spot_img
Home Blog Page 3172

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ଓଡ଼ିଶା କୁସ୍ତି ସଂଘର ସମର୍ଥନ

ଭୁବନେଶ୍ବର: ନ୍ୟାୟ ଦାବିରେ ଜନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିବାରେ ଲାଗିଛି ସମର୍ଥନ । ଏହି କ୍ରମରେ ଓଡ଼ିଶା କୁସ୍ତି ସଂଘ ଛିଡ଼ା ହେଲା କୁସ୍ତିଯୋଦ୍ଧାଙ୍କ ସହ । ନ୍ୟାୟ ଦାବି କଲେ ରାଜ୍ୟ କୁସ୍ତି ସଂଘର ସଭାପତି ଓ ସମ୍ପାଦକ । କହିଲେ- ବ୍ରିଜ ଭୂଷଣଙ୍କ ବିରୋଧରେ ନିଆଯାଉ ଆଇନ ଅନୁଯାୟୀ ଆକ୍ସନ । ଏପଟେ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ମାମଲା ରୁଜୁ ପରେ ୭ ଅଭିଯୋଗକାରୀଙ୍କୁ ସୁରକ୍ଷା ଦେଲା ଦିଲ୍ଲୀ ପୋଲିସ ।

ବିଜେପି ନେତା ତଥା ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ଚରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଚାରିଆଡେ ଛି ଛାକାର । ବ୍ରିଜଭୂଷଣ ସିଂଙ୍କୁ ତୁରନ୍ତ ବହିଷ୍କାର କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିବାରେ ଲାଗିଛି । ଓଡ଼ିଶା କୁସ୍ତି ସଂଘର ଉପସଭାପତି ଦେବେନ୍ଦ୍ର ସାହୁ ମଧ୍ୟ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଜାତୀୟ ଅନ୍ତର୍ଜାତୀୟ କ୍ଷେତ୍ରରେ ଦେଶ ପାଇଁ ଗୌରବ ଆଣୁଥିବା କୁସ୍ତି ଯୋଦ୍ଧାଙ୍କ ପ୍ରତି ଅନ୍ୟାୟ ହେଉଛି । ଅଲମ୍ପିଆନ ଅନୁରାଧା ବିଶ୍ବାଳ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛନ୍ତି । କୁସ୍ତି ଯୋଦ୍ଧାଙ୍କ କ୍ୟାରିୟରର ଗୋଟିଏ ମିନିଟ ବି ବହୁତ ମୂଲ୍ୟବାନ । ଏଠି କୁସ୍ତିଯୋଦ୍ଧା ଅନ୍ୟାୟର ପ୍ରତିବାଦ କରି ଯେଉଁ ଧାରଣାରେ ଦେଇଛନ୍ତି ତାଙ୍କୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି । ଆନ୍ଦୋଳନକୁ ରେସଲର କୋଚ ମଧ୍ୟ ସମର୍ଥନ ଜଣାଇଛନ୍ତି । କେନ୍ଦ୍ର ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ସହ ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ରାଜନୀତିର ଏଣ୍ଟ୍ରିକୁ ନାପସନ୍ଦ କରିଛନ୍ତି ଓଡ଼ିଶା କୁସ୍ତି ସଂଘର ସମ୍ପାଦକ । ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ମିଳୁ । ଏହାଦ୍ବାରା କୁସ୍ତି ଯୋଦ୍ଧାଙ୍କୁ ନ୍ୟାୟ ମିଳିବ । ଜନ୍ତରମନ୍ତରରେ ଚାଲିଥିବା ଧାରଣା କୁସ୍ତି ପ୍ରତି ଲୋକଙ୍କ ମନରେ ମଳିନତା ସୃଷ୍ଟି କରୁଛି । ମାମଲା ଏବେ ସୁପ୍ରିମକୋର୍ଟରେ ଥିବାରୁ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ହେଉ ବୋଲି ସେ କହିଛନ୍ତି ।

ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗକୁ ବୁଦ୍ଧିଜୀବୀମାନେ ମଧ୍ୟ ନାପସନ୍ଦ କରିଛନ୍ତି । ଦେଶ ତଥା ବିଦେଶରେ ନାଁ କରୁଥିବା ଯୋଦ୍ଧାଙ୍କ ପାଇଁ ପ୍ରଶାସନ ଆଗେଇ ଆସୁ, ନହେଲେ କୁସ୍ତିରେ କ୍ୟାରିୟର କରିବାକୁ ଚାହୁଁଥିବା ଭବିଷ୍ୟତ ପିଢି ଏଥିରୁ ବିମୁଖ ହୋଇଯିବେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଜନ୍ତରମନ୍ତରରେ ଚାଲିଥିବା ଧାରଣାକୁ ଭଣ୍ଡୁର କରିବା ପାଇଁ ଚାରିଆଡୁ କରାଯାଉଛି ଉଦ୍ୟମ । ରାଜନୈତିକ ସମର୍ଥନ ବଢୁଥିବାରୁ ପ୍ରତିବାଦ ସ୍ଥଳରୁ କୁସ୍ତିଯୋଦ୍ଧାଙ୍କୁ ହଟେଇବା ପାଇଁ ଜୋରସୋର ପ୍ରୟାସ କରାଯାଉଛି । ଦିଲ୍ଲୀ ପୋଲିସ ପକ୍ଷରୁ ଧାରଣାସ୍ଥଳ ଛାଡିବା ପାଇଁ ନୋଟିସ ଦିଆଯାଇଥିବା ବେଳେ ବିଦ୍ୟୁତ ଓ ପାଣି ସଂଯୋଗ ବିଚ୍ଛିନ୍ନ କରାଯାଇଛି । ସେପଟେ ଦିଲ୍ଲୀ ପୋଲିସର ମାମଲା ରୁଜୁ ପରେ ୭ ଜଣ ଅଭିଯୋଗକାରୀଙ୍କୁ ପୋଲିସ ସୁରକ୍ଷା ଦେଇଛି ।

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଚାର ମୈଦାନରେ ଦୀପାଳିଙ୍କୁ ବିପୁଳ ଜନ ସମର୍ଥନ

ଝାରସୁଗୁଡ଼ା: ଜମୁଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର । ମୈଦାନରେ ୩ ପ୍ରମୁଖ ରାଜେନୖତିକ ଦଳ । ଟକ୍କର ଜବରଦସ୍ତ । ହେଲେ ପ୍ରଚାରରେ ସମସ୍ତଙ୍କ ଆଗରେ ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

ଦୀପାଳି ଆଜି ଲଇକେରା ବ୍ଲକ ତିଲେଇମାଲ ପଞ୍ଚାୟତ କୁକେରମା ଗାଁରୁ ପ୍ରଚାର ଆରମ୍ଭ କରିଥିଲେ । ପଞ୍ଚାୟତର ବିଭିନ୍ନ ଗାଁରେ ଲୋକଙ୍କ ପାଖରେ ପହଞ୍ଚି ଭୋଟ୍ ଭିକ୍ଷା କରିବା ପରେ ଜାମମାଲ, ବାବୁ ଚିପିଡିହି, ସାହସପୁର ଓ ଭାଟଲୋଇଡା ପଞ୍ଚାୟତର ବିଭିନ୍ନ ଗାଁରେ କ୍ୟାମ୍ପେନିଂ କରିଥିଲେ । ଗାଁ ଗାଁରେ ଦୀପାଳିଙ୍କ ପ୍ରତି ଦେଖିବାକୁ ମିଳିଥିଲା ବିପୁଳ ଜନ ସମର୍ଥନ । ଯେଉଁ ଗାଁକୁ ପ୍ରଚାର ପାଇଁ ଗଲେ ଦୀପାଳିଙ୍କୁ ମହିଳାମାନେ ଫୁଲ ଚନ୍ଦନ ଲଗାଇ ହୁଳହୁଳି ଦେଇ ସ୍ଵାଗତ କରୁଛନ୍ତି । ଲୋକପ୍ରିୟତା ଓ ଜନ ସମର୍ଥନ ଦିନକୁ ଦିନ ବଢୁଥିବା ବେଳେ ଓ ଝିଅ ଭଳି ଭଲ ପାଇବା ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ଦୀପାଳି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନାର ସୁଫଳ ଝାରସୁଗୁଡ଼ାବାସୀ ପାଇଛନ୍ତି । ଏହାକୁ ଆଧାର କରି ଲୋକଙ୍କ ପାଖରେ ପହଞ୍ଚୁଛି ବିଜେଡି । ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ, ସଭା କରି ଜୋରଦାର ପ୍ରଚାର କରୁଛନ୍ତି । ମାଟିର ଝିଅ ଦୀପାଳିଙ୍କୁ ସବୁଠି ମିଳୁଛି ମନଖୋଲା ସମର୍ଥନ ।

ପେଟ୍ରୋଲ, ଡିଜେଲ ଦର କମିବା ଚାହୁଁନି କେନ୍ଦ୍ର ସରକାର !

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଦର କମୁ, ଏକଥା ଚାହୁଁନି କେନ୍ଦ୍ର । ପେଟ୍ରୋଲ ଓ ଡିଜେଲକୁ ଜିଏସଟି ନେଟ୍କୁ ଆଣିବା ନେଇ ବିଜେପି ଯୁକ୍ତି ବାଢୁଛି, ହେଲେ ପ୍ରଶ୍ନ ଉଠୁଛି ତାକୁ କରିବ କିଏ ? କେନ୍ଦ୍ର ନା ରାଜ୍ୟ ? ବିଶେଷଜ୍ଞଙ୍କ ମତ, କେନ୍ଦ୍ର ପାଖରେ ରହିଛି ସବୁ କ୍ଷମତା । ସମ୍ବିଧାନ ସଂଶୋଧନ କରିବେ, ନଚେତ୍ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ନେଉଥିବା ସେସ୍କୁ ମୂଳ ଉତ୍ପାଦ ଶୁଳ୍କରେ ମିଶ୍ରଣ କଲେ ତେଲ ଦର କମିଯିବ । କେନ୍ଦ୍ର ଏପରି ନିଷ୍ପତ୍ତି ନେଲେ ଆପେ ରାଜ୍ୟମାନେ ବି ଭାଟ୍ ହ୍ରାସ କରିପାରିବେ ।

ପେଟ୍ରୋଲ ଓ ଡିଜେଲ ଦର ନେଇ କେନ୍ଦ୍ରର ଭେଳିକି । ଦର ହ୍ରାସ କରିବା କ୍ଷମତା କେନ୍ଦ୍ର ସରକାରଙ୍କ ହାତରେ । ତଥାପି ଅବାନ୍ତର ଯୁକ୍ତି କରୁଛି ବିଜେପି । ଏହାକୁ ନାପସନ୍ଦ କରିଛନ୍ତି ଅର୍ଥନୀତି ସମୀକ୍ଷକ । ବାସ୍ତବରେ ଏଯାଏଁ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ କେବେ ବି ଆନ୍ତରିକତା ଦେଖାଇନି କେନ୍ଦ୍ର । ୨୦୧୬ରେ ୧୦୧ ତମ ସମ୍ବିଧାନ ସଂଶୋଧନ ଯୋଗୁଁ ଜିଏସଟି ଆଇନ ଆସିଲା । ସେଥିରେ ପେଟ୍ରୋଲ, ଡିଜେଲ, ବୈମାନିକ ଇନ୍ଧନ, ମଦ, ସିଏନଜି ଓ ଅଶୋଧିତ ତୈଳ ଉପରେ ମୂଲ୍ୟଯୁକ୍ତ କର ବସାଇବା ପାଇଁ ରାଜ୍ୟକୁ କ୍ଷମତା ଦିଆଯାଇଥିଲା । ଯଦି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ନେଟ୍କୁ ଆଣିବାକୁ କେନ୍ଦ୍ର ଚାହିଁବ, ତା’ହେଲେ ସବୁ ରାଜ୍ୟଙ୍କ ସହମତି ଆଧାରରେ ଜିଏସଟି ପରିଷଦର ଅନୁମୋଦନ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ କ୍ୟାବିନେଟ୍କୁ ସୁପାରିସ କରିବେ । ଯଦି ସବୁ ରାଜ୍ୟ ସହମତ ନହୁଅନ୍ତି ତେବେ ଦୁଇ ତୃତୀୟାଂଶ ଭୋଟ୍ ଆଧାରରେ ବି କ୍ୟାବିନେଟକୁ ସୁପାରିସ କରାଯାଇପାରିବ । କ୍ୟାବିନେଟ୍ ଅନୁମୋଦନ ପରେ ସମ୍ବିଧାନ ସଂଶୋଧନ ହେବ ।

ଗୋଟିଏ ଲିଟର ପିଛା ପେଟ୍ରୋଲ ଉପରେ କେନ୍ଦ୍ର ସ୍ବତନ୍ତ୍ର ଉତ୍ପାଦ ଶୁଳ୍କ, କୃଷି ସେସ୍, ରାସ୍ତା ଭିତ୍ତିଭୂମି ବାବଦରେ ୧୮ ଟଙ୍କା ୫୦ ପଇସା ଆଦାୟ କରୁଛନ୍ତି । ଡିଜେଲରେ ଆଦାୟ ହେଉଛି ୧୪ ଟଙ୍କା । ଏଥିରୁ ଗୋଟିଏ ଟଙ୍କା ଡିଭିଜିବିଲ୍ ପୁଲ୍କୁ ଯାଏନି କି ରାଜ୍ୟମାନେ ଟଙ୍କାଟିଏ ପାଆନ୍ତିନାହିଁ ।

କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସଟି ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ନଭେମ୍ବରରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ । ଏହାସହ ସଂସଦରେ ବିଜେଡି ସାଂସଦ ବି ସ୍ବର ଉଠାଇଛନ୍ତି । ହେଲେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ କଲେନି । ୧୮ ପ୍ରତିଶତ ଜିଏସଟି ଯୋଗୁଁ ଗରିବ ଆଦିବାସୀଙ୍କ ଆର୍ଥିକ ସଂକଟରେ ପଡୁଛନ୍ତି । ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଜିଏସଟି ପରିଷଦ ବୈଠକରେ ବିଧିବଦ୍ଧ ଭାବେ ପ୍ରସ୍ତାବ ଆସିଲେ ଓଡ଼ିଶା ସରକାର ବିଚାର କରିବେ ।

ପେଟ୍ରୋଲ ଉପରେ ଏବେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ୧ ଟଙ୍କା ୪୦ ପଇସା ଓ ଡିଜେଲ ଉପରେ ଲିଟର ପିଛା ଉତ୍ପାଦ ଶୁଳ୍କ ୧ ଟଙ୍କା ୮୦ ପଇସା ନେଉଛନ୍ତି । ଏହା ରାଜ୍ୟମାନଙ୍କ ଭିତରେ ୪୦ ପ୍ରତିଶତ ହିସାବରେ ଟିକସ୍ ଅଂଶ ଭାବେ ବଣ୍ଟନ ହେଉଛି । ସେସ୍ ଗୁଡ଼ିକ ମୂଳ ଉତ୍ପାଦ ଶୁଳ୍କରେ ମିଶ୍ରଣ କଲେ ରାଜ୍ୟମାନଙ୍କ ଅଂଶଧନ ପରିମାଣ ବି ଅଧିକ ହେବ । ହେଲେ ପ୍ରଶ୍ନ ଉଠୁଛି ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅଧିକ ଅର୍ଥ ଆସୁ ବୋଲି କ’ଣ ଚାହୁଁନାହାନ୍ତି ?

ବିଜେପି ଶାସିତ ରାଜ୍ୟ ପାଇଁ ଗୋଟେ ନିୟମ, ଓଡ଼ିଶା ପାଇଁ ଆଉ ଗୋଟେ

ଭୁବନେଶ୍ବର: ବିଜେପିର ଦୋମୁହାଁ ନୀତି । ନିଜେ ଶାସନ କରୁଥିବା ରାଜ୍ୟ ପାଇଁ ଗୋଟିଏ ନିୟମ ଏବଂ ଓଡ଼ିଶା ପାଇଁ ଭିନ୍ନ । ବିଜେପି ଶାସିତ ରାଜ୍ୟରେ ସାମ୍ପ୍ରଦାୟିକ ସ୍ଥିତି କିମ୍ବା ଗୋଷ୍ଠୀ ସଂଘର୍ଷ ହେଲେ ସବୁ ପ୍ରକାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଉପରେ କଟକଣା ଲଗାନ୍ତି ସେଠାକାର ରାଜ୍ୟ ସରକାର । ହେଲେ ଅଣ ବିଜେପି ରାଜ୍ୟରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇବାକୁ ଆଗଭର କାହିଁକି ? ସମ୍ବଲପୁର ଧିରେ ଧିରେ ସ୍ବାଭାବିକ ହେଉଥିବା ବେଳେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କାହା ସ୍ବାର୍ଥରେ ଗସ୍ତ କରିଥିଲା ? ନିଜ ଦଳର କିଛି ନେତାକୁ ଖୁସ୍ କରିବାକୁ ଯୋଜନା ନା ସମ୍ବଲପୁର ନିଆଁରେ ଘିଅ ଢାଳିବାକୁ ଚକ୍ରାନ୍ତ ଥିଲା ? ବିଜେପିର ଏଭଳି ଦୋମୁହାଁ ନୀତିକୁ ସବୁ ମହଲରୁ କରାଯାଉଛି ସମାଲୋଚନା ।

ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ରାଜ୍ୟ ବିଜେପିର ପୁରୁଣା ଅଭ୍ୟାସ । ସାମ୍ପ୍ରଦାୟିକ ଗଣ୍ଡଗୋଳ ସ୍ଥିତିରେ ଉତ୍ତେଜକ ଭାଷଣ ଦେଇ ସ୍ଥିତି ସଙ୍ଗୀନ କରିବାରେ ମାହିର । ଓଡ଼ିଶାରେ ବି ସମାନ କୌଶଳ ପ୍ରୟୋଗ କରିବାକୁ ହେଉଛି କି ଉଦ୍ୟମ ? ସମ୍ବଲପୁର ସ୍ବାଭାବିକ ହୋଇଥିବା ବେଳେ କାହା ସ୍ବାର୍ଥରେ ଦିଲ୍ଲୀରୁ ଆସିଛି ବିଜେପି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ? ତାକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ ।

ତେବେ ବିଜେପି ଶାସିତ ରାଜ୍ୟର ଇତିହାସ ଦେଖିଲେ, କେନ୍ଦ୍ର ବିଜେପି ସମ୍ବଲପୁରକୁ ନେଇ କେତେ ସମ୍ବେଦନଶୀଳ ଜଳଜଳ ହୋଇ ଦେଖାଯାଉଛି । କାରଣ ୨୦୨୨ ମେ’ ୪ ତାରିଖରେ ୟୁପି, ଲକ୍ଷ୍ମୀପୁର ଖେରୀରେ କୃଷକ ଆନ୍ଦୋଳନ ବେଳେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ଚଢାଇ କୃଷକଙ୍କୁ ହତ୍ୟା କଲେ । ବିରୋଧୀ କଂଗ୍ରେସ ଓ ଅନ୍ୟ ଦଳଙ୍କୁ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିବାକୁ ଅନୁମତି ଦିଆଗଲାନି । ୨୦୧୮ ଫେବୃଆରୀ ୭ ତାରିଖରେ ଲକ୍ଷ୍ନୌ କାଶାଗଞ୍ଜରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ପରେ କଂଗ୍ରେସର ତ୍ରିରଙ୍ଗା ଯାତ୍ରାକୁ ବିଜେପି ସରକାର ଦେଲେନି ଅନୁମତି । ୨୦୧୫ ଅଗଷ୍ଟ ୨୭ ତାରିଖ ଗୁଜୁରାଟ ଅହମ୍ମଦାବାଦରେ ଜାତିଆଣ ଦଙ୍ଗା ପରେ ବିରୋଧୀ ଦଳଙ୍କୁ ଘଟଣାସ୍ଥଳକୁ ଛାଡ଼ିଲେନି ବିଜେପି ସରକାର । ୨୦୨୦ ଫେବୃଆରୀ ୨୩ ତାରିଖରେ ଦିଲ୍ଲୀର ସାହିନବାଗରେ ଏନ୍ଆରସିକୁ ବିରୋଧ କରି ରୋହିଙ୍ଗ୍ୟା ଶରଣାର୍ଥୀ ଆନ୍ଦୋଳନରେ ବସିଲେ । ବିଜେପି ଅଧୀନରେ ଥିବା ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ରାତାରାତି ସେମାନଙ୍କ ଘରଦ୍ବାରା ଭଙ୍ଗାଗଲା । ଦିଲ୍ଲୀ ସଂଖ୍ୟାଲଘୁ ପରିଷଦ ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଘଟଣାର ତଦନ୍ତ କଲା । ବିଜେପି ନେତା କପିଳ ମିଶ୍ରାଙ୍କ ଉତ୍ତେଜକ ଭାଷଣ ଯୋଗୁଁ ସ୍ଥିତି ଏପରି ହେଲା ବୋଲି ରିପୋର୍ଟ ଆସିଲା । ଏସବୁ ସମ୍ବେଦନଶୀଳ ଘଟଣାରେ ସେଠାକାର ସରକାର ବିରୋଧୀ ଦଳ କିମ୍ବା ନିର୍ଦ୍ଦଳୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ଅନୁମତି ଦିଆଯାଇନି । ହେଲେ ସମ୍ବଲପୁରରେ ରାଜ୍ୟ ବିଜେପି ଓଲଟା ନୀତି ଆପଣେଇଥିବା କଂଗ୍ରେସ ଅଭିଯୋଗ କରିଛି । ସମ୍ବଲପୁରର ଗୋଟିଏ ଓ୍ବାର୍ଡରେ ଘଟଣା ଘଟିବାର ୧୫ ଦିନ ପରେ ସ୍ଥିତି ସ୍ବାଭାବିକ ହୋଇଛି । ଠିକ୍ ଏହି ସମୟରେ ବିଜେପିର କେନ୍ଦ୍ରୀୟ ଟିମ୍ କାହା ସ୍ବାର୍ଥରେ ଗସ୍ତ କରିଛନ୍ତି ? ଲୋକଙ୍କ ସ୍ବାର୍ଥ ନା ଦଳୀୟ ଫାଇଦା ? ନବନିଯୁକ୍ତ ରାଜ୍ୟ ସଭାପତିଙ୍କ ପତିଆରା ଦେଖାଇବାକୁ ନା ଦଳର ଅନ୍ତର୍ଦ୍ବନ୍ଦକୁ ଲୁଚାଇବାକୁ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ଖୋଦ ସମ୍ବଲପୁରବାସୀ ମଧ୍ୟ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗସ୍ତକୁ ନିନ୍ଦା କରିଛନ୍ତି । ସ୍ବାଭାବିକ ହେଉଥିବା ସହରକୁ ପୁଣି ଅଶାନ୍ତ କରିବାକୁ ଚେଷ୍ଟା କରାଯାଉଥିବା ସମ୍ବଲପୁରବାସୀ ଅଭିଯୋଗ କରିଛନ୍ତି ।

ଚଳିତବର୍ଷ ବିଜେପି ଶାସିତ ମହାରାଷ୍ଟ୍ରର ଜଲଗାଓଁ, ଗୁଜୁରାଟର ଫତେହପୁରା, କର୍ଣ୍ଣାଟକର ହାସନ, ଉତ୍ତରପ୍ରଦେଶର ଲକ୍ଷ୍ନୌରେ ସାମ୍ପ୍ରଦାୟିକ ସ୍ଥିତି ଉପୁଜିଲା । ଏସବୁ ଘଟଣା ପ୍ରତି ଯଦି ଦରଦ ଥାଆନ୍ତା, ତା’ହେଲେ ବିଜେପି ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥାନ୍ତ । ଏସବୁ ଜାଗାରେ ଲୋକଙ୍କ ଦୁଃଖ ଶୁଣିବାକୁ ମନ ବଳାଇଲା ନାହିଁ ବିଜେପି । ହେଲେ ସମ୍ବଲପୁର କ୍ଷେତ୍ରରେ ବିଜେପିର ଆଭିମୁଖ୍ୟ କାହିଁକି ଭିନ୍ନ ? ଶାନ୍ତିପ୍ରିୟ ଓଡ଼ିଶାରେ ବିଜେପିର ଏଭଳି ଚେଷ୍ଟାକୁ ସବୁ ମହଲରୁ ନିନ୍ଦା କରାଯାଉଛି ।

ରାଜ୍ୟର ରାଜନୈତିକ ଇତିହାସ କହୁଛି ଧର୍ମକୁ ନେଇ ରାଜନୀତିକୁ କେବେ ବି ଓଡିଶାବାସୀ ଗ୍ରହଣ କରିନାହାଁନ୍ତି । ତେଣୁ ସମ୍ବଲପୁରକୁ ପ୍ରୟୋଗଶାଳା କରି ଭବିଷ୍ୟତ ପାଇଁ ରଣନୀତି କରୁଥିବା ବିଜେପିର ଚାଲ କାମ ଦେବନି ବୋଲି କହିଛନ୍ତି ବରିଷ୍ଠ ରାଜନୈତିକ ସମୀକ୍ଷକ ।

ମହାନଦୀ ରାଜନୀତିରେ ବିଜେପି ଭିଲେନ !

ଭୁବନେଶ୍ବର: ମହାନଦୀକୁ ନେଇ ଛତିଶଗଡ଼ର ବଡ଼ ରାଜନୀତି । ବିଜେପି ସରକାର ଥିବାବେଳେ ବ୍ୟାରେଜ୍‌ କାମ ଆରମ୍ଭ ହେଲା । ବର୍ତ୍ତମାନର କଂଗ୍ରେସ ସରକାର ମଧ୍ୟ କାମ ବନ୍ଦ କଲେନି । ସେହିପରି କେନ୍ଦ୍ର ସରକାର ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ମହନଦୀକୁ ନେଇ ମହାରାଜନୀତି ଜାରି ରଖିଛନ୍ତି । ଆଗକୁ ଛତିଶଗଡ଼ ନିର୍ବାଚନ ଥିବାରୁ କ୍ଷମତାକୁ ଫେରିବାକୁ ଉଭୟ ବିଜେପି ଓ କଂଗ୍ରେସର ରାଜନୀତି ଜାରି ରହିଛି । ଏପଟେ ଅଧିକାର ନପାଇ ସମସ୍ୟା ଭୋଗୁଛନ୍ତି ଓଡ଼ିଶାବାସୀ ।

ଛତିଶଗଡ଼ । ଖରାଦିନେ ମହାନଦୀ ପାଣି ରୋକୁଛି, ବର୍ଷାଦିନେ ପାଣି ଛାଡ଼ି ବନ୍ୟା ସୃଷ୍ଟି କରୁଛି । ଓଡ଼ିଶାକୁ ନଜଣାଇ ମହାନଦୀ ଉପରେ ଛତିଶଗଡ଼ ନିର୍ମାଣ କରିଛି ୮ଟି ବ୍ୟାରେଜ୍‌ । କିଛି ସରିଛି, କିଛିର କାମ ଚାଲିଛି । ଛତିଶଗଡ଼ର ଏହି ଷଡ଼ଯନ୍ତ୍ର ନେଇ ୨୦୧୬ରେ କେନ୍ଦ୍ର ବିଜେପି ସରକାର ପାଖରେ ଓଡ଼ିଶା ଫେରାଦ୍ ହୋଇଥିଲା । ସେତେବେଳେ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମଧ୍ୟ ଛତିଶଗଡ଼ରେ ବିଜେପି ପ୍ରଭାରୀ ଥିଲେ । କିନ୍ତୁ ଛତିଶଗଡ଼ରେ ବିଜେପି ସରକାର ଥିବାରୁ, କେନ୍ଦ୍ର ସରକାର ଛତିଶଗଡ଼କୁ ସମର୍ଥନ କଲେ ।  ୨୦୧୭ରେ ସୁପ୍ରିମକୋର୍ଟକୁ ଗଲେ ଓଡ଼ିଶା ସରକାର । ୧୧ ମାର୍ଚ୍ଚ ୨୦୧୮ରେ ଗଠନ ହୋଇଥିଲା ଟ୍ରିବ୍ୟୁନାଲ । ଏଯାଏଁ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଦୁଇଥର ବୃଦ୍ଧି ଓ ୩୬ଟି ଶୁଣାଣି ସତ୍ତ୍ବେ ବ୍ୟାରେଜ ନିର୍ମାଣରେ ରୋକ୍ ଲଗାଇ ନାହାନ୍ତି । କେନ୍ଦ୍ରୀୟ ଜଳ କମିଶନ ବି କେଉଁଠି ନା କେଉଁଠି ଛତିଶଗଡ଼କୁ ସମର୍ଥନ ଦେଉଛନ୍ତି । ବର୍ତ୍ତମାନର ଛତିଶଗଡ଼ରେ ଥିବା କଂଗ୍ରେସ ସରକାର ମଧ୍ୟ ଓଡ଼ିଶା ପ୍ରତି ଉଦାସୀନ ମନୋଭାବ ଦେଖାଉଛି । କେବଳ ଟ୍ରିବ୍ୟୁନାଲକୁ ଦେଖାଇବା ପାଇଁ କିଛି ଗେଟ୍‌ ଦେଇ ପାଣି ଛଡ଼ାଯାଇଛି । ଛତିଶଗଡ଼ରେ ନିର୍ବାଚନ ଥିବାରୁ ମହାନଦୀକୁ ବିଜେପି ଓ କଂଗ୍ରେସ ପ୍ରସଙ୍ଗ କରିଛନ୍ତି । କେନ୍ଦ୍ର ସରକାର ମଧ୍ୟ ବିଜେପିକୁ ଗ୍ରୀନ ସିଗନାଲ ଦେବାରେ ବ୍ୟସ୍ତ ।

ମହାନଦୀ ବିବାଦରେ କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାକୁ ବଳି ଦେଇଛନ୍ତି । ଆଇନ ଥିବା ସତ୍ତ୍ବେ ବିଜେପି ଓ କଂଗ୍ରେସ ରାଜନୀତି କରି ଓଡ଼ିଶାକୁ ଅନ୍ଧାର ଆଡ଼କୁ ଠେଲୁଛନ୍ତି । ଫଳରେ ଓଡ଼ିଶା ଖରାଦନେ ଜଳ ସଙ୍କଟ ଓ ବର୍ଷାଦିନେ ବନ୍ୟା ସମସ୍ୟାରେ ପଡୁଛି । ସେପଟେ କଂଗ୍ରେସର ଯୁକ୍ତି, ୨୦୧୮ରେ ଛତିଶଗଡ଼ରେ ଦଳ କ୍ଷମତାକୁ ଆସିବା ପୂର୍ବରୁ ବିଜେପି ସରକାର ବ୍ୟାରେଜ୍‌ ନିର୍ମାଣ ସାରିଥିଲେ । ତେଣୁ ସମସ୍ୟା ପାଇଁ ବିଜେପି ଦାୟୀ ।

ଆଜି ମହାନଦୀ ଟ୍ରିବ୍ୟୁନାଲ ଟିମ୍ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଛନ୍ତି । ଶିବନାରାୟଣ, କଲମା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ବୁଲି ଦେଖିବେ । ୩ ତାରିଖ ଯାଏଁ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ମେ’ ୧୦ରେ ହୀରାକୁଦ ଡେଲଟା ଅଞ୍ଚଳ ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ଟିମ୍ ।

ବ୍ରହ୍ମପୁରରେ 5T ସଚିବ: ମାଆ ବୁଢ଼ୀ ଠାକୁରାଣୀଙ୍କ କଲେ ଦର୍ଶନ

ବ୍ରହ୍ମପୁର: ବ୍ରହ୍ମପୁରରେ 5T ସଚିବ ଭିକେ ପାଣ୍ଡିଆନ । ମାଆ ବୁଢ଼ୀ ଠାକୁରାଣୀଙ୍କ କଲେ ଦର୍ଶନ । ସାଙ୍ଗରେ ଅଛନ୍ତି ସ୍ଥାନୀୟ ଜିଲ୍ଲାପାଳ ଏବଂ ଏସପି । ମାଆଙ୍କ ଦର୍ଶନ ପରେ ସ୍ଥାୟୀ ମନ୍ଦିରକୁ ଯାଇ ବିକାଶ କାର୍ଯ୍ୟ ସମୀକ୍ଷା କରିବେ ।

ଆସନ୍ତାକାଲି ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ଶେଷ ଦିନ । ଦୁଇ ବର୍ଷରେ ଥରେ ହେଉଥିବା ଯାତ୍ରାରେ ବେଶ ଜନସମାଗାମ ହୋଇଥାଏ । ଆଜି ମାଆଙ୍କ ଦର୍ଶନ ପାଇଁ ପହଞ୍ଚି ଥିଲେ 5T ସଚିବ ଭିକେ ପାଣ୍ଡିଆନ । ବ୍ରହ୍ମପୁରରେ ପହଞ୍ଚିବା ପରେ ଦେଶୀବେହେରା ସାହିରେ ହୋଇଥିବା ଅସ୍ଥାୟୀ ମନ୍ଦିରକୁ ଯାଇ ମାଆ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଥିଲେ । ମାଆଙ୍କୁ ଦୀପଦାନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ମାଆଙ୍କ ପାଖରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଥିଲେ ।

ସ୍ଥାୟୀ ମନ୍ଦିରରେ ଦୀପଜାଳି ରାଜ୍ୟବାସୀଙ୍କ କଲେ ମଙ୍ଗଳକାମନା

ଅସ୍ଥାୟୀ ମନ୍ଦିରରେ ମାଆଙ୍କ ଦର୍ଶନ କରିବା ପରେ ସ୍ଥାୟୀ ମନ୍ଦିରକୁ ଯାଇଥିଲେ 5T ସଚିବ । ସେଠାରେ ସେ ମାଆଙ୍କ ପୂଜାର୍ଚ୍ଚନା କରିବା ସହ ଦୀପଦାନ କରିଥିଲେ । ଏହାପରେ ମନ୍ଦିରର ମାନଚିତ୍ର ଦେଖିବା ସହ ଉନ୍ନତିକରଣ ନେଇ ସ୍ଥାନୀୟ ପ୍ରଶାସନ ଓ ପୂଜକଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ 5T ସଚିବ ସେଠାରୁ ପ୍ରସ୍ଥାନ କରିଥିଲେ । ଏହି ସମୟରେ ତାଙ୍କୁ ଦେଖା କରିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଯାତ୍ରାକୁ ଆସିଥିବା ଲୋକେ ତାଙ୍କ ସହ ହାତ ମେଳାଇବା ସହ ସେଲଫି ନେଉଥିବା ଦେଖିବାକୁ ମିଳିଥିଲା ।

ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପରେ ବାପି ଜିତିଲେ ରୌପ୍ୟ ପଦକ

ତାସକେଣ୍ଟ: ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପରେ ଚମକିଲେ ଓଡ଼ିଆ ଆଟଲେଟ ବାପି ହାଂସଦା । ୪୦୦ ମିଟର ହର୍ଡଲ୍ସରେ ଜିତିଲେ ରୌପ୍ୟ ପଦକ । ୫୧.୩୮ ସେକେଣ୍ଡରେ ଅତିକ୍ରମ କଲେ ଦୂରତା ।

ପୂର୍ବରୁ ୧୮ ବର୍ଷରୁ କମ ଦୌଡ ପ୍ରତିଯୋଗିତାରେ ୪୦୦ ମିଟର ହର୍ଡଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ବାପି । ଏଥିସହ ବିଶ୍ବର ନମ୍ବର ଓ୍ବାନ ମାନ୍ୟତା ହାସଲ କରିଥିଲେ । ୫୧.୯୦ ସେକେଣ୍ଡରେ ଲକ୍ଷ୍ୟପଥରେ ପହଞ୍ଚି ରଚିଥିଲେ ବିଶ୍ବ ରେକର୍ଡ ।

ଯୁବକଙ୍କ କମାଲ: କବାଡ଼ି ସାମଗ୍ରୀରୁ ବନାଇ ଦେଲେ ୭ ସିଟର ସୋଲାର ବାଇକ୍

ନୂଆଦିଲ୍ଲୀ: କୁହାଯାଏ ଆବଶ୍ୟକତା ଆବିଷ୍କାରର ଜନନୀ । ଏହି କାରଣରୁ ଲୋକେ କମ ଧନରେ ଆବଶ୍ୟକତା ପୂରଣ କରିବାକୁ ଏମିତି ଜିନିଷ ବନାଇ ଦିଅନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ସୋସିଆଲ ମିଡିଆରେ ଏମିତି ଆବିଷ୍କାରର ଫଟୋ ଓ ଭିଡିଓ ବହୁ ସମୟରେ ଭାଇରାଲ ହୋଇଥାଏ । ଆଉ ଏମିତି ଦେଶୀ ଜୋଗାଡ଼କୁ ଲୋକେ ବହୁତ ପ୍ରଶଂସା ମଧ୍ୟ କରିଥାନ୍ତି । ନିକଟରେ ଏମିତି ଏକ ଦେଶୀ ଜୋଗାଡ଼ ଭିଡିଓ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଯାହାକୁ ବିଜନେସ୍ ଟାଇକୁନ୍ ଓ ଆରପିଜି ଏଣ୍ଟରପ୍ରାଇଜେସ୍ ଚେୟାରମ୍ୟାନ ହର୍ଷ ଗୋୟନକା ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ୭ ଜଣ ଯୁବକ ଏକ ୭ ସିଟର ବାଇକରେ ଯାଉଥିବା ଦେଖିବାକୁ ମିଳୁଛି । ଯାହା ଉପରେ ଏକ ସୋଲାର ପ୍ୟାନେଲ ଲାଗିଛି ।

ଆମ ଦେଶରେ ଟ୍ୟାଲେଣ୍ଟ ଭରି ଭରି ରହିଛି । ଦେଶୀ ଜୋଗାଡ଼ କଥା ଉଠିଲେ ଭାରତୀୟ ସମସ୍ତଙ୍କୁ ପଛରେ ପକାଇଦେଇଥାନ୍ତି ।

ହର୍ଷ ଏହାକୁ ପୋଷ୍ଟ କରିବା ପରେ ରାତାରାତି ଭିଡିଓଟି ଭାଇରାଲ ହୋଇଯାଇଛି । ସେ ତାଙ୍କ ଟ୍ବିଟର ଆକାଉଣ୍ଟ @hvgoenka ରେ ଏହାକୁ ସେୟାର କରିଛନ୍ତି । ଏପ୍ରିଲ ୨୯ ତାରିଖରେ ସେୟାର ହୋଇଥିବା ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୪୯.୨K ଲୋକ ଦେଖି ସାରିଲେଣି । ୩୮ ସେକେଣ୍ଡର ଏହି ଭିଡିଓକୁ ୨ ହଜାରରୁ ଅଧିକ ଲାଇକ୍ ମଧ୍ୟ ମିଳି ସାରିଛି ।

ଭିଡିଓ ସେୟାର କରି ହର୍ଷ ଲେଖିଛନ୍ତି, ‘ଗୋଟିଏ ପ୍ରଡକ୍ଟର ଏକାଧିକ ଗୁଣ । ସ୍କ୍ରାପରେ ତିଆରି ହୋଇଛି । ୭ଟି ସିଟ ରହିଛି । ସୌରଶକ୍ତିରେ ଚାଲୁଛି । କମ ଖର୍ଚ୍ଚରେ ତିଆରି ହୋଇଛି । ଏପରି ପ୍ରଡକ୍ଟ ଦେଖି ମୁଁ ଭାରତୀୟ ବୋଲି ଗର୍ବିତ ।’

ଏହାକୁ ଦେଖୁଥିବା ପ୍ରତି ୟୁଜର୍ସ ଏହାର ପ୍ରଶଂସା ନକରି ରହିପାରୁ ନାହାନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ସ୍କ୍ରାପରେ ତିଆରି ଏହି ୭ ସିଟିର ଏହି ଗାଡ଼ିର ଡିଜାଇନ ବହୁତ ସୁନ୍ଦର । ଯାହା ସୌର ପ୍ୟାନେଲରେ ଚାଲିବା ସହ ଚାଳକ ଓ ଯାତ୍ରୀଙ୍କୁ ଛାଇ ଦେଉଛି ।

ଭିଡିଓରେ ଏହାକୁ ତିଆରି କରିଥିବା ଯୁବକ ଜଣଙ୍କ ଏହାର ଗୁଣ ଓ କାମ କରିବାର ଦକ୍ଷତା ସମ୍ପର୍କରେ କହୁଥିବା ଶୁଣିବାକୁ ମିଳୁଛି । ଯୁବକ ଜଣକ କହୁଛନ୍ତି, ‘କବାଡରୁ ସେ ୭ ସିଟର ବାଇକ ବନାଇଛନ୍ତି । ଏହା ସୌରଶକ୍ତିରେ ଚାଲୁଛି ଓ ଏହା ଥରକେ ୨ ଶହ କିମି ପର୍ଯ୍ୟନ୍ତ ଚାଲି ପାରିବ । ଏହାକୁ ବନାଇବାକୁ ୧୦ରୁ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।’

ମୃତ ଘୋଷଣା କଲେ ଡାକ୍ତର, ଘରେ ଜିଇଁ ଉଠିଲା ଶିଶୁ !

ଢେଙ୍କାନାଳ: ମେଡିକାଲରେ ନବଜାତ ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର । ଜଣେ ନୁହେଁ ଦୁଇ ଜଣ ଡାକ୍ତର ଶିଶୁଟି ମୃତ ବୋଲି କହିଲେ । ପରିବାର ଲୋକେ ମୃତଦେହ ଧରି ଘରକୁ ପଳାଇ ଆସିଲେ । ହେଲେ ଶିଶୁଟି ଜୀବିତ ଥିବା ଜଣାପଡ଼ିଥିଲା । ଏହାପରେ ଶିଶୁଟିକୁ ପୁଣି ମେଡିକାଲରେ ଭର୍ତ୍ତି କରାଯାଇଛି । ଏପଟେ ପ୍ରସବ ପରେ ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଅଭିଯୋଗ ଅନୁସାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କର ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ସକାଳେ ପ୍ରସବ ବେଦନା ପରେ ଟାଉନ ଥାନା ଖମାରସାହିର ପ୍ରଣତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶିଶୁ ଜନ୍ମ ପରେ ତାକୁ ମୃତ ଘୋଷଣା କରିଥିଲେ ଡାକ୍ତର । ମାଆକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ପିଲାଟିକୁ  ଘରକୁ ନେଇ ପଳାଇ ଆସିଥିଲେ ପରିବାର ଲୋକେ । ହେଲେ ପରେ ଛୁଆଟି ଜୀବିତ ଥିବା ଜଣାପଡିବା ପରେ ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ନବଜାତର ଚିକିତ୍ସା ଚାଲିଛି ।

ତେବେ କେଉଁ ପରିସ୍ଥିତିରେ ନବଜାତ ଶିଶୁଟିକୁ ଡାକ୍ତର ମୃତ ଘୋଷଣା ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

 

କିଲର୍ ଓ୍ବାଇଫ୍: ୫ମ ସ୍ବାମୀକୁ ମାରିଲା, ଦ୍ବିତୀୟ ସ୍ବାମୀ ଓ ପ୍ରେମିକଙ୍କୁ କରିଥିଲା ଦରମଲା

ଟେକ୍ସାସ: ଆମେରିକାରେ ଏମିତି ଜଣେ ମହିଳାଙ୍କୁ ଜେଲ ହୋଇଛି, ଯାହାଙ୍କ ସମ୍ପର୍କରେ ଶୁଣିଲେ ଆପଣଙ୍କର ହୋସ ଉଡ଼ିବ । ୫ମ ସ୍ବାମୀଙ୍କୁ ହତ୍ୟା ଅଭିଯୋଗରେ ଜେଲ ଯିବା ପରେ ମହିଳାଙ୍କ ସମ୍ପର୍କରେ ଜଣାପଡିଛି । ଯାହା ପରେ ତାଙ୍କୁ କିଲର ଓ୍ବାଇଫ୍ ବୋଲି ମଧ୍ୟ କେହି କେହି କହିବାକୁ ଲାଗିଲେଣି । କାରଣ, ତାଙ୍କ ବିରୋଧରେ ରହିଛି ୫ମ ସ୍ବାମୀଙ୍କୁ ହତ୍ୟା ଅଭିଯୋଗ । ଏହାସହ ବିବାହ ସ୍ଥିର ହୋଇଥିବା ବ୍ୟକ୍ତିଙ୍କୁ ଗୁଳି ମାରିବା ଅଭିଯୋଗ । ସେତିକି ନୁହେଁ ଦ୍ବିତୀୟ ସ୍ବାମୀକୁ ମରଣାନ୍ତକ ଆକ୍ରମଣ କରି ଜେଲ ମଧ୍ୟ ଯାଇ ସାରିଛନ୍ତି ।

ମହିଳା ଜଣଙ୍କ ହେଲେ ଆମେରିକା ଟେକ୍ସାସ ସହରର ସାରାହ ହାର୍ଟଫିଲ୍ଡ । ଆମେରିକା ସେନାରେ କାର୍ଯ୍ୟରତ ମହିଳା ଜଣଙ୍କ ମୁଖ୍ୟ କାମ ହେଲା ଗୋଟିଏ ପରେ ଗୋଟିଏ ବିବାହ କରିବା ଓ ସେମାନଙ୍କଠାରୁ ଟଙ୍କା ଲୁଟିବା । ଆଉ ଏଥିପାଇଁ ସ୍ବାମୀମାନଙ୍କୁ ସେ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନଥିଲେ ।

ଅଭିଯୋଗ ଅନୁସାରେ, ୪୮ ବର୍ଷିୟ ହାର୍ଟଫିଲ୍ଡଙ୍କୁ ତାଙ୍କ ୫ମ ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସେଠାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଏପରିକି ପୂର୍ବରୁ ବିବାହ ସ୍ଥିର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି ମାରିବାର ମଧ୍ୟ ଅଭିଯୋଗ ରହିଛି । ଯାହାର ତଦନ୍ତ ମଧ୍ୟ ପୁଣି ଥରେ ଆରମ୍ଭ ହୋଇଯାଇଛି ।

ନ୍ୟୁୟର୍କ ପୋଷ୍ଟ ଅନୁସାରେ, ହାର୍ଟଫିଲ୍ଡ ତାଙ୍କ ୫ମ ସ୍ବାମୀଙ୍କୁ ଇନସୁଲିନରେ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ୪୬ ବର୍ଷିୟ ତାଙ୍କ ପତି ଜଣେ ଡାଇବେଟିସ ରୋଗୀ । ହାର୍ଟଫିଲ୍ଡ ତାଙ୍କୁ ଇନସୁଲିନ ଦେବା ସମୟରେ ଏଥିରେ ବିଷ ମିଶାଇ ଦେଇଥିଲେ । ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲେ ବି ତାଙ୍କୁ ସେ ମେଡିକାଳ ନନେଇ ୬ ଘଣ୍ଟା ପରେ ଡାକ୍ତରଙ୍କୁ ଡକାଇଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

୧୯୯୬ ମସିହାରେ ଦ୍ବିତୀୟ ପତିଙ୍କୁ ଆକ୍ରମଣ କରିବା ଅଭିଯୋଗରେ ହାର୍ଟଫିଲ୍ଡ ଗିରଫ ହୋଇଥିଲେ । ଏହି ମାମଲାରେ ପ୍ରାୟ ଏକ ସପ୍ତାହ ଜେଲରେ ମଧ୍ୟ ରହିଥିଲେ । ପରେ ତାଙ୍କ ସ୍ବାମୀ ମାମଲା ଉଠାଇ ନେବାରୁ ଜେଲରୁ ବାହାରିଥିଲେ ।