spot_img
Home Blog Page 3182

ପ୍ରବଳ ତାତିରେ ସନ୍ତୁଳି ହେଉଛି ଓଡ଼ିଶା, ୧୩ ତାରିଖରୁ ପୁଣି ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଗୋଟେପଟେ ବାତ୍ୟା । ଏପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ପ୍ରବଳ ତାତିରେ ସନ୍ତୁଳି ହେଉଛି ଓଡ଼ିଶା । ପୁଣି ୧୩ ତାରିଖରୁ ରାଜ୍ୟରେ ବଢ଼ିବ ତାପମାତ୍ରା । ୧୫ରୁ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବଢ଼ିବ । ଆଜି ଦିନ ୨.୩୦ ସୁଦ୍ଧା ୩ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍‌ ହୋଇଛି । ସମ୍ବଲପୁରରେ ସର୍ବାଧିକ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ଝାରସୁଗୁଡାରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୩୭.୮ ଡିଗ୍ରୀ, ଭୁବନେଶ୍ୱରରେ ୩୭.୦ ଡିଗ୍ରୀ, ଚାନ୍ଦବାଲିରେ ୩୬.୮ ଡିଗ୍ରୀ, ବାଲେଶ୍ୱରରେ ୩୩.୪, ଗୋପାଳପୁରରେ ୩୩.୦ ଡ଼ିଗ୍ରୀ, ପାରାଦ୍ୱୀପରେ ୩୩ ଡିଗ୍ରୀ ଓ ପୁରୀରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ ଅବୈଧ: ପାକିସ୍ତାନ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ ଅବୈଧ ବୋଲି କହିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ । ଏକ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସେପଟେ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଗୃହଯୁଦ୍ଧ ସ୍ଥିତି । ସୁଧୁରୁନି ପାକିସ୍ତାନ ସ୍ଥିତି । ବିଭିନ୍ନ ସ୍ଥାନରେ ସ୍ଥିତି ନିୟନ୍ତ୍ରଣରୁ ବାହାରେ । ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପ୍ରାଣ ହରାଇଲେଣି ୮ ଜଣ । ବର୍ତ୍ତମାନ ସୁଦ୍ଧା ୧୯୦୦ ଗିରଫ ହୋଇସାରିଲେଣି । ପୂରା ଦେଶରେ ହିଂସା ଉଗ୍ର ରୂପ ଧାରଣ କରିଥିବା ବେଳେ ସରକାରୀ ସମ୍ପତ୍ତି ପୋଡ଼ାଜଳା କରିଛନ୍ତି ଇମ୍ରାନଙ୍କ ସମର୍ଥକ ।

ଦୁବାଇ ଯିବେ ବାଲିଆପାଳର ମିଶନ ଶକ୍ତି ସଦସ୍ୟା ସୁଷମା ଦତ୍ତ

ଜଳେଶ୍ୱର: ଦୁବାଇ ଯିବେ ବାଲିଆପାଳର ମିଶନ ଶକ୍ତି ସଦସ୍ୟା ସୁଷମା ଦତ୍ତ । ଆସନ୍ତା ୧୫ ତାରିଖରୁ ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଯାତ୍ରା କରିବ । ଏଥିରେ ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି ସୁଷମା । ମିଶନ ଶକ୍ତି ମାଧ୍ୟମରେ ସ୍ବାବଲମ୍ବୀ ହୋଇଛନ୍ତି ସୁଷମା । ଦୁବାଇ ଯାଇ ସେଠାରେ ବିଭିନ୍ନ ଗୁଣାତ୍ମକ କାର୍ଯ୍ୟର ଉପଲବ୍ଧି ଅନୁଧ୍ୟାନ କରିବେ ସୁଷମା ଦତ୍ତ । ଏଥିପାଇଁ ତାଙ୍କୁ ମନୋନୀତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।

କମ୍ ନିବେଶରେ ଅଧିକ ଲାଭର ଲୋଭ, ଫ୍ରଡ୍ ଆପ୍ ଜଏନ ଟ୍ରେଡ୍-ଫିନାନସିଆଲ ଗ୍ରୋଥର ସମ୍ପତ୍ତି ଜବତ

ଭୁବନେଶ୍ୱର: ଫ୍ରଡ୍ ଆପ୍ ଜଏନ ଟ୍ରେଡ୍- ଫିନାନସିଆଲ ଗ୍ରୋଥର ୧ କୋଟି ୨୨ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଜବତ କରିଛି ଇଓଡବ୍ଲୁ । କମ୍ ନିବେଶରେ ଅଧିକ ଲାଭର ଲୋଭ ଦେଖାଇବା ସହ ବିଭନ୍ନ ବଲିଉଡ୍ ତାରକାଙ୍କ ଫଟୋକୁ ଜାଲ ଉପାୟରେ ବ୍ୟବହାର କରି ଲୋକଙ୍କୁ ଆକର୍ଷିତ କରୁଥିଲା କମ୍ପାନୀ । ଏହି ଆପକୁ ଗୁଗଲ ପ୍ଲେ-ଷ୍ଟୋରରୁ ବି ଡାଉନଲୋଡ୍ କରିବା ଲାଗି କମ୍ପାନୀ ଲୋକଙ୍କୁ ପ୍ରବର୍ତ୍ତାଇଥିଲା । ଏହି ଆପକୁ ତିଆରି କରିଥିଲା ପରଫେକ୍ଟ ଟ୍ରେଡ୍ । ଏପରିକି ୧୦୦ରୁ ୨୦ ହଜାର ଟଙ୍କା ଯାଏ ଜମା କଲେ ଲାଭ ବହୁ ଅଧିକ ହେବ ବୋଲି କମ୍ପାନୀ ପ୍ରବର୍ତ୍ତାଇଥିଲା ।

ଟଙ୍କା ଜମା ଲାଗି UPI ID ବି ଦିଆଯାଇଥିଲା । ସଂଗୃହୀତ ଅର୍ଥକୁ ବିଭିନ୍ନ ଜାଲ କମ୍ପାନୀରେ ନିୟୋଜିତ କରାଯାଇଥିଲା । ଏନେଇ ଅଭିଯୋଗ ହେବା ପରେ ୫ଟି ଆକାଉଣ୍ଟକୁ ଯାଞ୍ଚ କରାଯିବା ସହ ୧୮ କୋଟି ୬୭ ଲକ୍ଷ ଟଙ୍କାର କାରବାର ଠାବ ହୋଇଥିଲା । ବିଭିନ୍ନ ବ୍ୟାଙ୍କରେ ଏହି ଟଙ୍କା ଜମା କରାଯାଇଥିଲା । ଅଧିକ ତଦନ୍ତ ପରେ କମ୍ପାନୀର ୧ କୋଟି ୨୨ ଲକ୍ଷ ଟଙ୍କାକୁ ଇଓଡବ୍ଲୁ ଜବତ କରିଥିଲା ।

ରାଜ୍ୟରେ ପ୍ରଥମ ଥର ଆରମ୍ଭ ହୋଇଛି ସମର କୋର୍ସ, ଆଗ୍ରହୀ ଅଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଅବକାଶକାଳୀନ ଶିକ୍ଷା ବା ସମର କୋର୍ସ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି । ଗତକାଲି ଏରଞ୍ଚ ଯାଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସମୀକ୍ଷା କରିଥିଲେ । ସେଠାରେ ପିଲାମାନେ ସମର କୋର୍ସ ନେଇ ଆଗ୍ରହୀ ଅଛନ୍ତି । ଭଲ ଫିଡବାକ୍ ଆସୁଛି । ଯେଉଁ ଛାତ୍ରଛାତ୍ରୀ ନିଜ ଆଡ଼ୁ ଆଗ୍ରହ ପ୍ରକାଶ କରୁଛନ୍ତି, ସେମାନଙ୍କ ଡାଉଟ୍ କ୍ଲିୟର ହୋଇପାରୁଛି । ଛାତ୍ରଛାତ୍ରୀଙ୍କ ଡାଉଟ୍ କ୍ଲିୟର ଓ କୋର୍ସ ଆଗକୁ ନେବାକୁ ଶିକ୍ଷକ ପିଲାମାନଙ୍କ ପାଖରେ ପ୍ରସ୍ତୁତ ରହିଛନ୍ତି ।

ପାକିସ୍ତାନରେ ଲୁଟତରାଜ ; କମାଣ୍ଡରଙ୍କ ଘରେ ପଶି ଲୁଟି ନେଲେ ଖାଦ୍ୟ ସାମଗ୍ରୀ

ଲାହୋର: ଅସ୍ଥିରତା ଜର୍ଜରିତ ପାକିସ୍ତାନରେ ଲୁଟତରାଜ । ନାମୀଦାମୀ ଜିନିଷ ନୁହେଁ ବରଂ କେଉଁଠି ମୟୂର ଚୋରି କରାଯାଇଛି ତ କେଉଁଠି ମଟନ କୋର୍ମା ଲୁଟ କରୁଛନ୍ତି ଲୋକେ । ଦୁଇ ଦିନ ତଳେ ପାକିସ୍ତାନ ଲାହୋର ଅନ୍ତର୍ଗତ ଜଣେ କମାଣ୍ଡରଙ୍କ ଘରୁ ଲୋକେ କେତେକ ମୟୂରଙ୍କୁ ଚୋରାଇ ନେଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ମଟନ କୋର୍ମା, ସସ୍, ସାଲାଡ ଆଦି ଚୋରାଇ ନେବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । ଏହାଛଡ଼ା ମସଲା, ଦହି, ଆଇସକ୍ରିମ, ମିଠା ଦହି ଆଦି ଲୁଟିବା ବି ଦେଖାଯାଉଛି । ଖାଦ୍ୟାଭାବରେ ଜର୍ଜରିତ ପାକିସ୍ତାନରେ ଲୋକେ ଅଟା ବୋହି ନେବାର ଦୃଶ୍ୟ କିଛି ଦିନ ତଳେ ଭାଇରାଲ ହୋଇଥିଲା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆନ୍ଦୋଳନକାରୀ ମାନେ କମାଣ୍ଡରଙ୍କ ଘରେ ପଶି, ରୋଷେଇ ଘରେ ଥିବା ସମସ୍ତ ଜିନିଷ ଲୁଟି ନେଇଛନ୍ତି। ଘରର ସାମଗ୍ରୀ ଠାରୁ ଆରମ୍ଭ କରି ରନ୍ଧା ହୋଇଥିବା ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି ଲୁଟି ନେଇଥିଲେ । ଜଣେ ବୟସ୍କ ବ୍ୟକ୍ତିଙ୍କ ହାତରେ ମଟନ କୋରମା, ଭେଣ୍ଡି ଥିବା ବେଳେ ଅନ୍ୟ ବ୍ୟକ୍ତିଙ୍କ ହାତରେ ଟମାଟୋ ସସ୍, ସାଲଡ୍, ଷ୍ଟବେରୀ, ଦହି, ମସଲା, ଆଇସକ୍ରିମ ଆଦି ଖାଦ୍ୟ ସାମଗ୍ରୀ ଥିବା ଦେଖିବାକୁ ମିଳିଛି । ଏମିତି କି ଘରେ ଥିବା ମୟୁର ଛୁଆକୁ ମଧ୍ୟ ଲୋକମାନେ ଛାଡିନାହାନ୍ତି। କିଛି ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆକ୍ରୋଶିତ ଜନତାଙ୍କ ଏଭଳି କାଣ୍ଡ ଦେଖି ଆଗାମୀ ଦିନରେ ପାକିସ୍ତାନର ସ୍ଥିତି କିଭଳି ହେବ ଭଲ ଭାବରେ ବାରି ହେଉଛି ।

ସୂଚନା ଅନୁଯାୟୀ, ଅବସର ପ୍ରାପ୍ତ ମେଜର ଗୌରବ ଆର୍ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପାକିସ୍ତାନର ଏହି ଦୟନୀୟ ସ୍ଥିତିର ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର କରି ଲେଖିଛନ୍ତି, ଏହା ପାକିସ୍ତାନ ସଙ୍କଟର ସବୁଠାରୁ ପ୍ରତିଷ୍ଠିତ ଭିଡିଓ ହେବା ଉଚିତ୍ । ଆପଣଙ୍କୁ କହିରଖିବୁ କି ଶ୍ରୀଲଙ୍କାର ଉତ୍ତେଜିତ ଜନତା ରାଷ୍ଟ୍ରପତିଙ୍କ ବାସଭବନରେ ପଶିଯାଇଥିଲେ । କିଛି ଏମିତି ଘଟଣା ପାକିସ୍ତାନରେ ଘଟଥିବା ସାମ୍ନାକୁ ଆସିଥିଲା । ପୂର୍ବରୁ ସ୍ଥିତି ଗମ୍ଭିର ଥିବା ବେଳେ ବର୍ତ୍ତମାନ ଇମ୍ରାନ ଖାନଙ୍କୁ ନେଇ ପାକିସ୍ତାନ ଅଶାନ୍ତ ହେବାକୁ ଲାଗିଲାଣି । ଏହା ଶାହାବାଜ ସରକାରଙ୍କ ଚିନ୍ତା ବଢାଇବାରେ ଲାଗିଛି । ଆଗାମୀ ଦିନରେ ପାକିସ୍ତାନର ପରିସ୍ଥିତି କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଅଠର ହଜାର ପାୱାର କେନାଲରେ ନିଖୋଜ ଘଟଣା, ଏବେବି ମିଳୁନି ଛାତ୍ରୀଙ୍କ ପତ୍ତା

ସମ୍ବଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟ  ଛାତ୍ରୀ ଅଠର ହଜାର ପାୱାର କେନାଲରେ ନିଖୋଜ ଘଟଣା। ଏ ପଯ୍ୟନ୍ତ ଛାତ୍ରୀ ଜଣକ ନିଖୋଜ ଥିବାବେଳେ  ତାଙ୍କର କୌଣସି ପତ୍ତା ମିଳୁନି। ଅଗ୍ନିଶମ ବାହୀନିର ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି।

ଦୁଇଦିନ ହେଲା ଅଗ୍ନିଶମ ବାହିନୀର ଦୁଇଟି ଟିମ ଖୋଜାଖୋଜି କରୁଛନ୍ତି ହେଲେ ପାଣି ପ୍ରବଳ ଥିବାରୁ ଖୋଜିବାରେ ମୁସ୍କିଲ ହେଉଛି। ଛାତ୍ରୀ ଜଣକ ତାଙ୍କର ଜଣେ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିବାବେଳେ ସେଲଫି ନେଉଥିବା ସମୟରେ ଗୋଡଖସି ଯାଇଥିବାରୁ ପାଣିରେ ଭାଷି ଯାଇଥିଲେ।

ଅଧିକ ପଢନ୍ତୁ- ଅଠର ହଜାର ପାଓ୍ବାର କେନାଲରେ ଭାସିଯାଇ ଛାତ୍ରୀ ନିଖୋଜ

ପାକିସ୍ତାନରେ ପିଟିଆଇ ନେତାଙ୍କୁ ଗିରଫ, ସେନା ମୁତୟନ

ଲାହୋର: ସୁଧୁରୁନି ପାକିସ୍ତାନ ସ୍ଥିତି। ବିଭିନ୍ନ ସ୍ଥାନରେ ସ୍ଥିତି ନିୟନ୍ତ୍ରଣରୁ ବାହାରେ। ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପ୍ରାଣ ହରାଇଲେଣି ୮ ଜଣ । ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣ ୧୯୦୦। ଏଭଳି ସ୍ଥଳେ ଆଜି ପିଟିଆଇର ଅନ୍ୟଜଣେ ନେତାଙ୍କୁ ଗିରଫ କରାଯାଇଛି। ଫଳରେ ପୁରାଦେଶରେ ହିଂସା ଉଗ୍ର ରୂପ ଧାରଣ କରିଥିବା ବେଳେ ସରକାରୀ ସମ୍ପତ୍ତି ପୋଡ଼ାଜଳା କରିଛନ୍ତି ସମର୍ଥକ।

ପ୍ରଧାନମନ୍ତ୍ରୀ ଶେହେବାଜ ସରିଫଙ୍କ ଲାରୋହସ୍ଥିତ ବାସଭବନରେ ପଶି ଗାଡ଼ି ଜାଳିଦେଇଛନ୍ତି ବିକ୍ଷୋଭକାରୀ । ୫ଶହରୁ ଊର୍ଦ୍ଧ୍ବ ପିଟିଆଇ ସମର୍ଥକ ହିଂସା ଭିଆଇଥିବା ପୋଲିସ କହିଛି । ପିଏମଙ୍କ ବାସଭବନକୁ ପେଟ୍ରୋଲ ବୋମା ମଧ୍ୟ ମାଡ କରାଯାଇଛି । ଶେହେବାଜଙ୍କ ବାସଭବନ ଉପରେ ଆଟାକ ପୂର୍ବରୁ ଶାସକ ଦଳ PMLN ମୁଖ୍ୟାଳୟ ଉପରେ ମଧ୍ୟ ବିକ୍ଷୋଭକାରୀମାନେ ହମଲା କରିଥିଲେ। ଗତ ଦୁଇ ଦିନ ମଧ୍ୟରେ ୧୪ରୁ ଊର୍ଦ୍ଧ୍ବ ସରକାରୀ ବିଲ୍ଡିଂ, ୨୧ଟି ପୋଲିସ ଗାଡ଼ି ଜଳାଇ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଶେହେବାଜଙ୍କ ଲଣ୍ଡନସ୍ଥିତ ବାସଭବନ ଆଗରେ ମଧ୍ୟ ଇମ୍ରାନ ସମର୍ଥନ ନାରାବାଜି କରିବା ସହ ଏହାକୁ ଘେରାଉ କରିଛନ୍ତି। ହିଂସାରେ ଏବେସୁଦ୍ଧା ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଶହରୁ ଅଧିକ ଆହତ ହୋଇଛନ୍ତି। ଜମି ଦୁର୍ନୀତି ମାମଲାରେ ଇମ୍ରାନଙ୍କୁ ୮ ଦିନ ପାଇଁ ରିମାଣ୍ଡରେ ନେଇଛି ନ୍ୟାସନାଲ ଆକାଉଣ୍ଟିବିଲିଟି ବ୍ୟୁରୋ। ଅଲ କାଦିର ଟ୍ରଷ୍ଟ ମାମଲାରେ ଗିରଫ ହେବା ପରେ ବହୁଚର୍ଚ୍ଚିତ ତୋଷଖାନା ମାମଲାରେ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ୍‌। ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀଙ୍କୁ ବି ଗିରଫ କରାଯାଇଛି।

ସେପଟେ ଦେଶରେ ମାର୍ଶାଲ ଶାସନ ଲାଗୁ କରିବା ଲାଗି ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ୧ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ହିଂସା ସ୍ଥିତିକୁ ଦେଖି ଆମେରିକା, ବ୍ରିଟେନ, କାନାଡା ପକ୍ଷରୁ ଟ୍ରାଭେଲ ଆଡଭାଇଜରି ଜାରି କରାଯାଇଛି । ଇମ୍ରାନଙ୍କ ସମର୍ଥକଙ୍କ ଉଗ୍ର ହିଂସା ପାକିସ୍ତାନ ଇତିହାସରେ କଳାଦିନ ହୋଇ ରହିବ ବୋଲି ଆର୍ମି ପକ୍ଷରୁ କୁହାଯାଇଛି ।

ଭାଣିଜୀ ବାହାଘରେ ନାଚୁ ନାଚୁ ଚାଲିଗଲା ପ୍ରାଣ

ରାୟପୁର:  ବାଜା ବାଜୁଥିଲା,ସଭିଏଁ ନାଚୁଥିଲେ । ବାହାଘର ଉତ୍ସବରେ ସମସ୍ତଙ୍କ ମନରେ ଭରିଯାଇଥିଲା ଜୋସ୍ । ହେଲେ ହସଖୁସିର ମୁହୂର୍ତ୍ତରେ ହଠାତ୍ ପଡିଗଲା ପୂର୍ଣ୍ଣଚ୍ଛେଦ । ମ୍ୟୁଜିକର ତାଳେ ତାଳେ ନାଚୁ ନାଚୁ ଚାଲିଗଲା ପ୍ରାଣ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଛତିଶଗଡ଼ରେ ।

ସମସ୍ତ ଦୃଶ୍ୟରେ ଭିଜୁଆଲ କ୍ୟାମେରା ଫ୍ରେମରେ ହୋଇଥିଲା କଏଦ । ଛତିଶଗଡ଼ ରାଜନନ୍ଦଗାଁ ଅନ୍ତର୍ଗତ ଡୋଙ୍ଗରଗଡ଼ରେ ଆୟୋଜିତ ହେଉଥିଲା ବିବାହ ଉତ୍ସବ । ନିଜ ଭାଣିଜୀଙ୍କ ବାହାଘରେ ଯୋଗଦେବା ଯାଇଥିଲେ ମାମୁ ଦିଲୀପ ରାଉଜକର । ଅନ୍ୟ ସାଙ୍ଗସାଥୀଙ୍କ ଗହଣରେ ଷ୍ଟେଜ ଉପରେ ଦିଲୀପ ନାଚୁଥିଲେ । ମାତ୍ର ନାଚୁ ନାଚୁ ହୃଦଘାତ କାରଣରୁ ସେ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦିଲୀପ ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଜଣେ ଇଞ୍ଜିନିୟର ଥିଲେ ।

କ୍ରିକେଟ ଖେଳକୁ ନେଇ ମହାଭାରତ, ହକି ବାଡ଼ିରେ ପିଟିଲେ ୪ ନାବାଳକ

ଖଲ୍ଲିକୋଟ: କ୍ରିକେଟ ଖେଳକୁ ନେଇ ମହାଭାରତ । ହକି ବାଡ଼ିରେ ପିଟିଲେ ନାବାଳକ । ନାବାଳକଙ୍କ ଏହି ମାଡ଼ର ଭିଡ଼ିଓ ବି ହୋଇଛି । ଏ ଦୃଶ୍ୟ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କୈରାସି ଗାଁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରର । ଦୁଇ ଦିନ ତଳେ କ୍ରିକେଟ ଖେଳକୁ ନେଇ ଝଗଡ଼ା ହୋଇଥିଲା ।

ସେହି ରାଗରେ ହକି ବାଡ଼ିରେ ୪ଜଣ ନାବାଳକ ଜଣଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ୪ଜଣ ନାବାଳକକୁ ବାଳ ସୁଧାର ଗୃହକୁ ପଠାଇଛି ଖଲ୍ଲିକୋଟ ଥାନା ପୋଲିସ ।