spot_img
Home Blog Page 3090

ଧାମନଗର ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ

ଧାମନଗର: ଧାମନଗର ବିଧାୟକଙ୍କ ନାଁରେ ଅଭିଯୋଗ । ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ । ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ଓ ସମର୍ଥକଙ୍କ ବିରୋଧରେ ଅଭିଯୋଗ ହୋଇଛି । ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି କନିଷ୍ଠ ଯନ୍ତ୍ରୀ । ଗତକାଲି ସାକ୍ଷାତ ପାଇଁ ଯନ୍ତ୍ରୀଙ୍କୁ ଡାକିଥିଲେ ବିଧାୟକ । ବିଧାୟକଙ୍କ ଉପସ୍ଥିତିରେ ବେଆଇନ ବିଲ୍ ପାଇଁ ବାଧ୍ୟ କରାଯାଇଥିଲା । ସରପଞ୍ଚ ଓ ସମିତିସଭ୍ୟାଙ୍କ ପ୍ରତିନିଧି ବେଆଇନ ବିଲ୍ ପାଇଁ ବାଧ୍ୟ କରିଥିଲେ । କାମ ନଦେଖି ବିଲ୍ କରିବେ ନାହିଁ କହିଥିଲେ ଯନ୍ତ୍ରୀ ।

ବିଲ ପାଇଁ ମନା କରିବାରୁ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ସରପଞ୍ଚ ଓ ସମିତିସଭ୍ୟାଙ୍କ ପ୍ରତିନିଧି । ସର୍ବସାଧାରଣରେ ଅପମାନିତ କରିଥିବା ଯନ୍ତ୍ରୀ ଅଭିଯୋଗ କରିଛନ୍ତି । ଏନେଇ ଧାମନଗର ଥାନାରେ ଅଭିଯୋଗ ହୋଇଥିବାବେଳେ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ ଆସୋସିଏସନ ଏସପିଙ୍କୁ ଭେଟି ଦାବିପତ୍ର ଦେଇଛି ।

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୪ ବର୍ଷ ଜେଲଦଣ୍ଡ

କଟକ: ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୪ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଏହା ସହ ୧୬ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ । ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ରଜନୀ ନାୟକ । ଏନେଇ ବଡ଼ମ୍ବା ଥାନାରେ ଅଭିଯୋଗ ପରେ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ୧୦ ଜଣ ସାକ୍ଷୀ ଓ ୧୮ ଟି ଡକ୍ୟୁମେଣ୍ଟ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାଛଡ଼ା ନାବାଳିକାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ ମାଲାମାଲ ହେବ ବିହାର, ୨ ଜିଲ୍ଲାର ମାଟିତଳେ ସୁନା ଥିବା ମିଳିଲା ସନ୍ଧାନ

ପାଟନା: ବିହାରର ଦୁଇଟି ଜିଲ୍ଲାରେ ମିଳିଲା ସୁନାର ସନ୍ଧାନ । ଜାମୁଇ ଜିଲ୍ଲାରେ ଦେଶର ୪୪ ପ୍ରତିଶତ ସୁନା ଥିବା ଖବର ପୂର୍ବରୁ ଆସିଥିଲା । ଏବେ ଏହାର ପଡୋଶୀ ଜିଲ୍ଲା କଟାରିଆରେ ସୁନା ମିଳିଥିବା ଜଣାପଡ଼ିଛି । ଏହି ଦୁଇ ଜିଲ୍ଲାର ମାଟିତଳେ ସୁନା ଥିବା ଖବର ପରେ ଯାଞ୍ଚ ପାଇଁ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଟିମ୍ କାମ ଆରମ୍ଭ କରିବାକୁ ପହଞ୍ଚିଛନ୍ତି ।

ଏଭଳି ପରିସ୍ଥିତିରେ ଜାମୁଇ ଜିଲ୍ଲାର ସୋନୋ ଅଞ୍ଚଳରେ ସୁନା ଖଣି ଖନନ ପାଇଁ ଆଶା ବୃଦ୍ଧି ପାଇଛି। କିଛି ମାସ ତଳେ କେନ୍ଦ୍ର ସରକାରଙ୍କ ଖଣିଜ ମନ୍ତ୍ରୀ ଜାମୁଇ ଜିଲ୍ଲାର ସୋନୋ ବ୍ଲକର କରାମାଟିଆ ଜମିରେ ଦେଶର ପ୍ରାୟ ୪୪ ପ୍ରତିଶତ ସୁନା ଥିବା ସଂସଦରେ ସୂଚନା ଦେଇଥିଲେ। ସୋନୋ ବ୍ଲକ୍ ଅଞ୍ଚଳର ଲୋକମାନେ ଅପେକ୍ଷା କରିଛନ୍ତି ଯେ, କେବେ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ କରାମାଟିଆର ଗର୍ଭରୁ ସୁନା ବାହାର କରାଯିବ, ଯାହା କେବଳ ଜାମୁଇ ନୁହେଁ ସମଗ୍ର ଦେଶ ତଥା ରାଜ୍ୟ ପାଇଁ ଲାଭଦାୟକ ହେବ।

ଭାରତର ଜିଓଲୋଜିକାଲ୍ ସର୍ଭେ କହିଛି ଯେ, ଜାମୁଇ ଜିଲ୍ଲାରେ ପ୍ରାୟ ୨୨୨.୮୮ ନିୟୁତ ଟନ୍ ସୁନା ଅଛି ।

ଅବତରଣ ପୂର୍ବରୁ ବିମାନର ଏମର୍ଜେନ୍ସି ଗେଟ୍ ଖୋଲିଦେଲେ ଯାତ୍ରୀ

ଦକ୍ଷିଣ କୋରିଆ: ବିମାନ ଅବତରଣ କରିବାକୁ ମାତ୍ର କେଇ ମିନିଟ ଥିଲା । ଏତିକି ବେଳେ ଏମର୍ଜେନ୍ସି ଡୋର ଖୋଲିଦେଲେ ଜଣେ ଯାତ୍ରୀ । ବିମାନରେ ଥିବା ଯାତ୍ରୀ ଆତଙ୍କିତ ହୋଇଯିବା ସହ ବଞ୍ଚିବାର ଆଶା ଛାଡ଼ି ଦେଇଥିଲେ ।

ଏପରି ଏକ ଘଟଣା ଘଟିଛି ଦକ୍ଷିଣ କୋରିଆର ଡାଏଗୁ ଏୟାରପୋର୍ଟରେ । ୧୯୪ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏସିଆନା ଏୟାରଲାଇନ୍ସର ଏକ ବିମାନ ଲାଣ୍ଡିଂ ବେଳେ ଜଣେ ଯାତ୍ରୀ ବିମାନର ଏମର୍ଜେନ୍ସି ଦ୍ବାର ଖୋଲିଦେଇଥିଲେ । ବିମାନଟି ଭୂପୃଷ୍ଠରୁ ୨୫୦ ମିଟର ଉପରେ ଥିବାବେଳେ ଏପରି ଘଟଣା ଘଟିଛି । ବିମାନ ଅବତରଣ କରିବାକୁ ଥିବାରୁ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଏମର୍ଜେନ୍ସି ଡୋର ବନ୍ଦ କରିପାରି ନଥିଲେ ।

ଏଥିପାଇଁ ବିମାନ ଭିତରେ ପ୍ରବଳ ପବନ ପିଟି ହୋଇଥିଲା । ଏହି ସମୟରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । କିଛି ଯାତ୍ରୀ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଯାତ୍ରୀଙ୍କୁ ପୋଲିସ ଗିରଫ କରିଛି ।

ବେରୋଜଗାରୀ ହ୍ରାସ କରିବାରେ ଓଡ଼ିଶା ଦେଶରେ ଆଗୁଆ, ବିଭିନ୍ନ ସର୍ଭେରେ ସାମ୍ନାକୁ ଆସିଲା ରିପୋର୍ଟ

ଭୁବନେଶ୍ୱର: ବେରୋଜଗାରୀ କମାଇବାରେ ଓଡ଼ିଶା ଦେଶରେ ଆଗରେ । ବିଭିନ୍ନ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରାଜ୍ୟ ସରକାର ୧୦ଟି ବିଭାଗରେ ୬୦ ଲକ୍ଷ ପିଲାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । କେବଳ ନିଯୁକ୍ତି ନୁହେଁ ଜୀବନଶୈଳୀ ପରିବର୍ତ୍ତନ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ। ସୌର ଶକ୍ତିରେ ଅଧିକ ପିଲାଙ୍କ ଦକ୍ଷତା ବିକାଶ କରାଯିବ । ୧୧ଟି ନୂଆ ଆଇଟିଆଇ ଖୋଲାଯିବ। ରାଜ୍ୟରେ ଛାତ୍ରଛାତ୍ରୀଙ୍କ ବିକାଶ ଲାଗି ଭିତ୍ତିଭୂମି ସଂପ୍ରସାରଣ, ନବୀକରଣକୁ ପ୍ରାଥମିକତା ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ଚିଲିକାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ପ୍ରତିନିଧି ଦଳ

ବ୍ରହ୍ମଗିରି: ଚିଲିକାରେ ପହଞ୍ଚିଲେ ମହାନଦୀ ଟ୍ରିବ୍ୟୁନାଲ ପ୍ରିତିନିଧି ଦଳ । ସାତପଡ଼ାରୁ ମୀର୍ଜାପୁର ଯାଇ ସେଠାରୁ ବୋଟ୍‌ ଯୋଗେ ଚିଲିକା ମୁହାଣକୁ ଯାଇଛନ୍ତି । ଚିଲିକା ଯାଇ ସେଠାରେ ମୁହଣର ସ୍ଥିତି ଅନୁଧ୍ୟାନ କରିବେ ଟ୍ରିବ୍ୟୁନାଲ୍ ପ୍ରତିନିଧି ଦଳ । ଏହି ଟିମରେ ୪ ଜଣ ଅବସରପ୍ରାପ୍ତ ବିଚାରପତି ସାମିଲ ଅଛନ୍ତି । ଏବଂ ଛତିଶଗଡ଼ର ଉଚ୍ଚ ଅଧିକାରୀ ଓ ବିଶେଷଜ୍ଞମାନେ ସାମିଲ ଅଛନ୍ତି । ଏଥିରେ ଓଡ଼ିଶାର ବିଶେଷଜ୍ଞ କମିଟି ଓ ପୁରୀ ଜିଲ୍ଲାପାଳ ମଧ୍ୟ ସାମିଲ ଅଛନ୍ତି ।

ଶିକ୍ଷକ ନେଇଗଲେ ମୋବାଇଲ, ସ୍କୁଲରେ ନିଆଁ ଲଗାଇଦେଲା ଛାତ୍ରୀ, ୨୦ ମୃତ

ଓ୍ବାସିଂଟନ: ୧୪ ବର୍ଷିୟ ଜଣେ ଛାତ୍ରୀ ସ୍କୁଲରେ ନିଆଁ ଲଗାଇଦେଇଛି । ଆଉ ଏହି ନିଆଁ ଏତେ ଭୟଙ୍କର ହେଲା ଯେ, ୨୦ ଜଣ ମୃତ୍ୟୁ ବରଣ କରିଛନ୍ତି । କୁହାଯାଉଛି, ଶିକ୍ଷକ ଉକ୍ତ ଛାତ୍ରୀଠାରୁ ମୋବାଇଲ ଛଡ଼ାଇ ନେଇଥିଲେ, ଏଥିପାଇଁ ଛାତ୍ରୀ ଜଣଙ୍କ ରାଗରେ ଥିଲା । ନିଆଁ ଲଗାଇବା ଆଗରୁ ସେ ଗାଳି ବି ଦେଇଥିଲା ।

ଏହି ଘଟଣା ଘଟିଛି ସାଉଥ ଆମେରିକାରେ । ଗତ ସୋମବାର ମହଦିଆ ସେକେଣ୍ଡାରୀ ସ୍କୁଲର ଗାର୍ଲ୍ସ ହଷ୍ଟେଲରେ ନିଆଁ ଲାଗିଥିଲା । ଦେଖୁଦେଖୁ ନିଆଁ ସ୍କୁଲର ଏକ ବଡ଼ ଭାଗକୁ ନିଜ ଆୟତ୍ତକୁ ନେଇଯାଇଥିଲା । ଅନେକ ଛାତ୍ରୀ ରୁମ ଭିତରେ ଫସି ଯାଇଥିଲେ । ଅଗ୍ନିସମ ବାହିନୀ ଆସିବା ପୂର୍ବରୁ ୨୦ଜଣଙ୍କ ଜୀବନ ଚାଲି ଯାଇଥିଲା ।

ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ, ନିଆଁ ଆଉ କେହି ନୁହେଁ ସ୍କୁଲର ଜଣେ ଛାତ୍ରୀ ହିଁ ଲଗାଇଛି । ଶିକ୍ଷକ ଛାତ୍ରୀଙ୍କ ମୋବାଇଲ ଜବତ କରିଥିବାରୁ ରାଗରେ ଆସି ଛାତ୍ରୀ ଜଣଙ୍କ ଏପରି କରିଛନ୍ତି ।

ପୋଲିସ୍ ଏ ବିଷୟରେ ଅଧିକ ଦତନ୍ତ କରି ଜାଣିବାକୁ ପାଇଛି ଯେ, ଛାତ୍ରୀଜଣଙ୍କ ବାହାର ଜଣେ ଖରାପ ବ୍ୟକ୍ତିଙ୍କ ସହ ସମ୍ପର୍କରେ ଥିଲେ । ଏଥିପାଇଁ ସ୍କୁଲ କର୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିଲେ । ଛାତ୍ରୀର ବୟସ ୧୪ ବର୍ଷ । ମୋବାଇଲ ଛଡ଼ାଇ ନେଲାବେଳେ ଛାତ୍ରୀ ନିଆଁ ଲଗାଇଦେବ ବୋଲି ଧମକ ଦେଇଥିଲା ।

ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ, ଖାଦ୍ୟର ମାନ ପରିଖିଲେ ନୋଡାଲ ଅଧିକାରୀ

ଭୁବନେଶ୍ୱର: ଆହାର କେନ୍ଦ୍ରରେ ଅଚାନକ ଯାଞ୍ଚ । ଖାଦ୍ୟର ମାନ ପରିଖିଲେ ନୋଡାଲ ଅଧିକାରୀ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ପରିଦର୍ଶନ କରି ସେଠାରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ଆହାରର ରାଜ୍ୟ ନୋଡାଲ ଅଧିକାରୀ ସାରଦା ପ୍ରସାଦ ପଣ୍ଡା । ଖାଦ୍ୟର ମାନ ଯାଞ୍ଚ କରିବା ସହିତ ଆହାର କେନ୍ଦ୍ରର ପରିବେଶ ଓ ପରିଚ୍ଛନ୍ନତା ଅନୁଧ୍ୟାନ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ରରେ ଲୋକଙ୍କ ସଂଖ୍ୟା ଅଧିକ ରହୁଛି । ଭିଡ଼ ପାଇଁ ଆଉ ଟିକେ ଅଧିକ ସ୍ଥାନ ଦରକାର ବୋଲି କହିଛନ୍ତି ସାରଦା ପ୍ରସାଦ ପଣ୍ଡା । ରାଜ୍ୟର କିଛି ସ୍ଥାନରେ ଥିବା ଆହାର କେନ୍ଦ୍ରରେ ଏସି ଲଗାଯାଇଛି । ଏଠାରେ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ଏସି ଲଗାଯିବା ନେଇ ଚିନ୍ତା କରାଯିବ ବୋଲି ସେ କହିଛନ୍ତି । ସବୁ ଆହାର କେନ୍ଦ୍ରକୁ ପରିଷ୍କାର ରଖିବା ସହ ଖାଦ୍ୟର ମାନ ଉତ୍ତମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସାରଦା ପ୍ରସାଦ ପଣ୍ଡା ।

ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ହଟିବ ପାକିସ୍ତାନର ଜାତୀୟ କବିଙ୍କ ନାମ

ଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ହଟିବ ମହମ୍ମଦ ଇକବଲଙ୍କ ନାମ । ପାକିସ୍ତାନର ଜାତୀୟ କବି ଭାବେ ଖ୍ୟାତିଲାଭ କରିଥିବା ଇକବଲଙ୍କ ନାଁ ପାଠ୍ୟକ୍ରମରୁ ହଟାଇବା ନେଇ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଆକାଡେମିକ କାଉନସିଲ ପକ୍ଷରୁ ଏକ ପ୍ରସ୍ତାବ ଗୃହିତ ହୋଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତର ପ୍ରଖ୍ୟାତ ସଂଗୀତ ସାରେ ଜାହାଁ ସେ ଆଚ୍ଛାର ରଚୟିତା ଥିଲେ ଇକବଲ । ଆଲାମା ଇକବଲ ନାମରେ ବି ଜଣାଶୁଣା ଇକବଲ ଅବିଭକ୍ତ ଭାରତର ସିଆଲକୋଟରେ ୧୮୭୭ରେ ଜନ୍ମ ଗ୍ରହଣ କରିଥିଲେ ।

ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ବ୍ୟାଚଲର ଅଫ ଆର୍ଟସ ଲାଗି ଉଦ୍ଦିଷ୍ଟ ମଡର୍ଣ୍ଣ ଇଣ୍ଡିଆନ ପଲିଟିକାଲ ଥଟ ବିଷୟରେ ଇକବଲଙ୍କ ବିଷୟ ରହିଛି । ଆକାଡେମିକ କାଉନସିଲର ନିଷ୍ପତ୍ତିକୁ ବିଶ୍ବବିଦ୍ୟାଳୟର ଏକଜିକ୍ୟୁଟିଭ କାଉନସିଲରେ ଦାଖଲ କରାଯାଇଛି । କାଉନସିଲର ନିଷ୍ପତ୍ତି ଚୂଡ଼ାନ୍ତ ହେବ । ବିଶ୍ବବିଦ୍ୟାଳୟର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ଏବିଭିପି । ପାଠ୍ୟପୁସ୍ତକରେ ରାମ ମୋହନ ରୟ, ପଣ୍ଡିତ ରମାବାଈ, ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧି, ବି.ଆର. ଆମ୍ବେଦକରଙ୍କ ନାମ ସ୍ଥାନୀତ ରହିଥିବାବେଳେ ଇକବଲଙ୍କୁ ଟାର୍ଗେଟ କରାଯାଇଛି ।

ସମ୍ପ୍ରସାରିତ ହେଲା କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ, ଶପଥ ନେଲେ ୨୪ ନୂଆ ମନ୍ତ୍ରୀ

ବେଙ୍ଗାଲୁରୁ: ସମ୍ପ୍ରସାରିତ ହେଲା କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ । ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ । ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଦିନେଶ ଗୁଣ୍ଡୁରାଓ, କ୍ରିଷ୍ଣା ବାଇରେ ଗୌଡା, ଈଶ୍ବର ଖାଣ୍ଡାରେ, ରହିମ ଖାନ, ସନ୍ତୋଷ ଲାଡ, କେ.ଏନ. ରାଜାନ୍ନା, କେ. ଭେଙ୍କଟେଶ, ଏଚ ସି ମହାଦେବାପ୍ପା, ବାଇରଥି ସୁରେଶ, ଶିବରାଜ ତାଙ୍ଗାଡି, ଆର.ବି. ତିମ୍ପୁର, ବି. ନାଗେନ୍ଦ୍ର, ଲକ୍ଷ୍ମୀ ହେବଲକର, ମଧୁ ବାଙ୍ଗରାପ୍ପା. ଡି. ସୁଧାକର ପ୍ରମୁଖ । ନୂଆ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ୯ ଜଣ ନୂଆ ମୁହଁ ଓ ଜଣେ ମହିଳା ।

ମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ୬ଜଣ ଭୋକାଲିଗା ସମ୍ପ୍ରଦାୟର, ୮ ଜଣ ଲିଙ୍ଗାୟତ୍ତ ବର୍ଗର । ଏସସି ବର୍ଗର ୪ ଜଣ, ଏସଟି ବର୍ଗର ୨ ଜଣ ଓ ଓବିସି ଅନ୍ତର୍ଗତ କୁରୁବା, ରାଜୁ, ମରାଠା, ଏଡିଗା ଓ ମୋଗବୀରା ସମ୍ପ୍ରଦାୟରୁ ୫ ଜଣଙ୍କୁ ସାମିଲ କରାଯାଇଛି । ପୂର୍ବରୁ ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଓ ଅନ୍ୟ ୮ ମନ୍ତ୍ରୀ ଶପଥ ନେଇଥିଲେ ।  ଏହି ୨୪ଜଣଙ୍କ ନାମ ସିଦ୍ଧରମୈୟା, ଶିବକୁମାର, ଏଆଇସିସି ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ ଓ ରଣଦୀପ ସୂର୍ଜେଓ୍ବାଲାଙ୍କୁ ନେଇ ହୋଇଥିବା ଆଲୋଚନାରେ ସ୍ଥିରୀକୃତ ହୋଇଥିଲା । ଚୂଡ଼ାନ୍ତ ତାଲିକାକୁ ମଞ୍ଜୁର କରିଥିଲେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ।