spot_img
Home Blog Page 3145

ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲା, ଅଫତାବ ପୁନାଓ୍ବାଲା ନାଁରେ ଚାର୍ଜଫ୍ରେମ୍ କଲେ ଦିଲ୍ଲୀ ସାକେତ କୋର୍ଟ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ସାକେତ କୋର୍ଟ ଅଭିଯୁକ୍ତ ଅଫତାବ ପୁନାଓ୍ୱାଲା ନାଁରେ ଚାର୍ଜଫ୍ରେମ କରିଛନ୍ତି । ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଅଫତାବ ଫୋପାଡ଼ିଥିଲା । ହତ୍ୟା ଓ ପ୍ରମାଣ ନଷ୍ଟ କରିବା ନେଇ ଅଫତାବ ନାଁରେ ମାମଲା ଦାୟର କରିଥିଲା ଦିଲ୍ଲୀ ପୋଲିସ । ମାମଲା ନେଇ ପୋଲିସ ଦାଖଲ କରିଥିବା ପ୍ରମାଣ ଅନୁଧ୍ୟାନ କରିବା ପରେ ଚାର୍ଜଫ୍ରେମ୍ କରିଛନ୍ତି କୋର୍ଟ ।

ତେବେ ଅଫତାବ ନିଜ ନାଁରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ କୋର୍ଟଙ୍କ ଆଗରେ ନିଜକୁ ନିର୍ଦ୍ଦୋଷ କହିଛି । ଆଗକୁ ମୋକଦ୍ଦମା ଲଢ଼ିବାକୁ କହିଛି ଅଫତାବ । ଦିଲ୍ଲୀ ପୋଲିସ ଏହି ମାମଲାରେ ୬ ହଜାର ୬୨୯ ଫର୍ଦ୍ଦର ଚାର୍ଜସିଟ୍ ଦାଖଲ କରିଛି । ମାମଲାର ଫାଷ୍ଟଟ୍ରାକ୍ ଶୁଣାଣି ପାଇଁ ଗତମାସରେ ଶ୍ରଦ୍ଧାଙ୍କ ବାପା ବିକାଶ ଓ୍ବାକର ଦାବି କରିଥିଲେ।

 

ONDC କ’ଣ, ଜାଣନ୍ତୁ କିପରି ଏଥିରୁ ଶସ୍ତାରେ ଅର୍ଡର କରିପାରିବେ ଖାଦ୍ୟ ?

ନୂଆଦିଲ୍ଲୀ: ଅନଲାଇନରେ ଖାଦ୍ୟ ଡେଲିଭରି କରୁଥିବା କମ୍ପାନୀ ସ୍ୱିଗି ଓ ଜୋମାଟୋକୁ ଟକ୍କର ଦେବ ONDC । ସ୍ୱିଗି ଓ ଜୋମାଟୋଠାରୁ ONDCରେ ମିଳୁଛି ଶସ୍ତାରେ ଖାଦ୍ୟ । ପେଟିଏମ୍ ଜରିଆରେ ସାଧାରଣ ଲୋକ ଓଏନଡିସିରୁ ଖାଦ୍ୟ ଶସ୍ତାରେ କିଣିପାରିବେ । ୨୦୨୨ ସେପ୍ଟେମ୍ବର ମାସରେ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନରେ ଥିବା ବାଣିଜ୍ୟ ଓ ଆଭ୍ୟନ୍ତରୀଣ ବ୍ୟାପାର ପ୍ରସାର ବିଭାଗ ପକ୍ଷରୁ ONDCର ଉନ୍ମୋଚନ ହୋଇଥିଲା । କିଛି ଦିନ ମଧ୍ୟରେ ଏହା ଲୋକପ୍ରିୟ ହୋଇଛି । ଏକ ରିପୋର୍ଟ ଅନୁସାରେ ଏହି ପ୍ଲାଟଫର୍ମରେ ଦୈନିକ ୧୦ ହଜାର ଅର୍ଡର ଆସୁଛି । ଦିନକୁ ଦିନ ONDC ଏତେ ଲୋକପ୍ରିୟ ହେଲାଣି ଯେ ସାଧାରଣ ଲୋକ ପ୍ରତିଦିନ ସୋସିଆଲ ମିଡିଆରେ ସ୍ୱିଗି, ଜୋମାଟୋ ଓ ONDC ମଧ୍ୟରେ ଥିବା ଅନ୍ତରକୁ ପୋଷ୍ଟ କରୁଛନ୍ତି । ONDରେ ଏବେ ୨୯ ହଜାରରୁ ଅଧିକ ବିକ୍ରେତା ଯୋଡ଼ି ହୋଇସାରିଛନ୍ତି ।

ଓଏନଡିସି କ’ଣ ?

ଓଏନଡିସି ହେଉଛି ଓପନ୍ ନେଟଓ୍ୱାର୍କ ଫର ଡିଜିଟାଲ କମର୍ସ । ଇ କମର୍ସର ପ୍ରସାର ପାଇଁ ଏହାକୁ ଭାରତ ସରକାର ବିକାଶ କରିଛନ୍ତି । ଏଥିରେ କ୍ରେତା ଓ ବିକ୍ରେତାମାନେ ଯୋଡ଼ିହୋଇପାରୁଛନ୍ତି । ଏହା ଜରିଆରେ ବିଭିନ୍ନ କ୍ଷେତ୍ରର ବିକ୍ରେତାମାନେ ସିଧାସଳଖ ଗ୍ରାହକଙ୍କୁ ସେମାନଙ୍କ ସାମଗ୍ରୀ ବିକ୍ରି କରିପାରୁଛନ୍ତି। ସେମାନଙ୍କୁ ଆଉ କୌଣସି ତୃତୀୟ ପକ୍ଷ ସଂସ୍ଥାର ପ୍ଲାଟଫର୍ମରେ ଯୋଡ଼ି ହେବାକୁ ପଡ଼ୁନାହିଁ । ଓଏନଡିସି ଜରିଆରେ ଗ୍ରାହକମାନେ ଖାଦ୍ୟ, ପୋଷାକ, ଗ୍ରୋସରୀ, କ୍ୟାବ୍ ଓ ସିନେମା ଟିକଟ ବୁକିଂ କରିପାରିବେ ।

କିଭଳ ବ୍ୟବହାର କରିବେ ?

ଓଏନଡିସି କୌଣସି ସ୍ବତନ୍ତ୍ର ଆପ୍ ନୁହେଁ ଯାହାକୁ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରିବାକୁ ପଡ଼ିବ। ଏହା ୟୁପିଆଇ ବ୍ୟବସ୍ଥା ଭଳି କାମ କରୁଛି। ଯଦି ଆପଣ ପେଟେଏମ୍ ବ୍ୟବହାର କରୁଛନ୍ତି ତେବେ ଓଏନଡିସିକୁ ସହଜରେ ବ୍ୟବହାର କରିପାରିବେ । ପେଟିଏମ୍ ଆପ୍ ଖୋଲି ତାହାର ସର୍ଚ୍ଚ ବାରରେ ଓଏନଡିସି ଟାଇପ୍ କରିବାକୁ ପଡ଼ିବ । ସେଥିରେ ଫୁଡ୍‌ ଓଏନ୍‌ଡିସି ଭଳି ବିଭିନ୍ନ ବର୍ଗ ଆସିବ। ଆପଣ ନିଜ ପସନ୍ଦର ବର୍ଗକୁ ଚୟନ କରି କରି ସେହି ସାମଗ୍ରୀ ଲାଗି ବରାଦ ଦେଇପାରିବେ। ଅନ୍ୟ ପ୍ଲାଟଫର୍ମ ତୁଳନାରେ ଏଥିରେ ବହୁତ ଶସ୍ତାର ଜିନିଷ କିଣିପାରିବେ ।

ନବୀନ ନୀତୀଶ ମିଟିଂରେ ହୋଇନି ମେଣ୍ଟ ଆଲୋଚନା, ସାକ୍ଷାତକାରକୁ କହିଲେ ପାରିବାରିକ

ଭୁବନେଶ୍ବର: ନବୀନ ନୀତୀଶ ମିଟିଂରେ ହୋଇନି ମେଣ୍ଟ ଆଲୋଚନା। ଦେଢ଼ ଘଣ୍ଟାର ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ। ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଉଭୟ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଉଭୟଙ୍କ ମଧ୍ୟରେ ସୁସଂପର୍କ ରହିଆସିଛି। ବିଜୁ ପଟ୍ଟନାୟକଙ୍କ ସମୟରୁ ପାରିବାରିକ ସଂପର୍କ ରହିଛି ।

କୋଭିଡ୍ ପାଇଁ ନିୟମିତ ଆସିପାରୁନଥିବା ନୀତୀଶ କହିଛନ୍ତି । ଆଜିର ସାକ୍ଷାତକାରକୁ ସେ ପାରିବାରିକ ବୋଲି କହିଛନ୍ତି । ସେପଟେ ବିହାରୀ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀରେ ବିହାର ଭବନ କରାଯିବ। ଏଥିପାଇଁ ଦେଢ଼ ଏକର ଜମି ପ୍ରଦାନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଏକାଠି ମଧ୍ୟାହ୍ନ ଭୋଜନ କରିଛନ୍ତି ।

ଆଜି ନୀତୀଶ କୁମାର ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରୁ ପାଛୋଟି ଆଣିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଦେବୀ ମିଶ୍ର । ନୀତୀଶଙ୍କ ସ୍ବାଗତରେ ନବୀନ ନିବାସରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ଟେରର ଫଣ୍ଡିଂ ବିରୋଧରେ NIAର ବଡ ଆକ୍ସନ, କାଶ୍ମୀର ଠୁ ତାମିଲନାଡୁ ସବୁଠି ରେଡ୍‌

ଶ୍ରୀନଗର: ବେଆଇନ ଟେରର ଫଣ୍ଡି ମାମଲାରେ ପୁଣି ଏନଆଇଏର ଛାପା। ଏକକାଳୀନ ୧୫ଟି ସ୍ଥାନରେ ରେଡ୍ କରୁଛି ଏନଆଇଏ । ଜମ୍ମୁ କାଶ୍ମୀର ସୋପିଆନର ୩ଟି ସ୍ଥାନ, ଅନନ୍ତନାଗର ୪ଟି, ବଡ଼ଗାମର ୨ଟି, ବାରାମୁଲ୍ଲାର ଗୋଟିଏ, ଶ୍ରୀନଗରର ୨ଟି, ପୁଞ୍ଚର ୨ଟି ଓ ରଜୌରୀର ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ । ପାକିସ୍ଥାନ ସମର୍ଥିତ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଏନଆଇଏ ଚଢାଉ କରୁଛି ।

ଏପର୍ଯ୍ୟନ୍ତ କାହାକୁ ଅଟକ ରଖାଯାଇ ନାହିଁ  । ଏହା ପୂର୍ବରୁ ମେ ୨ରେ ଜମ୍ମୁ କାଶ୍ମୀରର ୬ଟି ଜିଲ୍ଲାରେ ଏନଆଇଏ ଚଢାଉ କରିଥିଲା  । ଆତଙ୍କବାଦୀ ଗତିବିଧି ଓ ଅପରାଧିକ ଷଡଯନ୍ତ୍ର ବିଷୟରେ ଖବର ପାଇ NIA ଚଢାଉ ଜାରି ରଖିଛି  ।

ସେହିପରି ତାମିଲନାଡୁରେ ବି NIA ରେଡ୍‌ କରୁଛି  । ୧୦ଟି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏନଆଇଏ  । ପିଏଫଆଇ ସହ ଜଡିତ ଲିଡ୍‌ରଙ୍କ ଠିକଣା NIAକୁ ମିଳିଛି  । ଏହି ନେତାଙ୍କ ନାଁରେ ପୂର୍ବରୁ ମାମଲା ରହିଛି । ଏହା ପୂର୍ବରୁ NIA କାର୍ଯ୍ୟାନୁଷ୍ଠାନ କରି ସମଗ୍ର ଦେଶରୁ ପିଏଫଆଇର ୧୦୬ ରୁ ଅଧିକ ସଦସ୍ୟଙ୍କୁ ଗିରଫ କରିଥିଲା  ।

ଓଡିଶାରେ ପହଞ୍ଚିଲେ ନୀତିଶ କୁମାର, ନବୀନ ନିବାସରେ ଚାଲିଛି ଆଲୋଚନା

ଭୁବନେଶ୍ବର: ଜାତୀୟ ରାଜନୀତିରେ ବଢୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦବଦବା । ଓଡିଶା ଆସି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

ଭୁବନେଶ୍ବର ବିମାନବନ୍ଦରରେ ନୀତିଶ କୁମାରଙ୍କୁ ସ୍ବାଗତ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର । ସଂଘୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବା ଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ସାରା ରାଜନୈତିକ ଜୀବନରେ ନବୀନ ସାଜିଛନ୍ତି ପଥ ପ୍ରଦର୍ଶକ । ନବୀନ ଓ ନୀତୀଶଙ୍କ ସାକ୍ଷାତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

ନବୀନଙ୍କ ସହ ନୀତିଶ କ’ଣ ଆଲୋଚନା କରିବେ, ତାକୁ ନେଇ ଚାଲିଛି ଚର୍ଚ୍ଚା । ଏହାପୂର୍ବରୁ ମଧ୍ୟ ନୀତୀଶ କୁମାର ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଏନକାଉଣ୍ଟରରେ ୩ ମାଓବାଦୀ ନିହତ

କଳାହାଣ୍ଡି: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା  । ସର୍ଚ୍ଚ ଅପରେସନ ସମୟରେ ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ । କଳାହାଣ୍ଡି ଜିଲ୍ଲା ଏମ.ରାମପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଟାପରାଙ୍ଗ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀଙ୍କ ଗୁଳିରେ ଜଣେ ପୋଲିସ ଡିଏସପି ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଏମ.ରାମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଆହତ ଡିଏସପିଙ୍କୁ ବଲାଙ୍ଗୀର ଭାମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ବ୍ରହ୍ମକୁମାରୀ ଭଉଣୀଙ୍କୁ ଉଠାଇ ନେଇ ମାଡ ଅଭିଯୋଗ, ଆଶ୍ରମ ପାଇଁ ବିବାଦ

ବାଙ୍କୀ: ବ୍ରହ୍ମକୁମାରୀ ଆଶ୍ରମ ଭଉଣୀଙ୍କୁ ହାତଗୋଡ଼ ବାନ୍ଧି ମାଡ଼ ଅଭିଯୋଗ। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ପଥୁରିପଡ଼ାରେ ଏହି ଘଟଣା ଘଟିଛି । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟର ଆଶ୍ରମ ନିର୍ମାଣ ପାଇଁ ସ୍ଥାନ ନିରୁପଣକୁ ନେଇ ଏହି ଘଟଣା ଘଟିଛି । ଆଶ୍ରମର ଭାରତୀ ତ୍ରିପାଠୀ ନାମକ ଜଣେ ଭଉଣୀ ଆଶ୍ରମ ଗୃହ ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ଯାଇଥିବା ବେଳେ ତାଙ୍କ ଉପରେ ଗୋଟିଏ ପରବାର ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଭାରତୀଙ୍କୁ ଏକୁଟିଆ ଦେଖି ପୂର୍ବରୁ ଛକି ରହିଥିବା ଗୋଟିଏ ପରିବାରର ସଦସ୍ୟ ବଳପୂର୍ବକ ତାଙ୍କୁ ଉଠାଇନେଇ ଏକ ଘରେ ବନ୍ଦ କରିଦେଇଥିଲେ । ସେଠାରେ ଦଉଡ଼ିରେ ହାତଗୋଡ଼ ବାନ୍ଧି ତାଙ୍କୁ ପ୍ରବଳମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆଉ ଜଣେ ଭଉଣୀ ବନ୍ଧା ଅବସ୍ଥାରେ ଭାରତୀଙ୍କୁ ଦେଖି ପାଟି କରିବାରୁ ସ୍ଥାନୀୟ ଲୋକମାନେ ପହଞ୍ଚି ଭାରତୀଙ୍କୁ ଉଦ୍ଧାର କରି ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ବାଙ୍କୀ ଥାନାରେ ଏନେଇ ଅଭିଯୋଗ ହୋଇଛି ।

ପରିବା ଦୋକାନୀର ଜଘନ୍ୟ କାଣ୍ଡ, ଘରୁ ଡାକି ନେଇ ଦୁଷ୍କର୍ମ

ଭୁବନେଶ୍ବର: ପିଶାଚ ପରିବା ଦୋକାନୀର ଜଘନ୍ୟ କାଣ୍ଡ। ବରା ଖାଇବାକୁ ଡାକି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ଦୁଷ୍କର୍ମକାରୀ ଫେରାର ହୋଇଯାଇଛି । ପୀଡିତାର ବାପା ଜଣେ ଦିନ ମଜୁରିଆ, ମା’ ଦୃଷ୍ଟିବାଧିତ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ ।

ଘର ଭିତରକୁ ଫିଙ୍ଗିଲେ ପେଟ୍ରୋଲ କଲେ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର

କେନ୍ଦୁଝର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ବୋମାମାଡ କଲେ ଦୁର୍ବୃତ୍ତ । ଘରର ଆସବାବପତ୍ର ଜଳିଯଯିବା ସହ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । କରମଙ୍ଗି ପଞ୍ଚାୟତ ସିନ୍ଦୁରିଆ ଗାଁ ପୁଢେଇଝୋଳ ସାହିରେ ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କ ଘରେ ପେଟ୍ରୋଲ୍ ଓ ବୋମାମାଡ଼ କରାଯାଇଛି।

ଗାଁର କାର୍ତ୍ତିକ ନାୟକଙ୍କ ପୁଅ ସୋମନାଥ ନାୟକଙ୍କ ଶୋଇବା ଘରର ଝରକା ଦେଇ କେହି ଦୁର୍ବୃତ୍ତ ପାଇପ୍ ଓ ଫନେଲ୍ ସାହାଯ୍ୟରେ ପେଟ୍ରୋଲ୍ ପକାଇବା ପରେ ବୋମା ଫିଙ୍ଗି ଦେଇଥିଲେ । ସୌଭାଗ୍ୟକୁ ସୋମନାଥ ଘର ଭିତରେ ନ ଶୋଇ ବାହାରେ ଶୋଇଥିଲେ। ତାଙ୍କର କୌଣସି କ୍ଷତି ହୋଇନଥିବା ବେଳେ ଘରର ଆସବାବପତ୍ର ଜଳି ପୋଡ଼ି ନଷ୍ଟ ହୋଇଛି। ପୋଲିସର ତଦନ୍ତ ଜାରି ରହିଛି ।

ପୋଲରୁ ୫୦ ଫୁଟ ତଳକୁ ଖସିଲା ବସ, ୩ ଶିଶୁଙ୍କ ସମେତ ୧୫ ମୃତ

ଭୋପାଳ: ପୋଲ ତଳକୁ ଖସିଲା ବସ୍ । ଦୁର୍ଘଟଣାରେ ୧୫ ଜଣ ପ୍ରାଣ ହରାଇ ଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଶିଶୁ ଥିବା ସୂଚନା ମିଳିଛି  । ମଧ୍ୟପ୍ରଦେଶ ଖରଗୋନରେ ଅସାବଧାନତାରୁ ପୋଲରୁ ତଳକୁ ଖସିପଡ଼ିଲା ବସ୍ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଏସପି ସୂଚନା ଦେଇଛନ୍ତି ।

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର । ସେହିପରି ଗୁରୁତରଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଛି ।