spot_img
Home Blog Page 3180

ଆଜି ଇସଲାମାବାଦ ହାଇକୋର୍ଟରେ ହାଜର ହେବେ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇସଲାମାବାଦ: ଇସଲାମାବାଦ ହାଇକୋର୍ଟରେ ହାଜର ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେପଟେ ଇମ୍ରାନଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଆରିଫ ଆଲଭି । ତେଣେ ବିଭିନ୍ନ ଅଭିଯୋଗ କ୍ରମେ ପିଟିଆଇ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସିରିନ ମଜାରୀଙ୍କୁ ଗିରଫ କରିଛି ପୋଲିସ ।  ଇମ୍ରାନଙ୍କୁ ମୁକ୍ତି ଲାଗି ସୁପ୍ରିମକୋର୍ଟ ଗତକାଲି ଦେଇଥିଲେ ନିର୍ଦ୍ଦେଶ । ପୂର୍ବରୁ ଗିରଫ ଅବୈଧ ବୋଲି କହିଥିଲେ ପାକିସ୍ତାନ ସୁପ୍ରିମକୋର୍ଟ । ତାଙ୍କୁ କୋର୍ଟ ପରିସରରୁ ଅପହରଣ କରାଯାଇଥିବା ସହ ଲାଠିରେ ପିଟାଯାଇଥିଲା । ଆତଙ୍କବାଦୀଙ୍କୁ ବ୍ୟବହାର ପ୍ରଦର୍ଶନ ପରି ତାଙ୍କୁ ଦୁର୍ବବ୍ୟହାର କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ ଇମ୍ରାନ । ପ୍ରଧାନ ବିଚାରପତିଙ୍କ ଇସ୍ତଫା ଦାବି କରିଛନ୍ତି ପିଏମଏଲ-ଏନ ନେତ୍ରୀ ମରିୟାମ ନଓ୍ବାଜ । ତେଣେ ପାକିସ୍ତାନରେ ମାନବାଧିକାର ଉଲ୍ଲଂଘନ ଓ ଗଣମାଧ୍ୟମ ସ୍ବାଧୀନତା ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛି ଆମେରିକା ।

ଇମ୍ରାନଙ୍କ ସପକ୍ଷରେ ରାୟ ଦେଇଥିବାରୁ ସୁପ୍ରିମକୋର୍ଟ ପ୍ରଧାନବିଚାରପତିଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ କନ୍ୟା ମରିୟାମ ନଓ୍ବାଜ । ଏପରିକି ପ୍ରଧାନ ବିଚାରପତି ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ମରିୟାମ । କୋର୍ଟ ପରିସରରେ ଅଦାଲତଙ୍କ ବିନା ଅନୁମତିରେ ଇମ୍ରାନଙ୍କୁ ଗିରଫ କରିବା କୋର୍ଟ ଅବମାନନା ବୋଲି କହିଥିଲେ କୋର୍ଟ । ସେପଟେ ଇସଲାମାବାଦରେ ଅବସ୍ଥିତି ସୁପ୍ରିମକୋର୍ଟ, ପାର୍ଲାମେଣ୍ଟ ଆଦି ସ୍ଥାନରେ ଆର୍ମି କରିଛି ଫ୍ଲାଗମାର୍ଚ୍ଚ ।  ଅଲ କାଦିର ଟ୍ରଷ୍ଟ ଦୁର୍ନୀତି ପ୍ରସଙ୍ଗରେ ମାମଲାର ଶୁଣାଣି କରୁଛନ୍ତି ପ୍ରଧାନ ବିଚାରପତି ଉମର ଆଟା ବନ୍ଦିଆଲ, ଜଷ୍ଟିସ ମହମ୍ମଦ ଅଲ୍ ମାଝାର ଓ ଜଷ୍ଟିସ ଅଥର ମିନାଲ୍ଲା । ସେପଟେ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଗୃହଯୁଦ୍ଧ ସ୍ଥିତି । ସୁଧୁରୁନି ପାକିସ୍ତାନ ସ୍ଥିତି । ବିଭିନ୍ନ ସ୍ଥାନରେ ସ୍ଥିତି ନିୟନ୍ତ୍ରଣରୁ ବାହାରେ । ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପ୍ରାଣ ହରାଇଲେଣି ୮ ଜଣ । ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣ ୧୯୦୦ । ପୂରା ଦେଶରେ ହିଂସା ଉଗ୍ର ରୂପ ଧାରଣ କରିଥିବା ବେଳେ ସରକାରୀ ସମ୍ପତ୍ତି ପୋଡ଼ାଜଳା କରିଛନ୍ତି ଇମ୍ରାନଙ୍କ ସମର୍ଥକ ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଆକ୍ସନ ମୋଡ଼ରେ ଦିଲ୍ଲୀ ସରକାର, ହଟିଲେ ସେବା ବିଭାଗ ସଚିବ ଆଶିଷ ମୋରେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ପରେ ଆକ୍ସନ ମୋଡ଼ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ସରକାରଙ୍କ ସେବା ବିଭାଗ ସଚିବ ଆଶିଷ ମୋରେଙ୍କୁ ହଟାଇଛନ୍ତି ଦିଲ୍ଲୀ ସରକାର । ତାଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସିଇଓ ଏ.କେ. ସିଂ । ଆଗକୁ ଅଧିକ ସଂଖ୍ୟକ ବ୍ୟୁରୋକ୍ରାଟଙ୍କୁ ବଦଳି କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଦିଆଯାଇଥିବା ବିଶେଷ ଅଧିକାର ହଟାଇଥିଲେ ସୁପ୍ରିମକୋର୍ଟ । ଗଭର୍ଣ୍ଣମେଣ୍ଟ ଅଫ ଏନସିଟି ଅଫ ଦିଲ୍ଲୀ ବା GNCTD ଆକ୍ଟ ସଂଶୋଧନରେ ଉପରାଜ୍ୟପାଳଙ୍କୁ ଦିଆଯାଇଥିବା ବିଶେଷ ଅଧିକାରକୁ ଚ୍ୟାଲେଞ୍ଜ କରି ପିଟିସନ ଦାଏର କରିଥିଲେ ଦିଲ୍ଲୀ ସରକାର ।

ପିଟିସନର ଶୁଣାଣି କରି କୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିର ଅଧିକାର ନିର୍ବାଚିତ ସରକାରଙ୍କ ପାଖରେ ରହିଛି ବୋଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ କହିଥିଲେ । ସରକାରୀ ଅଧିକାରୀଙ୍କ ଉପରେ ରାଜ୍ୟର ନିୟନ୍ତ୍ରଣ ନରହିବା ଭୁଲ । ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନରହିଲେ, ଅଧିକାରୀ ଅମାନିଆ ହେବେ ବୋଲି ଖଣ୍ଡପୀଠ କହିଥିଲେ ।

ଟ୍ୱିଟର ସିଇଓ ପଦରୁ ବିଦାୟ ନେବେ ଏଲନ ମସ୍କ, ୬ ସପ୍ତାହ ମଧ୍ୟରେ ଯୋଗଦେଇପାରନ୍ତି ନୂଆ ସିଇଓ

ଓ୍ୱାଶିଂଟନ: ଟ୍ୱିଟରର ସିଇଓ ପଦରୁ ବିଦାୟ ନେବେ ଏଲନ୍ ମସ୍କ । ଖୁବ୍ ଶୀଘ୍ର ନୂଆ ସିଇଓ ନିଯୁକ୍ତି ହେବେ ବୋଲି ସୂଚନା ମିଳିଛି । ମସ୍କ କହିଛନ୍ତି- ସେ ଟ୍ୱିଟର ସିଇଓ ପଦ ଛାଡିବେ । ୬ ସପ୍ତାହ ମଧ୍ୟରେ ନୂଆ ସିଇଓ ଯୋଗଦେବେ । ନୂଆ ସିଇଓ ଲାଗି ଲିଣ୍ଡା ୟାକାରିନୋଙ୍କ ନାଁ ଚର୍ଚ୍ଚାରେ ଥିବା ସୂଚନା ମିଳିଛି । ୟାକାରିନୋ ଏନବିସି ୟୁନିଭର୍ସାଲର ଆଡଭର୍ଟାଇଜିଂ ସେଲ୍ସ ଏକଜିକ୍ୟୁଟିଭ ଅଛନ୍ତି । ମସ୍କଙ୍କ ସହ ୟାକାରିନୋଙ୍କ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି । ଗତବର୍ଷ ଅକ୍ଟୋବରରେ ୪୪ ବିଲିୟନ ଡଲାର ମୂଲ୍ୟରେ ଟ୍ୱିଟରକୁ କ୍ରୟ କରିଥିବା ମସ୍କ ଟ୍ୱିଟରର ଅନେକ ନୀତିରେ ପରିବର୍ତ୍ତନ ଆଣିସାରିଛନ୍ତି । ସିଇଓ ପଦ ଛାଡିବା ପରେ ସେ ଟୁଇଟରର ସଫ୍ଟଓ୍ବେର ଓ ସର୍ଭର୍ସ ଟିମର ନେତୃତ୍ବ ନେବେ ବୋଲି କହିଛନ୍ତି ମସ୍କ ।

ଗତବର୍ଷ ଡିସେମ୍ବର ଟ୍ୱିଟର ଫଲୋୟର୍ସଙ୍କୁ ନେଇ ହୋଇଥିବା ସର୍ଭରେ ମସ୍କ ସିଇଓ ପଦରୁ ହଟିବା ସପକ୍ଷରେ ମତଦେଇଥିଲେ ୫୭.୫ ପ୍ରତିଶତ ୟୁଜର । ଟ୍ୱିଟରର ନୀତି ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହୋଇଥିଲେ ଟେସଲା ଓ ସ୍ପେସ ଏକ୍ସପ୍ଲୋରେସନ ଟେକନୋଲୋଜିସ କର୍ପୋରେସନର ସିଇଓ । ଟ୍ୱିଟରକୁ କେବଳ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ନୁହେଁ ବରଂ ଏହାକୁ ଫିନାନସିଆଲ ସର୍ଭିସ ସମେତ ଅନ୍ୟାନ୍ୟ ସେବାଭିତ୍ତିକ ଆପରେ ପରିଣତ କରିବା ଲାଗି କହିଆସୁଛନ୍ତି ମସ୍କ ।

 

ଆନ୍ଧ୍ର କାଟ୍ରାଗଡ଼ରେ ୪ଟି ହାତୀଙ୍କ ମୃତଦେହ ଉଦ୍ଧାର, ବିଦ୍ୟୁତଆଘାତରୁ ମୃତ୍ୟୁ ସନ୍ଦେହ

ଗୁଣୁପୁର: ବିଦ୍ୟୁତ ଆଘାତରେ ୪ ହାତୀ ମୃତ । ଆନ୍ଧ୍ରପ୍ରଦେଶ କାଟ୍ରାଗଡ଼ାରେ ଏକାସାଙ୍ଗରେ ୪ ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଓଡ଼ିଶାରୁ ୬ ଟିକିଆ ହାତୀପଲ ଆନ୍ଧ୍ର ସୀମା ପାର ହେଉଥିବା ବେଳେ ବିଦ୍ୟୁତ ଆଘାତରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଗୁଣପୁର ପଦୁପୁର ନୁଆଗଡ଼ ଅଞ୍ଚଳରେ ଥିଲେ ହାତୀପଲ । କିଛି ମାସ ତଳେ ଆନ୍ଧ୍ର ମୁହାଁ ହୋଇଥିଲେ । ଆଉ ଦୁଇଟି ହାତୀ ଜୀବନ ବିକଳରେ ପାଖ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳୁଛି । ଆନ୍ଧ୍ର ବନ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରୁଛନ୍ତି ଲୋକ ।

ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତା, ୨୦୨୨-୨୩ରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ ଟନରୁ ଅଧିକ ପରିମାଣ ଖାଦ୍ୟଶସ୍ୟ ଉତ୍ପାଦନ

ଭୁବନେଶ୍ୱର: ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତା । ଗତ ବର୍ଷ ରାଜ୍ୟରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି । ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୩୬ ଲକ୍ଷ ୬ ହଜାର ମେଟ୍ରିକ୍ ଟନରୁ ଅଧିକ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହୋଇଥିବା କୃଷି ବିଭାଗ କହିଛି । ୨୦୨୦-୨୧ ବର୍ଷରେ ରାଜ୍ୟରେ ୧୩୦ ଲକ୍ଷ ୩୮ ହଜାର ମେଟ୍ରିକ୍ ଟନରୁ ଅଧିକ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା । ୧୧୫ ଲକ୍ଷ ମେଟ୍ରିକ୍ ଟନ ଚାଉଳ ଉତ୍ପାଦନ ହୋଇଥିବାବେଳେ ୮ ଲକ୍ଷ ୬୦ ହଜାର ମେଟ୍ରିକ୍ ଟନରୁ ଅଧିକ ମକା, ୧ ଲକ୍ଷ ୬୧ ହଜାର ମେଟ୍ରିକ୍ ଟନରୁ ଅଧିକ ମାଣ୍ଡିଆ ଏବଂ  ୨୮ ହଜାର ମେଟ୍ରିକ ଟନରୁ ଅଧିକ ଗହମ, ବାଜରା, ଓ ଅନ୍ୟ ଲଘୁଶସ୍ୟ ଉତ୍ପାଦନ ହୋଇଛି ।

ସେହିପରି ୧୦ ଲକ୍ଷ ୫୫ ହଜାର ମେଟ୍ରିକ୍ ଟନରୁ ଅଧିକ ଡାଲିଜାତୀୟ ଶସ୍ୟ ଉତ୍ପାଦନ ହୋଇଛି । ଏହା ମଧ୍ୟରେ ୪ ଲକ୍ଷ ୨୧ ହଜାର ମେଟ୍ରିକ୍ ଟନ ଅଧିକ ମୁଗ, ୧ ଲକ୍ଷ ୯୭ ହଜାର ମେଟ୍ରିକ୍ ଟନରୁ ଅଧିକ ବିରି, ୧ ଲକ୍ଷ ୩୭ ହଜାର ମେଟ୍ରିକ ଟନରୁ ଅଧିକ ହରଡ଼, ୯୧ ହଜାର ମେଟ୍ରିକ୍ ଟନରୁ ଅଧିକ କୋଳଥ, ୨୯ ହଜାର ମେଟ୍ରିକ ଟନରୁ ଅଧିକ ମଟର, ୭ ହଜାର ମେଟ୍ରିକ ଟନରୁ ଅଧିକ ମସୁର, ୬୮ ହଜାର ମେଟ୍ରିକ ଟନରୁ ଅଧିକ ବରଗୁଡ଼ି ଏବଂ ଅନ୍ୟ ଡାଲିଜାତୀୟ ଫସଲ ୭୬ ହଜାର ମେଟ୍ରିକ ଟନ୍ ଅନ୍ତର୍ଭୁକ୍ତ ରହିଛି । ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏଥିପାଇଁ ସେ ଚାଷୀ ଓ  ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।

 

ଦିଲ୍ଲୀରେ ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗ ଉଠାଉଛନ୍ତି ମୁଖ୍ୟମନ୍ତ୍ରୀ, ଆଜି ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିପାରନ୍ତି ନବୀନ

ନୂଆଦିଲ୍ଲୀ: ଦିଲ୍ଲୀରେ ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗ ଉଠାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତର ଆଜି ତୃତୀୟ ଦିନ । ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା ସହିତ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର ସମ୍ଭାବନା ରହିଛି । କେନ୍ଦ୍ରମନ୍ତ୍ରୀଙ୍କୁ ବେଟି ଓଡ଼ିଶାର ଦାବି ଉପସ୍ଥାପନ କରିବେ ନବୀନ  । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ସ୍ବାର୍ଥ ଦାବି ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ବିଶେଷକରି ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଦାବି କରିଛନ୍ତି ନବୀନ। ୨୦୨୨ ସେପ୍ଟେମ୍ବରରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସାଇଟ୍ କ୍ଲିୟରାନ୍ସ ପ୍ରସ୍ତାବ ଅନୁମୋଦନ ଅପେକ୍ଷାରେ ପଡ଼ିରହିଛି । ଭୁବନେଶ୍ବର ବିମାନବନ୍ଦରରେ ଧୀରେ ଧୀରେ ଏୟାର ଟ୍ରାଫିକ ବୃଦ୍ଧି ପାଉଥିବାରୁ ପୁରୀ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ପଡ଼ି ରହିଥିବା ପ୍ରସ୍ତାବକୁ ତୁରନ୍ତ ମଂଜୁର କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।

ସେହିପରି ଭାରତ ନେଟ୍ ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଉଦ୍ୟମୀ ଯୋଜନାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୫ଟି ମାଗଣା ନେଟ୍ ସଂଯୋଗୀକରଣ ଦ୍ବିତୀୟ ପର୍ଯ୍ୟାୟରେ ସାମିଲ କରିବାକୁ ଦାବି କରିଥିଲେ । ଭାରତ ନେଟର ଲିନିୟର ନେଟଓ୍ବର୍କକୁ ରିଙ୍ଗ୍ ନେଟଓ୍ବର୍କରେ ପରିଣତ କରି ସବୁ ଜିଲ୍ଲା ଓ ରାଜଧାନୀକୁ ଯୋଡ଼ିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଟେଲିକମ୍ ବିଭାଗ ଖାରଜ କରିଦେଇଛି । ଓଡ଼ିଶା ବାରମ୍ବାର ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟର ଶିକାର ହେଉଥିବାରୁ ରିଙ୍ଗ୍ ନେଟଓ୍ବର୍କ ନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଥିଲେ ନବୀନ । ୨୦୧୭-୧୮ରୁ ୮ଟି ଜାତୀୟ ରାଜପଥ ପ୍ରକଳ୍ପ ଅସଂପୂର୍ଣ୍ଣ ଅବସ୍ଥାରେ ପଡିରହିଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ରାଜ୍ୟର ୬ ହଜାର ୭୯୮ ପଞ୍ଚାୟତରୁ ୨ ହଜାର ୮୪୪ ପଞ୍ଚାୟତ ଅର୍ଥାତ ୪୨ ପ୍ରତିଶତ ପଞ୍ଚାୟତରେ ୫ ହଜାର ୭୭୪ରେ ବ୍ୟାଙ୍କ ଶାଖା ରହିଛି । ବଳକା ୫୮ପ୍ରତିଶତ ପଞ୍ଚାୟତରେ ବ୍ୟାଙ୍କର ସ୍ଥାୟୀ ଶାଖା ନାହିଁ । ଯଦିଓ ଲୋକଙ୍କ ସୁବିଧା ପାଇଁ ବ୍ୟବସାୟିକ ପ୍ରତିନିଧିଙ୍କୁ ଦାୟିତ୍ବ ଦିଆଯାଇଛି, ହିତାଧିକାରୀମାନେ କିନ୍ତୁ ପଇସା ଉଠାଇ ପାରୁନାହାନ୍ତି । ରାଜ୍ୟର ସବୁ ପଞ୍ଚାୟତରେ ଦୁଇ ବର୍ଷ ମଧ୍ୟରେ ବ୍ୟାଙ୍କର ସ୍ଥାୟୀ ବ୍ରାଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ସେହିଭଳି ବ୍ୟାଙ୍କକୁ ଯାଇପାରୁନଥିବା ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ପେନସନ୍ ଓ ଅନ୍ୟାନ୍ୟ ଭତ୍ତା ଉଠାଣରେ ରିହାତି ଯୋଗାଇ ଦେବାକୁ ଦାବି କରିଥିଲେ ନବୀନ । ଆସନ୍ତାକାଲି ନବୀନ ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି ।

ଆଦାନୀ ବନାମ ହିଣ୍ଡେନବର୍ଗ ମାମଲା: ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ବନାମ ହିଣ୍ଡେନବର୍ଗ ମାମଲା । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଏହି ଘଟଣାର ତଦନ୍ତ ଲାଗି ଏକ ଏକ୍ସପର୍ଟ ପ୍ୟାନେଲ ଓ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ବା ସେବିକୁ ନିର୍ଦ୍ଦେଶ ଦେବାର ପ୍ରାୟ ମାସକ ପରେ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପି.ଏସ. ନରସିହ୍ମା ଓ ଜଷ୍ଟିସ ଜେ.ବି. ପାର୍ଦ୍ଦିଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ହିଣ୍ଡେନବର୍ଗ ରିପୋର୍ଟ ଅନୁସାରେ ଆଦାନୀ ଗ୍ରୁପ ଦ୍ବାର ସିକ୍ୟୁରିଟି ଆଇନର କୌଣସି ଉଲ୍ଲଂଘନ ହୋଇଛି କି ନାହିଁ ତାହାର ଯାଞ୍ଚ ଲାଗି ଗତ ମାର୍ଚ୍ଚ ୨ ତାରିଖରେ ସେବିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପର ମାର୍କେଟ ଭାଲ୍ୟୁ ପ୍ରାୟ ୧୪୦ ବିଲିୟନ ଡଲାର କ୍ଷତିଗ୍ରସ୍ତ ହୋଇଥିଲା ।

ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ. ସାପ୍ରେଙ୍କ ନେତୃତ୍ବରେ ଏହାର ତଦନ୍ତ ଲାଗି ଏକ ୬ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଥିଲା । ଏହା ସହ ନିବେଶକଙ୍କ ପୁଞ୍ଜିର ସୁରକ୍ଷା ଦିଗରେ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ । ଗତ ଏପ୍ରିଲ ୨୯ରେ ବିଭିନ୍ନ ତାଲିକାଭୁକ୍ତ ଓ ଅଣତାଲିକାଭୁକ୍ତ ତଥା ବିଦେଶୀ କମ୍ପାନୀଙ୍କ ମଧ୍ୟରେ ହୋଇଥିବା କାରବାର ସମ୍ପର୍କରେ ରିପୋର୍ଟ ଦାଖଲ କରିଥିଲା ସେବି । ବର୍ତ୍ତମାନ ସୁଦ୍ଧା ଆଇନଜୀବୀ ଏମଏଲ ଶର୍ମା, ବିଶାଳ ତିଓ୍ବାରୀ ଓ କଂଗ୍ରେସ ନେତା ଜୟ ଠାକୁରଙ୍କ ଦ୍ବାରା ସୁପ୍ରିମକୋର୍ଟରେ ୪ଟି ଜନସ୍ବାର୍ଥ ମାମଲା ଦାୟର ହୋଇଛି । ଆଦାନୀଙ୍କ ବ୍ୟାବସାୟିକ ସାମ୍ରାଜ୍ୟ ସହ ଏଲଆଇସି ଓ ଷ୍ଟେଟବ୍ୟାଙ୍କ ପରି ବୃହତ ସଂସ୍ଥା ଜଡ଼ିତ ହୋଇଥିବାରୁ ଦେଶବ୍ୟାପୀ ସୃଷ୍ଟି ହୋଇଥିଲା ସଂଶୟ ।

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ

ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ । ସକାଳ ୧୦ଟାରେ ଦଶମ ଓ ଏହା ପରେ ଦ୍ୱାଦଶ ଫଳ ପ୍ରକାଶ ପାଇବ । ଅଫିସିଆଲ ଓ୍ବେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ପରୀକ୍ଷା ରୋଲ ନମ୍ବର ଓ ଆଡମିଟ କାର୍ଡ ମାଧ୍ୟମରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଜାଣିପାରିବେ ।

ଗତ ଫେବ୍ରୁଆରୀ ୧୪ ତାରିଖରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସିବିଏସଇ ଦଶମ ଏବଂ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ବାଦଶ ପରୀକ୍ଷା ହୋଇଥିଲା । ଚଳିତବର୍ଷ ଦେଶର ୭ହଜାର ୨୫୦ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ୨୧ ଲକ୍ଷ ୮୬ ହଜାର ୯୪୦ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବାବେଳେ ଦ୍ୱାଦଶ ଶ୍ରେଣୀରେ ୧୬ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

୬ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ‘ମୋକା’

ଭୁବନେଶ୍ୱର :  କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ ଗତି କରୁଛି ସାମୁଦ୍ରିକ ଝଡ଼ ମୋକା । ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେଲା ମୋକା । ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ମୋକା । ପୋର୍ଟ ବ୍ଲେୟାରର ପଶ୍ଚି-ଉତ୍ତର ପଶ୍ଚିମର ୫୨୦ କିଲୋମିଟର ଏବଂ ବାଂଲାଦେଶର କକ୍ସ ବଜାରଠାରୁ ୧ ହଜାର ୩୦ କିଲୋମିଟର ତଥା ମିଆଁମାରର ସିତଓ୍ବେ ଠାରୁ ୯୫୦ କିଲୋମିଟର ଦୂରରେ ରହିଛି ମୋକା ।

ଆସନ୍ତା ୬ ଘଣ୍ଟାରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ମୋକା । ଏଙା ବାଂଲାଦେଶର ଦକ୍ଷିଣ ପୂର୍ବ ଦେଇ ଦେଇ ଗତି କରିବ । ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ରହିବ । କେତେକାଂଶରେ ଏହା ୧୭୫ କିଲୋମିଟର ବେଗରେ ପହଞ୍ଚିବା ଆଶଙ୍କା ରହିଛି । ମୋକା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଆକାଶ ମେଘୁଆ ରହିବ । ଆଜି ଓ ଆସନ୍ତା କାଲି ସାମାନ୍ୟ ତାତିରୁ ସାମାନ୍ୟ ନିସ୍ତାର ମିଳିବ । ୧୫ରୁ ଅସହ୍ୟ ଗରମ ହେବ ବୋଲି କହିଛି ପାଣିପାଗ ବିଭାଗ ।

ସଫଳ ସ୍ବାସ୍ଥ୍ୟସେବାର ନୂଆ ଅଧ୍ୟାୟ, ୧୧୮୧ ଜଣ ଡାକ୍ତରଙ୍କୁ ବିଭିନ୍ନ ଡାକ୍ତରଖାନାରେ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ସଫଳ ସ୍ବାସ୍ଥ୍ୟସେବାର ନୂଆ ଅଧ୍ୟାୟ । ୧୧୮୧ ଜଣ ଡାକ୍ତରଙ୍କୁ ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ସମସ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ ରହିବେନି ଡାକ୍ତର ଅଭାବ । ଓଡ଼ିଶା ହେଉଛି ଡାକ୍ତର ବଳକା ରାଜ୍ୟ । ବର୍ତ୍ତମାନ ରାଜ୍ୟରେ ୧୦ଟି ସରକାରୀ ମେଡିକାଲ କଲେଜ ରହିଛି । ଏହା ସହିତ ୨ଟି ପୋଷ୍ଟ ଗ୍ରାଜୁଏଟ ଓ ଡେଣ୍ଟାଲ ମେଡିକାଲ କଲେଜ ରହିଛି । ୧୦ଟି ମେଡିକାଲ କଲେଜରେ ମୋଟ ୧୪୦୦ ଏମବିବିଏସ ସିଟ୍ ରହିଛି।

ଚଳିତ ଶିକ୍ଷା ବର୍ଷରୁ କଳାହାଣ୍ଡିର ମେଡିକାଲ କଲେଜରେ ପାଠପଢା ହେବ । ଆସନ୍ତା ବର୍ଷ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ଦୁଇଟି ଓ ୨୦୨୬ ସୁଦ୍ଧା ତାଳଚେରରେ ମଧ୍ୟ ପ୍ରତିଷ୍ଠା ହେବ ମେଡିକାଲ କଲେଜ। ସବୁ ଜିଲ୍ଲାରେ ମେଡିକାଲ ଖୋଲିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଖୁବଶୀଘ୍ର ରାଜ୍ୟରେ ୫ ହଜାର ଡାକ୍ତର ନିଯୁକ୍ତି ପାଇବେ ବୋଲି ବିଧାନସଭାରେ ଘୋଷଣା କରିଥିଲେ ।