ସ୍ନେହ ଓ ଭଲପାଇବା ଆଗରେ ବର୍ଷାକୁ ଖାତିର ନକରି ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି 5T ସଚିବ

1 min read

ନୟାଗଡ଼: ଭାପୁରରେ 5T ସଚିବଙ୍କ ଉପରେ ଆଶୀର୍ବାଦ ଅଜାଡିଲେ ହଜାର ହଜାର ଜନସାଧାରଣ । ପ୍ରବଳ ବର୍ଷାରେ ଏକାଠି ହୋଇ ରୂପାନ୍ତରଣ ପାଇଁ ହାତ ବଢାଇଛନ୍ତି ଜନତା । ଅନାବିଳ ସ୍ନେହ ଓ ଭଲପାଇବା ଆଗରେ ବର୍ଷାକୁ ଖାତିର ନକରି ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ସମସ୍ତଙ୍କଠୁ ଦରଖାସ୍ତ ଗ୍ରହଣ କରିବା ସହିତ ସପ୍ତାହକରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ୨୭ ତାରିଖ ଭିତରେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଅଭିଯୋଗ ପତ୍ରର ମସାଧାନ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସପ୍ତାହକ ଭିତରେ ଟଙ୍କା ଅନୁମୋଦନ କରିବେ । ଅନୁଦାନ ରାଶିର ସୁବିନିଯୋଗ କରିବାକୁ 5T ସଚିବ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଭଲକାମ କଲେ ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ଟଙ୍କା ମଞ୍ଜୁର କରାଯିବ । ଆପଣଙ୍କ ସମସ୍ୟାର ସମାଧାନ ହୋଇଛି କି ନାହିଁ, ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାସେ ପରେ ଫୋନ କରି ଅପଡେଟ୍ ନେବ । ଏହି ଅବସରରେ ମିଶନ ଶକ୍ତି ଓ ବିଏସକେଓ୍ବାଇ ମାଧ୍ୟମରେ ରାଜ୍ୟ ସରକାର ଯୋଗାଉଥିବା ସୁବିଧା ଓ ଲୋକ କିପରି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ ଆଲୋଚନା କରିଥିଲେ 5T ସଚିବ । ଭାପୁର ପରେ ଖଣ୍ଡପଡ଼ାରେ ପହଞ୍ଚି ମାରାଥନ ସମୀକ୍ଷା କରିଛନ୍ତି 5T ସଚିବ । ଲୋକଙ୍କ ଦାବି ଶୁଣିବା ସହ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ।