ଅଭୟାରଣ୍ୟରେ ଯାଇଛନ୍ତି ମହାମହିମ । ଏଥିପାଇଁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ କରାଯାଇଛି । ସନ୍ଧ୍ୟାରେ ଅଭୟାରଣ୍ୟ ବୁଲିସାରି ବାରିପଦା ଗେଷ୍ଟ ହାଉସରେ ବିଶ୍ରାମ ନେବେ ମହାମହିମ । ଏହା ପୂର୍ବରୁ ରାଇରଙ୍ଗପୁରରେ ଥିବା ଶିବମନ୍ଦିର ଓ ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ ।

ପରେ ଦାଣ୍ଡବୋଷ ଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରିଥିଲେ ରାଷ୍ଟ୍ରପତି । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ ରାଷ୍ଟ୍ରପତି । ସେହିପରି ଆସନ୍ତାକାଲି ବାରିପଦାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେଠାରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ଦେବାର କାର୍ଯ୍ୟକ୍ରମ କରିଛି । ପରେ ସେହିଦିନ ନୂଆଦିଲ୍ଲୀ ଫେରିଯିବେ ମହାମହିମ । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗତକାଲି ମହୁଲଡିହା ଠାରେ ଥିବା ବାସଭବନରେ ରାତ୍ରୀ ଯାପନ କରିଥିଲେ।

୭ରେ ବଙ୍ଗୋପସାଗରରେ ସୃଷ୍ଟିହେବ ଲଘୁଚାପ !

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେଉଛି । ଖୋର୍ଦ୍ଦା, ଯାଜପୁର, ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁରରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ କହିଛି । ଏଥିସହ ଜଳୀୟବାଷ୍ପ ମତ୍ରା ଅଧିକ ରହୁଥିବାରୁ ରାଜ୍ୟରେ ଗୁଳୁଗୁଳି ମାତ୍ରା ଅଧିକ ଅନୁଭୂତ ହେବ ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ୱାର୍ଣିଙ୍ଗ ଜାରି ହୋଇନି । ୬ ତାରିଖ ପାଖାପାଖି ଏକ ଘୂର୍ଣିବଳୟ ବାୟୁମଣ୍ଡଳରେ ସୃଷ୍ଟି ହୋଇପାରେ । ଯାହାର ପ୍ରଭାବରେ ୭ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଯାହାକି ବଙ୍ଗୋପସାଗରରୁ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରିବ । ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରୁନାହିଁ । ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ।

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିସ୍ଫୋରଣ, ୫ ଯବାନ ଶହୀଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ରାଜୌରୀରେ ବିସ୍ଫୋରଣ । ସର୍ଚ୍ଚ ଅପରେସନ ବେଳେ ଘଟିଛି ଆତଙ୍କବାଦୀ ବିସ୍ଫୋରଣ । ବିସ୍ଫୋରଣରେ 5 ଯବାନ ସହିଦ ହୋଇଛନ୍ତି । ରାଜୌରୀ ସେକ୍ଟରର କାଣ୍ଡି ଅଞ୍ଚଳରେ ବିସ୍ଫୋରଣ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଗତ ମଙ୍ଗଳବାର ଜାମ୍ମୁ ଅଞ୍ଚଳର ଭାଟା ଧୁରିଆନ ଅନ୍ତର୍ଗତ ତୋଟାଗଳି ଏରିଆରେ ଆତଙ୍କବାଦୀ ହମଲା ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଥିଲା ସେନା । ଗୁଇନ୍ଦା ତଥ୍ୟକୁ ଆଧାର କରି ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରଣ ଘଟିଥିଲା । ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଆଜି ଗୁଳିବିନିମୟ ବି ଘଟିଥିଲା । ଆହତମାନଙ୍କୁ ଉଦ୍ଧମପୁରର କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅତିରିକ୍ତ ଯବାନଙ୍କୁ ମୁତୟନ କରାଯାଇଛି ।

ହନିଟ୍ରାପରେ ପ୍ରତିରକ୍ଷା ବିଭାଗ ବୈଜ୍ଞାନିକ, ପାକିସ୍ତାନକୁ ଯୋଗାଉଥିଲେ ତଥ୍ୟ

ଇସଲାମାବାଦ: ହନିଟ୍ରାପରେ ପ୍ରତିରକ୍ଷା ବିଭାଗ ବୈଜ୍ଞାନିକ । ପାକିସ୍ତାନକୁ ପ୍ରତିରକ୍ଷା ସମ୍ପର୍କିତ ଗୋପନ ତଥ୍ୟ ଯୋଗାଇ ୬୦ ବର୍ଷ ବୟସ୍କ ବୈଜ୍ଞାନିକ ପ୍ରଦୀପ କୁରୁଲକର ଗିରଫ । ସେ ପୁଣେସ୍ଥିତ ଡିଆରଡିଓର ଇଞ୍ଜିନିୟର୍ସ ବିଭାଗ ନିର୍ଦ୍ଦେଶକ ଅଛନ୍ତି । ମିସାଇଲ ତିଆରି ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସେ ନିୟୋଜିତ ଥିଲେ । ଆକାଶ ଟିମ୍‌ର ସେ ଜଣେ ସଦସ୍ୟ ଥିଲେ ଏବଂ ଆକାଶ ଲଞ୍ଚର ଓ ମିସନ କ୍ରିଟିକାଲ ଗ୍ରାଉଣ୍ଡ ସିଷ୍ଟମସର ପ୍ରଡକ୍ସନ କାର୍ଯ୍ୟରେ ନିୟୋଜିତ ଥିଲେ ।

ଜଣେ ପାକିସ୍ତାନୀ ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇବା ଅଭିଯୋଗରେ ପୁଣେସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ବା ଡିଆରଡିଓର ଜଣେ ବୈଜ୍ଞାନିକଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଆଣ୍ଟିଟେରରିଷ୍ଟ ସ୍କ୍ବାଡ । ହ୍ବାଟସଆପ୍ ଓ ଭିଡିଓ କଲ୍ ଜରିଆରେ ସେ ପାକ୍ ଏଜେଣ୍ଟଙ୍କୁ ଅନେକ ତଥ୍ୟ ଦେଇଥିବା ଅଭିଯୋଗ ହୋଇଆସୁଥିଲା ।

ସେ ହନିଟ୍ରାପରେ ଫସି ଏହି ଦେଶ ବିରୋଧୀ କାର୍ଯ୍ୟ କରିଚାଲିଥିଲେ । ଗିରଫ ବୈଜ୍ଞାନିକଜଣକ ଜଣେ ବରିଷ୍ଠ ପଦାଧିକାରୀ ଥିଲେ । ନିଜ ପଦବୀ ଓ ଦାୟିତ୍ବବୋଧର ଅପବ୍ୟବହାର କରି ସେ ଶତ୍ରୁ ରାଷ୍ଟ୍ରକୁ ଗୋପନ ତଥ୍ୟ ଲିକ୍ କରୁଥିଲେ । ଅଫିସିଆଲ ସିକ୍ରେଟ ଆକ୍ଟ ଅନୁସାରେ ତାଙ୍କୁ ମୁମ୍ବାଇ ଏଟିଏସର କାଲଚୌକ ୟୁନିଟ ପକ୍ଷରୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ଜାରି ରହିଛି ।

ବିଜେପିର ଆଚରଣ ଓ ଉଚ୍ଚାରଣରେ ରହିଛି ହିଂସା ଉସୁକାଇବା ପ୍ରବୃତ୍ତି, ଓଡ଼ିଶାକୁ ଉତ୍ତର ପ୍ରଦେଶ କରିବାକୁ ଉଦ୍ୟମ

ଭୁବନେଶ୍ୱର: ବିଜେପିର ଆଚରଣ ଓ ଉଚ୍ଚାରଣରେ ରହିଛି ଉସୁକାଇବା ପ୍ରବୃତ୍ତି । ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ । ସାଢ଼େ ଚାରି କୋଟି ଲୋକ ଶାନ୍ତି ଚାହାଁନ୍ତି । ଏଠାକାର ଲୋକ ଅପରାଧକୁ ଭଲ ପାଆନ୍ତି ନାହିଁ । ହେଲେ ଆଶ୍ଚର୍ଯ୍ୟ, ଗତ କିଛି ବର୍ଷ ହେବ ଉପନିର୍ବାଚନ ସମୟରେ ବିଜେପି ହିଂସା ଉଦ୍ୟମ କରିଚାଲିଛି । ଆଉ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି କହିଛି ବିଜେଡି । ବିଜେପିର ହିଂସ୍ର ଆଚରଣ ନେଇ ବର୍ଷିଛି ବିଜେଡି । ଝାରସୁଗୁଡ଼ା ଉପନିର୍ବାଚନ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନାଁରେ ୧୨ଟି ମାମଲା ସମେତ ହତ୍ୟା ଉଦ୍ୟମ ମାମଲା ଅଛି । ପଦ୍ମପୁର ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନାଁରେ ୭ ମାମଲା ରହିଛି । ସେହିପରି ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ ୧୪ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ୧୬ ମାମଲା ଅଛି । ଯାହାର କ୍ରାଇମ ରେକର୍ଡ ଯେତେ ଅଧିକ ସେମାନଙ୍କୁ ଦଳ ବାଛି ବାଛି ଆଣୁଛି । ସାରା ଦେଶରେ ଓଡ଼ିଶାକୁ ବଦନାମ କରିବାକୁ ବିଜେପି ମିଳିତ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛି ବିଜେଡି ।

ବାରମ୍ବାର କୁହେଳିକା ସୃଷ୍ଟି କରୁଥିବା ବିଜେପି ସହ ରାଜ୍ୟବାସୀ ନାହାନ୍ତି । ଏହାର ଜବାବ ୨୦୧୯, ପୌର ଓ ପଂଚାୟତରେ ରାଜ୍ୟବାସୀ ଦେଇଛନ୍ତି । ଗତ ଦୁଇ ତାରିଖରେ ଜାଣିଶୁଣି ବିପ୍ର ବନଛୋର ଓ ସହଯୋଗୀ ବିଜେଡି ସମର୍ଥକ ଗୋବିନ୍ଦ ଝରଙ୍କୁ ଆକ୍ରମଣ କଲେ । ସେହିପରି ବିଧାୟିକା କୁସୁମ ଟେଟେ ଓ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ପଦମପୁରରେ GST ରେଡ୍ ସମୟରେ ବିଜେପି କର୍ମୀଙ୍କୁ ନେଇ GST ଅଧିକାରୀଙ୍କୁ ହଇରାଣ କଲେ କୁସୁମ । ନିଜେ ଅପରାଧଙ୍କୁ ଆସନରେ ବସାଇ ଓଡ଼ିଶାର ଆଇନ ଶୃଙ୍ଖଳା ନେଇ କେମିତି ପ୍ରଶ୍ନ କରୁଛନ୍ତି ବୋଲି ପଚାରିଛି ବିଜେଡି । ପୂର୍ବ ପରି ଆଗାମୀ ଦିନରେ ବି ଲୋକେ ସେମାନଙ୍କୁ ଉଚିତ ଜବାବ ଦେବେ ବୋଲି ବିଜେଡି କହିଛି । ଓଡ଼ିଶାରେ ହିଂସା ଭିଆଇ ଉତ୍ତର ପ୍ରଦେଶ କରିବାକୁ ଚାହୁଁଛି ବିଜେପି । ଏହାକୁ ଉତ୍ତରପ୍ରଦେଶ, ଛତିଶଗଡ଼ ନକରିବାକୁ ଅନୁରୋଧ କରିଛି ବିଜେଡି । ହିଂସାରୁ କ୍ଷାନ୍ତ ରହିବାକୁ ନିବେଦନ କରିଛି । ଯେଉଁ ରାଜ୍ୟରେ ଦଙ୍ଗା ହେଲା, ସେଠାକୁ ବିଜେପି ଗୋଟେ ବି କମିଟି ପଠାଇଲା ନାହିଁ । ଓଡ଼ିଶାକୁ ବଦନାମ କରିବାକୁ ସମ୍ବଲପୁର ଗଲେ ଓ ନିର୍ଯାସ ଆସିବା ପୂର୍ବରୁ ହିଂସା ହେଇଥିବା ଘୋଷଣା କଲେ । ଓଡ଼ିଶାକୁ ବଦନାମ କରିବାରୁ କ୍ଷାନ୍ତ ରହୁ ବିଜେପିକୁ ପରାମର୍ଶ ଦେଇଛି ବିଜେଡି ।

ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ଇସ୍ତଫାକୁ ଅଗ୍ରାହ୍ୟ କଲା ଏନସିପି କମିଟି

ମୁମ୍ବାଇ: ଏନସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ଇସ୍ତଫାକୁ ଅଗ୍ରାହ୍ୟ କଲା ଏନସିପି କମିଟି । ଶରଦ ପାଓ୍ବାର ହିଁ ଦଳର ଅଧ୍ୟକ୍ଷ ରହିବେ ବୋଲି ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି । ଏନେଇ ଘୋଷଣା କରିଛନ୍ତି ଦଳର ନେତା ପ୍ରଫୁଲ୍ଲ ପଟେଲ । କମିଟିର ଏହି ଘୋଷଣା ପରେ ମୁମ୍ବାଇ ଏନସିପି କାର୍ଯ୍ୟାଳୟ ସମ୍ମୁଖରେ କର୍ମୀମାନେ ବାଣ ଫୁଟାଇଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ସମର୍ଥକଙ୍କ ଭିଡ ଲାଗିଥିଲା । ଶରଦଙ୍କ ସପକ୍ଷରେ କର୍ମୀମାନେ ସ୍ଲୋଗାନ ଦେବା ସହ ବିଭିନ୍ନ ସ୍ଥାନରେ ଲାଗିଥିଲା ତାଙ୍କ ପୋଷ୍ଟର ଓ ବ୍ୟାନର । ପାଓ୍ବାରଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଏକ କମିଟି ଦଳର ପରବର୍ତ୍ତୀ ନେତାଙ୍କୁ ଚୟନ କରିବା ଆଶା କରାଯାଉଥିଲା। ଆଜିର ବୈଠକରେ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ପ୍ରଫୁଲ୍ଲ ପଟେଲ, ଅଜିତ ପାଓ୍ବାର, ଛଗନ ଭୁଜବଳ ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ଆଜି ପାଓ୍ବାରଙ୍କ ସହ ଆଲୋଚନା କରିଛନ୍ତି ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଡିଏମକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ସିପିଏମ ନେତା ସୀତାରାମ ୟେଚୁରୀ, ଆପ୍ ନେତା ସଞ୍ଜୟ ସିଂ, ସିପିଆଇ ନେତା ଡି. ରାଜା ପ୍ରମୁଖ ।

ବାହା ହେବେ ଆଉ ଦୁଇ ଜିଲ୍ଲାପାଳ, ପୁରୀ ଓ ରାୟଗଡ଼ା ଜିଲ୍ଲାପାଳଙ୍କ ମଧ୍ୟରେ ବିବାହ

ପୁରୀ: ରାଜ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆଉ ଦୁଇ ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା ଥମିନଥିବାବେଳେ ଏବେ ଆଉ ଦୁଇ IAS ବାହା ହେବାକୁ  ଯାଉଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହ ଚଳିତ ମାସରେ ବାରଣାସୀରେ ବାହା ହେବେ । ଏହା ସମର୍ଥ ଓ ସ୍ୱଧାଙ୍କ ଦ୍ୱିତୀୟ ବିବାହ ହେବ ।

ସମର୍ଥ ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂଙ୍କୁ ବିବାହ କରିଥିବାବେଳେ ସ୍ୱଧା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପ୍ରଥମ ସ୍ତ୍ରୀ ଥିଲେ । କିନ୍ତୁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ବିଚ୍ଛେଦ ପରେ ସୂଚୀ ଝାଡ଼ଖଣ୍ଡର ଜଣେ ଆଇଏଏସ୍ ଅଫିସରଙ୍କୁ ବିବାହ କରିଥିଲେ । ସେହିପରି ଚଞ୍ଚଳ ରାଣା ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରିଛନ୍ତି ।