spot_img
Home Blog Page 3072

ବିନା ଇନସ୍ୟୁରାନ୍ସରେ ଗଡୁଛି ୨୫ ଲକ୍ଷ ଗାଡ଼ି, ୩ ଲକ୍ଷ ଗାଡ଼ିର ନାହିଁ ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ୍‌

ଭୁବନେଶ୍ୱର: ବିନା ଇନସ୍ୟୁରାନ୍ସରେ ଗଡୁଛି ୨୫ ଲକ୍ଷ ଗାଡ଼ି । ୩ ଲକ୍ଷ ଗାଡ଼ିର ନାହିଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ । ପଲ୍ୟୁସନ୍, ଫିଟନେସ୍ ନିୟମର ବି ଖୋଲାଖୋଲି ଉଲଘଂନ  । ୧ ତାରିଖରୁ ଚେକିଂ କୁ ବ୍ୟାପକ କରିବାକୁ ପରିବହନ ବିଭାଗର ନିର୍ଦ୍ଦେଶ । ପରିବହନ ବିଭାଗ  ନିୟମ କରୁଛି,  ହେଲେ ଏହାର ଅନୁପାଳନ ହେଉନି । ଯେଉଁଥିପାଇଁ ଦୁର୍ଘଟଣାରେ ପାଣି ଫୋଟକା ଭଳି ଚାଲିଯାଉଛି ଜୀବନ । ଇନସ୍ୟୁରାନ୍ସ, ଫିଟ୍‌ନେସ୍‌, ପଲ୍ୟୁଶନ ସାର୍ଟିଫିକେଟ ଓ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥାଇ ଲକ୍ଷ ଲକ୍ଷ ଗାଡି ରାସ୍ତାରେ ସେମିତି ଗଡୁଛି । ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷରୁ ଅଧିକ ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲାଗି ନଥିବା ବେଳେ ୨୫ ଲକ୍ଷରୁ ଅଧିକ ଗାଡି ବିନା ଇନ୍‌ସ୍ୟୁରାନ୍ସରେ ଚାଲୁଛି । ୭ ଲକ୍ଷ ଗାଡିର ପଲ୍ୟୁଶନ ସାର୍ଟିଫିକେଟ ନାହିଁ । ମୋଟର ଭେଇକିଲ ଆକ୍ଟ ୧୯୮୮ର ଧାରା ୧୪୬ ଅନୁସାରେ ବିନା ଇନସ୍ୟୁରାନ୍ସରେ ଗାଡିଗୁଡିକ ଚଳାଚଳ କରୁଥିଲେ ପ୍ରଥମଥର ୨ ହଜାର ଟଙ୍କା ଓ ଦ୍ୱିତୀୟଥର ଧରାପଡିଲେ ୪ ହଜାର ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି । କିନ୍ତୁ ଚେକିଂ ଅଭାବରୁ ବେଫିକର ବୁଲୁଛନ୍ତି ଅମାନିଆ।

ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ଦୁଇଚକିଆ ଯାନ ୬୩ ଲକ୍ଷ ୯୯ ହଜାର ୭୦୭ ଥିବାବେଳେ ୧୨ ଲକ୍ଷ ୧୦ ହଜାର ୨୬୯ଟି ଚାରିଚକିଆ ଯାନ ରହିଛି । ସେହିପରି ୪ ଲକ୍ଷ ୧୦ ହଜାର ୪୩୯ଟି ବସ୍‌, ଟ୍ରକ୍‌ ଓ ଅନ୍ୟାନ୍ୟ ଗାଡି ରହିଛି । ଏଥିରୁ ୨୦ ଲକ୍ଷ ୫୫ ହଜାର ୫୭୦ଟି ଦୁଇଚକିଆ ଓ ୪ଲକ୍ଷ ୧୫ ହଜାର ଚାରିଚକିଆ ଗାଡିର ଇନ୍‌ସ୍ୟୁରାନ୍ସ ନାହିଁ । ସେହିପରି ୪ ଲକ୍ଷ ୧୫ ହଜାର ବସ୍‌, ଟ୍ରକ୍‌ ଓ ଅନ୍ୟ ଭାରିଯାନ ମଧ୍ୟରୁ ପାଖାପାଖି ୧୫ରୁ ୨୦ ହଜାର ଗାଡିର ଫିଟ୍‌ନେସ୍‌ ଓ ଅଧିକାଂଶ ଗାଡିର ପଲ୍ୟୁଶନ ସାର୍ଟିଫିକେଟ ନାହିଁ । ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍‌ ଜାରି ରହିଛି  । ଏହାସହ ପୋଲିସ ମଧ୍ୟ ଏନଏଚ୍‌ ଓ ସହର ମଧ୍ୟରେ ଚେକିଂ କରୁଛି । ଏହାସତ୍ବେ ଅମାନିଆଁକୁ ସାବାଡ଼ କରିବାକୁ ଏହା ଯଥେଷ୍ଟ ହେଉନାହିଁ । ଦୁର୍ଘଟଣାକୁ ନେଇ ସୁପ୍ରିମକୋର୍ଟ କମିଟି ଉଦବେଗ ପ୍ରକାଶ କରୁଛି। ତଥାପି ବିଭାଗ ଭିତରେ ସମନ୍ୱୟ ଅଭାବରୁ ଅନୁପାଳନ ହେଉନି ନିୟମ ।

ବିକାଶର ରୋଲ୍‌ ମଡେଲ ପାଲଟିଛି କଳାହାଣ୍ଡି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ବଦଳିଛି ଚିତ୍ର

କଳାହାଣ୍ଡି: ବିକାଶର ରୋଲ୍ ମଡେଲ ସାଜିଛି କଳାହାଣ୍ଡି । ଦିନେ ଅଭାବକୁ ନେଇ ବଞ୍ଚୁଥିବା କଳାହାଣ୍ଡି ଆଜି ବିକାଶର ଶିରୋପା ପିନ୍ଧିଛି । କୃଷି, ଜଳ ସେଚନ, ଗମନା ଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ବଦଳିଛି ରୂପରେଖ । ୨୫ ବର୍ଷ ତଳର ଚିତ୍ର ଓ ଆଜିର ଚିତ୍ର ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି । ଚାଷ ଓ ଚାଷୀର ପ୍ରୟୋଗଶାଳା ପାଲଟିଛି । କଳାହାଣ୍ଡିର ସାମଗ୍ରିକ ବିକାଶର ଜୟଯାତ୍ରା ଆଜି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ଶିକ୍ଷା କ୍ଷେତ୍ରରେ ପ୍ରତ୍ୟେକ ଗାଁରେ 5T ସ୍କୁଲ, ମେଡିକାଲ କଲେଜ, ବିଶ୍ବ ବିଦ୍ୟାଳୟ, ଦୁଇ ଦୁଇଟି ଇଞ୍ଜିନିୟରିଂ କଲେଜ ଓ ଆଇଟିଆଇ । ସବୁକିଛି କଳାହାଣ୍ଡିକୁ ଦେଇଛି ନୂଆ ପରିଚୟ ।

କ୍ରୀଡା କ୍ଷେତ୍ରରେ ଜୁନାଗଡରେ ବିଜୁ ପଟ୍ଟନାୟକ ଖେଳ ପଡିଆ ଓ ଧର୍ମଗଡରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ । ସେହିପରି ଜଳ ସେଚନ କ୍ଷେତ୍ରରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ସାଙ୍ଗକୁ ମେଗା ଉଠା ଜଳସେଚନ ପ୍ରକଳ୍ପ l ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗାଁରୁ ଗାଁକୁ ରାସ୍ତା, ତେଲ ନଦୀ ଉପରେ ୭ଟି ବିଜୁ ସେତୁ ସମଗ୍ର ଜିଲ୍ଲାର ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରୁଛି ବିଜୁ ଏକ୍ସପ୍ରେସ ଓ୍ବେ । ସେହିପରି ପ୍ରତ୍ୟେକ ଗାଁଠୁ ସହରରେ ଥିବା ମନ୍ଦିର ମସଜିଦର ପୁନରୁଦ୍ଧାର ହୋଇଛି l ପାନୀୟ ଜଳ କ୍ଷେତ୍ରରେ କୋକସରା, ଗୋଲାମୁଣ୍ଡା ଓ ଜୁନାଗଡ଼ରେ ମେଗା ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ ଶୋଷ ମେଣ୍ଟାଉଛି  l କଳାହାଣ୍ଡିର ଭାଗ୍ୟ ବଦଳିବା ସହିତ ସ୍ବାବଲମ୍ବୀ ହୋଇଛନ୍ତି ମିଶନ ଶକ୍ତି ମା’ । ୨୫ ବର୍ଷ ତଳର ଭୋକର ଭୂଗୋଳ ଥିବା କଳାହାଣ୍ଡି ଆଜି ସବୁଜ ସଫଳରୁ ଆଲୋକିତ ଉଜ୍ଜଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ବଦଳିଛି କଳାହାଣ୍ଡିର ଚିତ୍ର ।

ଇସଲାମ ଧର୍ମ ନେବା ପରେ ନାଁ ପରିବର୍ତ୍ତନ କଲେ ରାଜସ୍ଥାନର ଅଞ୍ଜୁ

ନୂଆଦିଲ୍ଲୀ: ଅଞ୍ଜୁ ହେଲେ ଫାତିମା । ଇସଲାମ ଧର୍ମ ନେବା ପରେ ନାଁ ପରିବର୍ତ୍ତନ କଲେ ରାଜସ୍ଥାନର ଅଞ୍ଜୁ । ପ୍ରେମ ପାଇଁ ସୀମା ପାର୍ କରିଥିବା ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରିଛନ୍ତି । ଧର୍ମ ପରିବର୍ତ୍ତନ ପରେ ପାକିସ୍ତାନ ଖେବର-ପଖତୁନଖ୍ବାର ପ୍ରେମିକ ନସରୁଲ୍ଲହାଙ୍କୁ ବିବାହ କରିଛନ୍ତି ଅଞ୍ଜୁ । ଫେସବୁକରେ ପ୍ରେମ ହେବା ପରେ ସ୍ୱାମୀ ଓ ଦୁଇ ପିଲାଙ୍କୁ ରାଜସ୍ଥାନରେ ଛାଡ଼ି ପାକିସ୍ତାନ ପଳାଇଥିଲେ ଅଞ୍ଜୁ । ଗତ କିଛି ମାସ ତଳେ ଫେସବୁକରେ ଖେବରର ନସରୁଲ୍ଲହାଙ୍କ ସହ ଅଞ୍ଜୁଙ୍କର ବନ୍ଧୁତା ହୋଇଥିଲା । ବିଦେଶରେ ଚାକିରି ଆବେଦନ କରିବା ପାଇଁ ସେ ପାସପୋର୍ଟ ବନାଇଥିଲେ ବୋଲି ତାଙ୍କ ସ୍ୱାମୀ ଅରବିନ୍ଦ କହିଛନ୍ତି । ପାକିସ୍ତାନରେ ଅଞ୍ଜୁ ଖ୍ରୀଷ୍ଟିୟାନ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିଥିବା ଜଣାପଡ଼ିଛି ।

 

ରାଜ୍ୟରେ ସାପ କାମୁଡ଼ାରେ ସପ୍ତାହରେ ଗଲାଣି ୯ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସାପ କାମୁଡ଼ାରେ ସପ୍ତାହକରେ ବିଭିନ୍ନ ସ୍ଥାନରେ ଗଲାଣି ୯ ଜଣଙ୍କ ଜୀବନ । ୨୪ ଘଣ୍ଟାରେ ଦେବଗଡ଼ରେ ୩, ଉଦଳାରେ ଜଣେ , କଳାହାଣ୍ଡିରେ ଜଣେ ସର୍ପଦଂଶନରେ ମୃତ୍ୟୁର ଶିକାର ହୋଇଛନ୍ତି । ଦେବଗଡ଼ ଜିଲ୍ଲାରେ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁ ଦୁଇଜଣ ହେଲେ ଦେବଗଡ଼ ଥାନା ଜାଂଗଲିକୁଦର ଗାଁର ସର୍ବେଶ୍ୱର ଦେହୁରୀଙ୍କ ୧୪ ବର୍ଷର ପୁଅ ଗୌରାଙ୍ଗ ଦେହୁରୀ ଓ ୮ ବର୍ଷର ପୁଅ ସୌଭାଗ୍ୟ ଦେହୁରୀ । ଗତକାଲି ରାତିରେ ଜାଙ୍ଗିଲିକୁଦର ଦୁଇ ଶିଶୁ ଘରେ ଶୋଇଥିବା ବେଳେ ଆଜି ଭୋର ସମୟରେ ଏକ ବିଷାକ୍ତ ସାପ ଦୁଇଶିଶୁଙ୍କୁ କାମୁଡି ଦେଇଥିଲା । ସେହିପରି ଅନ୍ୟ ଜଣେ ମୃତକ ହେଲେ ବଳମ ଗାଁର କ୍ଷମାନିଧି କାରିଗର । ଗତକାଲି ସନ୍ଧ୍ୟାରେ କ୍ଷମାନିଧିଙ୍କୁ ମଧ୍ୟ ବିଷାକ୍ତ ସାପ କାମୁଡ଼ିଥିଲା । କେବଳ ଦେବଗଡ଼ରେ ବର୍ଷକରେ ୧୬ ଜଣଙ୍କ ଜୀବନ ଯାଇଛି ।

ସେପଟେ ମୟୂରଭଞ୍ଜ ଉଦଳାରେ ମା’ ଓ ଦେଢବର୍ଷର ଶିଶୁ ଶୋଇଥିବା ବେଳେ ସାପ କାମୁଡିଥିଲା । ଘଟଣାସ୍ଥଳରେ ଦେଢବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେପଟେ କଳାହାଣ୍ଡି କଲମପୁରର ଜଣେ ମହିଳା ଭାଇ ଘର ସର୍ଗିଗୁଡ଼ା ଯାଇଥିବାବେଳେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି, ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶାରେ ମହାମହିମ । ତିନି ଦିନିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଛି । ସେଠାରୁ ରାଜଭାବନ ଯାଉଛନ୍ତି ମହାମହିମ । ରାଜଭବନରେ ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ ପ୍ରତିନିଧିଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ପରେ ରାଜଭବନରେ ରାତ୍ରୀ ଯାପାନ କରିବେ ମହାମହିମ । କାଲି କଟକରେ ୭ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । କଟକ ଚଣ୍ଡୀ ମନ୍ଦିର, ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ବାସ ଭବନ, ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ଉଚ୍ଚ ନ୍ୟାୟାଳୟର ୭୫ ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟ କଟକର ସମାବର୍ତ୍ତନ ଉତ୍ସବ, ଏସସିବିର ବାର୍ଷିକୋତ୍ସବରେ ଯୋଗଦାନ କରିବେ ।

ସେହିପରି ୨୭ ତାରିଖରେ ଭୁବନେଶ୍ବର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ପରେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି ।

ଶୀଘ୍ର ପୂରଣ ହେବ ରାଜ୍ୟବାସୀଙ୍କ ମେଟ୍ରୋ ଟ୍ରେନ୍ ସ୍ବପ୍ନ, ଟୁଇନ ସିଟିରେ ଜୋରଦାର ଚାଲିଛି କାମ

ଭୁବନେଶ୍ୱର: ଟୁଇନ ସିଟିରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଚାଲିଛି ଜୋରସୋରରେ କାମ । ବିଭିନ୍ନ ସ୍ଥାନରେ ଚାଲିଛି ସଏଲ୍ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ଭାୟା ମାଷ୍ଟରକ୍ୟାଣ୍ଟିନ୍, ବାଣୀବିହାର, ଜୟଦେବ ବିହାର, ପଟିଆ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଉଥିବା ମେଟ୍ରୋ ପ୍ରକଳ୍ପର ଚାଲିଛି ମାଟି ପରୀକ୍ଷା । ଜୟଦେବ ବିହାରରୁ ତ୍ରିଶୁଳିଆ ରାସ୍ତା ମଝିରେ ବିଭିନ୍ନ ଜାଗାରେ ବାରିକେଡ୍ ବସାଇ ସଏଲ ସାମ୍ପଲ୍ କଲେକ୍ସନ୍ ପାଇଁ ମାଟି ଭିତର ୩୦ ଫୁଟ୍ ପର୍ଯ୍ୟନ୍ତ ଡ୍ରିଲିଂ କରାଯାଉଛି । କାମ ଚାଲିଛି ଏବଂ ସରିବାକୁ ଆଉ ଦୁଇ ମାସ ସମୟ ଲଗିବ ବୋଲି କହିଛନ୍ତି କାର୍ଯ୍ୟରତ କର୍ମଚାରୀ । ଆଜି ବି ଓମଫେଡ୍ ଛକ, ଜୟଦେବ ବିହାର ସମେତ ୪ଟି ଜାଗାରେ ଟେଷ୍ଟ କରାଯାଉଛି । ଟେଷ୍ଟ ରିପୋର୍ଟ୍ ପରେ ପ୍ରସ୍ତୁତ ହେବ ଡିପିଆର୍ ।

ଓଡ଼ିଶାରେ କ୍ରୁଜ୍ ଟର୍ମିନାଲ ପାଇଁ ସଂସଦରେ ଦାବି ଉଠାଇଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଓଡ଼ିଶାରେ କ୍ରୁଜ୍ ଟର୍ମିନାଲ ପାଇଁ ସଂସଦରେ ଦାବି ଉଠାଇଛନ୍ତି ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ । ଦେଶର ୭ଟି ରାଜ୍ୟରେ କ୍ରୁଜ ଟର୍ମିନାଲ ପାଇଁ ମିଳିଛି ଅନୁମତି । ଓଡ଼ିଶା ଉପକୂଳବର୍ତ୍ତୀ ରାଜ୍ୟ ହୋଇଥିଲେ ବି କାହିଁକି ଟର୍ମିନାଲ ହୋଇନି ବୋଲି ପ୍ରଶ୍ନ ପଚାରିଛନ୍ତି ଶର୍ମିଷ୍ଠା । ଓଡ଼ିଶାକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି ସାଂସଦ । ରାଜ୍ୟର ଆର୍ଥିକ ବିକାଶରେ ସହାୟକ ହେବ କ୍ରୁଜ ଟର୍ମିନାଲ । ଏଣୁ ଓଡ଼ିଶାରେ କ୍ରୁଜ ଟର୍ମିନାଲ ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ ।

ଓ୍ୱେବସାଇଟ ଡାଉନ ଯୋଗୁ IRCTCରେ ବୁକ୍ ହୋଇପାରୁନି ଟିକେଟ୍, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ନୂଆଦିଲ୍ଲୀ: ଯାହା ଲାଗୁଛି ରେଳବାଇରେ କିଛି ଠିକ୍‌ ଚାଲିନି । କେତେବେଳେ ଭୟଙ୍କର ଦୁର୍ଘଟଣା ତ’ କେଉଁଠି ବଗି ଛାଡ଼ି ପଳାଉଛି ଇଞ୍ଜିନ । ଆଜି  ସକାଳୁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍-IRCTC ର ସେବା ବାଧାପ୍ରାପ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଆପ୍‌ ଏବଂ ୱେବସାଇଟ ଡାଉନ ଯୋଗୁ ଟିକେଟ ସେବା ଠପ୍‌ ହୋଇଯାଇଛି । ୱେବସାଇଟ ଖୋଲିଲେ ମେଣ୍ଟେନାନ୍ସ ପାଇଁ ସାଇଟର ସେବା ବନ୍ଦ ଥିବା ଲେଖା ଆସୁଛି । ଯାହାକୁ ନେଇ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ପେମେଣ୍ଟ କଟିଥିବାବେଳେ ଟିକେଟ କିନ୍ତୁ ଆସିନଥିଲା । ତେବେ ଅନ୍ୟ ଆପ୍‌ ବ୍ୟବହାର କରି ଟିକେଟ ବୁକିଂ କରିବାକୁ  IRCTC ପରାମର୍ଶ ଦେଇଛି । ଆମାଜନ, ମେକ ମାଇଁ ଟ୍ରିପ୍‌ ଭଳି ଆପରେ ମଧ୍ୟ ଟିକେଟ ବୁକ୍‌ କରିହେବ ବୋଲି ପରାମର୍ଶ ଦେଇଛି IRCTC ।

ମାନସଙ୍କ ପ୍ରଶ୍ନ କେନ୍ଦ୍ରର ଉତ୍ତର, ଓଡ଼ିଶାରେ ଗତ ୫ ବର୍ଷରେ ପ୍ରତିଷ୍ଠା ହୋଇଛି ୩୬୦ ବାୟୋଗ୍ୟାସ୍ ପ୍ଳାଣ୍ଟ

ନୂଆଦିଲ୍ଲୀ: ମାନସଙ୍କ ପ୍ରଶ୍ନ କେନ୍ଦ୍ରର ଉତ୍ତର । ଓଡ଼ିଶାରେ ୨୦୧୮-୧୯ ରୁ ୨୦୨୨-୨୩ ମଧ୍ୟରେ ୩୬୦ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ନୂତନ ଓ ପୁନଃ ନବୀକରଣ ଶକ୍ତି ମନ୍ତ୍ରୀ ଆର କେ ସିଂହ ଏହି ତଥ୍ଯ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ବାୟୋଗ୍ୟାସ୍ କାର୍ଯ୍ୟକ୍ରମ ଅଧୀନରେ ୪୬ ହଜାର ଛୋଟ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଲକ୍ଷ୍ୟ ରଖିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୮୯ ହଜାର ୩୬୮ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଆର୍ଥିକ ବର୍ଷ ଆରମ୍ଭରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକୁ ଟାର୍ଗେଟ ଦିଆଯାଉଛି । ପ୍ରତିବର୍ଷ କ୍ଷୁଦ୍ର ବାୟୋଗ୍ୟାସ୍ ପ୍ଲାଣ୍ଟ୍ ସ୍ଥାପନ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳମାନଙ୍କର ବାୟୋଗ୍ୟାସ୍ ପ୍ରୋଗ୍ରାମ କାର୍ଯ୍ୟକାରୀ ଏଜେନ୍ସିକୁ ୪୦ ପ୍ରତିଶତ କେନ୍ଦ୍ରୀୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଅନୁସୂଚିତ ଜାତି ଏବଂ ଜନଜାତି, ଦ୍ୱୀପପୁଞ୍ଜ, ପାହାଡ଼ିଆ ଏବଂ ଉତ୍ତର ପୂର୍ବ ଅଞ୍ଚଳର ବାୟୋଗ୍ୟାସ୍ ହିତାଧିକାରୀଙ୍କ ପାଇଁ ଅଧିକ କେନ୍ଦ୍ରୀୟ ସହାୟତାର ବ୍ୟବସ୍ଥା କରାଯାଇଛି। ସମସ୍ୟା ମୁକ୍ତ କାର୍ଯ୍ୟ ଏବଂ ବାୟୋଗ୍ୟାସ୍ ପ୍ଲାଣ୍ଟର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ମାଗଣା ୱାରେଣ୍ଟି ପ୍ରଦାନ କରାଯାଉଛି ।

କେନ୍ଦୁପତ୍ର ଉପରୁ ହଟିବନି GST, ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦୁପତ୍ର ଉପରୁ ହଟିବନି GST । ସଂସଦରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସୂଚନା । ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ । ଗତ ଫେବ୍ରୁଆରୀରେ ଅନୁଷ୍ଠିତ GST ପରିଷଦ ବୈଠକରେ ନିଷ୍ପତ୍ତି । କେନ୍ଦୁପତ୍ରରୁ ୧୮% ଜିଏସଟି ଆଦାୟ ପାଇଁ ଫିଟମେଣ୍ଟ କମିଟିର ରିପୋର୍ଟ । ଫିଟମେଣ୍ଟ କମିଟି ରିପୋର୍ଟ ଆଧାରରେ ଜିଏସଟି ନ ହଟାଇବାକୁ ନିଷ୍ପତ୍ତି । କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ବାରମ୍ବାର ଦାବି କରିଆସୁଛି ଓଡ଼ିଶା । ରାଜ୍ୟର ୧୦ ଲକ୍ଷରୁ ଅଧିକ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଜିଏସଟି ହଟାଇବାକୁ ଦାବି ।