ବାହାନଗା ଟ୍ରେନ୍ ଟ୍ରାଜେଡି, ଗିରଫ ୩ କର୍ମଚାରୀଙ୍କୁ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ନେଇଛି CBI

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି । ଗିରଫ ୩ ଜଣ ରେଳ କର୍ମଚାରୀଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି ସିବିଆଇ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜେରା କରିବ ସିବିଆଇ । ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ରେଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି । ବାକି ୪ ନିଲମ୍ବିତ ରେଳ କର୍ମଚାରୀଙ୍କୁ ସିବିଆଇ ସମନ କରିଛି । ଖୁବଶୀଘ୍ର ସେମାନଙ୍କୁ ଜେରା କରାଯିବ । ରେଳ ଦୁର୍ଘଟଣାର ତଦନ୍ତ କରୁଛନ୍ତି ସିବିଆଇ ଓ ସିଆରଏସ । ଡ୍ୟୁଟିରେ ଖିଲାପ କରିଥିବାରୁ ଗତକାଲି ୭ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ପୂର୍ବରୁ ଗିରଫ ହୋଇଥିବା ସିଗନାଲ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ସିସିଆନ ପପୁ କୁମାରଙ୍କୁ ସସପେଣ୍ଡ କରାଯାଇଛି । ଏହାସହ ଷ୍ଟେସନ ମାଷ୍ଟର, ଟ୍ରାଫିକ୍ ଇନ୍ସପେକ୍ଟର, ମେଣ୍ଟେନରଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି ।